କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଛନ୍ତି ଯେ ଛତ୍ତିସଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଳ ଅଦାନିଙ୍କ ପାଇଁ କାମ କରନ୍ତି? ଜାଣନ୍ତୁ ସତ୍ୟ। 

Misleading Political

ଛତ୍ତିସଗଡ଼ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ରାଲି ଓ ଅଭିଯାନରେ ଜୋର-ଶୋରରେ ଲାଗିଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଜନତାଙ୍କୁ ସମ୍ଭୋଧିତ କରିଛନ୍ତି। ତାଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭିଡିଓରେ ଶୁଣିବାକୁ ମିଳିଛି ଯେ, “ଆପଣ ଚାଷୀଙ୍କଠାରୁ ଟଙ୍କା ଛଡ଼ାଇବା ପାଇଁ ଆଇନ ପ୍ରଣୟନ କରିଥିଲେ। ଆପଣ ଆଦାନୀଙ୍କୁ ଟଙ୍କା ଦେବା ପାଇଁ ନିୟମ ଗଠନ କରିଛନ୍ତି ଏବଂ ଆପଣ ଆଦାନୀଙ୍କୁ ୨୪ ଘଣ୍ଟା ସାହାଯ୍ୟ ଜାରି ରଖିଛନ୍ତି ଏବଂ ଏଠାରେ ଆପଣଙ୍କ ମୁଖ୍ୟମନ୍ତ୍ରୀ ମଧ୍ୟ ଆଦାନୀଙ୍କ ପାଇଁ କାର୍ଯ୍ୟ କରୁଛନ୍ତି।  କିନ୍ତୁ ଆମେ କୃଷକ, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଯୁବକମାନଙ୍କ ପାଇଁ କାର୍ଯ୍ୟ କରୁ | ତାହା ହେଉଛି ପାର୍ଥକ୍ୟ”

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ରାହୁଲ ଗାନ୍ଧୀ ନିଜ ଭାଷଣରେ କହୁଛନ୍ତି ଯେ ଛତ୍ତିସଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍ ଅଦାନୀଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ଏଡିଟେଡ୍ କ୍ଲିପ୍ ଅଟେ ଯାହା ଭୁଲ ଏବଂ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏଠାର(ଛତିଶଗଡ) ମୁଖ୍ୟମନ୍ତ୍ରୀ Adani ପାଇଁ କାମ କରୁଛି – ରାହୁଲ ଗାନ୍ଧୀ। ଛତିଶଗଡର ମୁଖ୍ୟମନ୍ତ୍ରୀ Bhupesh Baghel କଂଗ୍ରେସର

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୯ ଅକ୍ଟୋବର ୨୦୨୩ ରେ ଭାଇରାଲ କ୍ଲିପର ଏକ ଲାମ୍ବା ଭିଡିଓ ରାହୁଲ ଗାନ୍ଧୀଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓ ଛତ୍ତିସଗଡ଼ର ରାଜନନ୍ଦଗାଓଁରେ ଆୟୋଜିତ ଗୋଟିଏ ସଭାରୁ ଆସିଛି। 

ଭିଡିଓ ଆରମ୍ଭରେ, ଆମେ ରାହୁଲ ଗାନ୍ଧୀଙ୍କ ମଞ୍ଚକୁ ପ୍ରବେଶ କରୁଥିବାର ଦେଖିବା କୁ ପାଇଲୁ। ସିଏମ୍ ଭୁପେଶ ବାଘେଲଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ଦଳର ନେତା ସେଠାରେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ ୨୬.୩୦ ମିନିଟରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀ ବିଜେପି ସରକାରଙ୍କ ଦ୍ୱାରା ଆଦାନୀଙ୍କ ରୁଣ ଛାଡ ପ୍ରସଙ୍ଗ ଆଣିଥିଲେ କିନ୍ତୁ ଚାଷୀଙ୍କ ରୁଣକୁ ଅବହେଳା କରିଥି ମାମଲା ବିଷୟରେ କହିଥିଲେ।

ସେହି ଭିଡିଓର ୩୪ ମିନିଟ ପରେ ରାହୁଲ ଗାନ୍ଧୀ କହିଛନ୍ତି, “ବାଗେଲ ଜୀ କହିଛନ୍ତି ଯେ ମୋଦୀ ସରକାର ଆଦାନୀଙ୍କ ପରି ବ୍ୟବସାୟୀ ମାନଙ୍କର ୧୪ ଲକ୍ଷ କୋଟି ଟଙ୍କା ରୁଣ ଛାଡ଼ କରିଛନ୍ତି। ଏବେ ଆପଣ ମାନେ ମତେ କୁହନ୍ତୁ, ଦେଶରେ ଅନେକ ରାଜ୍ୟରେ ବିଜେପି ଶାସନଅଛି। ଏଥି ମଧ୍ୟରୁ କେଉଁ ରାଜ୍ୟରେ ବିଜେପି ଚାଷୀଙ୍କ ରୁଣ ଛାଡ଼ କରିଛି। ଆପଣ ଗୋଟିଏ ବି ରାଜ୍ୟ ପାଇବ ନାହିଁ। କେନ୍ଦ୍ର ସରକାର କଥା ଭୁଲିଯାଅ। ଅଦାନୀଙ୍କ ସହିତ ତାଙ୍କ ସିଧାସଳଖ ସମ୍ପର୍କ ଅଛି ଏବଂ ସେମାନେ ଆଦାନୀ ଆଦାନୀ ଆଦାନୀ ଜାପ କରିବାରେ ଲାଗିଛନ୍ତି। ସେମାନେ ଆଦାନୀଙ୍କୁ ମାଇନ୍ସ, ବିମାନବନ୍ଦର, ବନ୍ଦର ଦେଇଥିଲେ, ଏପରିକି ତାଙ୍କ ପାଇଁ କୃଷକଙ୍କ ନିୟମ ଗଠନ କରିଥିଲେ। ମୋଦୀ ଜି କହିଛନ୍ତି ଯେ ମୁଁ ତୁମ ସମସ୍ତଙ୍କୁ ଅଗ୍ରଗତି କରିବାକୁ ଚାହୁଁଛି ତେଣୁ ମୁଁ କୃଷକଙ୍କ ବିଲ୍ ଆଣିଲି। ସେ ଭାବନ୍ତି କୃଷକମାନେ କିଛି ବୁଝନ୍ତି ନାହିଁ। ଚାଷୀଙ୍କ ଟଙ୍କା ଛଡ଼ାଇବା ପାଇଁ ଆପଣ କୃଷକଙ୍କ ବିଲ୍ ଆଣିଛନ୍ତି। ଆପଣ ଆଦାନୀଙ୍କୁ ଟଙ୍କା ଦେବା ପାଇଁ ବିଲ୍ ଆଣିଛନ୍ତି। ଆପଣ ଆଦାନୀଙ୍କୁ ୨୪ ଘଣ୍ଟା ସାହାଯ୍ୟ କରିଚାଲିଛନ୍ତି ଏବଂ ଏଠାରେ ଆପଣଙ୍କର ମୁଖ୍ୟମନ୍ତ୍ରୀ (ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ) ମଧ୍ୟ ଆଦାନୀଙ୍କ ପାଇଁ କାମ କରୁଛି | ଆମେ କୃଷକ, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଏବଂ ଯୁବକମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁ। ତାହା ହେଉଛି ପାର୍ଥକ୍ୟ।”

ଉପରୋକ୍ତ ଭିଡିଓରୁ ଏହା ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ବିଜେପି ସରକାର ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଦାନୀଙ୍କ ପ୍ରତି ଅନୁଗ୍ରହ ବିଷୟରେ କହିଥିଲେ। ମୂଳ ଭିଡିଓର ଏକ ଛୋଟ କ୍ଲିପ୍ର ଭାଇରାଲ କରି ଦର୍ଶାଇବାକୁ ଚେଷ୍ଟା କରା ଯାଇଛି ଯେ ରାହୁଲ ଗାନ୍ଧୀ ଛତ୍ତିସଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଅଦାନୀ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରୁଛନ୍ତି। 

ନିମ୍ନରେ ଆପଣ ମାନେ ଭାଇରାଲ କ୍ଲିପ୍ ଏବଂ ମୂଳ ଭିଡିଓର ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓରୁ ଭାଇରାଲ କ୍ଲିପ୍ କୁ ଏଡିଟ୍ କରି ନିଆ ଯାଇଛି ଏବଂ ଏହାକୁ  ଭୁଲ ଏବଂ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ଭିଡିଓରେ ରାହୁଲ ଗାନ୍ଧୀ ବିଜେପି ରାଜ୍ୟ ଶାସିତ ମୁଖ୍ୟମନ୍ତ୍ରୀଙ୍କୁ ଅଦାନୀଙ୍କ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ଲଗାଇଛନ୍ତି। 

Avatar

Title:କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଛନ୍ତି ଯେ ଛତ୍ତିସଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଳ ଅଦାନିଙ୍କ ପାଇଁ କାମ କରନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *