କ’ଣ ଫୋଟୋରେ ବୃଦ୍ଧା ଅବସ୍ତାରେ ଏହି ବ୍ୟକ୍ତି ୨୦୧ ବର୍ଷୀୟ ତିବତ ସନ୍ତ ଅଟନ୍ତି? ଜାଣନ୍ତୁ ସତ୍ୟ।

False National Social

ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦୁଇଟି ପୋଲିସକର୍ମୀ ବୃଦ୍ଧା ଅବସ୍ତାର ଏକ ବ୍ୟକ୍ତିଙ୍କୁ ଧରି ଚିଡ଼ା ହେଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ବ୍ୟକ୍ତି ୨୦୧ ବର୍ଷ ବୟସର ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବିଶ୍ଵାସ କରା ଯାଉଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

ଣ ଦାବି ପୋଷ୍ଟର?

୨୭ ନଭେମ୍ବରରେ ଶିବ ଶଙ୍କର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ “ନେପାଲର ପାର୍ବତୀୟରେ ଜଣେ ତିବ୍ବତୀୟ ସନ୍ତ ଦେଖିବାକୁ ମିଲିଛନ୍ତି। ସେ ୨୦୧ ବର୍ଷ ବୟସରେ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବିଶ୍ଵାସ କରା ଯାଉଛି। ସେ ଗଭୀର ସମାଧି କିମ୍ବା ଧ୍ୟାନର ଅବସ୍ଥାରେ ଅଛନ୍ତି ଯାହାକୁ ଟାକାଟେଟ କୁହା ଯାଏ। ଯେତେବେଳେ ତାଙ୍କୁ ଏକ ଗୁମ୍ଫାରେ ଖୋଜା ଗଲା ତ ଲୋକଙ୍କୁ ଆଗିଳା ଯେ ସେ ଏକ ମମି ଅଟନ୍ତି। ବୈଜ୍ଞାନିକ ମାନେ ଯାଞ୍ଚ କରିଲା ପରେ ଜାଣିବା’କୁ ପାଇଛନ୍ତି ଯେ ସେ ମମି ନୁହନ୍ତି ବରଂ ଜୀବନ୍ତ ମଣିଷ। ଏହି ସନ୍ତଙ୍କ ପାଖରୁ ମିଳିଥିବା ଜିନିଷ ମଧ୍ୟରୁ ଏକ କାଗଜ ମିଳିଲା ଯେଉଁଥିରେ ଲେଖା ହେଇଥିଲା ଯେ ଉତ୍ତରପ୍ରଦେଶରେ ଯୋଗୀ ସରକାର ଏବଂ କେନ୍ଦ୍ରରେ ମୋଦୀ ସରକାର ହି ଆସିବା। ” 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୨ ଜାନୁଆରୀ ୨୦୧୮ ମସିହାର ଡେଲି ମେଲ୍ ପତ୍ରିକା ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଫୋଟୋରେ ବୃଦ୍ଧ ବ୍ୟକ୍ତିଙ୍କ ନାମ ଲୁଆଙ୍ଗ ଫୋର ପିୟାନ ଅଟେ। ୧୬ ନଭେମ୍ବର ୨୦୧୭ ରେ ୯୨ ବର୍ଷ ବୟସରେ ଅସୁସ୍ଥ ହୋଇଥିବା କାରଣରୁ ବାଙ୍ଗକକ୍ ରେ ତାଙ୍କ ମୃତ୍ୟୁ ହେଇଥିଲା। ସେ ମୂଳତ କାମ୍ବୋଡିଆ ଦେଶର ଥିଲେ କିନ୍ତୁ ତାଙ୍କ ଜୀବନର ଅନେକ ବର୍ଷ ସେ ଥାଇଲାଣ୍ଡ ଦେଶର ଏକ ବୌଧିକ ଗୁରୁଙ୍କ ସେବାରେ ଅର୍ପଣ କରିଥିଲେ। ତାଙ୍କ ଅନୁଗାମୀମାନେ ତାଙ୍କ ପୋଷାକ ବଦଳାଇବା ପାଇଁ ମୃତ୍ୟୁର ଦୁଇ ମାସ ପରେ ଏହି ମୃତ ଶରୀରକୁ ବାହାର କରିଥିଲେ। 

ମେଟ୍ରୋ ୟୁକେ ୱେବସାଇଟ ଅନୁଯାୟୀ ପିୟାନ୍ ତାଙ୍କ ଜୀବନ ଥାଇଲାଣ୍ଡରେ ପ୍ରତିବାହୀତ କରିଥିଲେ। ସେ ଲୋପବୁରି ଅଞ୍ଚଳର ଜଣେ ପ୍ରସିଦ୍ଧ ବୌଦ୍ଧ ଗୁରୁ ଥିଲେ। ବ୍ୟାଙ୍ଗକକ୍ ରେ ଏକ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା। ଯେଉଁ ମନ୍ଦିରରେ ସେ ଗୁରୁ ଭାବରେ କାର୍ଯ୍ୟ କରୁଥିଲେ ସେଠାରେ ତାଙ୍କୁ କବର ଦିଆ ଯାଇଥିଲା। ରୀତିନୀତି ଅନୁଯାୟୀ ତାଙ୍କ ପୋଷାକ ବଦଳାଇବା ପାଇଁ ତାଙ୍କ ଶରୀରକୁ ବାହାରକୁ ନିଆ ଯାଇଥିଲା। ସେହି ଆମୟରେ ତାଙ୍କ ମୂହରେ ହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। 

ଏହା ପରେ ଆମେ ଫୋଟୋରେ ବୃଦ୍ଧ ବ୍ୟକ୍ତିଙ୍କୁ ଧରି ଛିଡା ହେଇଥିବା ହସ୍ପିଟାଲ କର୍ମଚାରୀଙ୍କ ପୋଷାକର ସ୍କ୍ରିନଶଟ୍ ନେଇ ଗୁଗୁଲ ଲେନ୍ସ ମାଧ୍ୟମରେ ସର୍ଚ୍ଚ କରିଲୁ। ଗୁଗୁଲ ଲେନ୍ସରୁ ଆମେ ତାଙ୍କ ପୋଷାକରେ ଲେଖା ହେଇଥିବା ଅକ୍ଷର ଗୁଡିକୁ ଗୁଗୁଲ ସାହାଯ୍ୟରେ ଅନୁବାଦ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ହସ୍ପିଟାଲ କର୍ମୀଙ୍କ ପୋଷାକରେ ଲେଖା ଯାଇଥିବା ଭାଷା ଥାଇଲାଣ୍ଡ ଦେଶର ଅଟେ। 

ଏହା ଦ୍ଵାରା ସ୍ପଷ୍ଟ ହେଛି ଯେ ଭାଇରାଲ ଫୋଟୋର ନେପାଲ ଦେଶର ନୁହେଁ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଏହା ମଧ୍ୟ ପାଇଲୁ ଯେ ୨୦୦ ବର୍ଷ ପୁରୁଣା ଏକ ମମି ପ୍ରକୃତରେ ମୋଙ୍ଗୋଲିଆରେ ଆବିଷ୍କୃତ ହୋଇଛି। ଇଣ୍ଡିପେଣ୍ଡେଣ୍ଟ ୟୁକେ ୱେବସାଇଟ ଅନୁଯାୟୀ ୨୦୧୫ ମସିହାରେ ମୋଙ୍ଗୋଲିଆରେ ଜଣେ ବୌଦ୍ଧ ଭିକ୍ଷୁଙ୍କ ମୃତଦେହ ଆବିଷ୍କୃତ ହୋଇଥିଲା। 

କିନ୍ତୁ ଭାଇରାଲ ଫୋଟୋରେ ଥିବା ସନ୍ତଙ୍କ ଫୋଟୋ ମୋଙ୍ଗୋଲିଆରେ ମିଳିଥିବା ବୌଦ୍ଧ ସନ୍ତଙ୍କ ଫୋଟୋ ସହିତ କୌଣସି ସମ୍ବନ୍ଧ ନାହିଁ।   

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୧୭ ମସିହାରେ ବ୍ୟାଙ୍ଗକକ୍ ରେ ମୃତ ହୋଇଥିବା ବୌଦ୍ଧ ସନ୍ତଙ୍କ ଫୋଟୋକୁ ନେପାଲରେ ୨୦୦ ବର୍ଷ ବୟସ ଜୀବିତ ସନ୍ତଙ୍କ ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଫୋଟୋରେ ବୃଦ୍ଧା ଅବସ୍ତାରେ ଏହି ବ୍ୟକ୍ତି ୨୦୧ ବର୍ଷୀୟ ତିବତ ସନ୍ତ ଅଟନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *