କ’ଣ ବିଜେପି ଊତରପ୍ରଦେଶ ନିର୍ବାଚନ ଜିତିବା ପରେ ମୋଦୀଙ୍କ ବିଜୟୀ ହେବା ଖବର ବିଦେଶର ଏକ ବିଲଡିଙ୍ଗରେ ଦର୍ଶାଅ ଯାଇଛି? ଜାଣନ୍ତୁ ସତ୍ୟ। 

Misleading Political

ନିକଟରେ ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ବିଜେପି ବିଜୟୀ ହେଲା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବିଲଡିଙ୍ଗରେ ଲେଖା ଯାଇଛି ଯେ ଭାରତର ବୃହତ୍ତମ ରାଜ୍ୟରେ ମୋଦୀଙ୍କ ବିଶାଳ ବିଜୟ ଜିତିଛନତି। ଫୋଟୋ ସେୟାର କରି କୁହା ଯାଇଛି ଯେ “ଏ ଫୋଟୋ ଭାରତର ନୁହେଁ। ଜୁମ୍ କରି ଦେଖନ୍ତୁ।”

ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାବ=ନିବାକୁ ପାଇଲା ଯେ ଏହି ଫୋଟୋର ନିକଟରେ ହୋଇଥିବା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋରେ ଇଂରାଜୀରେ ଲେଖା ହେଇଥିବା ନ୍ୟୁଜକୁ ମୁଖ୍ୟଶବ୍ଦ ଭାବରେ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୧ ମାର୍ଚ୍ଚ ୨୦୧୭ ମସିହାର ରିୟୁଟର୍ସ ପତ୍ରିକାର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ ମୋଦୀଙ୍କ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରି ନିର୍ବାଚନ ଜିତିଥିଲା। ବିଜେପି ୨୦୧୭ ନିର୍ବାଚନରେ ଉତ୍ତରପ୍ରଦେଶର ୪୦୩ ସିଟ୍ ରୁ ୩୧୨ ସିଟ୍ ରେ ବିଜୟୀ ହାସଲ କରିଥିଲା। 

ଏହା ପରେ ଆମକୁ ରାଜସ୍ଥାନର ରାଜ୍ୟସଭା ବିଧାୟକ ଓମ୍ ପ୍ରକାଶ ମାଥୁର ୧୨ ମାର୍ଚ୍ଚ ୨୦୧୭ ରେ ମଧ୍ୟ ଏହି ଫୋଟୋ ଟୁଇଟ କରି କହିଛନ୍ତି ଯେ “ଏହି ସମ୍ବାଦ ଲଣ୍ଡନର କେନେରୀ ୱାର୍ଫ ବେଙ୍କିଙ୍ଗ ହବ୍ ରେ ଦର୍ଶାଯାଇଛି”

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଏବଂ ଦାବିର ନିକଟରେ ହୋଇଥିବା ଉତ୍ତରପ୍ରଦେଶ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୭ ମସିହାର ଏକ ପୁରୁଣା ଫୋଟୋକୁ ସମ୍ପ୍ରତି ସମୟର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ବିଜେପି ଊତରପ୍ରଦେଶ ନିର୍ବାଚନ ଜିତିବା ପରେ ମୋଦୀଙ୍କ ବିଜୟୀ ହେବା ଖବର ବିଦେଶର ଏକ ବିଲଡିଙ୍ଗରେ ଦର୍ଶାଅ ଯାଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *