
ଦେଶରେ ନାଗରିକତା ଆଇନ ଅର୍ଥାତ CAB ବିରୁଦ୍ଧରେ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲିରେ ମଧ୍ୟ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଆଇନର ବିରୋଦ୍ଧରେ ଲଗାତାର ପ୍ରଦର୍ଶନ କରୁଛନ୍ତି। ଏହି ବିରୋଦ୍ଧ ପ୍ରଦର୍ଶନରେ ପୁଲିସ ଦ୍ୱାରା ଛାତ୍ରଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ପରେ ପୁରା ଦେଶ ଦିଲ୍ଲି ପୋଲିସକୁ ନେଇ ଚିନ୍ତା ଧାରା ବଦଳିବାରେ ଲାଗିଛି। ଏଥି ମଧ୍ୟରେ 17 ଡିସେମ୍ବରରେ Debendar Acharya ନାମକ ଜଣେ ଓଡ଼ିଆ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ ଏକ ହଲେମେଟ ଏବଂ ପୋଲିସ ଜାକେଟ ପିନ୍ଧିଥିବା ବ୍ୟକ୍ତିର ଫୋଟୋ ପୋଷ୍ଟ କରିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ, ଫୋଟୋରେ ସାଧାରଣ ପୋଷାକରେ ଥିବା ବ୍ୟକ୍ତି କ’ଣ ପୋଲିସ ଅଟେ? ଏହା ସହିତ ସେ ଦାବି କରିଛନ୍ତି ଯେ, ଫୋଟୋରେ ଥିବା ବ୍ୟକ୍ତି BJP ଏବଂ RSSର ଗୁଣ୍ଡା ମାନେ ଅଟନ୍ତି ଯେଉଁମାନେ ଜାମିଆ ମିଲିଆ ହସ୍ଟେଲରେ ଓ ଲାଇବ୍ରେରିରେ ପସି ଛାତ୍ରମାନଙ୍କୁ ପିଟିଥିଲେ। ତେବେ ଫୋଟୋ ପଛର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ।
ଏଠାରେ ଲିଙ୍କ୍ ଦେଖନ୍ତୁ-Facebook । Archive
ଫୋସବୁକରେ ଭାଇରାଲ ହେଉଥିବା ଫୋଟୋରେ ଥିବା ବ୍ୟକ୍ତି କ’ଣ RSS ଏବଂ BJPର ଗୁଣ୍ଡାମାନେ ଅଟନ୍ତି। ଏମାନେ କ’ଣ ପୋଲିସ ଜ୍ୟାକେଟ ଏବଂ ହେଲ୍ମେଟ ପିନ୍ଧି ଜାମିଆ ମିଲିଆ ହସ୍ଟେଲରେ ଓ ଲାଇବ୍ରେରିରେ ପସି ଛାତ୍ରମାନଙ୍କୁ ପିଟିଥିଲେ? ଏପରି ଅନେକ ପ୍ରଶ୍ନ ସାମନାକୁ ଆସୁଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଏହି ସମ୍ପର୍କରେ ଗୁଗୁଲ ସର୍ଚ କରିଲୁ। ସର୍ଚରେ ଆମକୁ 17 ଡିସେମ୍ବରରେ ଏଏନଆଇ ନ୍ୟୁଜ ପେଜରେ ଦିଲ୍ଲି ପୋଲିସର ଏକ ଇନଟରଭ୍ୟୁ ପ୍ରକାଶିତ କରାଯାଇଥିବାର ପାଇଲୁ। ପ୍ରକାଶିତ ହୋଇଥିବା ଅନୁଚ୍ଛେଦରେ ସାଉଥ-ଇସ୍ଟ ଦିଲ୍ଲି ଡିସିପ ଚିନ୍ମମୟ ବିଶ୍ୱାଲ ଏଏନଆଇ କୁ ଏହି ଭାଇରାଲ ଫୋଟୋ ବିଷୟରେ କହିଛନ୍ତି। ଚିନ୍ମମୟ ବିଶ୍ୱାଲ କହିଛନ୍ତି ଯେ, ସୋସିଆଲ ମିଡିଆରେ ଏକ ବ୍ୟକ୍ତିର ଫୋଟୋ ଭାଇରାଲ ହେଉଛି ଜାହାକୁ RSS ଛାତ୍ର ସଙ୍ଘର ସଦସ୍ୟ ବୋଲି କୁହା ଯାଉଛି ସେ ପ୍ରକୃତରେ ଦିଲ୍ଲି ପୋଲିସ ଅଟନ୍ତି। ପ୍ରଦର୍ଶନ କାରିଙ୍କୁ ରୋକିବା ପାଇଁ କିଛି ପୋଲିସ ସାଧାରଣ ପୋଷାକରେ ଉପସ୍ଥିତ ଥିଲେ।
ଏଠାରେ ଲିଙ୍କ୍ ଦେଖନ୍ତୁ-ANI ।Archive
