କ’ଣ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ୟୁ.ପି ପୋଲିସ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବେକରେ ଫୁଲମାଳ ଅଛି ଏବଂ ତାଙ୍କ ପାଖରେ ଚିଡ଼ା କିଛି ପୋଲିସକର୍ମୀ ନାଚୁଛନ୍ତି। ଏହି ଭିଡିଓ ସହିତ ଦାବି କରା ଯାଇଅଛି ଯେ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେଲା ପରେ ସ୍ଥାନୀୟ ପୋଲିସ ଖୁସିରେ ନାଚୁଛନ୍ତି। 

ଫ୍ୟାକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ମାଧ୍ୟମରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ଜୁଲାଇ ରେ ଏବିପି ନ୍ୟୁଜ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟରେ ପ୍ରସାରିତ ହେଇଥିବା ଗୋଟିଏ ଭିଡିଓରେ କୁହା ଯାଇଅଛି ଯେ ଉତ୍ତରପ୍ରଦେଶର ବସ୍ତି ଅଞ୍ଚଳରେ ଥାନା ଇନ୍ସପେକଟରନିଜ ସାଥି ପୋଲିସକର୍ମୀଙ୍କ ସହିତ କ୍ୟାମେରା ସାମନାରେ ଡାନ୍ସ କରୁଥିବା ନଜର ଆସିଥିଲେ। ଏହି ଭିଡିଓ ଭାଇରାଲ ହେଲା ପରେ ଏସ.ପି. ପୁରା ଥାନାକୁ ନିଲମ୍ବିତ କରିଦେଲେ। କିଛି ଦିନପୂର୍ବରୁ ନିର୍ବାଚନ ସମୟରେ ହେଇଥିବା ଗଣ୍ଡଗୋଳ ଯୋଗୁ ଏସ.ଏଚ.ଓଙ୍କୁ ଲାଇନ ହାଜିର କରା ଯାଇଥିଲା। ସେହି ଏସ.ଏଚ.ଓଙ୍କୁ ବିଦାୟ ଦେଉଥିବା ଏହି ଭିଡିଓ ଅଟେ। 

abp.jpg

ABP | Archive

ଏହା ପରେ ଆମେ ବସ୍ତି ସହର ଏସ.ପି. ଆଶିଷ ଶ୍ରିବାସ୍ତବଙ୍କ ସହିତ ଯୋଗାଯୋଗ କରିଲୁ। ଏସ.ପି ଆମକୁ ସୂଚନା ଦେଲେ ଯେ, “ଭିଡିଓରେ ଫୁଲମାଳ ପିନ୍ଧିଥିବା ବ୍ୟକ୍ତି କୌଣସି ନେତା ନୁହନ୍ତି, ସେ ବସ୍ତି ଥାନା ଏସ.ଏଚ.ଓ ଶମସର ଅଟନ୍ତି। ତାଙ୍କ ବିଦାୟ ଦିନ ଥାନା ପୋଲିସ କର୍ମଚାରୀ ମାନେ ନାଚ ଗୀତ କରିଥିଲେ। ଭିଡିଓରେ ଥିବା ବ୍ୟକ୍ତିଙ୍କର ବିଜେପି ନେତା ହେବା ଦାବି ମିଥ୍ୟା ଅଟେ। ଏହି ଭିଡିଓରେ ପୋଲିସ ୟୁନିଫର୍ମ ପିନ୍ଧି ନାଚୁଥିବା ୧୫ ପୋଲିସକର୍ମୀଙ୍କୁ ନିଲମ୍ବିତ କରା ଯାଇଅଛି।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡେରେ ଥିବା ବ୍ୟକ୍ତି କୌଣସି ନେତା ନୁହନ୍ତି। ନିଜ ସାଥି କର୍ମଚାରୀଙ୍କ ବିଦାୟ ଅବସରରେ ପୋଲିସ ଏପରି ନାଚି ଥିଲେ। ଏହି ଭିଡିଓର ସମ୍ବନ୍ଧ କୌଣସି ରାଜନୀତି ଦଳ ସହିତ ନୁହେଁ ବୋଲି ଏସ.ପି. ଆଶିଷ ଶ୍ରିବାସ୍ତବ ସପଷ୍ଟ କରିଛନ୍ତି।

Avatar

Title:କ’ଣ ବିଜେପି ନେତା ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ୟୁ.ପି ପୋଲିସ ଏପରି ନାଚୁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *