
ନୂପୁର ଶର୍ମାଙ୍କ ବିବାଦିୟ ବାୟାନ ପରେ ସୋଶିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ତାଙ୍କ ସମର୍ଥନରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଅଧିକ ସଂଖ୍ୟାରେ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି। ଭିଡିଓ ସହ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ଅଟେ। ଏବଂ ଏହି ଭିଡ଼ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ବାରିଛି।
Santosh Behera ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଝାନ୍ସି ରାଣୀ ଲକ୍ଷ୍ମୀବାୟୀ ଙ୍କର ପ୍ରତ୍ୟକ୍ଷ ଅବତାର ସନାତନୀ ବୀରାଙ୍ଗନା #ନୁପୁର_ଶର୍ମାଙ୍କ ସମର୍ଥନରେ #୧୮ଲକ୍ଷ_ନାଗା_…।
ତେବେ କ’ଣ ଭାଇରାଲ ଭିଡିଓର ଏହି ଭିଡ଼ ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଛି। ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ଏକ ଟ୍ୱିଟର ଆକାଉଣ୍ଟରେ ମିଳିଲା। ଯେଉଁଥିରେ ଲେଖାଯାଇଛି , “ପୃଥିବୀର ସବୁଠାରୁ ବଡ ଅସ୍ଥାୟୀ ଦୃଶ୍ୟ, ମାନବିକତାର ଏତେ ବଡ଼ ଜନତା ପାଇଁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ। ଅବିଶ୍ୱାସନୀୟ ଭାରତୀୟ ସଭ୍ୟତା। କୁମ୍ଭ 2019। ଭାଇରାଲ ଭିଡିଓ 7 ମାର୍ଚ୍ଚ 2019 ରେ ପୋଷ୍ଟ କରାଯାଇଥିଲା।
ଭାଇରାଲ ଭିଡିଓ Suresh Kumar ନାମକ ଫେସବୁକ ୟୁଜର ମାର୍ଚ୍ଚ 2019ରେ ପୋଷ୍ଟ କରିଥିଲେ। ପୋଷ୍ଟ ଅନୁସାରେ ଭାଇରାଲ ଭିଡିଓ କୁମ୍ଭ ମେଳାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ 2019 ମସିହାର ଅଟେ। ଭିଡିଓର ବର୍ତ୍ତମାନ ନୁପୁର ଶର୍ମା ସହ କୌଣସି ସମ୍ପର୍କ ନାହିଁ।

Title:ପୁରୁଣା ଭିଡିଓକୁ ନୂପୁର ଶର୍ମାଙ୍କ ସମର୍ଥନରେ ହିନ୍ଦୁମାନଙ୍କ ଭିଡ଼ ମିଥ୍ୟା ଦାବିରେ ଭାଇରାଲ।
Fact Check By: Saritadevi SamalResult: False
