5 ବର୍ଷ ପୁରୁଣା ଫଟୋକୁ ମୁସ୍ଲିମମାନଙ୍କୁ ଫ୍ରାନ୍ସ ଲୋକମାନେ ଗୋଡେଇ ଗୋଡେଇ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

False Social

ଫ୍ରାନ୍ସରେ ସାଂଘାତିକ ହିଂସାରେ 4ଜଣଙ୍କର ମୃତ୍ୟୁ ହେବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ନେଇ ଫ୍ରାନ୍ସରେ ଇସଲାମିକ ବିଚ୍ଛିନ୍ନତା ଏବଂ ମୌଳିକତାର ମାମଲା ଗରମ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ କରାଯାଇ ଆଲୋଚନା କରାଯାଉଛି।  ସୋସିଆଲ ମିଡିଆରେ ଏକ ଫଟୋ  ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ଫଟୋରେ, ମହିଳା ଏବଂ ଶିଶୁଙ୍କ ସମେତ କିଛି ଲୋକ ଦୌଡ଼ି ପଳାଉଥିବାର ନଜର ଆସୁଛନ୍ତି। 

ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

3 ନଭେମ୍ବରରେ ସିଂହ ଶାବକ ସନାତନୀ  ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ଏବଂ ପୋଷ୍ଟରେ ଦାବି କରିଛନ୍ତି ଯେ, ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଫ୍ରାନ୍ସ ରେ ଶାନ୍ତିଦୂତ ବା ପଂଚର ପୁତ୍ର ପଠାଣ ମାନଙ୍କ ବିରୋଧରେ ଏବେ ଇଶାଇ ମାନଙ୍କ ରାଗ high level ରେ ପହଞ୍ଚି ଗଲାଣି। ଛେଳି ଦାଢ଼ି ବାଲାଙ୍କୁ ଯେଉଁଠି ଦେଖୁଛନ୍ତି ଗୋଡେଇ ଗୋଡେଇ ପିଟୁଛନ୍ତି(ମୁଁ ଏହାକୁ ବିରୋଧ କରୁଛି, ଏମାନଙ୍କୁ ଲଙ୍ଗଳା କରି ପିଟିବା କଥା)ଏ ମୋର ହିନ୍ଦୁ ଭାଇମାନେ ତୁମେ ବି ପ୍ରସ୍ତୁତ ହୋଇଯାଅ ତୁମ ମାନଙ୍କୁ ବି ନିଜ ଦେଶରେ ଏପରି ଲଢେ଼ଇ କରିବାର ଆବଶ୍ୟକତା ରହିଛି..#ଉଠ_ଜାଗ୍ରତ_ହୁଅ_ଆଉ_ପ୍ରତିଘାତ_କର..।

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 50ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରଲା ଫଟୋରେ ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। uk chinese ପେଜରେ ଆମେ ଭାଇରାଲ ଫଟୋ ପାଇଲୁ। ଯାହାକି ମାର୍ଚ୍ଚ 2020ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଖବର ଅନୁଯାୟୀ, ଗ୍ରୀସର ଲେସଭୋସ୍ ଦ୍ୱୀପରେ 40 ବର୍ଷ ବୟସ୍କା ମହିଳା  ପ୍ରଥମ ବ୍ୟକ୍ତି ଯିଏକି COVID-19 ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ କିଛି ଦିନ ତଳେ ଇସ୍ରାଏଲ ଏବଂ ଇଜିପ୍ଟ ଯାଇଥିବାରୁ  ରବିବାର ଦିନ କ୍ୟାଣ୍ଟିନେଟ୍ ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ଫ୍ରାନ୍ସର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- uk chineseArchive

ପରେ ଆମକୁ gettyimages ପେଜରେ ଭାଇରାଲ ଫଟୋ ମିଳିଲା। ଫଟୋ ସହିତ ଥିବା କ୍ୟାପସନ ଅନୁଯାୟୀ, ଏହି ଫଟୋ 10 ଜୁନ୍ 2015 ରେ ତୁର୍କୀର ସାନଲିର୍ଫା (Sanliurfa) ପ୍ରଦେଶରେ ନିଆଯାଇଥିଲା। ସେହି ସମୟରେ ସିରିୟାର ଲୋକମାନେ  ରସଅଲଏନ (Rasalayn) ଅଞ୍ଚଳରେ ଚାଲିଥିବା ସଂଘର୍ଷରୁ ବଞ୍ଚିବା ପାଇଁ ସିରିଆମାନେ ସୀମା ଦେଇ ତୁର୍କୀର ଆକ୍କାଲେ (Akcakale) ସହରରେ ପ୍ରବେଶ କରୁଥିଲେ। ଅଥିରୁ ସ୍ପଷ୍ଟ ହୋଉଛି ଯେ,ଭାଇରାଲ ଫଟୋ 2015ର ଅଟେ। ଯାହାକୁ ବିଭିନ୍ନ ସମୟରେ ଅଲଗା ଅଲଗା ଦାବିରେ ଭାଇରାଲ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- getty imagesArchive

ଭାଇରାଲ ଫଟୋ 11 ଜୁନ 2015ରେ Middle east monitor ପେଜରେ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ତୁର୍କୀ ଏବଂ ସିରିଆ ସୀମାରେ ତୁର୍କୀର ସାନଲିଉର୍ଫାଠାରେ(Sanliurfa)  ଆକ୍କାଲେ(Akcakale)  ସହର ରହିଛି।  ସେହି ସମୟରେ ରସଅଲଆଇନ (Rasalayn) ରେ ଆରମ୍ଭ ହୋଇଥିବା ଉତ୍ତେଜନା କାରଣରୁ ଅନେକ ସିରିଆ ଲୋକ ସୀମା ପାର ହୋଇ ତୁର୍କୀରେ ଆଶ୍ରୟ ନେଇଥିଲେ। ସିରିଆରେ ଇସଲାମିକ୍ ଷ୍ଟେଟ୍ ଏବଂ କୁର୍ଦ୍ଦ ଯୋଦ୍ଧାମାନଙ୍କ ମଧ୍ୟରେ ଏହି ସଂଘର୍ଷ ଚାଲିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Middle east monitorArchive

ଶେଷକଥା

ଆମ ଅନୁସନ୍ଧାନରୁ ସ୍ଫଷ୍ଟ ହେଲୁ ଯେ, ତୁର୍କୀ-ସିରିୟା ବୋର୍ଡର 5 ବର୍ଷ ପୁରୁଣା ଫଟୋକୁ ମୁସଲମାନମାନଙ୍କୁ ଫ୍ରାନ୍ସର ଲୋକମାନେ ଗୋଡେଇ ଗୋଡେଇ ମାଡ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

Avatar

Title:5 ବର୍ଷ ପୁରୁଣା ଫଟୋକୁ ମୁସ୍ଲିମମାନଙ୍କୁ ଫ୍ରାନ୍ସ ଲୋକମାନେ ଗୋଡେଇ ଗୋଡେଇ ମାରୁଥିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *