
ସୋସିଆଲ ମିଡିଆରେ କୁମ୍ଭମେଳାର ଏକ ଫଟୋ ଭାଇରାଲ ହେବାରେ ଲାଗାଛି। ଯେଉଁଥିରେ ଅସଂଖ୍ୟ ଲୋକ ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଇଛି ଯେ. ପୂର୍ବ ବର୍ଷ ତବଲିକମାନଙ୍କୁ ଜେପରି ଦାୟୀ କରାଯାଇଥିଲା, ସେହି ପରି ଏବର୍ଷର କୁମ୍ଭମେଳାର ହୋଇଥିବା ଜନ ଗହଳିକୁ ଦେଖ। କୋରୋନା ଥିବା ସତ୍ୱେ ମଧ୍ୟ ସଂଖ୍ୟାଧିକ ଲୋକ କୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।
10 ଏପ୍ରିଲରେ Amiya Pandav ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗତ ବର୍ଷ ତବଲିକମାନଙ୍କୁ କୋରୋନା ସମୟରେ ଦାୟୀ କରିଥିବା ଲୋକମାନେ ବର୍ତ୍ତମାନ କୋରୋନା କଟକଣା ସତ୍ୱେ କମ୍ଭମେଳାରେ ଲୋକ ଗହଳି ଦେଖ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଗତବର୍ଷ କୋରୋନା ପାଇଁ ଜମାତି ତବଲିଗକୁ ଦାୟୀ କରିଥିବା ଗେରୁପଲ ଏବେ ଟିକେ ଆଖିଖୋଲ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 34ଥର ସେୟାର କରାଯିବା ସହ ପୋଷ୍ଟକୁ 190 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋ ବର୍ତ୍ତମାନ କୁମ୍ଭ ମେଳାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 10 ଫେବୃଆରୀ 2019 ରେ business-standard ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ ଆମେ ଏହି ଭାଇରାଲ୍ ଫଟୋ ପାଇଲୁ। ଖବର ଅନୁସାରେ 2019 ରେ ପ୍ରୟାଗରାଜ ଠାରେ ଅନୁଷ୍ଠିତ କୁମ୍ଭ ମେଲାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- business-standard । Archive
China Global Television Network ଏବଂ BBC ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ ହୋଇଥିବାର ପାଇଲୁ। ଯାହାକି 10 ଫେବୃଆରୀ 2019 ରେ ପ୍ରୟାଗ କୁମ୍ଭ ଠାରେ ଆୟୋଜିତ ରାଜ ସ୍ନାନର ଫଟୋ ଅଟେ। 2019 ସମୟ ଫଟୋର କୋରୋନା କଟକଣା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- BBC । Archive
ndtv.ଖବର ଅନୁଯାୟୀ, ହରିଦ୍ୱାରରେ ଚାଲିଥିବା କୁମ୍ବ ମେଳା ମହାମାରୀ ମଧ୍ୟରେ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୋଭିଡ -19 ନିୟମ କଡ଼ା କଡ଼ି କରାଯାଇଛି। ତୀର୍ଥଯାତ୍ରୀମାନେ ମେଳାରେ ପ୍ରବେଶ କରିବା ପାଇଁ ନକାରାତ୍ମକ ଆରଟି- PCR ପରୀକ୍ଷା ରିପୋର୍ଟ ବହନ କରିବା ବାଧ୍ୟତାମୂଳକ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, 2019 କୁମ୍ଭ ମେଳା ଫଟୋକୁ ବର୍ତ୍ତମାନ କୋରୋନା କଟକଣା କୁମ୍ଭମେଳା ଦାବିରେ ପୋଷ୍ଟ କରି ଭାଇରାଲ କରାଯାଉଛି।

Title:2019 କୁମ୍ଭମେଳା ଫଟୋକୁ ବର୍ତ୍ତମାନକ କହି ମିଥ୍ୟା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False