ବିହାରର ଶିକ୍ଷା ମନ୍ତ୍ରୀ ମିଥିଲେଶ ତିୱାରୀ ମହିଳା ଶିକ୍ଷା ବିରୋଧରେ କୌଣସି ବିବୃତ୍ତି ଦେଇ ନାହାଁନ୍ତି। ଭାଇରାଲ ଦାବି ବିଭ୍ରାନ୍ତକର। 

Misleading Political

ବିହାରର ଶିକ୍ଷା ମନ୍ତ୍ରୀ ମିଥିଳେଶ ତିୱାରୀଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସେୟାର କରିବା ସମୟରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଶିକ୍ଷା ମନ୍ତ୍ରୀ ଝିଅ ମାନଙ୍କ ଶିକ୍ଷା ବିରୋଧରେ ଏକ ବୟାନ ଦେଇଛନ୍ତି।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଝିଅଙ୍କୁ କେହି ସ୍କୁଲ ଛାଡ଼ନୀ କି ପାଠ ପଢାଅନି ଭାରତ ବାସି , ମୁଁ କହୁନି ଏ ଗୋବର ମୁଣ୍ଡିଆ ବିହାର ର ଶିକ୍ଷା ମନ୍ତ୍ରୀ ମିଥଲେଶ ତିୱାରୀ କହୁଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ’ ଭାଇରାଲ ଦାବିକୁ ବିଭ୍ରାନ୍ତକାର ବୋଲି ଜାଣିବାକୁ ପାଇଲା। ବୋହାର ଶିକ୍ଷାମନ୍ତ୍ରୀ ଝିଅ ମାନଙ୍କ ପାଠ ବିରୁଦ୍ଧରେ କହୁ ନାହାଁନ୍ତି। ସେ ମହିଳା ମାନଙ୍କ ପ୍ରତିବାଦ ବିଷୟ ନେଇ ଉତ୍ତେଜନା ବିଷୟରେ କହୁଛନ୍ତି। ସେ ଏଜିଟେସନ୍ (ଉତ୍ତେଜନା) କହିଛନ୍ତି, ଏଜୁକେସନ୍ (ଶିକ୍ଷା) ନୁହେଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ନ୍ୟୁଜ୍ ୪ ନେସନ୍ ର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। 

ପ୍ରାୟ ୬ ମିନିଟର ଏହି ଭିଡିଓରେ, ମିଥିଳେଶ ତିୱାରୀ BPSC TRE-4 ପ୍ରାର୍ଥୀଙ୍କ ପ୍ରତିବାଦ ଏବଂ ପରବର୍ତ୍ତୀ ଲାଠିଚାର୍ଜ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଆଲୋଚନା ସମୟରେ, ଜଣେ ମହିଳା ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ପୁରୁଷ ପୋଲିସ କର୍ମଚାରୀମାନେ ମହିଳା ପ୍ରତିବାଦକାରୀଙ୍କ ଉପରେ କାହିଁକି ଲାଠିଚାର୍ଜ କରିଛନ୍ତି। ଉତ୍ତରରେ, ମିଥିଳେଶ ତିୱାରୀ କହିଥିଲେ, “ମୁଁ ଲାଠିଚାର୍ଜକୁ ସମର୍ଥନ କରେ ନାହିଁ… ମୋର କହିବାର ଅର୍ଥ ହେଉଛି, ଆନ୍ଦୋଳନର ଆବଶ୍ୟକତା କ’ଣ? ଆମ ଘରର ଝିଅମାନେ – ସେମାନେ ଆମର ଶକ୍ତି ଏବଂ ଆମ ସମୃଦ୍ଧିର ମୂଳଦୁଆ। ତେଣୁ, ଯେତେବେଳେ ମୋଦିଜୀ ‘ନାରୀ ଶକ୍ତି ବନ୍ଦନ’ ପାଇଁ ପ୍ରତିବଦ୍ଧ ଅଛନ୍ତି, ସେତେବେଳେ ଏହି ଝିଅମାନେ ରାସ୍ତାକୁ ଓହ୍ଲାଇବାର କ’ଣ ଆବଶ୍ୟକତା ଅଛି? ଯେକୌଣସି ପ୍ରକାରେ ଆପଣ ଆପଣଙ୍କର ଅଧିକାର ପାଇବେ।” ଭିଡିଓର 3:45 ଏବଂ 4:10 ମଧ୍ୟରେ ଆପଣ ଏହି ନିର୍ଦ୍ଦିଷ୍ଟ ସେଗମେଣ୍ଟଟି ଶୁଣିପାରିବେ।

ଏହା ବ୍ୟତୀତ, ଆମେ ମେ ୯ ତାରିଖରେ ‘ବୋଲେ ଭାରତ’ ୟୁଟ୍ୟୁବ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ମିଥିଳେଶ ତିୱାରୀଙ୍କ ସମାନ ବକ୍ତବ୍ୟ ମଧ୍ୟ ପାଇଲୁ; ବିଶେଷକରି ୪ ମିନିଟ୍ ୪୫ ସେକେଣ୍ଡରେ, ତାଙ୍କୁ କହୁଥିବାର ଶୁଣାଯାଉଛି: “ଏଜିଟେସନ୍ (ଆନ୍ଦୋଳନ) ର ଆବଶ୍ୟକତା କ’ଣ? ଆମ ଘରର ଝିଅମାନେ ଆମର ଶକ୍ତି ଏବଂ ଆମ ସମୃଦ୍ଧିର ମୂଳଦୁଆ; ତେବେ ଯେତେବେଳେ ମୋଦି-ଜୀ ‘ନାରୀ ଶକ୍ତି’ (ମହିଳା ଶକ୍ତି)କୁ ବଜାୟ ରଖିବାକୁ ପ୍ରସ୍ତୁତ ଅଛନ୍ତି, ସେତେବେଳେ ଏହି ଝିଅମାନେ ରାସ୍ତାକୁ ଓହ୍ଲାଇବାର କ’ଣ ଆବଶ୍ୟକତା ଅଛି?”

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଏବିପି ନ୍ୟୁଜ୍ ର ୟୁଟ୍ୟୁବ ଚ୍ୟାନାଲରେ ଶିକ୍ଷାମନ୍ତ୍ରୀ ମିଥିଲେଶ ତିୱାରି ର ସାକ୍ଷାତକାର ମିଳିଲା। ୧:୫୦ ସମୟରେ, ଶିକ୍ଷା ମନ୍ତ୍ରୀ ଭାଇରାଲ ଭିଡିଓ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତର ଦେଉଥିବାର ଶୁଣିବାକୁ ମିଳିଲା। 

ସେ କୁହନ୍ତି, “ଜଣେ ସାମ୍ବାଦିକ ମୋତେ ପଚାରିଲେ, ‘ଝିଅମାନଙ୍କୁ ମଧ୍ୟ ଲାଠିଚାର୍ଜ କରା ଯାଇଛି।’ ମୁଁ ଉତ୍ତର ଦେଲି, ‘ଝିଅମାନଙ୍କୁ ଏଜିଟେସନ୍ ରେ ସାମିଲ ହେବାର କୌଣସି ଆବଶ୍ୟକତା ନାହିଁ।’ ଏବେ – ମୁଁ ‘ଏଜିଟେସନ୍’ (ଆନ୍ଦୋଳନ/ଉତ୍ତେଜନା) ଶବ୍ଦ ବ୍ୟବହାର କରିଛି, କିନ୍ତୁ ଏହାକୁ ଏଜୁକେସନ୍ (ଶିକ୍ଷା) ବୋଲି ପ୍ରଚାର କରା ଯାଉଛି। ମୁଁ ଏସବୁ ମୋର ଆଇନଗତ ଦଳକୁ ପଠାଇ ଦେଇଛି।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକର ଅଟେ। ବିହାର ଶିକ୍ଷାମନ୍ତ୍ରୀ ଏଜିଟେସନ୍ (ଆନ୍ଦୋଳନ/ଉତ୍ତେଜନା) କହିଥିଲେ ଯାହାକୁ ଏଜୁକେସନ୍ (ଶିକ୍ଷା) ବୋଲି ଭାଇରାଲ କରା ଯାଉଛି। 

Result Stamp

Title: ବିହାରର ଶିକ୍ଷା ମନ୍ତ୍ରୀ ମିଥିଲେଶ ତିୱାରୀ ମହିଳା ଶିକ୍ଷା ବିରୋଧରେ କୌଣସି ବିବୃତ୍ତି ଦେଇ ନାହାଁନ୍ତି। ଭାଇରାଲ ଦାବି ବିଭ୍ରାନ୍ତକର।

Fact Check By: Siddharth Sahu

Result: Misleading

Leave a Reply

Your email address will not be published. Required fields are marked *