ଭାଇରାଲ ଫୋଟୋରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଇଥିବାର କାରଣ କ’ଣ? ଜାଣନ୍ତୁ ସତ୍ୟ। 

Missing Context Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫୋଟୋ ଗୁଡିକରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଉଥିବା ଦେଖିବାକୁ ମିଳିଛି। ଫୋଟୋ ସେୟାର କରି ଏହି ଯୁବକଙ୍କୁ ଗିରଫ କରିବାର ଦାବି କରା ଯାଇଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଘଟଣା ଯାହା 2016 ମସିହାରେ ତାମିଲ ନାଡୁ ରାଜ୍ୟରେ ଘଟିଥିଲା। 

କ’ଣ କୁହା ଯାଇଛି ପୋଷ୍ଟରେ? 

ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଉଥିବା ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି ଯେ ଏହି ଫୋଟୋକୁ ଏତେ ପରିମାଣରେ ସେୟାର କରା ହେଉ ଯେ ଏହି ଯୁବକ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେଉ ଏବନ ସେ ଜଳଦି ଜେଲ୍ ଯାଉ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୧ ଫେବୃଆରି ୨୦୧୬ ମସିହାର ଇଣ୍ଡିଆ ଟିଭି ର ଏକ ରିପୋର୍ଟ ମିଳିଲା ଯେଉଁଥିରେ ସମାନ ଫୋଟୋ ପ୍ରକାଶିତ ହେଇଛି। ରିପୋର୍ଟ ଅନୁଯାୟୀ ଫୋଟୋରେ ଥିବା ଯୁବକଙ୍କ ନାମ ହେଉଛି ଦିଲିପନ ମହେନ୍ଦ୍ରନ ଯିଏ ତାମିଲ ନାଡୁ ରାଜ୍ୟର ନାଗାପଟ୍ଟିନମ ସହରର ବାସିନ୍ଦା ଅଟନ୍ତି। ୩୧ ଜାନୁଆରୀ ୨୦୧୬ ରେ ଜାତୀୟ ପତକାକୁ ନିଆ ଲଗାଇଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଇଥିଲା ଏବନ ଚେନ୍ନାଇର ସାଇବର ପୋଲିସ ତାଙ୍କୁ ଖୋଜି ବାହାର କରିଥିଲା।

ତାଙ୍କ ଓକିଲଙ୍କ କହିବା ଅନୁଯାୟୀ ପୋଲିସ ତାଙ୍କ ଉପରେ ଅତ୍ୟାଚାର କରିଥିଲା ଯେଉଁ କାରଣରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଚେନ୍ନାଇର ଷ୍ଟାନଲୀ ହସ୍ପିଟାଲରେ ଚିକିତ୍ସା ସମୟରେ ହସ୍ପିଟାଲ କର୍ମଚାରିଙ୍କୁ ଏହା ମଧ୍ୟ ଆଦେଶ ଦିଆ ଯାଇଥିଲା ଯେ ଦିଲିପନ ଜଣେ ଦେଶଦ୍ରୋହୀ ଅଟନ୍ତି ଏବଂ ତାଙ୍କୁ ଯଥେଷ୍ଟ ଚିକିତ୍ସା ଯୋଗାଇବା ଦରକାର ନାହିଁ। 

ଏହା ବିପରୀତ ପୋଲିସର କହିବା ଅନୁଯାୟୀ ସେମାନେ କେବଳ ଦିଲିପନକୁ ଗିରଫ କରିଥିଲେ। କିନ୍ତୁ ପୋଲିସ ଠାରୁ ଖସି ପଲାଉଥିବା ସମୟରେ ତାଙ୍କର ହାଥ ଭାଙ୍ଗି ଥିଲା। ପୋଲିସ ଏହା ମଧ୍ୟ କହିଛି ଯେ ସେମାନେ ନିଶ୍ଚିତ କରିଥିଲେ ଯେ ଦିଲିପନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁ। 

Website | Archive

ଆମକୁ ସମାନ ଘଟଣା ବିଷୟରେ ୧ ଫେବ୍ରୁଆରି ୨୦୧୬ ରେ ୱାନ୍ ଇଣ୍ଡିଆ ନ୍ୟୁଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥବା ମିଳିଲା। ରିପୋର୍ଟ ଅନୁଯାୟୀ ଦିଲିପାନ ମହେନ୍ଦ୍ରନ ନାମକ ତାମିଲ ନାଡୁର ଜଣେ ଯୁବକ ଫେସବୁକରେ ଜାତୀୟ ପତକାକୁ ନିଆ ଲଗାଉଥିବା ଫୋଟୋ ସେୟାର କରି ଅସୁବିଧାରେ ପଡିଥିଲେ। ସେ ପଛେ ସେହି ଫୋଟୋ ଫେସବୁକରୁ ହଟାଇଥିଲେ କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ତାଙ୍କ ଫୋଟୋ ଭାଇରାଲ ହୋଇ ସାରିଥିଲା। ରାଜ୍ୟର ୩ ଟି ଛାତ୍ରଙ୍କ ମୃତ୍ୟୁ ଏବଂ ହାଇଦ୍ରାବାଦରେ ଜଣେ ପିଏଚଡ଼ି ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ବିରୋଧ ପ୍ରଦର୍ଶନରେ ସେ ଜାତୀୟ ପତକାରେ ନିଆ ଲଗାଇଥିଲେ। ପୋଲିସ ନିକଟରେ ମାମଲା ରୁଜୁ ହେବା ପରେ ପୋଲିସ ଦିଲିପନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଥିଲା। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୨୦୧୬ ମସିହାର ଅଟେ ଏବଂ ପୋଲିସ ଅଭିଯୁକ୍ତଙ୍କୁ ସେହି ସମୟରେ ଗିରଫ ମଧ୍ୟ କରିଥିଲା। ଏକ ପୁରୁଣା ଘଟଣାକୁ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣା ଭାବରେ ସେୟାର କରା ଯାଉଛି। 

Avatar

Title:ଭାଇରାଲ ଫୋଟୋରେ ଜଣେ ଯୁବକ ଭାରତୀୟ ଜାତୀୟ ପତକାକୁ ନିଆ ଲଗାଇଥିବାର କାରଣ କ’ଣ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *