ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Missing Context Social

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାଧା-କୃଷ୍ଣ ମନ୍ଦିର ସମୁଦ୍ର ଭିତରେ ଦୃଶ୍ୟମାନ ହେଉଛି। ଦ୍ୱାରକା ସହର ସମୁଦ୍ର ତଳେ ଅଛି ବୋଲି ଏକ ଦାବି ସହିତ ଏହି ଭିଡିଓରେ ଦର୍ଶାଯାଇଛି ଏବଂ ଦାବି କରା ଯାଉଛି ଯେ ସମୁଦ୍ରରେ ବୁଡ଼ିଯିବା ପରେ ମଧ୍ୟ ଏହା ଦେଖିବାକୁ ମିଲିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରା ଯାଉଥିବା ପାଇଲା। ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓଟି ସମୁଦ୍ରରେ ବୁଡି ରହିଥିବା ଦ୍ଵାରିକା ସହରର ଏକ ଦୁର୍ଲଭ ଦୃଶ୍ୟ। 

Facebook | Archive

ସମାନ ପୋଷ୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଦେଖି ପାରିବେ। 

ସମୁଦ୍ର ତଳେ ବୁଡି ରହିଥିବା ଦ୍ଵାରିକା ସହର ଦାବି ସହିତ ଅନ୍ୟ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ ଏହି ଭିଡିଓକୁ ଦେଖି ବିଭିନ୍ନ କମେଣ୍ଟ କରିଛନ୍ତି। ଜଣେ କହିଛନ୍ତି ଯେ ସରକାରକୁ ଏକ ବୁଡାଜାହାଜ ଯୋଗାଇବା ଦରକାର ଯାହା ଦ୍ଵାରା ଲୋକେ ଦ୍ଵାରିକାର ଦର୍ଶନ କରିବାକୁ ଯାଇ ପାରିବେ। 

ଅନ୍ୟ ଜଣେ ଲେଖିଛନ୍ତି ଯେ ମୁଁ ଖୁସି ଯେ ଏହା ସମୁଦ୍ର ତଳେ ଅଛି, କଲିଜୁଗର ରାକ୍ଷସରୁ ରକ୍ଷା କରିବା କଷ୍ଟକର ହୋଇଥାନ୍ତା। ମୁଁ ଜାଣେ ନାହିଁ କିନ୍ତୁ ମୋତେ ଲାଗୁଛି ଯେ ଏପରି ଏକ ସମୟ ଆସିବ ଯେତେବେଳେ ଏହା ପୁନର୍ବାର ଜମିର ଅଂଶ ହେବ।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରି ଦେଖିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଟ୍ରାଭେଲ୍ ଆୱାର ଇଣ୍ଡିଆ ନାମକ ଫେସବୁକ ପେଜରେ ପ୍ରକାଶିତ ହେଇଥିବା ମିଳିଲା। ଭିଡିଓରେ ଦିଆଯାଇଥିବା କ୍ୟାପସନ୍ ଅନୁଯାୟୀ, ଏହି 3D ଆନିମେଟେଡ୍ ଭିଡିଓ ଦ୍ୱାରକା ସହରରୁ ପ୍ରେରଣା ନେଇ ପ୍ରସ୍ତୁତ କରାଯାଇଛି।

ଏହା ସହିତ ଭିଡିଓର କ୍ରେଡିଟ୍ ଜଣେ ଇଂଷ୍ଟାଗ୍ରାମ୍ ବ୍ୟବହାରକାରୀ @artz_by_ram ଙ୍କୁ ଦିଆ ଯାଇଛି। 

https://www.facebook.com/reel/954173126012432/?s=single_unit

ଏହା ପରେ ଆମେ ଇଂଷ୍ଟାଗ୍ରାମ୍ ରେ @artz_by_ram ଏକାଉଣ୍ଟକୁ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ଏହି ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ୨୦ ମାର୍ଚ୍ଚରେ ପୋଷ୍ଟ କରା ଯାଇଛି। ଭିଡିଓ ବିଷୟରେ ସୂଚନା ଦେଇ କୁହା ଯାଇଛି, “ହଜି ଯାଇଥିବା ମନ୍ଦିର। ଦ୍ଵାରିକାର ପ୍ରକୃତ ସହରରୁ ପ୍ରେରଣା ନେଇ ଏହା 3D ରେ ଏହି ଭିଡିଓକୁ ନିର୍ମାଣ କରା ଯାଇଛି।”

Instagram Link 

ଯେତେବେଳେ ଆମେ ଇନଷ୍ଟାଗ୍ରାମରେ ଏହି ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପ୍ରୋଫାଇଲ୍ ଚେକ୍ କରିଲୁ, ଆମେ ଜାଣିବାକୁ ପାଇଲୁ ଯେ ରାମ ଜଣେ କଳା ଛାତ୍ର ଏବଂ 3D ଆନିମେଟର।

ଉପରୋକ୍ତ ତଥ୍ୟରୁ ପ୍ରମାଣିତ ହେଉଛି ଯେ ଭାଇରାଲ ଭିଡିଓ ସମୁଦ୍ରରେ ବୁଡିଥିବା ପ୍ରକୃତ ଦ୍ଵାରିକା ସହରର ଭିଡିଓ ନୁହେଁ। ଏହା ଏକ 3D ଏନିମେଶନ୍ ଭିଡିଓ ଅଟେ। 

ଆମକୁ ନେଶନାଲ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି (NIO) ଦ୍ଵାରା ଏକ RTI ର ଉତ୍ତର ମଧ୍ୟ ଦିଆ ଯାଇଥିବା ମିଳିଲା। ଏହି RTI ର ଉତ୍ତରରେ ନେଶନାଲ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି ସ୍ପଷ୍ଟ କରିଛି ଯେ ମେରାଇନ୍ ଆର୍କୀଓଲୋଜି ସଂସ୍ଥା ସମୁଦ୍ରରେ ଦ୍ଵାରିକାର ଅନୁସନ୍ଧାନ କରିଛି, ଖନନ କରି ନାହିଁ। ଏହି ଅନୁସନ୍ଧାନ କାର୍ଯ୍ୟ ୨୦୦୧-୨୦୦୨ ମସିହାରେ ଆରମ୍ଭ ହୋଇ ସେହି ବର୍ଷରେ ଶେଷ ହୋଇଥିଲା।

୧୯୬୩ ମସିହାରେ ଡେକାନ୍ କଲେଜ ପୁଣେ ଦ୍ୱାରା ପ୍ରଥମ ଜମି ଖନନ କରାଯାଇଥିଲା। ଦ୍ଵିତୀୟ ଖନନ କାର୍ଯ୍ୟ ASI ଦ୍ଵାରା ୧୯୭୯-୧୯୮୦ ମସିହାରେ କରା କରା ଯାଇଥିଲା। ଏହା ପରେ ୨୦୦୬-୨୦୦୭ ରେ ASI ଖନନ କରିଥିଲା। NIO ର ଅନୁସନ୍ଧାନରେ ମୁଖ୍ୟତଃ ପଥର ଏଙ୍କର ପ୍ରାପ୍ତ ହୋଇଥିଲା ଯାହାକୁ ଅନୁଷ୍ଠାନରେ ଜନସାଧାରଣ ପାଇଁ ପ୍ରଦର୍ଶିତ କରା ଯାଇଛି। 

ଏହା ପରେ ଆମେ ନେଶନାଲ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି (NIO) ୱେବସାଇଟରେ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସମୁଦ୍ର ତଳେ ଦ୍ଵାରିକା ଅଞ୍ଚଳ ଜଳରେ ଅନୁସନ୍ଧାନ ସମୟରେ NIO କୁ ଅନେକ ପଥରର ଗଠନ ମିଳିଥିଲା। ଏହା ସହିତ ଅନେକ ପଥରର ଏଙ୍କର ମଧ୍ୟ ପ୍ରାପ୍ତ ହୋଇଥିଲା। ଅନୁସନ୍ଧାନର ବିସ୍ତୃତ ବିଶ୍ଳେଷଣ ଉପରେ ଆଧାର କରି ଏହା ପରାମର୍ଶ ଦିଆଯାଇଛି ଯେ ଏହା ଏକ ପ୍ରାଚୀନ ବନ୍ଦରର ଅଂଶ ଥିଲା। 

ଏହି ୱେବସାଇଟରେ ଦ୍ଵାରିକାର କିଛି ଫୋଟୋ ମଧ୍ୟ ଦିଆ ଯାଇଛି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଶେଷକଥା

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବି ରହିଥିବା ପ୍ରକୃତ ଦ୍ଵାରିକା ସହରର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ଗୋଟିଏ 3D ଏନିମେଶନ୍ ଭିଡିଓକୁ ସମୁଦ୍ର ତଳେ ଡୁବୁ ରହିଥିବା ଦ୍ଵାରିକାର ଦୁର୍ଲଭ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *