
27 ସେପ୍ଟେମ୍ବରରେ Sudhanshu Dash ନାମକ ଜଣେ ଫେସ ବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓରେଥିବା ବ୍ୟକ୍ତି ହିମାଳୟା ଡ୍ରଗ୍ସ କମ୍ପାନୀର ମାଲିକ ମୋହମ୍ମଦ ମନାଲ ଅଟନ୍ତି। ଭାରତ ଉପରେ କେମିତି କବଜା କରାଯିବା ୟାଙ୍କ ମୁହଁରୁ ଜାଣନ୍ତୁ।
ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏ ହାରମଖୋର ହିମାଳୟ କମ୍ପାନୀକୁ ବହିଷ୍କର କରାଯାଉ, ଏହି କମ୍ପାନୀର ଜିନିଷକୁ କିଣାକିଣି ବନ୍ଦ କରନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ଭାଇରାଲ ଭିଡିଓରେଥିବା ବ୍ୟକ୍ତି କିପରି ହିନ୍ଦୁସ୍ତାନ ଉପରେ କବଜା କରାଯିବ ସେ ନେଇ କହୁଛନ୍ତି। ବ୍ୟକ୍ତି ଜଣକ ମୁସଲମାନମାନଙ୍କୁ ବାବରି ମସଜିଦକୁ ନେଇ ଦୁଃଖ କରିବା ଅପେକ୍ଷା ପାଠ ପଢ଼ା ଉପରେ ଧ୍ୟାନ ଦେବା ନେଇ କହୁଛନ୍ତି। ଭାରତରେ ସମସ୍ତ ଜାଗାରେ ମୁସ୍ଲିମ ଯୁବକ ଯୁବତି ରହିଲେ ସେମାନେ ଅଧିକ ମଜବୁତ ହୋଇପାରିବେ ବୋଲି ସେ ଭାଇରାଲ ଭିଡିଓରେ ମତ ଦେଇଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯିବା ସହ ପୋଷ୍ଟକୁ ଅଧିକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଭିଡିଓ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ହିମାଳୟ କମ୍ପାନୀର ମାଲିକ ମୌହମ୍ମଦ ମାନଲ କି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ହିମାଳୟ କମ୍ପାନୀର ଫାଉଣ୍ଡର କିଏ ତାହା ଜାଣିବା ପାଇଁ ଚାହିଲୁ। ଗୁଗୁଲରେ ସର୍ଚ୍ଚ କରିବାରୁ ଆମକୁ Wikipediaର ଲିଙ୍କ ମିଳିଲା। ଯେଉଁଥିରେ ଆମେ ଜାଣିବାକୁ ପାଇଲୁ ଯେ, ହିମାଳୟା କମ୍ପାନୀ 1930 ମସିହାରେ ନିର୍ମିତ ହୋଇଥିଲା। ଏହାର ମିଲକ M Manal ଥିଲେ। ବର୍ତ୍ତମାନ କମ୍ପାନୀର ଗ୍ଲୋବାଲ ସିଇଓ (Shailendra Malhothra) ଶୈଲେନ୍ଦ୍ର ମାଲହୋତ୍ରା ଏବଂ ଭାରତର ସିଏଫୋ (Jayshree Ullal) ଜୟଶ୍ରୀ ଉଲାଲ ଅଟନ୍ତି। ତେବେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ହିମାଳୟ କମ୍ପାନୀର ମାଲିକ ନାହିଁ ତାହା ଜାଣିବା ପାଇଁ ଆମେ କମ୍ପାନୀ ମାଲିକଙ୍କ ଫଟୋ ଖୋଜିଲୁ। ସର୍ଚ୍ଚରେ ଆମକୁ Himalaya global holdings ପେଜେର ଲିଙ୍କ ପାଇଲୁ। ଯେଉଁଥିରେ କମ୍ପାନୀ ମାଲିକଙ୍କ ଫଟୋ ପାଇଲୁ। ଭାଇରାଲ ଭିଡିଓରେଥିବା ବ୍ୟକ୍ତି ଆମକୁ ମିଳିଥିବା ଫଟୋଠାରୁ ଅଲଗା ଅଟନ୍ତି। ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେଥିବା ବ୍ୟକ୍ତି ହିମାଳୟ କମ୍ପାନୀର ମାଲିକ ନୁହଁନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Himalaya global holdings । Archive
19 ଜାନୁଆରି 2015ରେ Business-standard ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ହିମାଳୟ କମ୍ପାନୀର ମାଲିକ ମହମ୍ମଦ ମନାଲଙ୍କର (Mohammed Manal) 1986ରେ ନିଧନ ହୋଇ ସାରିଛି। ଆମେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି କିଏ , ତାହା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଭାଇରାଲ ଭିଡିଓ ଆମକୁ Zuhair Khan ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି 23 ଜୁନ 2020ରେ ପୋଷ୍ଟ କରାଯାଇଥିଲା। ଚ୍ୟାନେଲରେ ବ୍ୟକ୍ତିର ନାମ ନାକ୍ୱି ଅହମ୍ମଦ ନାଦଭି (naqi Ahmed nadvi) ଲେଖା ଯାଇଛି। ତଳେ ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ Youtube ଭିଡିଓ ଦେଖନ୍ତୁ।
ଅଧିକ ସୂଚନା ପାଇଁ ଆମେ ଫସବୁକ ଏବଂ ଟ୍ୱିଟରରେ ତାଙ୍କୁ ଖୋଜିଲୁ। naqi Ahmed nadviଙ୍କର ଫେସବୁକ ଆକାଉଣ୍ଟ ମିଳିଲା। ଯେଉଁଥିରେ ତାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ଦିଆଯାଇଛି। ଆମେ ତାଙ୍କ ଏବାଉଟରେ ସର୍ଚ୍ଚ କରିବାରୁ ଜାଣିବାକୁ ପାଇଲୁ ଯେ, ସେ ସାଉଦି ଆରବର ରିୟାଦରେ ରୁହନ୍ତି। ଅଧିକ ସୂଚନା ପାଇଁ ତଲେ ଲିଙ୍କରେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
linkedin ଏଠାରେ ପେଜରେ ସେ କଣ କରନ୍ତି ତାହା ସର୍ଚ୍ଚ କରିଲୁ। ତାଙ୍କର ପ୍ରୋଫାଇଲ୍ ଅନୁଯାୟୀ, ସେ ସାଉଦି ଆରବ ସ୍ଥିତ ଫାର୍ମ ମାଡେନରେ ପ୍ରଶାସକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଭାରତର ବାସିନ୍ଦା ନୁହଁନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-linkedin । Archive
ଏହା ଛଡ଼ା ତାଙ୍କ ଫେସବୁକ ପେଜରେ ଆମେ ଭାଇରାଲ ଭିଡିଓ ମଧ୍ୟ ପାଇଲୁ। 6 ଅଗଷ୍ଟରେ naqi Ahmed nadvi ତାଙ୍କ ଫେସବୁକ ପେଜରେ ଭାଇରାଲ ଭିଡିଓର ସମ୍ପୂର୍ଣ୍ଣ ଭିଡିଓ ପୋଷ୍ଟ କରିଛନ୍ତି। ଜାହାକୁ 700ରୁ ଅଧିକଥର ସେୟାର କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେଥିବା ବ୍ୟକ୍ତି ହିମାଳୟା କମ୍ପାନୀର ମାଲିକ ମୋହମ୍ମଦ ମାନଲ ନୁହଁନ୍ତି। ଭିଡିଓରେଥିବା ବ୍ୟକ୍ତି ନାକ୍ୱି ଅହମ୍ମଦ ନାଦଭି ଅଟନ୍ତି। ସେ ସାଉଦି ଆରବର ରିୟାଦରେ ରୁହନ୍ତି।

Title:ହିମାଳୟ ଡ୍ରଗ୍ କମ୍ପାନୀର ପ୍ରତିଷ୍ଠାତା ନାମରେ ସାମ୍ପ୍ରଦାୟିକ ଭାଷଣ ଏକ ଫେକ ଭିଡିଓ ଭାଇରାଲ ହେଉଛି ।
Fact Check By: Saritadevi SamalResult: False