କ’ଣ ବାଇକ୍ ରେ ଅମ୍ଳଜାନ ସିଲିଣ୍ଡର ନେଇ ଯାଉଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ।

ସମଗ୍ର ଭାରତରେକୋଭିଡ-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ମିଥ୍ୟା ଖବର ମଧ୍ୟ ବୃଦ୍ଧି ପାଇଛି। ରୋଗୀ ମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଦେଖା ଯାଇଥିବା ବେଳେ ସୋସିଆଲ ମିଡିଆରେ ସାହାଜ୍ଯ ପାଇଁ କ୍ରନ୍ଦନ ଚାଲିଥିବା ବେଳେ ବାଇକ୍ ରେ ବସିଥିବା ସମୟରେ ଜେନ ମହିଳା ଅମ୍ଳଜାନ ସିଲିଣ୍ଡର ଧରି ବସିଥିବାର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ସହିତ ପୋଷ୍ଟରେ “ଆତ୍ମନିର୍ଭର ଭାରତ” ଲେଖା ଯାଇଅଛି।  ଫେକ୍ଟ […]

Continue Reading

ତୁର୍କୀ-ସିରିଆ ସୀମାରେ ଥିବା “ଟାଇଗ୍ରିସ୍ ନଦୀ” ରେ ଖନନ ସମୟରେ 3000 ବର୍ଷ ପୁରୁଣା ପ୍ରଭୁ ନରସିଂହଙ୍କ ପ୍ରତିମୂର୍ତ୍ତି ମିଳିଛି ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ 3,200 ବର୍ଷ ପୁରୁଣା ଭଗବାନ ନରସିଂହ ମୂର୍ତ୍ତି ଦେଖାଯାଇଛି ଯାହା ତୁର୍କୀ-ସିରିଆ ସୀମା ନିକଟରେ ଖନନ ସମୟରେ ମିଳିଥିବା ନେଇ ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା।  17 ଏପ୍ରିଲରେ Jagannath Samal ନାମକ ଜଣେ ଫେସବୁକ୍ ୟୁଜର  ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି ଏବଂ ଓଡ଼ିଆରେ କ୍ୟାପସନରେ ଲେଖାଯାଇଛି ଯେ, “ତୁର୍କୀ-ସିରିଆ” ସୀମାରେ ଥିବା “ଟାଇଗ୍ରିସ୍ […]

Continue Reading

ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ ଉପଚାର କାଢ଼ିଥିବା ଖବର ମିଥ୍ୟା ଅଟେ।

ସୋସିଆଲ ମିଡିଆରେ କୋରୋନା ଉପଚାରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର ରାମ କୋଭିଡ-19 ଚିକିତ୍ସା ବା ମୁକାବିଲା ପାଇଁ ଏକ ଘରୋଇ ଉପଚାର ଯାହା ଆବିଷ୍କାର କରିଛନ୍ତି। ଏହାକୁ WHO ମଧ୍ୟ ଅନୁମୋଦନ ଦେଇଛି। ସେ ପ୍ରମାଣ କରିଛନ୍ତି ଯେ, ଗୋଟିଏ ଚାମଚ ହଳଦୀ ପାଉଡର, ଦୁଇ ଚାମଚ ମହୁ ଲଗାତାର 5 ଦିନ […]

Continue Reading

କ’ଣ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନା ରୋଗୀ ୧୫ ମିନିଟରେ ସୁସ୍ଥ ହେଇ ଯାଉଛନ୍ତି? ଜାଣନ୍ତୁ ସତ୍ୟ।

କରୋନାର ଭୟ ଲୋକଙ୍କ ହୃଦୟରେ ବାସ କରି ସାରିଛି। ଏହାଠାରୁ ଆରୋଗ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ଉପଚାର ପରୀକ୍ଷଣ କରୁଛନ୍ତି ଯାହା ମଧ୍ୟରୁ ଘରୋଇ ଉପଚାର ମଧ୍ୟ ରହିଛି। ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନା ରୋଗୀ ୧୫ ମିନିଟରେ ସୁସ୍ଥ ହେଉଛନ୍ତି। ତାଙ୍କ ରିପୋର୍ଟ ମଧ୍ୟ ୧୫ ମିନିଟରେ ପୋଜିଟିଭ୍ ରୁ […]

Continue Reading

କ’ଣ ଅମ୍ଳଜାନ ସିଲିଣ୍ଡର ସହିତ ରାସ୍ତାରେ ବସିଥିବା ବୃଦ୍ଧ ମହିଳା କରୋନାରୁ ପୀଡ଼ିତ ଅଟନ୍ତି? ଜାଣନ୍ତୁ ସତ୍ୟ।

କରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଆବସଶ୍ୟକ ପଡ଼ିଛି। କିନ୍ତୁ ଅନେକ ରାଜ୍ୟରେ ଯତେଷ୍ଠ ଅମ୍ଳଜାନ ନଥିବାର ସୂଚନା ମଧ୍ୟ ଆସୁଛି। ଏହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହେବାର ମଧ୍ୟ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହା ସହିତ ଡାକ୍ତରଖାନାରେ ବେଡ୍ ଅଭାବ ମଧ୍ୟ ହେଇଥିବା ଜଣା ପଡ଼ିଛି।  ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ମହିଳା ରାସ୍ତାରେ ଅମ୍ଳଜାନ […]

Continue Reading

କ’ଣ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଥିବା ଫୋଟୋ କରୋନା ସମୟର ଅଟେ? ଜାଣନ୍ତୁ ସତ୍ୟ।

କରୋନା କାରଣରୁ ଅନେକ ଲୋକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ସହିବାକୁ ପଡ଼ୁଛି। ସାରା ଦେଶର ଲୋକେ ଏହି ରୋଗ ନେଇ ପିଡ଼ାରେ ଅଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବସିଥିବା ବୃଦ୍ଧ ମହିଳାଙ୍କୁ ଜଣେ ଟ୍ରାଫିକ୍ ପୋଲିସ ଖାଇବାକୁ ଦେଉଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କରୋନା ସମୟର ଅଟେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ […]

Continue Reading

ଟାଇଫଏଡରେ ପୀଡିତ ରୋଗୀମାନଙ୍କୁ କରୋନା ଭାଇରସ୍ ରୋଗର ପିଡିତଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ କୋରୋନା ମହାମାରି ସ୍ଥିତିର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତରେ COVID-19 ର ବଢ଼ୁଥିବା ମାମଲାରେ ମେଡିକାଲରେ ହେଉଥିବା  ଅସୁବିଧା ଏବଂ ଅବ୍ୟବସ୍ଥାର ଖବର ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛ ଯେଉଁଥିରେ, ଚଟାଣରେ ପଡ଼ିଥିବା ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋ ଗୁଜରାଟର ଅଟେ। କୋରୋନା ରୋଗୀ ତଳେ ଚଟାଣରେ ପଡ଼ି ରହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading

କ’ଣ କିଛି ଦିନ ପୂର୍ବରୁ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି? ଜାଣନ୍ତୁ ସତ୍ୟ।

ଗତ ବର୍ଷରୁ ଆମକୁ ଅନେକ ସେଲିବ୍ରେଟି ଏବଂ ରାଜନେତାଙ୍କ ମୃତ୍ୟୁ ହେଇଥିବା ମିଥ୍ୟା ଖବର ଭାଇରାଲ ହେଇଥିବା ଦେଖିବାକୁ ମିଳୁଛି। ଏପରି ଗୋଟିଏ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ତୀବ୍ରତା ସହିତ ଭାଇରାଲ ହେଉଛି। ପୋଷ୍ଟ ଦାବି ଅନୁଯାୟୀ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ମୃତ୍ୟୁ ହେଇଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  ୨୩ ଏପ୍ରିଲରେ ଜଣେ ଫେସବୁକ ୟୁଜର ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମାହାଜନଙ୍କ ଫୋଟୋ ଶେୟାର କରି […]

Continue Reading

ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଛି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି,ଯେଉଁଥିରେ ଏକ ଛଟୋ ପିଲା ମାସ୍କ ବିକ୍ରି କରୁଛି। ଫଟୋ ସହ ଦାବି କରାଯାଉଛି ଯେ, ପିଲାଟି  ଟଙ୍କା ନଥିବା ଲୋକଙ୍କୁ ମାଗଣାରେ ମାସ୍କ ଦେଉଛି, ତାଙ୍କ ମା ତାକୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  16 ଏପ୍ରିଲ Prasanta Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ ନିର୍ମିତ ହେଇଥିବା କରୋନାର ଡାକ୍ତରଖାନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଅନେକ ସାମାଜିକ ସଂଗଠନ କରୋନାର ଏହି ଦ୍ଵିତୀୟ ଲହର ସମୟରେ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମଇଦାରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଏବଂ ଦାବି କରା ଯାଇଅଛି ଯେ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ କରୋନା ରୋଗୀଙ୍କ ପାଇଁ ଏକ ଡାକ୍ତରଖାନା ସ୍ଥାପନ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ମୁମ୍ବାଇର ସ୍ବାମିନାରାୟଣ ମନ୍ଦିର କୁ […]

Continue Reading

କ’ଣ କର୍ପୁର, ଲବଙ୍ଗ, ଜୁଆଣୀ ଇତିୟାଦିର ଆଗ୍ରାହଣ କରିବା ଦ୍ଵାରା ଶରୀରରେ ଅମ୍ଳଜାନ ସ୍ତରରେ ବୃଦ୍ଧି ହୋଇଥାଏ? ଜାଣନ୍ତୁ ସତ୍ୟ।

କୋଭିଡ-୧୯ ର ଦ୍ଵିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବା ସହିତ ସୋସିଆଲ ମିଡିଆରେ ଯାଞ୍ଚ ହୋଇନଥିବା ତଥା ଗରୋଇ ଉପଚାର ପ୍ରକ୍ରିୟାରେ ପରିପୂର୍ଣ ହୋଇଛି। ଏହି ପରି ଏକ ଭାଇରାଲ ବାର୍ତ୍ତାରେ ଦାବି କରା ଯାଇଅଛି ଯେ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ କର୍ପୁର, ଲବଙ୍ଗ,ଜୁଆଣୀ ଇତିଯାଦୀ ଆଗ୍ରାହଣ କରିବା ଆବଶ୍ୟକ।  ଏହି ଭାଇରାଲ ଉପଚାର ସତ୍ୟ ବା ମିଥ୍ୟା ଜାଣିବା ପାଇଁ ଫେକ୍ଟ କୃସେଣ୍ଡୋର ୱ୍ହାଟ୍ସଅପ୍ ଫେକ୍ଟଲାଇନ ନମ୍ବର (୯୦୪୯୦୫୩୭୭୦) ରେ ଅନେକ […]

Continue Reading

ବର୍ତ୍ତମାନ ମମତା ବାନାର୍ଜୀ ଜଗନ୍ନାଥ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଇଥିବା ବେଳେ ପୁରୋହିତ ତାଙ୍କୁ ସେ ହିନ୍ଦୁ ନୁହଁନ୍ତି ବୋଲି କହି ମନ୍ଦିରରେ ପ୍ରବେଶ କରାଇନଥିଲେ ?

ସୋସିଆଲ ମିଡିଆରେ ଏଖ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, କିଛି ଦିନ ତଳେ ମମତା ବାନାର୍ଜୀ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିବା ବେଳେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା।  ସେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରି ଆସିଥିଲେ। ଏହା ଛଡ଼ା ଦାବି କରାଯାଇଛି  ଯେ, ମନ୍ଦିର ପ୍ରଶାସନ ତାଙ୍କୁ କହିଛି ଯେ, କେବଳ ହିନ୍ଦୁମାନେ ଏହି ମନ୍ଦିରରେ ପ୍ରବେଶ କରିପାରିବେ ଏବଂ ସେ […]

Continue Reading

ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି- ଅମିତ ଶାହ ?

ବଙ୍ଗଳାର ଷଷ୍ଠ ପର୍ଯ୍ୟାୟ ଅଭିଯାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 17 ଏପ୍ରିଲରେ ବଙ୍ଗଳା ପହଞ୍ଚିଥିଲେ। ଅମିତ ଶାହା ପ୍ରଥମେ ଅମଦଙ୍ଗା ଠାରେ ଏକ ରୋଡ୍ ସୋ ପ୍ରଦର୍ଶନ କରିଥିଲେ। ତା’ପରେ ନାଦିଆ ଜିଲ୍ଲାର ଛାପ୍ରା ଠାରେ ହୋଇଥିବା ସମାବେଶକୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ  ଏହି ସଭାର ଭିଡିଓ କ୍ଲିପ୍ ର ଏକ ଛୋଟ ଅଂଶ ସେୟାର କରି ମିଥ୍ୟା ପ୍ରଚାର କରାଯାଉଛି। ଭିଡିଓରେ ଅମିତ ଶାହ କହୁଥିବାର ଦେଖାଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ […]

Continue Reading

କ’ଣ ସମଶାନ ଭୂମିରେ ଶବଦାହ ହେଉଥିବା ସ୍ଥାନରେ ବିଜେପି ନିଜ ପ୍ରଚାର ପାଇଁ ପୋଷ୍ଟର ଲଗେଇଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସ୍ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଗୋଟିଏ ସମଶାନରେ ଶବଦାହ ହେଉଥିବା ସମୟରେ ବିଜେପିର ଗୋଟିଏ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି। ଏହି ଫୋଟୋ ଦେଖି ଲୋକେ ବିଜେପିକୁ ବହୁତ ନିନ୍ଦା କରିଛନ୍ତି।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଫୋଟୋକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୯ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ କିଛି ଶବଦାହ […]

Continue Reading

କ’ଣ ରାସ୍ତାରେ ସେନାକୁ ଅଟକାଇବାର ଭାଇରାଲ ହେଉଥିବା ଏହି ଭିଡିଓ ପଶ୍ଚିମବଙ୍ଗର ନିର୍ବାଚନ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବିକ୍ଷୋଭକାରୀଙ୍କ ଏକ ସଶସ୍ତ୍ର ବାହିନୀକୁ ଅଟକାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଏହା ଦାବି ସହିତ ପ୍ରସାରିତ ହେଇଛି ଯେ ଏହି ଭିଡିଓ ପଶ୍ଚିମବଙ୍ଗ ରାଜ୍ୟର ଅଟେ। ଏଠାରେ ନିର୍ବାଚନ ସମୟରେ ଲୋକ ମାନେ ଭୋଟ୍ ଦେଉଛନ୍ତି। ଭିଡିଓରେ ବିକ୍ଷୋଭକାରୀ ମାନେ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ପ୍ରତିରକ୍ଷା ବାହିନୀ ସହିତ ଗୋଟିଏ ଆମ୍ବୁଲେନ୍ସରେ ଜଣେ ରୋଗୀକୁ ନେଇ ଯାଉଥିଲେ। ଆମ୍ବୁଲେନ୍ସ ଯାଞ୍ଚ କରିବା ପରେ କୌଣସି […]

Continue Reading

ପୁରୁଣା ଫୋଟକୁ ବର୍ତ୍ତମାନ କୋରୋନା ସମୟର କହି ଭାଇରାଲ କରାଯାଉଛି।

କୋରୋନା ମହାମାରିର ଦ୍ୱିତିୟ ଚରଣ ଚାଲୁଥିବା ବୋଳେ ଦେଶରେ ଏହାର ପ୍ରଭାବ ବିଢ଼ିବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ଜନ ଦହଳିକୁ ନେଇ ମଧ୍ୟ ଅନେକ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ନାଗା ସାଧୁ ସ୍ନାନ କରୁଥିବାର ଫଟୋ କିଛି ଭାଇରାଲ ହେଉଛି। ଯାହାକୁ ଫେସବୁକ ୟୁଜର ବର୍ତ୍ତମାନର କହି ଭାଇରାଲ କରୁଛନ୍ତି।  16 ଏପ୍ରିଲରେ Bhabani Prasad Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ନାଗା ସାଧୁଙ୍କ ଏକ […]

Continue Reading

କ’ଣ ଆମେରିକା ଆଫଗାନିସ୍ତାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ନେଲା ପରେ ଆଫଗାନିସ୍ତାନ ଲୋକେ ସେଠାର ପୋଲିସଙ୍କ ଉପରେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକେ କିଛି କାରଣରୁ ବିଦ୍ରୋହ କରୁଛନ୍ତି ଏବଂ ପୋଲିସ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ଆଫଗାନିଷ୍ଠାନ ଦେଶର ଅଟେ। ଆମେରିକା ଆଫଗାନିଷ୍ଠାନରୁ ନିଜ ସେନା ଫେରାଇ ନେବା ନିଷ୍ପତ୍ତି ପରେ ସେଠିକାର ସ୍ଥାନୀୟ ଲୋକେ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ରାସ୍ତା ରୋକୀ ବିଦ୍ରୋହ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।   କ’ଣ ଦାବି ଏହି […]

Continue Reading

ରୁଷିଆ ମ୍ୟୁଜିକ୍ ଭିଡିଓ ଅଂଶକୁ , ମିଥ୍ୟା COVID-19 ମୃତ ଶରିର ମିଡିଆ ସାମ୍ନାରେ ଦେଖାଉଥିବା ଦାବିରେ ଭାଇରାଲ ହେଉଛି।

ଦେଶରେ କରୋନା କେସ୍ ଅଧିକରୁ ଅଧିକ ସାମ୍ନାକୁ ପୁଣି ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। 12 ସେକେଣ୍ଡର ଏହି ଭିଡିଓରେ ଏକ ଟ୍ରକରେ କଳାଜରି ରଖାଯାଇଥିବାର ଦେଖାଯାଉଛି। କଳା ଜରିକୁ ଦେଖିଲେ ଲାଗୁଛି, ଜରିରେ ମଣିଶ ମୃତ ଶରିର ରଖାଯାଇଛି। ପୁଣି କ୍ୟାମେରା ଜୁମ ହୋବରୁ ଦେଖାଗଲା ଯେ, କଳା ଜରି ଭିତରେ ଜଣେ ବ୍ୟକ୍ତି ସିଗ୍ରେଟ ପିଉଛି। ଭିଡିଓ ସହ ଦାବି କରାଯାଇଛି ଯେ, ମିଡିଆ […]

Continue Reading

କ’ଣ ଆମାଜନ୍ ନିଜ ୩୦ ତମ ବାର୍ଷିକୀରେ ଗ୍ରାହକଙ୍କୁ ମାଗଣାରେ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାତ୍ସଅପ୍ ରେ ଗୋଟିଏ ମେସେଜ ଖୁବ ଭାଇରାଲ ଯେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମାଜନ ନିଜ ୩୦ ତମ ବାର୍ଷିକୀ ଅବସରରେ ନିଜ ଗ୍ରାହକ ମାନଙ୍କୁ ମାଗଣାରେ ପୁରସ୍କାର ଦେଉଛି। ଏହି ମେସେଜରେ ଗୋଟିଏ ୱେବସାଇଟର ଲିଙ୍କ୍ ଦିଆ ଯାଇଅଛି। ଏହି ଲିଙ୍କରେ କ୍ଲିକ୍ କରିଲା ପରେ ଆମାଜନର ୱେବସାଇଟ ପରି ଗୋଟିଏ ୱେବସାଇଟ ଖୋଲିବା ଯାହାର ସର୍ଭେରେ ଭାଗ ନେଇଥିବା ଗ୍ରାହକଙ୍କୁ ଆମାଜନ ପୁରସ୍କାର ଦେବ।  ଫେକ୍ଟ କୃସେଣ୍ଡୋ ମେସେଜରେ ଥିବା […]

Continue Reading

କ’ଣ ମାସ୍କ ପିନ୍ଧିନଥିବାରୁ ଗୋଟିଏ ଲୋକକୁ ପୋଲିସ ମାରୁଥିବା ଏହି ଭିଡିଓ ହରିୟାନା ରାଜ୍ୟର ଘଟଣା ଅଟେ? ଜାଣନ୍ତୁ ସତ୍ୟ।

କରୋନା ପୁଣି ନିଜର କାୟା ବିସ୍ତାର କରିବା ଆରମ୍ଭ କରିଲା ପରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦେଇଛି। ମାସ୍କ ପିନ୍ଧିନଥିବା ଲୋକଙ୍କ ଜୋରିମାନା ମଧ୍ୟ ଭରିବାକୁ ପଡ଼ିବାର ନିୟମ ଲାଗୁ କରା ଯାଇଅଛି। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଏହି ନିୟମ ନେଇ ସରକାର ଏବଂ ପୋଲିସର ଲୋକଙ୍କ ପ୍ରତି ବିଭିନ୍ନ ବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି। ଏପରି ଗୋଟିଏ ଭିଡିଓ […]

Continue Reading

2019 କୁମ୍ଭମେଳା ଫଟୋକୁ ବର୍ତ୍ତମାନକ କହି ମିଥ୍ୟା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କୁମ୍ଭମେଳାର ଏକ ଫଟୋ ଭାଇରାଲ ହେବାରେ ଲାଗାଛି। ଯେଉଁଥିରେ ଅସଂଖ୍ୟ ଲୋକ ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଇଛି ଯେ. ପୂର୍ବ ବର୍ଷ ତବଲିକମାନଙ୍କୁ ଜେପରି ଦାୟୀ କରାଯାଇଥିଲା, ସେହି ପରି ଏବର୍ଷର କୁମ୍ଭମେଳାର ହୋଇଥିବା ଜନ ଗହଳିକୁ ଦେଖ। କୋରୋନା ଥିବା ସତ୍ୱେ ମଧ୍ୟ ସଂଖ୍ୟାଧିକ ଲୋକ କୁମ୍ଭ ମେଳାରେ ସାମିଲ ହୋଇଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।  10 ଏପ୍ରିଲରେ Amiya Pandav ନାମକ […]

Continue Reading

କ’ଣ ଭିଡିଓରେ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତି ଛତିଶଗଡ ରାଜ୍ୟର ରାୟଗଡର ରାଜ୍ୟପାଲ ଅଟନ୍ତି? ଜାଣନ୍ତୁ ସତ୍ୟ।

କରୋନା ନିଜ କାୟା ପୁଣି ବିସ୍ତାର କରିବା ଆରମ୍ଭ କରିଲାଣି। ଏହା ନି ଲୋକଙ୍କ ମନରେ ଡର ମଧ୍ୟ ଦେଖିବାକୁ ମିଳୁଛି। ସରକାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ଏହା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ […]

Continue Reading

କୋରୋନା କାଳରେ କେଜରିୱାଲ ନିଜେ ମାସ୍କ ନ ପିନ୍ଧି ପିଲାକୁ ମାସ୍କ ପିନ୍ଧାଉଛନ୍ତି ?

ଦେଶରେ COVID-19 ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦଆଙ୍କ ସହ ଏକ ଛୋଟ ପିଲାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅରବିନ୍ଦ କେଜ୍ରିୱାଲ ପିଲାଟିର  ମୁହଁରେ ମାସ୍କ ପିନ୍ଧାଉଥିବାର ଦେଖାଯାଉଛନ୍ତି।  ଫଟୋକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ  ଭାଇରାଲ ହେଉଛି ଯେ, ତିନି ନେତା ମାସ୍କ ନ ପିନ୍ଧି ପିଲାକୁ ମାସ୍କର ପିନ୍ଧେଇ ଫଟୋ ଉଠାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା […]

Continue Reading

କ’ଣ ଜବାହାରଲାଲ ନେହେରୁ ସୁଭାଷଚନ୍ଦ୍ର ବୋଷଙ୍କୁ ୱାର କୃମିନାଲ (ଯୁଧ୍ୟ ଅପରାଧୀ) ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

