
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ବର୍ତ୍ତମାନ ଚର୍ଚ୍ଚାର ବିଷୟ ରହିଛି। ବିଭିନ୍ନ ରାଜ୍ୟ ଦେଇ ଯାଇଥିବା ଏହି ଯାତ୍ରା ବିଷୟରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଛି।
ଏହି ପ୍ରସଙ୍ଗରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫଟୋ କର୍ଣ୍ଣାଟକରେ ରାହୁଲ ଗାନ୍ଧୀଙ୍କ ସମାବେଶରେ ଏକତ୍ରିତ ହୋଇଥିବା ଭିଡ଼ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫଟୋ ଗୁଡ଼ିକ ପୁରୁଣା ଅଟେ ଏବଂ ଏହା ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ଗୁଡ଼ିକ ସେୟାର କରି ସୋସିଆଲ ମିଡିଆ ରେ ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ କର୍ଣାଟକାର ବେଲାରୀ ଜିଲ୍ଲାର ଅଟେ ଯେଉଁଠାରେ ଭାରତ ଯୋଡୋ ଯାତ୍ରାରେ ୫ ଲକ୍ଷରୁ ଅଧିକ ଲୋକେ ନିଜ ଯୋଗଦାନ ଦେଇଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରତ୍ଯେକ ଫୋଟୋର ସତ୍ୟତା ଖୋଜିଲୁ।
ପ୍ରଥମ ଫୋଟୋ:
ଆମେ ଏହି ଫୋଟୋର ଫ୍ୟାକ୍ଟ ଚେକ୍ ପୂର୍ବରୁ ମଧ୍ୟ କରି ସାରିଛୁ। ଆମ ଫ୍ୟାକ୍ଟ ଚେକରେ ପ୍ରମାଣିତ ହେଇଥିଲା ଯେ ଏହି ଫୋଟୋ ଅନେକ ବର୍ଷ ଧରି ବିଭିନ୍ନ ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁସନ୍ଧାନରୁ ପ୍ରମାଣିତ ହେଇଥିଲା ଯେ ଏହି ଫୋଟୋ ୨୦୧୫ ମସିହାରେ ନାଇଜେରିଆର ଓଗ୍ମୋବୋସୋ ସହରର ଅଟେ ଯେଉଁଠାରେ ଇସାଇ ମାନଙ୍କର ପେଣ୍ଟାକୋଷ୍ଟ ଧାର୍ମିକ ସଭା ଆୟୋଜିତ କରା ଯାଇଥିଲା।
ଏହି ଲିଙ୍କରେ ଆପଣ ମାନେ ଆମର ଫ୍ୟାକ୍ଟ ଚେକ୍ ପଢି ପାରିବେ।
ଦ୍ଵିତୀୟ ଫୋଟୋ:
ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୧୩ ଅକ୍ଟୋବର ୨୦୨୧ ମସିହାରେ କଂଗ୍ରେସର ତ୍ଵିଟୀର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋ ତେଲେଙ୍ଗାନା ରାଜ୍ୟରେ ରେଭନ୍ତ ଅନୁମୁଲଙ୍କ ଏକ ରେଲିର ଫୋଟୋ ଅଟେ।
ଏହି ଫୋଟୋ ୨୦୨୧ ରୁ ଉପଲବ୍ଧ ଥିବାରୁ ପ୍ରମାଣିତ ହେଉଛି ଯେ ଏହାର ଭାରତ ଯୋଡୋ ଯାତ୍ରା ସମୟର ଫୋଟୋ ହେଇଥିବାର କୌଣସି ସମ୍ଭାବନା ନାହିଁ।
ସମାନ ଫୋଟୋ ଆପଣ ମାନେ ଏଠାରେ ମଧ୍ୟ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ଭାରତ ଯୋଡୋ ଯାତ୍ରା କିମ୍ବା କର୍ଣାଟକା ସହିତ କୌଣସି ସମ୍ବନ୍ଧ ନାହିଁ। ପ୍ରଥମ ଫୋଟୋ ନାଇଜେରିଆ ଦେଶର ହେଇଥିବା ବେଳେ ଦ୍ଵିତୀୟ ଫୋଟୋ ଗତ ବର୍ଷ ତେଲେଙ୍ଗାନା ରାଜ୍ୟର ଅଟେ।

Title:କ’ଣ ଭାଇରାଲ ଫୋଟୋ କର୍ଣାଟକାରେ ଭାରତ ଯୋଡୋ ଯାତ୍ରା ସମୟର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
