କଙ୍ଗନା ରଣାଓତ ଭାରତକୁ ‘ଗରିବ’ଙ୍କ ଦେଶ ଭାବରେ ବର୍ଣ୍ଣନା କରୁଥିବା ଭିଡିଓଟି ଏଡିଟ୍ କରା ଯାଇଛି।

Misleading Political

କଙ୍ଗନା ରଣାୱତଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ସେ ଭାରତକୁ ଏକ ଗରିବ ଏବଂ ନଙ୍ଗଳା ଦେଶ ଭାବରେ ଗଣମାଧ୍ୟମକୁ ବର୍ଣ୍ଣନା କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଭିଡିଓକୁ ଏଡିଟ୍ କରି ସେୟାର କରା ଯାଇଛି। ମୂଳ ଭିଡିଓରେ କଙ୍ଗନା ଧୁରନ୍ଧର ଫିଲ୍ମ ବିଷୟରେ କହୁଛନ୍ତି। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ANI ର ଅଫିସିଆଲ୍ X ଆକାଉଣ୍ଟରେ ୨୫ ମାର୍ଚ୍ଚ ୨୦୨୬ ରେ ଟୁଇଟ ହେଇଥିବା ମିଳିଲା। ଉପଲବ୍ଧ ସୂଚନା ଅନୁସାରେ, ଭିଡିଓଟି ଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୬ ସହିତ ଜଡିତ।

ଭିଡିଓର ୧:୪୨ ମିନିଟ୍ ରେ, ଏହା ଲକ୍ଷ୍ୟ କରାଯାଇପାରେ ଯେ ଯେତେବେଳେ ଜଣେ ରିପୋର୍ଟର ‘ଧୁରନ୍ଧର-୨’ ଫିଲ୍ମ ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ, କଙ୍ଗନା ରଣାଓତ ଏହି ଉତ୍ତର ଦେଇ କହିଥିଲେ, “ଦେଖନ୍ତୁ… ଆଜି, ଏହି ପ୍ଲାଟଫର୍ମ – ଏହି ପ୍ଲାଟଫର୍ମ ଏପରି ଫିଲ୍ମ ପାଇଁ ଠିକ୍ ଭାବରେ ବିଦ୍ୟମାନ – ଭାରତକୁ ଏକ ନିଃସହାୟ, ଗରିବ ଏବଂ ଦୁଃଖୀ ସ୍ଥାନ ଭାବରେ ଚିତ୍ରଣ କରୁଥିବା ଫିଲ୍ମରୁ ଆଗକୁ ଯାଇ ନୂତନ ଭାରତର ଏକ ସତ୍ୟ ଚିତ୍ର ଉପସ୍ଥାପନ କରେ।

ଏହି ଲୋକମାନେ କେତେ ପରିମାଣରେ ଜନସାଧାରଣଙ୍କୁ ଭ୍ରମିତ କରିଛନ୍ତି ଏବଂ ଭାରତର ପ୍ରତିଛବିକୁ ମଳିନ କରିଛନ୍ତି ତାହା ବିଚାର କରନ୍ତୁ। ‘ଧୁରନ୍ଧର-୨’ ଭଳି ଫିଲ୍ମ ଦେଖନ୍ତୁ – ଦେଶପ୍ରେମ ସିନେମାର ନୂତନ ଲହର ଦେଖନ୍ତୁ; ‘ନୂତନ ଭାରତ’ର ପ୍ରକୃତ ଚିତ୍ର ଦେଖନ୍ତୁ। ଏହି ନୂତନ ଭାରତକୁ ପରିଭାଷିତ କରୁଥିବା ସ୍ପନ୍ଦନଶୀଳ ଶକ୍ତିକୁ ଦେଖନ୍ତୁ – ସାଂସ୍କୃତିକ ମୂଲ୍ୟବୋଧ, ଦେଶପ୍ରେମ, ଆଧୁନିକତା ଏବଂ ଏକ ବିକଶିତ ରାଷ୍ଟ୍ରର ସାମୂହିକ ସ୍ୱପ୍ନରେ ପରିପୂର୍ଣ୍ଣ ଏକ ଶକ୍ତି। ଏହି ଦୃଷ୍ଟିକୋଣକୁ ପ୍ରଦର୍ଶନ କରିବା ପାଇଁ, ଏହି ଭଳି ପ୍ଲାଟଫର୍ମ ଅତ୍ୟାବଶ୍ୟକ। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଗଭୀର କୃତଜ୍ଞ, ଯିଏ ଆମକୁ ‘ବିକଶିତ ଭାରତ’ର ଏହି ସ୍ୱପ୍ନ ପ୍ରଦାନ କରିଛନ୍ତି – ଏକ ଦୃଷ୍ଟିକୋଣ ଯାହାକୁ ଆମେ ସମସ୍ତେ ଏକାଠି ସାକାର କରିବା ପାଇଁ ଚେଷ୍ଟା କରୁଛୁ।”

ଆମେ ଭାଇରାଲ୍ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓର ବିଶ୍ଳେଷଣ କରିଲୁ। ଏହା ସ୍ପଷ୍ଟ କରୁଛି ଯେ ଭିଡିଓ କ୍ଲିପ୍‌ଟିକୁ ଏକ ଭ୍ରାମକ ଦାବି ସହିତ ସେୟାର କରାଯାଉଛି। ଭାଇରାଲ୍ କ୍ଲିପ୍‌ଟିକୁ ଉଦ୍ଦେଶ୍ୟମୂଳକ ଭାବରେ ଏଡିଟ୍ କରାଯାଇଛି ଯାହାର ପ୍ରସଙ୍ଗ ହଟାଇବା ଏବଂ ତାଙ୍କ ବକ୍ତବ୍ୟକୁ ଭୁଲ ଭାବରେ ଉପସ୍ଥାପନ କରିବା ପାଇଁ କରାଯାଇଛି। ଏହା ବ୍ୟତୀତ, କଙ୍ଗନା ରଣାଓତ ଏପରି କୌଣସି ବକ୍ତବ୍ୟ ଦେଇଥିବାର କୌଣସି ଖବର ଆମେ ପାଇଲୁ ନାହିଁ।

ପ୍ରାପ୍ତ ସୂଚନା ଉପରେ ଆଧାର କରି, ଅଧିକ ଗବେଷଣା କରିବା ଦ୍ୱାରା ଆମେ ଅନେକ ଗଣମାଧ୍ୟମ ରିପୋର୍ଟ ପାଇଲୁ ଯେଉଁଥିରେ ଏହି କାର୍ଯ୍ୟକ୍ରମ ସମୟରେ ତାଙ୍କର ମନ୍ତବ୍ୟ ଉଲ୍ଲେଖ ଅଛି; ଏହି ରିପୋର୍ଟ ଅନୁସାରେ, ସେ ‘ଧୁରନ୍ଧର 2’ ଚଳଚ୍ଚିତ୍ରର ପ୍ରଶଂସା କରିଥିଲେ ଏବଂ ସିନେମାରେ ଭାରତର ପରିବର୍ତ୍ତିତ ଚିତ୍ରଣ ବିଷୟରେ କହିଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକର ବୋଲି ପ୍ରମାଣିତ ହେଲା। ଭାଇରାଲ ଭିଡିଓରେ କଙ୍ଗନା ରଣାଓତ ଭାରତକୁ ଏକ ଭୋକିଲା ଏବଂ ନଙ୍ଗଳା ଦେଶ ବୋଲି କହୁନାହାଁନ୍ତି। ମୂଳ ଭିଡିଓରେ ସେ ଧୁରନ୍ଧର ୨ ଫିଲ୍ମ ବିଷୟରେ କହୁଛନ୍ତି। ମୂଳ ଭିଡିଓକୁ ଏଡିଟ୍ କରି ଲୋକଙ୍କୁ ଭ୍ରମିତ କରା ଯାଉଛି।

Result Stamp

Title: କଙ୍ଗନା ରଣାଓତ ଭାରତକୁ ‘ଗରିବ’ଙ୍କ ଦେଶ ଭାବରେ ବର୍ଣ୍ଣନା କରୁଥିବା ଭିଡିଓଟି ଏଡିଟ୍ କରା ଯାଇଛି।

Written By: Siddharth Sahu

Result: False

Leave a Reply

Your email address will not be published. Required fields are marked *