ନେତାଜିଙ୍କୁ ନେଇ ଅନେକ ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି। ନେତାଜୀଙ୍କ ମୃତ୍ୟୁ ଏବଂ ଅନେକ ବିଷୟ ନେଇ ଲୋକେ ସେ ସମୟର କଂଗ୍ରେସକୁ ଅଭିଯୋଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରି ଗୋଟିଏ ବିବାଦୀୟ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଜବାହାରଲାଲ ନେହେରୁଙ୍କ ଦ୍ଵାରା ସେ ସମୟର ଇଂଲାଣ୍ଡଙ୍କ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଏଟ୍ଲିଙ୍କୁ ଲେଖା ଯାଇଥିବା ଗୋଟିଏ ଚିଠିର ଫୋଟୋ ଅଛି।  ଅନୁସନ୍ଧାନ ପରେ ଫେକ୍ଟ […]

Continue Reading

3 ଏପ୍ରିଲରେ ଛତିଶଗଡର ବିଜେପୁର ନକ୍ସଲ ଆକ୍ରମଣରେ ଏହି 22 ଜଣ ଯବାନ ପ୍ରାଣ ହରାଇଛନ୍ତି?

ଛତିଶଗଡର ବିଜପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 22 ସୈନିକ ସହିଦ ହୋଇଥିଲେ ଏବଂ 32 ଜଣ ଆହତ ହୋଇଥିଲେ। ଏହାକୁ ନେଇ ସୋସିଆଲ  ମିଡିଆରେ ଜନସାଧାରଣ ମଧ୍ୟ ଶହୀଦ ସୈନିକମାନଙ୍କୁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ କୋଲାଜ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ କିଛି ସୁରକ୍ଷା କର୍ମୀଙ୍କ ଫଟୋ ଅଛି ଏବଂ ସେମାନଙ୍କ ନାମ ଦିଆଯାଇଛି। ଏହି କୋଲାଜ ସହିତ ଦାବି […]

Continue Reading

ମୁସ୍ଲିମ ଦମ୍ପତି ତାଙ୍କ ଝିଅକୁ ହିନ୍ଦୁ ଧର୍ମରେ ବିବାହ କରାଇଲେ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ  ନୁଆଁ ବିବାହିତ ଦମ୍ପତି ମୁସ୍ଲିମ ବ୍ୟକ୍ତି ଏବଂ ମହିଳାଙ୍କୁ ମୁଣିଆ ମାରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳର ମୁସ୍ଲିମ ମା ଏବଂ ବାପା ନିଜ ଝିଅର ବାହାଘର ଏକ ସନାତନ ପିଲା ସହ କରିଦେଲେ, ଝିଅ ହିନ୍ଦୁ ଧର୍ମିରେ ସୁରକ୍ଷିତ ରହିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ।  4 ଏପ୍ରିଲରେ Rudra Raman Returns ନାମକ ଜଣେ ଫେସବୁକ […]

Continue Reading

କ’ଣ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବରକାଗଜ କ୍ଲିପ୍ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ ୧୯୭୧ ମସିହାରେ ୪୦୦୦ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରା ଯାଇଥିଲା। ଏହି ଖବରକାଗଜ କ୍ଲିପ୍ ରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ଅପ୍ରାକୃତିକ ଯୌନ କାର୍ଯ୍ୟ କରିଥିଲେ ଏବଂ ଧାରା ୩୭୭ ବିରୁଦ୍ଧରେ ନାରା ମଧ୍ୟ ଲଗାଇଥିଲେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ […]

Continue Reading

ଦିଲ୍ଲିର ମୁସ୍ଲିମ ଜିମ୍ ଟ୍ରେନର ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି ?

ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଜଣେ ମହିଳା ଟ୍ରେନରକୁ ସ୍ପର୍ଶ କରୁଥିବା ଏକ ଭିଡିଓ ଭାଇରାଲ ହେଇଛି। ଭିଡିଓ ସହ ଦାବି କରାଯାଉଛି ଯେ,   ଜଣେ ମୁସଲମାନ ଜିମ୍ ଟ୍ରେନର ଦିଲ୍ଲୀର ଜଣେ ହିନ୍ଦୁ ମହିଳାଙ୍କୁ ଫାଶରେ ପକାଇବାର ଦୃଶ୍ୟ। ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା […]

Continue Reading

କ’ଣ ନରେନ୍ଦ୍ର ମୋଦି ଖାଲି ପଡ଼ିଆକୁ ଦେଖି ନିଜ ହାତ ହଲାଉଛନ୍ତି? ଜାଣନ୍ତୁ ସତ୍ୟ।

ଆସାମ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆରେ ନେତାଙ୍କ ସଭା ଓ ସମାବେଶରେ କେତେ ଜନସମାଗମ ହେଉଛି ସେ ନେଇ ଆଲୋଚନା ଲାଗି ରହେ। ଏହା ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ଖାଲି ଭୂମିରେ ହାତ ବୁଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପୋଷ୍ଟ କରି ପରିହାସ କରି କୁହା ଯାଇଅଛି ଯେ “ଏତେ ଜନସମାଗମଯେ ଦେଖି ଆଖି ଲାଖି ଯାଉଛି।“  ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନରେ ଏହି ଦାବି ଭୁଲ ପ୍ରମାଣିତ […]

Continue Reading

କ’ଣ କୃଶକଙ୍କ ବିରୁଦ୍ଧରେ ଟୁଇଟ କରିଲା ପରେ ଏହି ଭିଡିଓରେ ଅଭିନେତା ଅଜୟ ଦେବଗନଙ୍କ ଉପରେ ଆକ୍ରମଣ ହେଉଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ଅଭିନେତା ଅଜୟ ଦେବଗନଙ୍କ ନାମରେ ସୋଇଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତାଙ୍କ ଉପରେ ଆକ୍ରମଣ ହେଉଅଛି ବୋଲି ଦାବି କରା ଯାଇଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କିଛି ଗାଡ଼ି ଚିଡ଼ା ହୋଇଅଛି ଏବଂ ଏହା ପାଖରେ କିଛି ଲୋକ ଲଢେଇ କରୁଛନ୍ତି।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ୨୯ ମାର୍ଚରେ ଜଣେ ଫେସବୁକ ୟୁଜର ଗୋଟିଏ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶ ଗସ୍ତ ପରେ ବାଙ୍ଗଲାଦେଶ ମୁସ୍ଲିମଙ୍କ ପ୍ରଦର୍ଶନକରୁଥିବାର ଫଟୋ ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୋଦିଙ୍କ ଗ୍ରସ୍ତକୁ ନେଇ ବାଙ୍ଗଲା ଦେଶର ରାସ୍ତାରେ ମୁସ୍ଲିମମାନେ ଅଧିକ ସଂଖ୍ୟାରେ ପ୍ରଦର୍ଶନ କରୁଛନ୍ତି। ଏହା ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  ଟ୍ୱିଟର ଆକାଉଣ୍ଟରେ ବିବେକ କାଫିର ନାମକ ଜଣେ ବ୍ୟକ୍ତି  ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,ମୋଦି ବାଙ୍ଗଲାଦେଶ ଗ୍ରସ୍ତପରେ […]

Continue Reading

କ’ଣ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷ ହିନ୍ଦୁ ମାନଙ୍କୁ ଭୟ କରି ଦଉଡି ପଳାଉଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପଶ୍ଚିମବଙ୍ଗ ତ୍ରିନାମୂଳ କଂଗ୍ରେସ ପ୍ରାର୍ଥୀନୀ ସାୟୋନି ଘୋଷଙ୍କୁ ଦଉଡୁ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ଗୋଟିଏ ଗାଁ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ତାଙ୍କ ଆଖ ପାଖରେ ଅନେକ ଲୋକ ଚାଲୁଥିବା ଦେଖିବାକୁ ମଧ୍ୟ ମିଳିଛି। ପୋଷ୍ଟର ଦାବି ଅନୁଯାୟୀ ସାୟୋନି ଘୋଷ ସେଠିକାର ଲୋକଙ୍କଠାରୁ ଭୟଭୀତ ହେଇ ଦଉଡି ପଳେଇଲେ।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  […]

Continue Reading