କ’ଣ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନା ରୋଗୀ ୧୫ ମିନିଟରେ ସୁସ୍ଥ ହେଇ ଯାଉଛନ୍ତି? ଜାଣନ୍ତୁ ସତ୍ୟ।
କରୋନାର ଭୟ ଲୋକଙ୍କ ହୃଦୟରେ ବାସ କରି ସାରିଛି। ଏହାଠାରୁ ଆରୋଗ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ଉପଚାର ପରୀକ୍ଷଣ କରୁଛନ୍ତି ଯାହା ମଧ୍ୟରୁ ଘରୋଇ ଉପଚାର ମଧ୍ୟ ରହିଛି। ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନା ରୋଗୀ ୧୫ ମିନିଟରେ ସୁସ୍ଥ ହେଉଛନ୍ତି। ତାଙ୍କ ରିପୋର୍ଟ ମଧ୍ୟ ୧୫ ମିନିଟରେ ପୋଜିଟିଭ୍ ରୁ ନେଗେଟିଭ୍ ଆସୁଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ପୋଷ୍ଟ ୨୦୨୦ ମସିହାରୁ ସୋସିଆଲ ମିଡିଆରେ ଭାଇଆଲ ହେଊଛି।
ଗୁଗୁଲରେ ସର୍ଚ କରିଲା ପରେ ଆମଜୁ ଆମେରିକାର “ନେଶନାଲ୍ ଓନିୟନ ଏସୋସିଏଶନ୍” ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଥିବା ମିଳିଲା ଯେ “ପିଆଜ କରୋନା ଉପରେ ପ୍ରତିରକ୍ଷା କିମ୍ବା ପ୍ରତିବନ୍ଧକ ପ୍ରଭାବ ପକେଇ ଥିବାର କୌଣସି ବୈଜ୍ଞାନିକ ସୂଚନା ବର୍ତ୍ତମାନ ସୁଧା ମିଳି ନାହିଁ। କରୋନା ପରି ଗୁରୁତର ରୋଗର ପ୍ରତିରୋଧ କିମ୍ବା ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।“
ଏହା ପରେ ଆମେ ଟୁଇଟରରେ ଯାଇ ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ୨୧ ଏପ୍ରିଲରେ ପିଆଇବିଦ୍ଵାରା ପୋଷ୍ଟ କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ଭାଇରାଲ ଦାବିର ଖଣ୍ଡନ କରି ଏହାକୁ ମିଥ୍ୟା ବୋଲି ଘୋଷଣା କରା ଯାଇଅଛି।
୨୦୨୦ ମସିହାରେ ଫେକ୍ଟ କୃସେଣ୍ଡୋ ଶ୍ରୀଲଙ୍କା ଦଳ ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ପ୍ରୋତ୍ସାହନ ବ୍ୟୁରୋର ଡାକ୍ତର ଆଶାନ ପାଥିରାନାଙ୍କ ସହ ଯୋଗାଯୋଗ କରିଥିଲେ ଯିଏ ଏହି ଦାବିକୁ ମିଥ୍ୟା ବୋଲି ଖଣ୍ଡନ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ଦାବିକୁ ସତ୍ୟ କହିବା ପାଇଁ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନାରୋଗୀ ୧୫ ମିନିଟରେ ସୁସ୍ଥ ହୋଇଥିବା ଦାବି ମିଥ୍ୟା ଅଟେ। ଏହି ଦାବିର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।
Title:କ’ଣ ପିଆଜକୁ କଳା ଲୁଣ ସହିତ ମିଶେଇ ସେବନ କରିଲେ କରୋନା ରୋଗୀ ୧୫ ମିନିଟରେ ସୁସ୍ଥ ହେଇ ଯାଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False