ଜାଣନ୍ତୁ ଭାଇରାଲ ହେଉଥିବା ଏହି ଫୋଟୋର ସତ୍ୟତା କ’ଣ ।

False Social

ଦେଶସାରା CAA ଏବଂ  NRC ବିରୋଦ୍ଧରେ  ଆନ୍ଧୋଳନ ତିବ୍ର ହୋଇ ଚାଲିଛି। ଏହ ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଫୋଟୋ , ଭିଡିଓ ଅଲଗା ଅଲଗା ଦାବି ପୋଷ୍ଟ କରାଯାଉଛି। ସେହିପରି 19 ଡିସେମ୍ବରରେ ଟ୍ୱିଟରରେ ଏକ ପୋଷ୍ଟ ପାଇଲୁ। scar ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ହିନ୍ଦୁ ଧର୍ମକୁ ନେଇ HINDU *****  ଭଳି ଅଶ୍ଲିଳ ଶବ୍ଦର ବ୍ୟବହାର କରିଛନ୍ତି। ଫୋଟୋରେ ଏକ ଯୁବକ ଏକ ପୋଷ୍ଟରରେ ଲେଖି ହାତରେ ଧରି ଠିଆ ହୋଇଥିବାର ଦେଖା ଯାଉଛି। Scar ନିଜ ପୋଷ୍ଟରେ ଦାବି କରି ଲେଖିଛନ୍ତି ଯେ,  ଏଇଟା ହେଉଛି ସେଇମାନଙ୍କର ପାଇଁ ଯେଉଁମାନ CAA ଏବଂ  NRC  ବିରୋଧ ପ୍ରଦର୍ଶନକୁ ଧର୍ମନିରିପକ୍ଷ୍ୟ ବୋଲି  ଭାବୁଛନ୍ତି। ତାଙ୍କ ପୋଷ୍ଟ ମୁତାବକ CAA ଏବଂ  NRC  ବିରୋଧ ପ୍ରଦର୍ଶନକୁ ଧର୍ମନିରିପକ୍ଷ୍ୟ ନୁହଁ ବୋଲି  ।

ଏଠାରେ ଲିଙ୍କ୍ ଦେଖନ୍ତୁ-TwitterArchive

ଏହା ଛଡ଼ା Scar ନିଜ ଟ୍ୱିଟର ଆକାଉଣ୍ଟରେ  ଅନ୍ୟ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ କିନ୍ତୁ ପୁରା ଫୋଟୋ ଦେଖା ଯାଇଛି ।ଯେଉଁଥିରେ ଯୁବକ ଜଣକ କାର୍ଡରେ HINDU, SIKH,****, ISAI ଲେଖା ଯାଇଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏବେ ଦୋଶରେ ଦେଖା ଯାଇଥିବା ଧର୍ମନିରପକ୍ଷ୍ୟତା ଧିରେ ଧିରେ ହାତରୁ ବାହାରକୁ ଗଲାଣି। ଏହି ପୋଷ୍ଟକୁ ଟ୍ୱିଟରରୁ ନେଇ ହ୍ୱାଟ୍ସପ ଏବଂ ଫେସବୁକ ପଯ୍ୟନ୍ତ ବୁଲୁଛି। ତେବେ ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-TwitterArchive

ପୋଷ୍ଟର ଥିବା ଫୋଟୋର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ବରେ ଆମେ ପ୍ରଥମେ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫୋଟୋର କିଛି ଲିଙ୍କ୍ ମିଳିଲା।  Devdutt pattnaik ନାମକ ଜଣେ ଟ୍ୱିଟର ୟୁଜର ନିଜ ଆକା ଉଣ୍ଟରେ ଭାଇରାଲ ଫୋଟୋ ପରି ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, HINDU HOON ***** NAHI. ପୋଷ୍ଟରେଥିବା ଫୋଟୋ ପ୍ରକୃତ ଫୋଟୋ ଅଟେ। କାରଣ ଏହି ପୋଷ୍ଟରେ ଲେଖା ଯାଇଥିବା ଅକ୍ଷ୍ୟର ସବୁ ଏକା ପରି ଲେଖା ଯାଇଛି। କିନ୍ତୁ ଭାଇରାଲ ଫୋଟୋରେ ଏଡିଟ କରି ଲେଖା ଯାଇଥିବାର ଯଣା ପଡ଼ୁଛି। 

ଏଠାରେ ଲିଙ୍କ୍ ଦେଖନ୍ତୁ- TwitterArchive

ଭାଇରାଲ ଫୋଟୋ ଏବଂ ପ୍ରକୃତ ଫୋଟୋକୁ ତୁଳନା କଲେ ଦେଖିପାରିବେ କି କେଉଁ ଫୋଟୋଟି ଠିକ୍ ଏବଂ କୋଉଁଟି ଭୁଲ। ପ୍ରଥମ ଫୋଟୋଟି ଏଡ଼ିଟ ହୋଇଛି ଏବଂ ଦ୍ୱିତିୟ ଫୋଟୋଟି ପ୍ରକୃତ ଫୋଟୋ ଅଟେ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ କରାଯାଇଥିବା ଫୋଟୋ ଭୁଲ ଅଟେ। ପ୍ରକୃତ ଫୋଟୋକୁ ଏଡିଟ୍  କରି ପୋଷ୍ଟ କରାଯାଇଛି ଏବଂ ଏହାକୁ ଧର୍ମନିରିପକ୍ଷ୍ୟତା ବିରୋଧରେ ବ୍ୟବହାର କରାଯାଇଛି। 

Avatar

Title:ଜାଣନ୍ତୁ ଭାଇରାଲ ହେଉଥିବା ଏହି ଫୋଟୋର ସତ୍ୟତା କ’ଣ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *