ଇସ୍ରାଏଲୀ ବାୟୁସେନା ଉପରେ ଇରାନ ବୋମା ମାଡ଼ କରିବାର ଭିଡିଓକୁ ପାକିସ୍ତାନରେ ଅପରେସନ ସିନ୍ଦୂର ବୋଲି ମିଥ୍ୟା ଦାବି ସହିତ ସେୟାର କରା ଯାଉଛି

False Satyameva Jayate

ବୁଧବାର ସକାଳେ, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ ଟି ଆତଙ୍କବାଦୀ ସ୍ଥଳ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ସ୍ୱରୂପ ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଅ ଯାଇଛି।

ଭାରତ ଆକ୍ରମଣ କରିବା ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓରେ ରାତ୍ରି ସମୟରେ ଗୋଟିଏ ସହର ଉପରେ କ୍ଷେପଣାସ୍ତ୍ର ମାଡ଼ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ଭାରତ ଦ୍ଵାରା ପାକିସ୍ତାନ ଉପରେ ଆକ୍ରମଣର ଏକ ଭିଡିଓ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଇରାନ ଦ୍ଵାରା ଇସ୍ରାଏଲ ଉପରେ ଆକ୍ରମଣର ଏକ ପୁରୁଣା ଭିଡିଓ ଯାହାକୁ ଭାରତ-ପାକିସ୍ତାନ ଅପରେସନ୍ ସିନ୍ଦୁର ଦାବି ସହିତ ସେୟାର କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ ଆମକୁ ଏକ ୨ ଅକ୍ଟୋବର ୨୦୨୪ ରେ DD India ର ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। 

DD India ଅନୁଯାୟୀ, ଭିଡିଓରେ ଇସ୍ରାଏଲର ନେଗେଭ ମରୁଭୂମିରେ ଥିବା ନେଭାଟିମ ଏୟାରବେସକୁ ଟାର୍ଗେଟ କରି ଇରାନୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ଦେଖାଯାଇଛି।

ଡାମାସ୍କସ୍‌ରେ ଇରାନୀ କନସୁଲେଟ୍ ଉପରେ ହୋଇଥିବା ଆକ୍ରମଣର ଜବାବରେ ଇରାନ ଅକ୍ଟୋବର ୧ ତାରିଖରେ ଇସ୍ରାଏଲ ଉପରେ ପ୍ରାୟ ୨୦୦ କ୍ଷେପଣାସ୍ତ୍ର ମାଡ଼ କରିଥିଲା।

ସିଦ୍ଧାନ୍ତ: 

ଆମ ଅନୁଅନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓର ଅପରେସନ୍ ସିନ୍ଦୁର ସହିତ କୌଣସି ସମ୍ପର୍କ ନାହିଁ। ଏହା ଇରାନର ଇସ୍ରାଏଲ ଉପରେ ଆକ୍ରମଣର ଏକ ପୁରୁଣା ଭିଡିଓ।

Avatar

Title:ଇସ୍ରାଏଲୀ ବାୟୁସେନା ଉପରେ ଇରାନ ବୋମା ମାଡ଼ କରିବାର ଭିଡିଓକୁ ପାକିସ୍ତାନରେ ଅପରେସନ ସିନ୍ଦୂର ବୋଲି ମିଥ୍ୟା ଦାବି ସହିତ ସେୟାର କରା ଯାଉଛି

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *