କ’ଣ ଏହି ଭିଡିଓ ବେଆଇନ୍ ଭାବରେ ଭାରତରେ ପ୍ରବେଶ କରିଥିବା କିଛି ରୋହିଙ୍ଗ୍ଯା ମୁସ୍ଲିମ ମାନଙ୍କର ଅଟେ ଯାହାକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଅନେକ ନାବାଳକ ପୋଲିସ ଉପସ୍ଥିତିରେ ଟ୍ରକରୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ପିଲାମାନ ହେଉଛନ୍ତି ରୋହିଙ୍ଗ୍ଯା ମୁସ୍ଲିମ ଏବଂ ତାଙ୍କୁ ପଶ୍ଚିମବଙ୍ଗ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବାଳକ ମାନେ ବିହାର ଏବଂ ପଶ୍ଚିମବଙ୍ଗର ବାସିନ୍ଦା ଯିଏ ଖରା ଛୁଟି […]

Continue Reading

କ’ଣ ପାହାଡୀ ଅଞ୍ଚଳରେ ମୋଟର ସାଇକଲ୍ ଚଲାଉଥିବା ମହିଳା ମାନଙ୍କର ଏହି ଭିଡିଓ ଅରୁଣାଚଳ ପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ମହିଳା ମାନେ ଏକ ପାହାଡୀ ଅଞ୍ଚଳରେ କଠିନତା ସହିତ ମୋଟର ସାଇକଲ୍ ଚଳଉଛନ୍ତି। ଦାବି କରା ଯାଉଛି ଯେ ଏହା ଅରୁଣାଚଳ ପ୍ରଦେଶର ଦୃଶ୍ୟ ଅଟେ ଯେଉଁଠାରେ ଏପରି କଠିନତା ସହ ଜୀବନ ବ୍ଯତୀତ କରିବାକୁ ପଡୁଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଅରୁଣାଚଳ ପ୍ରଦେଶର ନୁହେଁ, ବରଂ ଚୀନ […]

Continue Reading

ଜାପାନରେ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରାଯାଇଥିଲା କି?

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ ନେତାଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସହିତ ଦାବି କରାଯାଉଛି ଯେ ବିଶ୍ୱର କୌଣସି ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରୁ ନାହାଁନ୍ତି। କିନ୍ତୁ ବାସ୍ତବରେ ଏହି ଦାବି ମିଥ୍ୟା ଏବଂ ଭିତ୍ତିହୀନ ବୋଲି ପ୍ରମାଣିତ କରେ। କାରଣ, ପୋଷ୍ଟ ହୋଇଥିବା ଭିଡିଓ ମାର୍ଚ୍ଚ 2023 ରେ ଅନୁଷ୍ଠିତ G7 ସମ୍ମିଳନୀର ଅଟେ। ଏହି ଭିଡିଓ ଅସମ୍ପୂର୍ଣ୍ଣ ଅଟେ। ଭୁଲ ତଥ୍ୟ ସହିତ […]

Continue Reading

ଭାଇରାଲ ଭିଡିଓରେ ଅମୁଲ ଲାସିର ପ୍ୟାକେଟରେ ଥିବା ଫଙ୍ଗସର ସତ୍ୟତା ଜାଣନ୍ତୁ……

ଏହି ଭିଡିଓରେ ଦେଖାଯାଇଥିବା ଘଟଣା ଏକ ବିଭ୍ରାନ୍ତିକର ଦାବି ସହିତ ସେୟାର କରାଯାଉଛି।  ଫ୍ୟାକ୍ଟ କ୍ରେସେଣ୍ଡୋ ଅମୁଲ କମ୍ପାନିଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଭାଇରାଲ ଦାବି ମିଥ୍ୟା ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି  ଯେଉଁଏଥିରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଅମୁଲଙ୍କ ଲାସିର ଖୋଲା ପ୍ୟାକେଟ୍ ଦେଖାଉଛନ୍ତି । ଏଥିରେ ସେ କହୁଛନ୍ତି ଯେ ସେ ଅମୁଲଙ୍କ ଠାରୁ ପାଞ୍ଚ ପ୍ୟାକେଟ୍ ଲସି କିଣିଥିଲେ ଏବଂ ଏଥିରେ ଥିବା […]

Continue Reading

କ’ଣ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବ ପରେ ଲୋକେ ତାଙ୍କ କଳା ଧନ ବାହାର କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ଗୁଡିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଛି। ୨୦୧୬ ମସିହାରେ ୨୦୦୦ ଟଙ୍କାର ନୋଟ୍ ଜନସାଧାରଣଙ୍କ ୟବାହାର ପାଇଁ ସୃଷ୍ଟି କର ଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ପ୍ରତ୍ୟାହାର ସୂଚନା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ୨୦୦୦ ଟଙ୍କା ନୋଟ୍ ବ୍ଯାଙ୍କରେ ବଦଳାଇବା ପାଇଁ ସୂଚିତ କର ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]

Continue Reading

କ’ଣ ବିବାହ ସମୟରେ ଯୌତୁକ ମାଗିଥିବାରୁ ଶଶୁର ନିଜ ଜ୍ଵାଇଁକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଏକ ବିବାହ ସମାରୋହରେ ଜଣେ ବ୍ୟକ୍ତି ବରକୁ ମାଡ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରାଯାଉଛି ଯେ ବିବାହ ସମୟରେ ବର ଯୌତୁକରେ ଗାଡି ନେବ ବୋଲି ଜିଦ କରିବା ପରେ ତାହାକୁ ମାଡ ମରା ଯାଉଛି।  ଭିଡିଓର କ୍ୟାପସନ୍ ରେ ଲେଖା ଯାଇଛି ଯେ, “ଯୌତୁକରେ ଗାଡି ମାଗିବାରୁ ଚପଲରେ ପିଟିଲା ଶଶୁର” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପ୍ରକୃତ ଘଟଣା […]

Continue Reading

ମଣିପୁରରେ ଗାଈ ବଧ କରିବାର ପୁରୁଣା ଭିଡିଓ କର୍ଣ୍ଣାଟକରେ କଂଗ୍ରେସ ବିଜୟର ଉତ୍ସବ ଭାବରେ ସେୟାର କରାଯାଇଥିଲା।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଦଳର ବିଜୟ ପରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ କିଛି ଲୋକ କ୍ଷେତରେ ଗୋଟେ ଗାଈର ଶବ ପରୀକ୍ଷା କରୁଥିବା ଦେଖାଯାଇଛି। ଗାଈ ଗଳାରୁ ରକ୍ତ ବାହାରୁଥିବା ଦେଖାଯାଉଛି ଏହା ସହିତ  ବିଜେପି ପତାକା ତଳେ ପଡ଼ିଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ. କର୍ଣ୍ଣାଟକରେ କଂଗ୍ରେସର ଜିତିବା ପରେ ମୁସଲମାନ ମାନେ ବିଜେପି ପତାକାରେ […]

Continue Reading

ମେଘାଳୟର ବସ୍ ଦୁର୍ଘଟଣାର ଭିଡିଓ ନୁହେଁ, ବରଂ ଇଣ୍ଡୋନେସିଆର ଅଟେ।

ଆଜିକାଲି ସୋସିଆଲ ମିଡିଆରେ ବସ୍ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଲାଲ୍ ବସ୍ ଏକ ଖରାପ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି ଏବଂ  ଅନେକ ଲୋକ ଏହି ବସ୍ ପଛରେ ଦୌଡୁଛନ୍ତି । ଏହା ଛଡ଼ା ଲୋକମାନେ ବସ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ଚିତ୍କାର କୁଛନ୍ତି। କିଛି ସମୟ ମଧ୍ୟରେ ଏହି ବସଟି ନିକଟସ୍ଥ ଖାଲରେ ପଡ଼ିଗଲା।  ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭିଇରାଲ ଭିଡିଓ ମେଘାଳୟରେ ଘଟିଥିବା […]

Continue Reading

କ’ଣ ଜଣେ ମୁସ୍ଲିମ ବ୍ୟକ୍ତି ମହିଳାଙ୍କ ସହିତ ଅଭଦ୍ର ଆଚାରନ କରିଥିବାରୁ କେରଳର ହିନ୍ଦୁ ମହିଳା ମାନେ ତାକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ମାନେ ଜଣେ ବ୍ୟକ୍ତିକୁ ତାଙ୍କ କାରରୁ ଟାଣି ନେଉଥିବାର ନଜର ଆସିଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ କିଛି ମହିଳା ମୁସଲମାନ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗରେ ମାଡ ମାରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଦାବି ଅନୁଯାୟୀ, ମହିଳା ମାନେ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି ଏବଂ ସେମାନଙ୍କୁ ଶୋଷଣ କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟେ। କୁହାଯାଉଛି ଯେ […]

Continue Reading

ସିକ୍କିମରେ ହୋଇଥିବା ଅଘଟଣ ଦୃଶ୍ୟକୁ କେଦାରନାଥ ଦାବିରେ ଭାଇରାଲ କରାଯାଉଛି।

କେଦାରନାଥ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗି ରହୀଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନେକ ଲୋକ ବରଫ ସହିତ ବୋହି ଆସୁଥିବାର ଦେଖାଯାଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ, ଏହି ଭିଡିଓ କେଦାରନାଥର , କେଦାରନାଥରେ ଘଟିଛି ଏପରି ଏକ ଅଘଟଣ। ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ସାବଧାନ କେଦାରନାଥ ଯାଉଥିବା ଯାତ୍ରୀ, ବାବା କେଦାରନାଥ ରେ ଘଟିଲା ଏପରି ଏକ ଅଘଟଣ, ଏମିତି ବରଫ […]

Continue Reading

ବେଙ୍ଗାଲୁରୁର ଏକ ପୁରୁଣା ଭିଡିଓକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟର ଠକେଇ ଦାବିରେ ଭାଇରାଲ…..

କର୍ଣ୍ଣାଟକ ନିର୍ବାଚନ ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ। ଏହି ଭିଡିଓ 2022 ପଶ୍ଚିମବଙ୍ଗର ଅଟେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି। ଏହି ଭିଡିଓ କର୍ଣ୍ଣାଟକର ଗୁଲବର୍ଗା ଉତ୍ତରରୁ ଆସିଛି ଯେଉଁଠାରେ ବିଧାନସଭା ନିର୍ବାଚନରେ ​​ଜିତିବା ପାଇଁ କଂଗ୍ରେସ ଦଳ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଭିଡିଓରେ, ଭୋଟ୍ ଦେବାକୁ ଆସିଥିବା ଲୋକଙ୍କୁ ଇଭିଏମ୍ରେ ପହଞ୍ଚିବାକୁ ଅନୁମତି ଦେଉ ନାହାଁନ୍ତି […]

Continue Reading

କ’ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ କହିଛନ୍ତି ଯେ ଗୋମାଂସ ଖାଇବାରେ କୌଣସି ଭୁଲ ନୁହେଁ? ଜାଣନ୍ତୁ ସତ୍ୟ।

କଂଗ୍ରେସ ନେତା ଦିଗବିଜୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି। ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଗୋମାଂସ ଖାଇବା ନେଇ ମନ୍ତବ୍ୟ ଦେଉଥିବା ଦେଖି ପାରିବେ।  ଏହି ଭିଡିଓରେ ଦିଗବିଜୟ ସିଂ କହୁଛନ୍ତି ଯେ ଗୋମାଂସ ଖାଇବା କୌଣସି ଖରାବ କଥା ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋରୁ ନିଜ ମଳ ମଧ୍ୟରେ ଲେଉଟନ୍ତି, ସେମାନେ ମାଁ ନୁହନ୍ତି। ଦାବି […]

Continue Reading

କର୍ଣ୍ଣାଟକର ଭାଟକଲରେ ଇସଲାମିକ ପତାକା ଉତ୍ତୋଳନକୁ ପାକିସ୍ତାନୀ ପତାକା ଦାବିରେ ଭାଇରାଲ କରାଯାଉଛି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ନିର୍ବାଚନ ଜିତିଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ପୋଷ୍ଟରେ, ଜଣେ ବ୍ୟକ୍ତି ଏକ ଗୋଲାକାର ଆକୃତି ଉପରେ ସବୁଜ ପତାକା ଧରିଥିବାର ଦେଖାଯାଏ, ଯେଉଁଥିରେ ‘ଓମ୍’ ଲେଖା ଯାଇଛି।  ଭାଇରାଲ ପୋଷ୍ଟରେ ଲାଖାଯାଇଛି ଯେ, କର୍ଣ୍ଣାଟକ ରେ କଂଗ୍ରେସ ଜିତିବା ପରେ ଆଜିର ଦୃଶ୍ୟ, ଏଠି ମନରେ ଉଙ୍କି ମାରେ ପ୍ରଶ୍ନ […]

Continue Reading

କ’ଣ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କୁ ଲୋକେ ଚପଲରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହୋଇଥିଲା ଯାହାର ଫଳାଫଳ ୧୩ ମଇରେ ବାହାରି ସାରିଛି। ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ସହିତ ଜିଟିଛି। କିନ୍ତୁ ୧୦ ମଇରେ ନିର୍ବାଚନ ସମୟରେ ଆମକୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଆମେ ଦେଖି ପାରିବା ଯେ ଏକ ବିଶାଳ ଭିଡ ମଧ୍ୟରେ କର୍ଣ୍ଣାଟକ ପୂର୍ବଟନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ସଂଘର୍ଷ କରୁଛନ୍ତି। ଭିଡିଓରେ ଏପରି ଜଣା ପଡୁଛି ଯେ ଲୋକେ […]

Continue Reading

ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ, ଭିଡିଓରେ ନାଚୁଥିବା ବ୍ୟକ୍ତି ସାଂସଦ ସଞ୍ଜୟ ରାଉତର ନୁହେଁ।

ମହାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କରି ନାହିଁ। ଏହା ଛଡ଼ା ଭାଇରାଲ ଭିଡିଓ ସାଂସଦ ସଞ୍ଜୟ ରାଉତର ନୁହନ୍ତି। ଶିବସେନା ନେତା ସଞ୍ଜୟ ରାଉତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଏକନାଥ ସିନ୍ଦେ ସରକାର କୁ ସୁପ୍ରିମ କୋର୍ଟ ବେଆଇନ ଘୋଷଣା କଲା ପରେ ଶିବସେନା ନେତା ସଞ୍ଜୟ ରାଉତ ଖୁସିରେ ନାଚିଲେ।  ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]

Continue Reading

ଏହି ଭାଇରାଲ କବର ହାଇଦ୍ରାବାଦର ଅଟେ ପାକିସ୍ତାନର ନୁହେଁ, ବଳାତ୍କାର ଭୟ ଯୋଗୁଁ ଏହାକୁ ପକାଯାଇଛି କି?

ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଫୋଟୋ ହାଇଦ୍ରାବାଦର ଅଟେ ଏବଂ ଏହାର ପାକିସ୍ତାନ ଏବଂ ବଳାତ୍କାର ସହିତ କୌଣସି ସଂପର୍କ ନହିଁ।  ସୋସିଆଲ ମିଡିଆ ଏବଂ ନ୍ୟୁଜ ୱେବସାଇଟରେ ଏକ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ ପାକିସ୍ତାନର ଲୋକମାନେ ଝିଅମାନଙ୍କ କବର ବନ୍ଦ କରି ସେମାନଙ୍କୁ ବଳାତ୍କାରକାରୀଙ୍କଠାରୁ ରକ୍ଷା କରୁଛନ୍ତି । ଏହା ସହିତ ଏକ ଫଟୋ ଶେୟାର କରାଯାଉଛି।  ସେଥିରେ ଏକ କବର ଉପରେ ସବୁଜ ରଙ୍ଗର କବାଟ ଅଛି ଯେଉଁଥିରେ  […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପରେ ଲୋକେ ଜଣେ ବିଜେପି ନେତାଙ୍କ ଗାଡିରୁ ଇଭିଏମ ମେଶିନ୍ ପାଇଥିବାରୁ ତାହାକୁ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଇଭିଏମ ମେସିନ ଭାଙ୍ଗୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ ବିଜେପି ନେତାଙ୍କ କାରରେ ଇଭିଏମ ମେସିନ ମିଳିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଭଙ୍ଗାରୁଜା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ […]

Continue Reading

କ’ଣ ଯନ୍ତର ମନ୍ତର ଆନ୍ଦୋଳନରେ ଯୋଗଦେବା ପାଇଁ ନକଲି ବିରୋଧକାରୀମାନେ ନିଜର ପୋଷାକ ବଦଳାଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀର ଯନ୍ତର ମନ୍ଥରରେ କୁସ୍ତି ଖେଳାଳିଙ୍କର ଆନ୍ଦୋଳନରେ ଯୋଗଦାନ ଦେବା ପାଇଁ ପଞ୍ଜାବର କୃଷକ ମାନେ ସେଠାରେ ପହଞ୍ଚିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ନିଜ ଟୋପି କାଢି ପାଗଢି ପିନ୍ଧୁଛନ୍ତି। ଏହା ସହିତର ଦାବି କରା ଯାଉଛି ଯେ କେଉଁ ପ୍ରକାର ନକଲି ଲୋକମାନେ କୃଷକ ଭେଷ ହୋଇ ଦିଲ୍ଲୀର ଯନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ସମର୍ଥନରେ ଆନ୍ଦୋଳନରେ ଯୋଗ ଦେବା ପାଇଁ […]

Continue Reading

ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ […]

Continue Reading

କ’ଣ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ସୋନିୟା ଏବଂ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କୁ ଅସମ୍ମାନ କରିଥିଲେ? ଜାଣନ୍ତୁ ସତ୍ୟ।

୧୦ ମଇ ରେ କର୍ଣ୍ଣାଟକ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଅନେକ ରାଜନୈତିକ ଦଳ ନିଜ ପାର୍ଟି ପ୍ରଚାର ପାଇଁ ରେଲି ଆୟୋଜନ କରିଥିଲେ। ଏହି ସମୟରେ କର୍ଣ୍ଣାଟକରେ କଂଗ୍ରେସର ଏକ ରେଲିରେ ପ୍ରଚାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ହାତ ଯୋଡି ଛିଡା ହୋଇଥିବା ବେଳେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଅଣଦେଖା କରି ଅସମ୍ମାନ କରିଛନ୍ତି। […]

Continue Reading

କ’ଣ ଏହି ଭିଡିଓରେ ଜଣେ ମୁସଲିମ ବ୍ୟକ୍ତି ଏକ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି? ଜାଣନ୍ତୁ ସତ୍ୟ।

ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ଶାଢି ପିନ୍ଧାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଶାଢି ପିଢାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଯିଏ ଗୋଟିଏ ହିନ୍ଦୁ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ବ୍ୟକ୍ତି ମୁସ୍ଲିମ ନୁହଁନ୍ତି ଏବଂ ଏହା କୌଣସି ହିନ୍ଦୁ ବିବାହ ଅବସରର ଭିଡିଓ ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  […]

Continue Reading

ବର୍ତ୍ତମାନ ବଜରଙ୍ଗ ଦଳ ବିରୋଧରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିରୋଧ କରିଛନ୍ତି କି ?

ବିଜେପି ନେତା ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ବଜରଙ୍ଗ ଦଳ ବିରୋଧରେ କଥା ହେଉଥିବା ନଜର ଆସିଛନ୍ତି। ଦାବି କରାଯାଉଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ବିଜେପିରେ ଥିବାବେଳେ ବଜରଙ୍ଗ ଦଳ ବିରୋଧରେ କହୁଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବିଜେପି କେନ୍ଦ୍ରମନ୍ତ୍ରୀ Jyotiraditya Sindhiya ଫେସବୁକ । ଆର୍କାଇଭ ଅନୁସନ୍ଧାନ- ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ଅଲଗା ଅଲଗା କୀ-ଶବ୍ଦ ବ୍ୟବହାର କରି ଭିଡିଓ ଯାଞ୍ଚ କରିଲୁ। ଫଳସ୍ୱରୁପ ଆମେ 17 […]

Continue Reading

ଅସଲି ଫୋଟୋକୁ ଏଡିଟ୍ କରି ସେଥିରେ ହିଟଲରର ଫୋଟୋ ଯୋଡି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସହିତ ତୁଳନା କରା ଯାଉଛି।

କର୍ଣ୍ଣାଟକା ନିର୍ବାଚନ ନିକଟ ହେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରେଲି କରୁଛନ୍ତି। ଏହି ସମୟରେ ସେ ଅନେକ ରୋଡ୍ ଶୋ ମଧ୍ୟ କରିଛନ୍ତି। କର୍ଣ୍ଣାଟକର କୁଳବର୍ଗୀ ଜିଲ୍ଲାରେ ପ୍ରଧାନମନ୍ତି କିଛି ପିଲା ମାନଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ତାଙ୍କର ଏବଂ ପିଲା ମାନଙ୍କ ମଝିରେ ଏକ କଣ୍ଟା ତାର ର ବାଡ ରହିଥିଲା। ବିପକ୍ଷ ଏହା ନେଇ ମୋଦୀଙ୍କୁ ନିନ୍ଦା କରୁଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି […]

Continue Reading

ରାହୁଲ ଗାନ୍ଧୀଙ୍କ ନାଁରେ ଭାଇରାଲ ହେଉଥିବା ଏବିପି ନ୍ୟୂଜ ଗ୍ରାଫିକ୍ ଏଡିଟେଡ୍ ଅଟେ।

ଏବିପି ନ୍ୟୁଜ୍ ଚ୍ୟାନେଲ ‘ବ୍ରେକିଂ ନ୍ୟୁଜ୍’ର ଚିତ୍ର ଫଟୋସପ୍ ହୋଇଛି।  ଏହାର ‘ବ୍ରେକିଂ ନ୍ୟୁଜ୍’ ଟେମ୍ପଲେଟରେ ଏବିପି ଦ୍ୱାରା ବ୍ୟବହୃତ ଫଣ୍ଟ ପୋଷ୍ଟ ହୋଇଥିବା ଇମେଜରେ ଥିବା ଫଣ୍ଟଠାରୁ ଭିନ୍ନ।  ଆହୁରି ମଧ୍ୟ, ଏବିପି ନ୍ୟୁଜ୍ ଚ୍ୟାନେଲ୍ ନିଜେ ଟ୍ୱିଟ କର ଭାଇରାଲ ପୋଷ୍ଟକୁ ଖଣ୍ଡନ କରିଥିଲା।  ଏବିପି ନ୍ୟୁଜ୍ ଚ୍ୟାନେଲ୍ ‘ବ୍ରେକିଙ୍ଗ୍ ନ୍ୟୁଜ୍’ ଟେମ୍ପଲେଟ୍ ସହିତ ଏକ ସ୍କ୍ରିନସୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟେମ୍ପଲେଟ୍ ରେ ରାହୁଲ ଗାନ୍ଧୀଙ୍କୁ ନେଇ ଲେଖାଯାଇଛି ଯେ, ରାହୁଲ […]

Continue Reading

କ’ଣ ଟ୍ରାଫିକ୍ ଜାମ୍ ହେଇଥିବାରୁ କର୍ଣ୍ଣାଟକର ଏକ ସହରରେ ଲୋକେ ପାଇପ୍ ଦେଇ ଗାଡିରେ ଯାଉଛନ୍ତି? ଜାଣନ୍ତୁ ସତ୍ୟ। 

ଖରାପ ରାସ୍ତା ଏବଂ ଟ୍ରାଫିକ୍ ବାଧା ଯୋଗୁଁ ଜନସାଧାରଣ ଲୋକଙ୍କୁ ଅନେକ ଥର ସମସ୍ଯାର ସାମନା କରିବାକୁ ପଡିଥାଏ। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ। କର୍ଣ୍ଣାଟକା ନିର୍ବାଚନ ପାଖେଇ ଆସୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକେ ଟ୍ରାଫିକ୍ ଜାମ୍ ରୁ ଏଡ଼ାଇବା ପାଇଁ ରାସ୍ତା ପାର୍ଶ୍ଵରେ ରକ୍ଷା ଯାଇଥିବା ପାଇପରେ ଗାଡି ଚଳାଉଛନ୍ତି।  ଦାବି କରା ଯାଉଛି ଯେ ଏହି ଭିଡିଓ କର୍ଣ୍ଣାଟକାର ଅଟେ।  […]

Continue Reading

କ’ଣ ଗୁଳିଚାଳନାର ଏହି ଭିଡିଓ ମଣିପୁରେ ହେଉଥିବା ହିଂସାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

ମଣିପୁରରେ ଆଦିବାସୀଙ୍କୁ ନେଇ ଉତ୍ତେଜନା ଏଖିବାକୁ ମିଳିଛି। ପାହାଡ ଅଞ୍ଚଳରେ ରହୁଥିବା ମେଇଟାଇଙ୍କ ପାଇଁ ଆଦିବାସୀ ମାନ୍ୟତା ଦାବିରେ ଏକ ରାଲି ପରେ ମଣିପୁରରେ ଉତ୍ତେଜନା ଦେଖାଦେଇଥିଲା। ଆଦିବାସୀ ଛାତ୍ର ସଂଗଠନ ୟୁନିଅନ ମଣିପୁର ୩ ମଇ ୨୦୨୩ ରେ ମେଇଟେଇ ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ବିରୁଦ୍ଧରେ ଏହି ରାଲିର ଆୟୋଜନ କରିଥିଲା। ଏହା ନେଇ ରାଜ୍ୟରେ ହିଂସା ଭୟଙ୍କର ରୂପ ନେଇଛି। ଏହି ହିଂସା ଚୁରାଚାନ୍ଦପୁରରୁ ଆରମ୍ଭ ହୋଇ ରାଜଧାନୀ ଇମ୍ଫାଲ ଭଳି ରାଜ୍ୟର […]

Continue Reading

କ’ଣ ଜଣେ କାର ମାଲିକ ଟ୍ରାଫିକ୍ ପୋଲିସକୁ ନିଜ କାର ଉପରେ ଘୋଷାଡ଼ି ନେଉଥବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

ଟ୍ରାଫିକ୍ ନିୟମ ଉଲଂଘନ କରିଲେ ଚାଳନ ଦେବାକୁ ପଡିଥାଏ। କିଛି ଲୋକେ ଚାଲାଣ ଦେବାରୁ ଖସି ପଳାଇବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। ଏପରି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଟ୍ରାଫିକ୍ ପୋଲିସ ଗୋଟିଏ କାରକୁ ଅଟକାଇ ରଖିଥିଲେ। ହଠାତ ସେହି କାର ଆଗକୁ ବଢିବାକୁ ଲାଗିଲା। କାରକୁ ରୋକିବା ପାଇଁ ଟ୍ରାଫିକ୍ ପୋଲିସ କାର ବନେଟ୍ ଉପରେ ଚଢି ଯାଇଥିଲେ। କିନ୍ତୁ କାରଟି ନ ଅଟକାଇ […]

Continue Reading

ତେଲେଙ୍ଗାନା ନିର୍ବାଚନରେ ​​ବଣ୍ଟାଯାଇଥିବା ପଇସାର ଭିଡିଓ କର୍ଣ୍ଣାଟକ ନିର୍ବାଚନ ଦାବିରେ ଭାଇରାଲ…

ଏହି ଭିଡିଓ କର୍ଣ୍ଣାଟକ ନିର୍ବାଚନର ନୁହେଁ ବରଂ ତେଲେଙ୍ଗାନାରେ ଉପ-ନିର୍ବାଚନର ଅଟେ। ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ  ଆପଣ ଦୁଇଜଣ ମହିଳାଙ୍କୁ ବିଜେପି ପ୍ରତୀକ ସହିତ ଏକ ଲଫାପା ଖୋଲିଥିବାର ଦେଖିପାରିବେ। ଲଫାପାରୁ 2000 ଟଙ୍କିଆ ଲୋଟ ବାରୀବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ​​ବିଜେପିକୁ ଭୋଟ ଦେବା ପାଇଁ ବିଜେପି ଲୋକଙ୍କୁ ପଇସା ବାଣ୍ଟୁଛି।  ଭାଇରାଲ ଭିଡିଓରେ ଲେଖାଯାଇଛି ଯେ, କର୍ଣାଟକ ରେ ପରାଜୟ ବରଣ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପେଟ୍ରୋଲ୍ ଏବଂ ଗ୍ଯାସ୍ ଦରରେ ବୃଦ୍ଧି ନେଇ ଅର୍ଦ୍ଧ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଏକ ଫୋଟୋ ଭାଇରାଲ ହେବରେ ଲାଗିଛି। ଫୋଟୋ ସହିତ କୁଆ ଯାଇଛି ଯେ ପେଟ୍ରୋଲ୍ ଦର ୬୦ ଟଙ୍କା ଥିଲା ଏବଂ ଗ୍ଯାସ୍ ସିଲିଣ୍ଡର ୪୯୩ ଟଙ୍କା ଥିଲା, ତେବେ ମଧ୍ୟ ଏମାନେ ଉଲଗ୍ନ ହୋଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କର ଅର୍ଦ୍ଧଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଫୋଟୋର ପେଟ୍ରୋଲ୍ କିମ୍ବା […]

Continue Reading

କର୍ଣ୍ଣାଟକରେ ବିଜେପିର ବିଜୟ ପଦଯାତ୍ରାରେ ଜଡିତ ଶ୍ରମିକମାନଙ୍କୁ ଲୋକମାନେ ଗୋଡ଼ାଇ ନଥିଲେ, ଭିଡିଓର ସତ୍ୟତା ଜାଣନ୍ତୁ…

ଏହି ଭିଡିଓଟି ତେଲେଙ୍ଗାନାର ମୁନୁଗୋଡର ଅଟେ।  ବିଜେପି ଓ ବିଆରଏସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ସେହୀ ଘଟଣାର ଭିଡିଓ। ଭିଡିଓର କର୍ଣ୍ଣାଟକ ନିର୍ବାଚନ ସହ କୌଣସି ସଂପର୍କ ନାହିଁ। କର୍ଣ୍ଣାଟକରେ ହେବାକୁ ଯାଉଥିବା ଥିବା ନିର୍ବାଚନ ପାଇଁ ବିଜେପି ସାରା ରାଜ୍ୟରେ ବିଜୟ ଯାତ୍ରା କରିଥିଲା। ସେହି ଯାତ୍ରା ସହିତ ଯୋଡି, ଏକ ଭିଡିଓ ଇଣ୍ଟରନେଟରେ ସେୟାର କରାଯାଉଛି।  ଭାଇରାଲ ଭିଡିଓରେ ଲୋକଙ୍କୁ ବୀଜେପି ପ୍ରଚାର ଗାଡ଼ି ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦେଖିପାରିବେ। […]

Continue Reading

କ’ଣ ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ହୋଇ ଗୋମାଂସ ଏବଂ ଘୁଷୁରି ମାଂସ ଖାଉଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ରାହୁଲ ଗାନ୍ଧୀ ଏବଂ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାର ଦିଲ୍ଲୀର ରାସ୍ତାରେ ଚାଲି ସେଠିକାର ସ୍ଵାଦିଷ୍ଟ ଭୋଜନ ଖାଉଥିବା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାହୁଲ ଗାନ୍ଧୀ ଖାଦ୍ୟ ସାମ୍ବାଦିକ କୁନାଲ ବିଜୟକାରଙ୍କ ସହ ଏକ ରେଷ୍ଟୁରାଣ୍ଟରେ ଆମିଷ ଖାଦ୍ୟ ଖାଉଛନ୍ତି। ଦାବି ଅନୁଯାୟୀ ରାହୁଲ ଗାନ୍ଧୀ ସେଠାରେ ଗୋମାଂସ ଏବଂ ଘୁଷୁରି ମାଂସ ଖାଇଥିଲେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading