କ’ଣ ଏହି ଭିଡିଓରେ ହମାସ୍ ଲୋକଙ୍କ ନକଲି ମୃତ ଶରୀର ଦେଖାଇ ଇସ୍ରାଏଲ୍ କୁ ବଦନାମ କରୁଛି? ଜାଣନ୍ତୁ ସତ୍ୟ। 

False Social

ଅନେକ ଦିନରୁ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଧ୍ୟ ଲାଗି ରହିଛି। ନିକଟରେ କିଛି ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସେନା ଗାଯାରେ ପ୍ରବେଶ କରିଛି। ଏହି ଘଟଣା ନେଇ ଅନେକ ଭିଡିଓ ଏବଂ ଫୋଟୋ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଏପରି ଏକ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି ଯେଉଁଥିରେ କିଛି ଶବ ଗୁଡିକ ଜମିରେ ରଖା ଯାଇଛି। ଭିଡିଓରୁ ଜଣା ପଡୁଛି ଯେ ସେହି ଶବ ମଧ୍ୟରୁ କିଛି ଜଣ ଜୀବିତ ଅଛନ୍ତି। ଦାବି କରା ଯାଉଛି ଯେ ଏହା ହମାସ୍ ଦ୍ଵାରା ପ୍ରସ୍ତୁତ କରା ଯାଇଥିବା ଭିଡିଓ ଯେଉଁଥିରେ ଲୋକଙ୍କ ନକଲି ମୃତ ଶରୀର ଦେଖାଇ ଇସ୍ରାଏଲ୍ କୁ ବଦନାମ କରା ଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମିଶ୍ର ଦେଶରେ ହୋଇଥିବା ଏକ ବିରୋଧ ପ୍ରଦର୍ଶନର ପୁରୁଣା ଅଟେ। 

କ’ଣ ଦାବି କରା ଯାଉଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ହମାସ ଇଜାରାଇଲ କୁ ବଦନାମ୍ କରିବାପାଇଁ ଫେକ୍ ଭିଡିଓ ତିଆରି କରୁଛି । ଇଜରାଇଲ୍ ଏଭଳି ଗୁଳିକାଣ୍ଡ କରିଛି ଗାଜାର ଜନତାଙ୍କ ମୃତ ଶରୀର ବି ଦେହ, ମୁହଁ କୁଣ୍ଡଉଛି।

Facebook | Archive

ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଲା। ଜଣେ ୟୁଜର ଲେଖିଛନ୍ତି ଯେ ଚପଲ୍ ପିନ୍ଧିଥିବା ଏବଂ ଦେହ କୁଣ୍ଢାଉଥିବା ଶବ ପ୍ରଥମ ଥର ଦେଖିବାକୁ ମିଳିଛି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ଗତ ୧୦ ବର୍ଷରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। 

୨୮ ଅକ୍ଟୋବର ୨୦୧୩ ମସିହାରେ ମିଶ୍ର ଦେଶର ଗୋଟିଏ ନ୍ୟୁଜ୍ ଚ୍ୟାନାଲ ନିଜ ୟୁଟ୍ୟୁବରେ ଏହି ଭିଡିଓ ପ୍ରସାରିତ କରି କହିଛି ଯେ ୨୦୧୩ ମସିହାର ଏକ ବିରୋଧ ପ୍ରଦର୍ଶନରେ ମୃତ ଦେହ ଦର୍ଶାଉଥିବା ନକଲି ଶବ ସୃଷ୍ଟି କରା ଯାଇଥିଲା। ଏହି ବିରୋଧ ପ୍ରଦର୍ଶନ ଅଲ୍-ଅଝର ବିଶ୍ଵବିଦ୍ୟାଳୟରେ ମୁସ୍ଲିମ ବ୍ରଦରହୁଡର ଛାତ୍ର ସଦସ୍ୟଙ୍କ ଦ୍ଵାରା ଆୟୋଜିତ କରା ଯାଇଥିଲା। ଏଥିରେ ଅନେକ ଛାତ୍ର ଏବଂ ଛାତ୍ରୀ ମାନେ ଯୋଗଦାନ ଦେଇଥିଲେ। ସେମାନେ କଲେଜ୍ ରେ ବୁଲି ଅନ୍ୟ ଛାତ୍ର ମାନଙ୍କୁ ପ୍ରଦର୍ଶନରେ ଯୋଗଦାନ ଡେକବାକୁ ପ୍ରୋତ୍ସାହିତ କରି ଥିଲେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଘଟଣା ନେଇ ର୍ଯୁଟର୍ସ ୱେବସାଇଟରେ ୨୦୧୩ ରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ମିଶ୍ର ଦେଶର ଅଲ୍-ଅଝର ବିଶ୍ଵବିଦ୍ୟାଳୟ ଏକ ବିରୋଧ ପ୍ରଦର୍ଶନ ଆୟୋଜିତ କରିଥିଲା ଯେଉଁଥିରେ ହଜାର-ହଜାର ସଂଖ୍ୟାରେ ଛାତ୍ର ମାନେ ଯୋଗଦାନ ଦେଇଥିଲେ। ଇସ୍ଲାମିଷ୍ଟ ରାଷ୍ଟ୍ରପତି ମୂହମ୍ମଦ ମୁର୍ଶିଙ୍କୁ ପଦରୁ ହଟାଇବା ପରେ ସେନା ବିରୁଦ୍ଧରେ ଏହି ବିରୋଧ ପ୍ରଦର୍ଶନ କରା ଯାଇଥିଲା ପ୍ରଦର୍ଶନକାରୀ ମାନେ ମୂହମ୍ମଦ ମୁର୍ଶିଙ୍କୁ ତାଙ୍କ ପଦବୀ ଫେରାଇବା ଦାବି କରିଥିଲେ।

ବିବିସି ରିପୋର୍ଟ ଅନୁଯାୟୀ, ପ୍ରଦର୍ଶନକାରୀ ମାନେ ରାସ୍ତା ଅଟକାଇଥିବାରୁ ସେଠାରେ ଟ୍ରାଫିକ୍ ସମସ୍ଯା ଶ୍ରୂଷୀ ହୋଇଥିଲା। ମିଶ୍ର ଦେଶର ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲୁହ ଗ୍ୟାସ୍ ଫୋପାଡି ତାଙ୍କୁ ହଟାଇବାର ଚେଷ୍ଟା କରିଥିଲେ। ଏହାର ପ୍ରତିକ୍ରିୟାରେ ସେମାନେ ପୋଲିସ ଉପରେ ପଥର ମଧ୍ୟ ଫୋପାଡିଥିଲେ। ଏହି ବିରୋଧ ପ୍ରଦର୍ଶନ ରାଷ୍ଟ୍ରପତି ମୂହମ୍ମଦ ମୁର୍ଶିଙ୍କ ସମର୍ଥକଙ୍କ ଦ୍ଵାରା ଆୟୋଜିତ କରା ଯାଇଥିଲା ଯାହା ଏକ ହିଂସାତ୍ମକ ରୂପ ନେଇଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ମିଶ୍ର ଦେଶର ଏକ ୧୦ ବର୍ଷ ପୁରୁଣା ବିରୋଧ ପ୍ରଦର୍ଶନ ଭିଡିଓକୁ ହମାସ୍ ଦ୍ଵାରା ନକଲି ଶବ ସୃଷ୍ଟି କରି ଇସ୍ରାଏଲ୍ କୁ ବଦନାମ କରିବାର ଉଦ୍ଦୟମ ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଏହି ଭିଡିଓରେ ହମାସ୍ ଲୋକଙ୍କ ନକଲି ମୃତ ଶରୀର ଦେଖାଇ ଇସ୍ରାଏଲ୍ କୁ ବଦନାମ କରୁଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *