
ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଫଳରେ ଭାରତରେ ଏଲପିଜି ସିଲିଣ୍ଡରର ଅସ୍ଥାୟୀ ଅଭାବ ଦେଖାଦେଇଛି। ଏହି ପୃଷ୍ଠଭୂମିରେ, ଦୁଇ ଜଣ ଲୋକ ବାଇଗଣୀ ସିଲିଣ୍ଡରରେ ଭର୍ତ୍ତି ଏକ ଟ୍ରକ୍ ଲୋଡ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଷ୍ଟ ସେୟାର କରୁଥିବା ୟୁଜରମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡର ଦୁଇ ଭାଇ ଏକ ଗୋବର ଗ୍ୟାସ ସିଲିଣ୍ଡର ବିକଶିତ କରିଛନ୍ତି ଯାହା ₹୫୦୦ ରେ ୧୮ କିଲୋ ଗ୍ୟାସ ପ୍ରଦାନ କରେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଭିଡିଓରେ ଦେଖାଯାଉଥିବା ସିଲିଣ୍ଡରଗୁଡ଼ିକ ହେଉଛି ଇଣ୍ଡେନ XTRATEJ, ଯାହା ଇଣ୍ଡିଆନ ଅଏଲ୍ କର୍ପୋରେସନ ଦ୍ୱାରା ନିର୍ମିତ ଏକ ବାଣିଜ୍ୟିକ LPG ଉତ୍ପାଦ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବାଇଗଣି ସିଲିଣ୍ଡର ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଆଜ୍ ତକର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଏଗୁଡ଼ିକ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ (IOCL)ର “ଇଣ୍ଡେନ ଏକ୍ସଟ୍ରା ତେଜ୍” ସିଲିଣ୍ଡର, ଯାହା ବାଣିଜ୍ୟିକ ବ୍ୟବହାର ପାଇଁ ଡିଜାଇନ୍ ହୋଇଛି ଏବଂ ୧୯ କିଲୋଗ୍ରାମ ଓଜନର।

ଆମେ ଇଣ୍ଡିଆନ୍ ଅଏଲ୍ର ୱେବସାଇଟ୍ ଯାଞ୍ଚ କରିଥିଲୁ, ଯେଉଁଠାରେ ଏହି ସିଲିଣ୍ଡରଟି ଏହାର LPG ସିଲିଣ୍ଡର ତାଲିକାରେ ପ୍ରଦର୍ଶିତ ହୋଇଥିଲା। XTRATEJ, ଯାହା ରୋଷେଇ ସମୟକୁ ଚଉଦ ପ୍ରତିଶତ ହ୍ରାସ କରିଥାଏ ବୋଲି କୁହାଯାଉଛି, କେବଳ ଶିଳ୍ପ ଏବଂ ବାଣିଜ୍ୟିକ ଉଦ୍ଦେଶ୍ୟରେ ବିକଶିତ ହୋଇଥିଲା ଏବଂ ଘରୋଇ ବ୍ୟବହାର ପାଇଁ ବିକ୍ରି ହୋଇନଥିଲା।


ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକର ପ୍ରମାଣିତ ହେଇଛି। ଭିଡିଓରେ ଦେଖାଯାଉଥିବା ସିଲିଣ୍ଡରଗୁଡ଼ିକ ହେଉଛି ଇଣ୍ଡେନ XTRATEJ, ଯାହା ଇଣ୍ଡିଆନ ଅଏଲ୍ କର୍ପୋରେସନ ଦ୍ୱାରା ନିର୍ମିତ ଏକ ବାଣିଜ୍ୟିକ LPG ଉତ୍ପାଦ।

