
ରାମ ମନ୍ଦିର ବନିବା ପାଇଁ ସମଗ୍ର ଦେଶରେ ଖୁଶିର ବାତାବରଣ ଅଛି। ଗତ କିଛି ଦିନ ତଳେ ରାମ ମନ୍ଦିର ଜମିକୁ ଖୋଳୁଥିବା ସମୟରେ ପୁରାତନ ଦିନର ମୁର୍ତି , ଶିବ ଲିଙ୍ଗ ସହ ହିନ୍ଦୁ ଧର୍ମର ଅନେକ ସଙ୍କେତ ମିଳିଛି। ତେବେ ମିଳିଥିବା ମୁର୍ତି ଗୁଡ଼ିକର ଫୋଟୋ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି। Rangalata foundation ନାମକ ଜଣେ ଫେସବୁକ ୟୁଜର 25 ମେ ରେ ତାଙ୍କ ଆକାଉଣ୍ଟରେ ଜମିରୁ ବାହାରିଥିବା ଶିବ ଲିଙ୍ଗର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମୟରେ ଏହି ଶିବ ଲିଙ୍କ ମାଟି ତଳୁ ମିଳିଛି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏହି ପବିତ୍ର ଶିବଲିଙ୍ଗ ପ୍ରଭୁ ଶ୍ରୀ ରାମ ପୂଜା କରୁଥିଲେ ଅଯୋଧ୍ୟା ରେ ମୃଢ଼ ଅଧର୍ମୀ ବାବର ଯାହାକୁ ରାମ ମନ୍ଦିର ଭାଙ୍ଗିବା ସମୟରେ ମଟିତଳେ ପୋତି ଦେଇଥିଲା, ସୌଭାଗ୍ୟର କଥା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ବେଳକୁ ପୁନରୁଦ୍ଧାର କରାଗଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରଲା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଫୋଟୋ ସହ ଜଡ଼ିତ କିଛି ଲିଙ୍କ ମିଳିଲା। Amarujala ନ୍ୟୁଜ ପେଜରେ ଭାଇରାଲ ଫୋଟୋ 27 ଜୁଲାଇ 2016 ରେ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ମାଠିଆ ଦେବୀ ମନ୍ଦିର ଖନନ ସମୟରେ ଶିବଲିଙ୍ଗାର ଏକ ବଡ଼ ଅଂଶ ଭୂମିରୁ ବାହାରି ଆସିଥିଲା। ମନ୍ଦିର ପୁଜାରିଙ୍କ କହିବା କଥା ଯେ, ଏହି ଶିବଲିଙ୍ଗ ବ୍ରିଟିସ ଶାସନ ସମୟରୁ ଥିଲା। ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ 2016 ମସିହାର ଅଟେ । ଫୋଟୋର ଏବେ ରାମ ମନ୍ଦିର ବନିବା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Amarujala । Archive
ଏହା ପରେ ଏବେ ରାମ ମନ୍ଦିରରେ ପ୍ରକୃତରେ ମାଟି ତଳୁ କଣ ମୁର୍ତ୍ତି ସବୁ ମିଳିଛି ତାହା ଜାଣିବା ପାଇଁ ଆମେ ଗୁଗୁଲ ସର୍ଚ କରିଲୁ। Ajtak ନ୍ୟୁଜ ପେଜରେ 21 ମେ ରେ ପ୍ରକାଶିତ ହୋଇଥିବା ଖବର ମିଳିଲା। ଯେଉଁଥିରେ ରାମ ମନ୍ଦିର ମାଟି ଖୋଳିବା ସମୟରେ ଯେଉଁ ମୂର୍ତ୍ତି ମିଳିଛି ତାହା ସ୍ପଷ୍ଟ ରୂପେ ଦେଖା ଯାଇଛି। ଖବରରେ କିନ୍ତୁ ଭାଇରାଲ ଫୋଟୋ ନଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଅଯୋଧ୍ୟାରେ ରାମ ମନ୍ଦିର ମାଟି ଖୋଳୁଥିବା ସମୟରେ ଶିବ ଲିଙ୍ଗ ମିଳିଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ 2016 ମସିହାର ଅଟେ। ଭାଇରାଲ ଫୋଟୋ ଅଯୋଧ୍ୟାର ନୁହେଁ ବରଂ ଫର୍ରୁଖାବାଦ ମଠିଆ ଦେବି ମନ୍ଦିରର ଅଟେ।

Title:2016 ଫାରୁଖାବାଦ ଶିବଲିଙ୍ଗର ପୁରୁଣା ଫଟୋ କୁ ବର୍ତ୍ତମାନ ଅଯୋଧ୍ୟା ନାମରେ ଭାଇରାଲ୍ ହୋଇଛି ।
Fact Check By: Saritadevi SamalResult: False