
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵପ୍ନର ପ୍ରକଳ୍ପ କାଣ୍ଡଲା-ଗୋରଖପୁର ଏଲପିଜି ପାଇପ୍ ଲାଇନର ନିର୍ମାଣର କାର୍ଯ୍ୟକୁ କେନ୍ଦ୍ର ସରକାର ଅନୁମୋଦନ କରିଛି। ପାଇପ୍ ଲାଇନ୍ କାର୍ଯ୍ୟକାରିତାକୁ ଦର୍ଶାଉଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ କ’ଣ ଏହି ଫୋଟୋ କନ୍ଦଳା-ଗୋରଖପୁର ଏଲପିଜି ପାଇପ୍ ଲାଇନର ଦୃଶ୍ୟ ଅଟେ?
ଏହି ଫୋଟୋର ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର (୯୦୪୯୦୫୩୭୭୦) ରେ ଅନୁରୋଧ ଆସିଥିଲା।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଭାଇରାଲ ମେସେଜ୍ ରେ ଦାବି କରା ଯାଇଛି, “ବିଶ୍ଵର ସବୁଠାରୁ ବିଶାଳ ଏଲପିଜି ପାଇପ୍ ଲାଇନ୍ ଉତ୍ତରପ୍ରଦେଶର ଗୋରଖପୁର ଠାରେ ୨୦୨୩ ସୁଧା ନିର୍ମାଣ ହେବାକୁ ଯାଉଛି। କନ୍ଦଳା-ଗୋରଖପୁରର ଏହି ପାଇପ୍ ଲାଇନର ନିର୍ମାଣରେ ୧୦,୦୦୦ କୋଟି ଟଙ୍କା ଲାଗିଛି। ଏହା ୨୫୭୫ କିଲୋମିଟରର ପ୍ରକଳ୍ପ ଅଟେ ଯାହା ୩୪ କୋଟି ଘରକୁ ଗ୍ୟାସ ପହଞ୍ଚାଇବ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୮ ଏପ୍ରିଲ ୨୦୧୦ ରେ ଦି ନ୍ୟୁ ୟର୍କ ଟାଇମ୍ସ ପତ୍ରିକାର ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଦି ନ୍ୟୁ ୟର୍କ ଟାଇମ୍ସ ଅନୁଯାୟୀ ଏହି ଫୋଟୋ ଜର୍ମାନୀ ଦେଶର ଲୁମ୍ବିନ ସହରର ଅଟେ।

ଉପରୋକ୍ତ ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ ଏହି ଫୋଟୋ ଗେଟି ଇମେଜେସ୍ ୱେବସାଇଟରୁ ନିଆ ଯାଇଛି। ଆମେ ଗେଟି ଇମେଜେସ୍ ୱେବସାଇଟରେ ଯାଇ ଫୋଟୋ ସର୍ଚ୍ଚ କରିଲୁ। ୮ ଏପ୍ରିଲ ୨୦୧୦ ମସିହାରେ ଏହି ଫୋଟୋ ପୋଷ୍ଟ କରି କୁହା ଯାଇଛି ଯେ ଏହା ଜର୍ମାନୀର ଲୁମ୍ବିନ ସହରର ଦୃଶ୍ୟ ଅଟେ। କ୍ରେନ୍ ସାହାଯ୍ୟତାରେ ଏକ ବିଶାଳ ପାଇପ୍ କୁ ଭୂମିରେ ତଳକୁ କରା ଯାଉଛି। ଏହି ପାଇପ୍ ଗୁଡିକ ରୁଷରୁ ଜର୍ମାନୀ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶକୁ ଗ୍ୟାସ ଯୋଗାଇବ।

ବିଭିନ୍ନ ମୁଖ୍ୟଶଡ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଏକ ୱେବସାଇଟ ସାମନାକୁ ଆସିଲୁ ଯେଉଁଥିରେ କାଣ୍ଡଲା-ଗୋରଖପୁରରେ ନିର୍ମାଣ ହେଉଥିବା ଏଲପିଜି ଗ୍ୟାସ ପାଇପ୍ ଲାଇନ୍ ବିଷୟରେ ସୂଚନା ଦିଆ ଯାଇଛି। ୱେବସାଇଟ ଅନୁଯାୟୀ ଏହା ୨,୮୦୫ କିଲୋମିଟର ଲାମ୍ବା ପ୍ରକାଳ୍ପ ଅଟେ ଯାହା ଇଣ୍ଡିଆନ ଅଏଲ୍, ବିପିସିଏଲ ଏବଂ ଏଚପିସିଏଲ୍ ର ସଂଯୁକ୍ତ ଉଦ୍ୟମରେ ନିର୍ମାଣ କରା ଯାଉଛି। ଏହା ୩ ଟି ରାଜ୍ୟରେ ଯୋଗ ଦେବ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ହାଇରାଲ ଫୋଟୋ ସହିତ କରା ଯାଇଥିବା ଦାବିରେ କୌଣସି ସତ୍ୟତା ନାହିଁ। ୨୦୧୦ ମସିହାର ଜର୍ମାନୀର ଏକ ଫୋଟୋକୁ କାଣ୍ଡଲା-ଗୋରଖପୁର ଏଲପିଜି ପାଇପ୍ ଲାଇନ୍ ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ଫୋଟୋ ୨୦୨୩ ରେ ଗୋରଖପୁରେ ନିର୍ମାଣ ହେବାକୁ ଯାଉଥିବା ବିଶ୍ଵର ସବୁଠାରୁ ଲମ୍ବା ଏଲପିଜି ପାଇପ୍ ଲାଇନକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False
