ଦକ୍ଷିଣ କୋରିଆର ଇଞ୍ଚିଅନ ବିମାନ ବନ୍ଦରର ଫଟୋକୁ ନୂତନ ନୋଇଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଦାବି ସହିତ ସେୟାର କରା ଯାଉଛି।

False Social

ସୋସିଆଲ ମିଡିଆରେ ଏକ ବିମାନ ବନ୍ଦରର ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ନୋଇଡାର ନୂତନ ବିମାନ ବନ୍ଦର ଜେୱାର ବୋଲି ଦାବି କରା ଯାଉଛି। ଜଣେ ୟୁଜର ଲେଖିଛନ୍ତି, “ନୋଇଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (Jewar) ର Phase 1 କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୮, ୨୦୨୬ ରେ ଉଦ୍‌ଘାଟନ କରିଛନ୍ତି। ଏହା ଦିଲ୍ଲୀ-NCR ର ଦ୍ୱିତୀୟ ପ୍ରମୁଖ ଏୟାରପୋର୍ଟ ଏବଂ ଉତ୍ତର ପ୍ରଦେଶର ଏକ ବଡ଼ ଗ୍ରୀନଫିଲ୍ଡ ପ୍ରୋଜେକ୍ଟ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଦକ୍ଷିଣ କୋରିଆର ଇଞ୍ଚିଅନ ବିମାନ ବନ୍ଦରର ଫଟୋକୁ ନୂତନ ନୋଇଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଦାବି ସହିତ ସେୟାର କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଜେନସଲର ନାମକ ଏକ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହିଥିବା ମିଳିଲା। ସୂଚନା ଅନୁଯାୟୀ ଭାଇରାଲ ଫୋଟୋ ଦକ୍ଷିଣ କୋରିଆ ଦେଶର ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନ ବନ୍ଦରରର ଫୋଟୋ ଅଟେ।

ଏହା ବାବଦ ଆମେ ଜର୍ମାନୀର ଏକ ମିଡିଆ ୱେବସାଇଟ ଡେର ସ୍ପେଇଗେଲ ୱେବସାଇଟରେ ୨୦୧୩ ମସିହାରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ପାଇଲୁ। ଏହି ୱେବସାଇଟରେ ମଧ୍ୟ କୁହା ଯାଇଛି ଯେ ଫୋଟୋଟି ଇଞ୍ଚିଅନ ଆନ୍ତର୍ଜାତୀୟ ବିମାନ ବନ୍ଦରର ଫୋଟୋ ଅଟେ।

ସମାନ ଫାଟୋ ଆମକୁ ଇଞ୍ଚିଅନ ବିମାନ ବନ୍ଦରର ନାମରେ ଗୁଗୁଲ ମ୍ୟାପ୍ସରେ ମଧ୍ୟ ଦେଖିବାକୁ ମିଳିଲା। ଆପଣ ତାହା ନିମ୍ନରେ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଦକ୍ଷିଣ କୋରିଆର ଇଞ୍ଚିଅନ ବିମାନ ବନ୍ଦରର ଫଟୋକୁ ନୂତନ ନୋଇଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଦାବି ସହିତ ସେୟାର କରା ଯାଉଛି।

Result Stamp

Title: ଦକ୍ଷିଣ କୋରିଆର ଇଞ୍ଚିଅନ ବିମାନ ବନ୍ଦରର ଫଟୋକୁ ନୂତନ ନୋଇଡା ଆନ୍ତର୍ଜାତୀୟ ବିମାନ ବନ୍ଦରର ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *