
ବିଶ୍ୱ ବ୍ୟାପି କୋରୋନା ଭାଇରସର ଆତଙ୍କ ଲାଗି ରହିଛି। କୋରୋନା ଭାଇସରରେ 3000ରୁ ଉର୍ଦ୍ଧଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହା ସହ ଲୋକଙ୍କ ମନରେ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଛି। ସୋସିଆଲ ମିଡ଼ିଆରେ କୋରୋନା ଭାଇରସକୁ ନେଇ ଚର୍ଚ୍ଚା ଜୋରଦାର ଚାଲୁଥିଲା ବେଳେ କିଛି ଫୋଟୋ ମଧ୍ୟ ଭାଇରାଲ ହେଉଛି। 8 ମାର୍ଚ୍ଚ ରେ Satyajit Dash ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଭାଇରାଲ ଫୋଟୋରେ ଥିବା ମହିଳା କୋରୋନା ଭାଇରସ ପୀଡ଼ୀତ ଅଛନ୍ତି। କୋରୋନା ଭାଇରସରେ ପଡ଼ୀତ ମାଁକୁ ଦେଖି ଦୁଇ ପୁଅ କାନ୍ଧି ପକାଉଛନ୍ତି। ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କୁହାଯାଇଛି। ଆମ ଅନୁଚ୍ଛେଦ ପୂର୍ବରୁ ପୋଷ୍ଟକୁ 2000ରୁ ଅଧିକ କମୋଣ୍ଟ ସହ 931 ଥର ସେୟାର କରାଯାଇଛି ଏବଂ 6 ହଜାରରୁ ଅଧିକ ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ। କଣ ଭାଇରାଲ ଫୋଟୋରେ ଥିବା ମହିଳା କରୋନା ଭାଇରସରେ ପିଡ଼ିତା ଅଟନ୍ତି।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଏହା ପରେ ଆମେକୁ ଭାଇରାଲ ଫୋଟୋ ସହ ଜଡ଼ିତ କିଛି ଲିଙ୍କ ପାଇଲୁ। TTN tintaynguyen ନାମକ ଏକ ପେଜରେ ଭାଇରାଲ ଫୋଟୋର ଲିଙ୍କ ପାଇଲୁ। ଏହି ପେଜରେ 14 ମାର୍ଚ୍ଚ 2019ରେ ଏହି ଫୋଟୋର ଏକ ନ୍ୟୁଜ ପ୍ରକାଶିତ ହୋଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 2019 ମସିହାର ଅଟେ ଅର୍ଥାତ ଗୋଟେ ବର୍ଷ ପୁରୁଣା ଅଟେ। ଜେବେକି କୋରୋନା ଭାଇରସ 2020ରେ ବ୍ୟାପିଛି। ପୋଷ୍ଟର ଅନୁଚ୍ଛେଦ ଅନୁସାରେ ଭାଇରାଲ ଫୋଟୋରେଥିବା ମହିଳା କୋମୋରେ ଅଛନ୍ତି ଏବଂ ତାଙ୍କ ପୁଅ ଦୁଇ ଜଣ ତାଙ୍କୁ ଦେଖି କାନ୍ଦୁଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-TTN tintaynguyen । Archive
ଏହା ପରେ Qhunu ନାମକ ଏକ ନ୍ୟୁଜ ପେଜରେ ମଧ୍ୟ ଏହି ଫୋଟୋ ପାଇଲୁ। ପୋଷ୍ଟରେ ଲେଖା ଯାଇଛି ଯେ, ଭାଇରାଲ ଫୋଟୋରେ ପଡ଼ିତ ମହିଳା କୋମାରେ ପଡ଼ିଛନ୍ତି। ପିଡ଼ିତ ମହିଳାଙ୍କ ପାଖରେ ତାଙ୍କ ପୁଅ ଦୁଇଟି ଠିଆ ହୋଇ ତାଙ୍କ ପାଖରେ କାନ୍ଦୁଛନ୍ତି। ଏହି ଫୋଟୋକୁ 2019 ମସିହାରେ ସୋସିଆଲ ମିଡିଆରେ ଖୁବ ଭାଇରାଲ କରାଯାଇଛି। ତେବେ ଏହି ଫୋଟୋ 2019 ମସିହାର ଅଟେ। ଭାଇରାଲ ଫୋଟୋର କୋରୋନା ଭାଇରସ ସହ କୌଣସି ସମ୍ପର୍କ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Qhunu । Archive
ଶେଷକଥା-
ଆମ ଅନୁସନ୍ଧାନୁ ପାଇଲୁ ଯେ, ଭାଇରାଲ ଫୋଟୋରେ ଥିବା ମହିଳା କୋରୋନା ଭାଇରସରେ ପିଡ଼ିତ ଥିବା ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ମହିଳା କୋମାରେ ପଡ଼ିଥିଲେ। ଏହା ସହ ଏହି ଫୋଟୋ 2019 ମାର୍ଚ ମାସର ଅଟେ। ଫୋଟୋର କୋରୋନା ଭାଇରସ ସହ କୌଣସି ସମ୍ପର୍କ ନାହିଁ।

Title:ଭାଇରାଲ ଫୋଟୋରେଥିବା ମହିଳା କ’ଣ କୋରୋନା ଭାଇରସରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False