
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅନେକ ସୈନ୍ୟ ଚାଲୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ଚୀନ ସୈନ୍ୟ ମାନଙ୍କର ଭାରତ ସୀମାରେ ଅନୁପ୍ରବେଶ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୫ ଜୁନ୍ ୨୦୨୬ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ସିଆମିଜ୍ ସେନା ବହୁ ସଂଖ୍ୟାରେ ପହଞ୍ଚିଛି।”
ଗୁଗୁଲରେ ସର୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସିଆମିଜ୍ ହେଉଛି ଥାଇଲାଣ୍ଡର ସେନାର ନାମ। ସିଆମ୍ ହେଉଛି ଥାଇଲାଣ୍ଡର ପୂର୍ବତନ ନାମ।
ଅଧିକ ସର୍ଚ୍ଚ କରିବା ପରେ ଜଣାପଡ଼ିଲା ଯେ ଥାଇଲାଣ୍ଡ ସେନା ସହିତ ଜଡିତ ଏକ ଫେସବୁକ୍ ପେଜ୍ ଏହି ଭିଡିଓକୁ ଜୁନ୍ ୧୬, ୨୦୨୬ ରେ ପୋଷ୍ଟ କରିଥିଲା। ଏହି ପେଜରେ ସୈନିକମାନେ ସବୁଜ ପତାକା ସହିତ ମାର୍ଚ୍ଚ କରୁଥିବାର ଅନେକ ଭିଡିଓ ମଧ୍ୟ ମିଳିଛି। ଏହା ନିଶ୍ଚିତ କରିଛି ଯେ ଥାଇଲାଣ୍ଡ ସାମରିକ ପରେଡର ଭିଡିଓକୁ ଚୀନ୍ ସେନା ଭାରତରେ ପ୍ରବେଶ କରିବାର ଫୁଟେଜ୍ ଭାବରେ ମିଥ୍ୟା ଭାବରେ ସେୟାର କରା ଯାଉଛି।
ଆମେ ଭାରତ ସରକାରଙ୍କ PIB ଫ୍ୟାକ୍ଟ ଚେକ୍ ୟୁନିଟ୍ ଦ୍ୱାରା ଏକ ପୋଷ୍ଟ ପାଇଲୁ ଯେଉଁଥିରେ କୁହାଯାଇଛି ଯେ ଚୀନ ସୈନ୍ୟ ଭାରତରେ ଅନୁପ୍ରବେଶ କରିଥିବା ସୂଚନା ମିଥ୍ୟା ଏବଂ କେବଳ ଏକ ଗୁଜବ। ଏହା ନିଶ୍ଚିତ କରେ ଯେ ସୂଚନା ଏବଂ ଭିଡିଓ ଉଭୟ ଭୁଲ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଥାଇଲାଣ୍ଡ ଦେଶର ଭିଡିଓକୁ ଚୀନ ସୈନ୍ୟ ଭାରତ ସୀମା ଅନୁପ୍ରବେଶ କରୁଥିବା ଦାବି ସହିତ ସେୟାର କରା ଯାଉଛି।

