ମୋନାଲିସା ନିଖୋଜ ବୋଲି ଭିଡିଓରେ କହୁଥିବା ବ୍ୟକ୍ତି ତାଙ୍କ ସ୍ଵାମୀ ଫରମାନ ନୁହଁନ୍ତି। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ରାଜସ୍ଥାନର ଜଣେ ବାସିନ୍ଦା। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ମହାକୁମ୍ଭ ଝିଅ ମୋନାଲିସାଙ୍କ ଫୋଟୋ ସହ ଜଣେ ବ୍ୟକ୍ତିଙ୍କ ଫୋଟୋ ସେୟାର ହେଉଛି। ଦାବି କରା ଯାଉଛି ଯେ ଫୋଟୋରେ ଥିବା ବ୍ୟକ୍ତି ହେଉଛନ୍ତି ମୋନାଲିସାଙ୍କ ସ୍ଵାମୀ ଫରମାନ ଖାନ ଯିଏ ମୋନାଲିସା ନିଖୋଜ ହେଇଥିବା ଦାବି କରିଛନ୍ତି। 

ପୋଷ୍ଟରେ କୁହା ଯାଇଛି, “ଭାଇରାଲ ପ୍ରେମ କାହାଣୀ ସେଶ। ପ୍ରେମରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଫରମାନଙ୍କ ହାତ ଛାଡିଲେ ମୋନାଲିସା।

Facebook | Archive

ଏହାର ଏକ ଭିଡିଓ ଆମକୁ ଇଂଷ୍ଟାଗ୍ରାମ୍ ରେ ପୋଷ୍ଟ ହେଇଥିବା ମିଳିଲା। କୁହା ଯାଉଛି, “ମହାକୁମ୍ଭ ଭାଇରାଲ୍ ଝିଅ ମୋନାଲିସା ନିଖୋଜ ଥିବା ଖବର ମିଳିଛି, ତାଙ୍କ ସ୍ୱାମୀ ଫରମାନ ଖାନ ନିଶ୍ଚିତ କରିଛନ୍ତି; ତାଙ୍କ ସ୍ଥାନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଉପଲବ୍ଧ ନାହିଁ। 

ଛଅ ମାସ ଧରି ଡେଟିଂ କରିବା ପରେ ମୋନାଲିସା କେରଳର ଏକ ମନ୍ଦିରରେ ଏକ ଆନ୍ତଃଧର୍ମ ସମାରୋହରେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଦମ୍ପତି ସେମାନଙ୍କ ସମ୍ପର୍କକୁ ଗଭୀର ଅର୍ଥପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ବିବାହ ପରେ, “ଲଭ୍ ଜିହାଦ” ଅଭିଯୋଗ ସାମ୍ନାକୁ ଆସିଥିଲା, ଯାହାକୁ ସେମାନେ ଅସ୍ୱୀକାର କରିଥିଲେ। ମୋନାଲିସାଙ୍କ ବାପାମା ଏକ ଅଭିଯୋଗ ଦାଖଲ କରିଥିଲେ, ଦାବି କରିଥିଲେ ଯେ ତାଙ୍କୁ ଧର୍ମାନ୍ତରୀକରଣ ପାଇଁ ଅପହରଣ କରାଯାଇଥିଲା। କିଛି ସମୟ ପରେ, ରିପୋର୍ଟ ଅନୁଯାୟୀ ମୋନାଲିସା ନାବାଳିକା ହୋଇପାରନ୍ତି, ଯାହା ଫଳରେ ଫରମାନ ଖାନଙ୍କୁ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା, ଯାହା ଗୁରୁତର ଆଇନଗତ ଚିନ୍ତା ସୃଷ୍ଟି କରିଥିଲା।

ଭିଡିଓଟି କୁ ଆପଣମାନେ ନିମ୍ନରେ ଦେଖି ପାରିବେ। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୧୫ ଏପ୍ରିଲ ୨୦୨୬ ରେ ଏବିପି ନ୍ୟୁଜ୍ ୱେବସାଇଟରେ ଏହି ବାବଦ ଏକ ଖବର ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଣକ ଫରମାନ ଖାନଙ୍କ ସହିତ ପ୍ରାୟତଃ ମିଶୁଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଭିଡିଓରେ ଥିବା ବ୍ୟକ୍ତି ଜଣକ ଫରମାନ ଖାନ ନୁହଁନ୍ତି। ତାଙ୍କ ନାମ ଅରବିନ୍ଦ କୁମାର ଜୋଶୀ।

ମୋନାଲିସା ତାଙ୍କ ସ୍ୱାମୀଙ୍କ ସହ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଚାଲିଛନ୍ତି, ଯାହା ସୂଚାଇ ଦେଉଛି ଯେ ଏହି ଦମ୍ପତି ଏବେ ବି ଏକାଠି ଅଛନ୍ତି।

ନିମ୍ନରେ ଆପଣ ମାନେ ଫରମାନ ଖାନ ଏବଂ ଅରବିନ୍ଦ କୁମାର ଯୋଶୀଙ୍କ ଫୋଟୋର ତୁଳନା ଦେଖିପାରିବେ।

ଭିଡିଓଟି ଭାଇରାଲ ହେବା ପରେ, ସେ ନିଜେ ଏପ୍ରିଲ 12 ତାରିଖରେ ଆଉ ଏକ ଭିଡିଓ ପୋଷ୍ଟ କରି ଘଟଣାର ସତ୍ୟତା ସ୍ପଷ୍ଟ କରିଥିଲେ।

ଯୁବକ ଜଣକ କହିଛନ୍ତି ଯେ ସେ ଫରମାନ ଖାନ ନୁହଁନ୍ତି, ସେ ଜଣେ ଭିନ୍ନ ଲୋକ। ଏହା ଭିଡିଓ ସେ ମଜା ପାଇଁ ତିଆରି କରିଥିଲେ। ଭିଡିଓ ଦେଖିବା ପରେ, ଅନେକ ଲୋକ ତାଙ୍କୁ ଫରମାନ ଭାବି ଭୁଲ ମନ୍ତବ୍ୟ ଦେଉଛନ୍ତି। ଭିଡିଓରେ ଅରବିନ୍ଦ କହୁଛନ୍ତି, “ଦୟାକରି ଏପରି ମନ୍ତବ୍ୟ ଦିଅନ୍ତୁ ନାହିଁ।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଭିଡିଓରେ ଥିବା ବ୍ୟକ୍ତି ମୋନାଲିସାଙ୍କ ସ୍ଵାମୀ ଫରମାନ ନୁହଁନ୍ତି। ସେ ରାଜସ୍ଥାନର ଜଣେ ବାସିନ୍ଦା ଅରବିନ୍ଦ କୁମାର ଯୋଶୀ। ଅରବିନ୍ଦ ମନୋରଞ୍ଜନ ହେତୁ ଏହି ଭିଡିଓ ପୋଷ୍ଟ କରିଥିଲେ।

Result Stamp

Title: ମୋନାଲିସା ନିଖୋଜ ବୋଲି ଭିଡିଓରେ କହୁଥିବା ବ୍ୟକ୍ତି ତାଙ୍କ ସ୍ଵାମୀ ଫରମାନ ନୁହଁନ୍ତି। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ରାଜସ୍ଥାନର ଜଣେ ବାସିନ୍ଦା।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *