
2020ରେ କୋରୋନା ସଂକ୍ରମଣ ସହ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିବାରେ ଲିଗିଛି। ଏହାକୁ ନେଇ ଲୋକମାନେ ଆତଙ୍କିତ ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କୁ 2020କୁ ନେଇ ଅଧିକ ଆତଙ୍କିତ କରିବା ପାଇଁ ଅନେକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ସମସ୍ତ ଦୁର୍ଘଟଣା 2020ରେ ହେବାରେ ଲାଗିଛି। 9 ଅଗଷ୍ଟରେ Muna bhai ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ରାସ୍ତା କଡରେଥିବା କୂଆ ଭୁଇଁ ଭିତରକୁ ପିଶି ଯାଉଥିବାର ଦେଖା ଯାଉଛି। ଏବଂ ପରେ କୂଅଟି ଏପରି ମାଟିରେ ମିଶିଗଲା ଯେଉଁଥିରେ କେହି ଯାଣିପାରିବେ ନାହିଁ ଯେ, ସେଠି ଆଗରୁ କିଛି କୂଅଥିଲା। ପୋଷ୍ଟରେ ଦାବି କରାଯାଇଛି ଯେ, କୂଅ ମାଟିରେ ବୁଡୁଥିବର ଏହି ଘଟଣା 2020ର ଅଟେ।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କୂଅରେ ବୁଡ଼ିବ ଶୁଣିଥିଲେ କିନ୍ତୁ କେବେ କୂଅ ବୁଡିବାର ଶୁଣିଥିଲେ କି । 2020ରେ କିଛି ବି କରିପାରେ। ଆମ ଅନୁସନ୍ଧାନର ଗୋଟେ ଘଣ୍ଟା ପୂର୍ବରୁ ପୋଷ୍ଟକୁ 6ଥର ସେୟାର ସହିତ ଅଧିକ କମେଣ୍ଟ ଏବଂ ଲାଇକ କରାଯାଇଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ଭୁଇଁ ଭିତରକୁ କୂଅ ପଶିଯାଉଥିବା ଭିଡିଓ 2020ର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓକୁ ନେଇ କିଛି ଲିଙ୍କ ମିଳିଲା। ଆମକୁ videoman ନାମକ ଏକ ପେଜରେ ଭାଇରାଲ ଭିଡିଓର ମିଳିଲା। ଯେଉଁଥିରେ ଆମେ ପାଇଲୁ କୂଅ ମାଟିରେ ବୁଡିଯାଉଥିବାର ଭିଡିଓ 2018 ମସିହାରେ ପୋଷ୍ଟ କରାଯାଇଥିଲା। ଅର୍ଥାତ୍ ଭାଇରାଲ ଭିଡିଓ 2020ର ନୁହେଁ। ଖବର ଅନୁସାରେ ଦକ୍ଷିଣ ଭାରତର ଆମ୍ବୁକୁଠି ନାମକ ଏକ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- videoman। Archive
12 ଜୁଲାଇ 2018ରେ tamil.samayam ନାମକ ଏକ ତାମିଲ ନ୍ୟୁଜ ପେଜରେ ଭାଇରାଲ ଭିଡିଓର ଖବର ମିଳିଲା। ଖବର ଅନୁସାରେ କେରଳର ୱାୟାନାଦର ମନନ୍ତଭାଡିରେ ଥିବା 70 ବର୍ଷିୟ ଜନସାଧାରଣ କୂଅ 12 ଜୁଲାଇ 2018ରେ ହଠାତ୍ ବୁଡ଼ି ଯାଇଥିଲେ। କୂଅ ତଳେ କରେଣ୍ଟ ଚାଲୁଥିବା କାରଣରୁ କୂଅଟି ଭୂମିରେ ବୁଡ଼ି ଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ହେଉଥିବା ଭିଡିଓ ଦୁଇ ବର୍ଷ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହି ଭିଡିଓ rajee123vpy ପେଜରେ ମଧ୍ୟ 2018ରେ ପ୍ରକାଶିତ କରାଯାଇଛି।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- tamil.samayam । Archive । rajee123vpy
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କୂଅ ମାଟି ଭିତରକୁ ପଶିଯାଉଥିବାର ଏହି ଭିଡିଓ 2020ର ନୁହେଁ।

Title:କୂଅ ମାଟି ଭିତରକୁ ପଶିଯାଉଥିବାର ଏହି ଭିଡିଓ 2020ର ନୁହେଁ।
Fact Check By: Saritadevi SamalResult: False