ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ ପିୟୁଥିବା ଫୋଟୋ ଏଡିଟ୍ କରା ଯାଇଛି।

Altered Political

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଂଶୀ ଧରିଥିବା ଏବଂ ନବୀନ ପଟ୍ଟନାୟକ ସିଗାରେଟ ପିୟୁଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ବିଜେପି ସମର୍ଥକ ମାନେ ଦୁଇଟି ଫଟୋର ତୁଳନା କରି ଆପତ୍ତି ପ୍ରକାଶ କରୁଛନ୍ତି ଯେ ମୋହନ ମାଝି ବଂଶୀ ଧରିଲେ ବିରୋଧୀ ଦଳ ବୋରୋଧ କରୁଛନ୍ତି କିନ୍ତୁ ନବୀନ ପଟ୍ଟନାୟକ ସିଗାରେଟ ପିୟୁଥିବା ବେଳେ କେହି ପ୍ରଶ୍ନ କରିଲେ ନାହିଁ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓକୁ ଏଡିଟ୍ କରି ନବୀନ ପଟ୍ଟନାୟକଙ୍କ ହାତରେ ସିଗାରେଟ ଯୋଡା ଯାଇଛି। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ସିଗାରେଟ ପିଉନଥିଲେ।

କ’ଣ ଦାବି କରା ଯାଉଛି ପୋଷ୍ଟରେ? 

ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ବଂଶୀ ଧରିଲେ ବିରୋଧି ଚିତ୍କାର କଲେଣି କିନ୍ତୁ Naveen Patnaik ସିଗାରେଟ୍ ଧରିବା ଟା ଉଚ୍ଚ ସଂସ୍କାର ଥିଲା

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୦ ଏପ୍ରିଲ୍ ୨୦୧୯ ମସିହାରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ୫ ବର୍ଷ ପୁରୁଣା ଅଟେ ଏବଂ ଏହାର ସମ୍ପ୍ରତ୍ତି ସମୟ ସହିତ କୌଣସି ସମ୍ବନ୍ଧ ନାହିଁ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ୨୦୧୯ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଗାରେଟ ପିଉଥିବା ଦେଖିବାକୁ ମିଳି ନାହିଁ। ଭାଇରାଲ ଭିଡିଓ ପରି ନବୀନ ପଟ୍ଟନାୟାକ ନିଜ ମୂହ ନିକଟକୁ ହାତ ନେଇଥିଲେ କିନ୍ତୁ ତାଙ୍କ ହାତର ସିଗାରେଟ ନଥିଲା।

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରୁ ନିଆ ଯାଇଥିବା ସ୍କ୍ରିନଶଟ୍ ଏବଂ ଅସଲି ଭିଡିଓର ସ୍କ୍ରିନଶଟ୍ ମଧ୍ୟରେ ତୁଳନା ଦେଖି ପାରିବେ।

ଏହି ଭିଡିଓ ନେଇ ଆମକୁ ଓମକମ୍ ନ୍ୟୁଜ୍ ୱେବସାଇଟର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଏହା ୨୦୧୯ ମସିହାରେ ନିର୍ବାଚନ ନିକଟ ସମୟର ଭିଡିଓ, ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ରେଲି କରୁଥିଲେ। ବିଜେଡ଼ି ଦଳ ଦାବି କରିଛି ଯେ ନବୀନ ପଟନାୟକଙ୍କୁ ବଦନାମ କରିବା ପାଇଁ ବିପକ୍ଷ ଦଳ ତାଙ୍କର ଏକ ଫେକ୍ ଭିଡିଓ ବିସ୍ତାର କରୁଛି। ସାରା ଦିନ ରେଲି କରିବା ପରେ ମୁଖ୍ୟମନ୍ତ୍ରୀ ଫେରୁଥିବା ସମୟରେ ଏହି ଭିଡିଓ ନିଆ ଯାଇଥିଲା। ସେହି ସମୟରେ ସେ ଅତ୍ୟାଧିକ ଥକି ଯାଇଥିବାରୁ ହାଇ ମାରିବା ପାଇଁ ନିଜ ହାତ ମୂହ ନିକଟକୁ ନେଇଥିଲେ। ସେ ସିଗାରେଟ ପିଉନଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଭାଇରାଲ ଭିଡିଓକୁ ଏଡିଟ୍ କରି ନବୀନ ପଟ୍ଟନାୟକଙ୍କ ହାତରେ ସିଗାରେଟ ଯୋଡା ଯାଇଛି। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ସିଗାରେଟ ପିଉନଥିଲେ।

Result Stamp

Title: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ ପିୟୁଥିବା ଫୋଟୋ ଏଡିଟ୍ କରା ଯାଇଛି।

Fact Check By: Siddharth Sahu

Result: Altered

Leave a Reply

Your email address will not be published. Required fields are marked *