
20 ମେ ରେ ଓଡ଼ଶା ସମେତ ପଶ୍ଚିମବଙ୍ଗରେ ଭୟଙ୍କର ବାତ୍ୟା ଅମ୍ପାନ୍ ହୋଇଥିଲା। ଏଥିରେ ଅନେକ କ୍ଷୟକ୍ଷଚି ହେବା ସହ ଲୋକଙ୍କର ଘର ମଧ୍ୟ ନଷ୍ଟ ହୋଇଛି। ବାତ୍ୟା ସମ୍ଭନ୍ଧିୟ ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଉଛି। ଏଥି ମଧ୍ୟରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ରାସ୍ତା ପିଚୁ ଉଡ଼ି ଯାଇଥିବାର ଦେଖା ଯାଉଛି। Bindash Odia ନାମକ ଏକ ପୋଜରେ ଏହି ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯଇଛି ଯେ, ବାତ୍ୟା ଅମ୍ପାନ୍ ଏତେ ଭୟଙ୍କର ଥିଲାଯେ, କଦଳୀ ଗଛ ଭାଙ୍ଗିଲା ନାହିଁ କିନ୍ତୁ ରାସ୍ତା ପିଚୁ ଉଡ଼ିଗଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 709 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 687 ଲାଇକ ଏବଂ 99 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତବେ ରାସ୍ତାରୁ ପିଚୁ ଉଡ଼ିଯାଇଥିବା ଫୋଟୋ ଅମ୍ପାନ ବାତ୍ୟା ସମୟର ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଫୋଟୋର ଅନେକ ଲିଙ୍କ ମିଳିଲା। Lex’s Autopart ନାମକ ଜଣେ ଫେସବୁକ ୟୁଜର ପେଜରେ ପାଇଲୁ। ଭାଇରାଲ ଫୋଟୋ 26 ଡିସେମ୍ବର 2019ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଉଛି ଯେ, ଭାଇରାଲ ଫୋଟୋ 2019 ମସିହାର ଅଟେ। ଫୋଟୋର ଅମ୍ପାନ ବାତ୍ୟା ସହ କୌଣସି ସମ୍ଭନ୍ଦ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ଛଡ଼ା ଭାଇରାଲ ଫୋଟୋ ଆମକୁ Setengah Bocor ନାମକ ଜଣେ ଫେସବୁକ ୟୁଜର ପେଜରେ ପାଇଲୁ। ଏହା ମଧ୍ୟ ଡିସେମ୍ବର 2019ରେ ପୋଷ୍ଟ କରାଯାଇଛିଲା। ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ଭାଇରାଲ ଫୋଟୋ Lando Zawawi-Brotherhood Malaysia ନାମକ ଜଣେ ମଲେସିୟା ଫେସବୁକ ପେଜରେ ମଧ୍ୟ ମିଳିଲା। ପୋଷ୍ଟରରୁ ଜଣା ପଡ଼ୁଛି ଯେ, ଭାଇରାଲ ଫୋଟୋ ଭାରତର ନୁହେଁ ବରଂ ମଲେସିୟାର ଅଟେ। ଏହି ଫୋଟୋ 26 ଡିସେମ୍ବର 2019ରେ ଏକ ମଲେସିୟା ପେଜରେ ପୋଷ୍ଟ କରାଯାଇଛିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋର ଅମ୍ପାନ ସହ କୌଣସି ସମ୍ଭନ୍ଧ ନାହିଁ। ଭାଇରାଲ ଫୋଟୋ 2019 ଡିସେମ୍ବର ଅଟେ।

Title:2019 ଫୋଟୋକୁ ଅମ୍ପାନ ବାତ୍ୟାରେ ରାସ୍ତା ଉଡ଼ିଯିବା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False