ଏହି ଅନୁଚ୍ଛେଦର ଅନ୍ୟ ଏକ ପରାରେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିକୁ ଚ୍ନିହଟ କରାଯାଇଛି। ଅନୁଚ୍ଛେଦ ମୁତାବକ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିର ନାଁ ଅରବିନ୍ଧ କୁମାର ଅଟେ। ଅରବିନ୍ଧ ଏନଆଇକୁ କହିଛନ୍ତି ଯେ, ଭାଇରାଲ ହେଉଥିବା ଫୋଟୋ ମୋର ଅଟେ। ପ୍ରଦର୍ଶନ ରୋକିବା ସମୟରେ ଆମେ କିଛି ପୋଲିସ କର୍ମି ସାଧାରଣ ପୋଷାକରେ ଉପସ୍ଥିତ ଥିଲୁ। ଆମେ ଜେତେବେଳେ ସୁର୍ୟା ହୋଟେଲ ସାମ୍ନାରେ ଠିଆ ହୋଇଥିଲୁ ସେତେବେଳେ କିଛି ଲୋକ ଆମ ଫୋଟୋ ଉଠାଇଥିଲେ। ଆଜି ସକାଳେ ମୋର ଫୋଟୋ ଭିନ୍ନ ଭିନ୍ନ ମିଥ୍ୟା ଦାବିରେ ସୋସିଆଲ ମିଡିଆରେ ଭାଇରାଲ ହେବାର ମୁଁ ଜାଣିଲି।
ଏହାପରେ ଆମେ ସାଉଥ-ଇସ୍ଟ ଦିଲ୍ଲି ଡିସିପ ଚିନ୍ମମୟ ବିଶ୍ୱାଲର ଏକ ଟ୍ୱିଟ ପାଇଲୁ ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ସାଧାରଣ ପୋଷାକରେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ଦିଲ୍ଲି ପୋଲିସ ଅଟନ୍ତି। ଘଟଣା ସମୟରେ କିଛି ପୋଲିସ ସାଧାରଣ ପୋଷାକରେ ଉପସ୍ଥିତ ଥିବାର ସେ କହିଛନ୍ତି।
ଏଠାରେ ଲିଙ୍କ୍ ଦେଖନ୍ତୁ-Twitter । Archive
ଏହାଛଡ଼ା ଟ୍ୱିଟରରେ ଅନ୍ୟ ଏକ ପୋଷ୍ଟ ପାଇଲୁ ଯେଉଁଥିରେ ସାଉଥ-ଇସ୍ଟ ଦିଲ୍ଲି ଡିସିପ ଚିନ୍ମମୟ ବିଶ୍ୱାଳର ଏକ ଭିଡିଓଥିଲା। ଭିଡିଓରେ ଚିନ୍ମମୋୟ ବିଶ୍ୱାଳ କହୁଛନ୍ତି ଯେ, ସୋସିଆଲ ମିଡିଆରେ ଦିଲ୍ଲି ପୋଲିସକୁ ବଦନାମ କରିବା ପାଇଁ ପାଣିକୁ କିରୋସିନ ବୋଲି କହି ପୋଲିସ ବସ ଜାଳିଦେବାର ଗୁଜବ ଭାଇରାଲ କରାଗଲା ,ସେହିପରି ଆମର ଜଣେ ପୋଲିସ କର୍ମଚାରି କୁ RSSର ସଦସ୍ୟ ବୋଲି କହି ମିଥ୍ୟା ଗୁଜବ ଭାଇରାଲ କରାଯାଉଛି। ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ଆମ ପୋଲିସ କର୍ମଚାରି ଅଟେ।
ଏଠାରେ ଲିଙ୍କ୍ ଦେଖନ୍ତୁ-Twitter । Archive
ଶେଷକଥା-
ଆମ ଅନୁସନ୍ଧାରରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିକୁ RSS ଏବଂ BJP ଦଳର ଗୁଣ୍ଡା ବୋଲି ଦାବି କରାଯାଇଛି। ଏହା ସହିତ ଏହା ଗୁଣ୍ଡା ପୋଲିସ ହେଲ୍ମେଟ ଏବଂ ଜ୍ୟାକେଟ ପିନ୍ଧି ଜାମିଆ ମିଲିଆ ହଷ୍ଟେଲରେ ପଶି ଛାତ୍ରମାନଙ୍କୁ ପିଟିଥିବାର ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ଦିଲ୍ଲି ପୋଲିସ ଅଟେ। ପ୍ରଦର୍ଶନ ସମୟରେ କିଛି ପୋଲିସ ମାମଲା ସମ୍ଭାଳିବା ପାଇଁ ସାଧାରଣ ପୋଷାକରେ ଉପସ୍ଥିତ ଥିଲେ। ଏହା ସାଉଥ-ଇସ୍ଟ ଦିଲ୍ଲି ଡିସିପ ଚିନ୍ମମୋୟ ବିଶ୍ୱାଳ ସ୍ପଷ୍ଟ କରିଛନ୍ତି।

Title:ଭାଇରାଲ ଫୋଟୋରେ ସାଧାରଣ ପୋଷାକରେ ଥିବା ବ୍ୟକ୍ତି RSS କିମ୍ବା BJPର ଗୁଣ୍ଡା ନୁହଁନ୍ତି ବରଂ ଦିଲ୍ଲି ପୋଲିସ ଅଟନ୍ତି ।
Fact Check By: Saritadevi SamalResult: False