
ନିକଟରେ ଆଫଗାନିସ୍ତାନରେ ୫.୯ ତୀବ୍ରତାର ଭୂକମ୍ପ ହେଇଥିବା ଖବର ସାମନାକୁ ଆସିଛି। ଏହି ଘଟଣାରେ ୧୦୦୦ ରୁ ଅଧିକ ଲୋକେ ନିଜ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୧୪୦୦ ଲୋକେ ଆଘାତ ହୋଇଛନ୍ତି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଆଫଗାନିସ୍ତାନରେ ଭୂକମ୍ପ ହେଇଥିବାରୁ ଭାରତ ସେଟାକୁ ସାହାଯ୍ୟତା ପଠାଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନେପାଲର ଏକ ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ଭୂକମ୍ପ ସମୟରେ ଭାରତ ଆଫଗାନିସ୍ତାନକୁ ସାହାଯ୍ୟତା ପଠାଉଥିବା ଦାବି ସହୁତ ଭାଇରାଲ କରା ଯାଉଛି।
ଆମ ଅନୁସନ୍ଧାନ:
ଭିଡିଓରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ୬ ମଇ ୨୦୧୫ ମସିହାରେ ସିଏନଏନ ନ୍ୟୁଜର ଏକ ରିପୋର୍ଟ ମିଳିଲା। ଏହି ରିପୋର୍ଟରେ ଆପଣ ମାନେ ଭାଇରାଲ ଭିଡିଓରେ ଥିବା ଫୋଟୋ ଦେଖି ପାରିବେ। ରିପୋର୍ଟ ଅନୁଯାୟୀ ନେପାଲରେ ସବୁଠାରୁ ବିଶାଳ ଭୂକମ୍ପ ହେବା ପରେ ଭାରତ ସେନା, ବାୟୁ ସେନା ଏବଂ ଉଦ୍ଧାରକାରୀ ଦଳ ନେପାଲକୁ ଅନେକ ଭାବରେ ସାହାଯ୍ୟତାରେ ଯୋଗ ଦେଇଥିଲା। ଏହି ଭୂକମ୍ପ ୭.୮ ତୀବ୍ରତା ସାଇଟ ଆସିଥିଲା ଯେଉଁଥିରେ ୭୩୦୦ ଠାରୁ ଅଧିକ ଲୋକେ ନିଜ ପ୍ରାଣ ହରାଇଥିଲେ।
ଭାରତ ଗଣମାଧ୍ୟମ ସେଠାରେ ଭୂକମ୍ପ ଏବଂ ଉଦ୍ଧାର କାର୍ଯ୍ୟକୁ ପ୍ରସସାରିତ କରି ଥିଲା ଯାହାକୁ ନେପାଲର ବାସିନ୍ଦା ମାନେ ନିନ୍ଦା କରି କହିଥିଲେ ଯେ ଭାରତ ସରକାର ନେପାଲର ଭୂକମ୍ପ ପରିସ୍ଥିତିର ରିପୋର୍ଟ ପ୍ରସାରିତ କାରୋ ଭାରତ ସରକାର ଜନସମ୍ପର୍କ ଅଭିଯାନ କରୁଥିଲା।

କ’ଣ ଭାରତ ଆଫଗାନିସ୍ତାନକୁ ଉଦ୍ଧାର ସାମଗ୍ରୀ ଯୋଇଛି?
ଏହା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାରତ ସରକାରର ଅଲ୍ ଇଣ୍ଡିଆ ରେଡିଓ ୱେବସାଇଟରେ ଏହା ନେଇ କିଛି ସୂଚନା ପ୍ରକାଶିତ ହେଇଥିବା ମିଳିଲା। ୨୪ ଜୁନ୍ ୨୦୨୨ ରେ ପ୍ରକାଶିତ ହେଇଥିବା ରିପୋର୍ଟରେ କୁହା ଯାଇଛି ଯେ ଭାରତ ଆଫଗାନିସ୍ତାନର ଭୂକମ୍ପ ଗ୍ରସ୍ତ ଅଞ୍ଚଳକୁ ୨୭ ଟନ୍ ଜରୁରୀକାଳୀନ ଉଦ୍ଧାର ସାମଗ୍ରୀ ପଠାଇଛି। ଏହି ସାମଗ୍ରୀରେ ଟେଣ୍ଟ୍, ଶୋଇବା ବ୍ୟାଗ, କମ୍ବଳ ଏବଂ ଶୋଇବା ମ୍ୟାଟ୍ ଉପଲବ୍ଧ କରା ଯାଇଛି। ମିଳିତ ଜାତିସଂଘ କାର୍ଯ୍ୟାଳୟରମାନବିକ ବ୍ୟାପାର ଏବଂ ଆଫଗାନିସ୍ତାନ ରେଡ୍ କ୍ରିସେଣ୍ଟ୍ ସୋସିଆଇଟିକୁ ଏହି ରିଲିଫ୍ ସାମଗ୍ରୀ ହସ୍ତାନ୍ତର କରା ଜୀବ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନେପାଲର ଏକ ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ଭୂକମ୍ପ ସମୟରେ ଭାରତ ଆଫଗାନିସ୍ତାନକୁ ସାହାଯ୍ୟତା ପଠାଉଥିବା ଦାବି ସହୁତ ଭାଇରାଲ କରା ଯାଉଛି। ଯଦିଓ ଭାରତ ସରକାର ଆଫଗାନିସ୍ତାନ ଭୂକମ୍ପ ସମୟରେ ଜରୁରୀକାଳୀନ ସାମଗ୍ରୀ ଯୋଗାଇଛି କିନ୍ତୁ ଭାଇରାଲ ଫୋଟୋର ଏହା ସହିତ କୌଣସି ସମ୍ବନ୍ଧ ନାହିଁ।

Title:ନେପାଲର ଏକ ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ଭୂକମ୍ପ ସମୟରେ ଭାରତ ଆଫଗାନିସ୍ତାନକୁ ସାହାଯ୍ୟତା ପଠାଉଥିବା ଦାବି ସହୁତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
