କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟ।

Altered Political

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜନଗହଳି ମଧ୍ୟ ଦେଇ ଯାଉଥିବା ଗୋଟିଏ ବସ୍ ରେ ନବୀନ ପଟ୍ଟନାୟକ ବସି ସିଗାରେଟ୍ ପିଉଛନତି। ଦାବି କରା ଯାଉଛି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ପବ୍ଲିକ୍ ସ୍ଥାନରେ ସିଗାରେଟ ପିଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ସିଗାରେଟ ପିଉନାହାଁନ୍ତି। ଭିଡିଓକୁ ଏଡିଟ୍ କରି ତାଙ୍କ ହାତରେ ସିଗାରେଟ ଯୋଡା ଯାଇଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “କହିଦେଉ ଥାଏ ପରକୁ ବୃଦ୍ଧି ନ ଦିଶୟି ଘରକୁ । ଭଲକି ନଜର ପକାନ୍ତୁ ଭିଡିଓ ଉପରେ ମୁଖିଆ ବାବୁ ବୋଧେ ଭିତରେ ଲୋଲିପୋପ ଖାଉଛନ୍ତି ।

Facebook | Archive

ନିମ୍ନରେ ଆପଣ ମାନେ ଏହି ଭିଡିଓରେ କରା ଯାଇଥିବା କମେଣ୍ଟ ଗୁଡିକ ମଧ୍ୟ ପଢି ପାରିବେ। କିଏ ତାଙ୍କୁ ମଦୁଆ ତ ଜେନ ତାଙ୍କୁ ବୁଢା ଲୋକ ବିଡି ପିଉଛି ବୋଲି କହିଛନ୍ତି।

ସମାନ ଭିଡିଓ ଆମକୁ ୟୁଟ୍ୟୁବରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ୨୦୧୯ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଗାରେଟ ପିଉଥିବା ଦେଖିବାକୁ ମିଳି ନାହିଁ। ଭାଇରାଲ ଭିଡିଓ ପରି ନବୀନ ପଟ୍ଟନାୟାକ ନିଜ ମୂହ ନିକଟକୁ ହାତ ନେଇଥିଲେ କିନ୍ତୁ ତାଙ୍କ ହାତର ସିଗାରେଟ ନଥିଲା। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରୁ ନିଆ ଯାଇଥିବା ସ୍କ୍ରିନଶଟ୍ ଏବଂ ଅସଲି ଭିଡିଓର ସ୍କ୍ରିନଶଟ୍ ମଧ୍ୟରେ ତୁଳନା ଦେଖି ପାରିବେ। 

ଏହି ଭିଡିଓ ନେଇ ଆମକୁ ଓମକମ୍ ନ୍ୟୁଜ୍ ୱେବସାଇଟରେ ସୂଚନା ମିଳିଲା। ୨୦୧୯ ମସିହାର ଏହି ରିପୋର୍ଟ ଅନୁଯାୟୀ, ଏହା ୨୦୧୯ ମସିହାରେ ନିର୍ବାଚନ ନିକଟ ସମୟର ଭିଡିଓ ଅଟେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ରେଲି କରୁଥିଲେ। ବିଜେଡ଼ି ଦଳ ଦାବି କରିଛି ଯେ ନବୀନ ପଟନାୟକଙ୍କୁ ବଦନାମ କରିବା ପାଇଁ ବିପକ୍ଷ ଦଳ ତାଙ୍କର ଏକ ଫେକ୍ ଭିଡିଓ ବିସ୍ତାର କରୁଛି। ସାରା ଦିନ ରେଲି କରିବା ପରେ ମୁଖ୍ୟମନ୍ତ୍ରୀ ଫେରୁଥିବା ସମୟରେ ଏହି ଭିଡିଓ ନିଆ ଯାଇଥିଲା। ସେହି ସମୟରେ ସେ ଅତ୍ଯାଧିକ ଥକି ଯାଇଥିବାରୁ ହାଇ ମାରିବା ପାଇଁ ନିଜ ହାତ ମୂହ ନିକଟକୁ ନେଇଥିଲେ। ସେ ସିଗାରେଟ ପିଉନଥିଲେ। 

ସମାନ ଭିଡିଓ ଆମକୁ ସାଂସଦ ଅନୁଭବ ମୋହାନ୍ତିଙ୍କ ଫେସବୁକ ଏକାଉଣ୍ଟରେ ମଧ୍ୟ ୨୦୧୯ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ନିଜ ପୋଷ୍ଟରେ ସେ ଲେଖିଛନ୍ତି, “ନିଜ ଫାଇଦା ପାଇଁ BJP Odisha କେତେ ତଳକୁ ଯାଇପାରେ ସେଟା ଲୋକେ ଠିକ ଜାଣନ୍ତି। ନିକଟରେ ମହିଳା ସାଂସଦ ପ୍ରାର୍ଥୀଙ୍କ ମିଛ ଭିଡିଓ ଭାଇରାଲ କରିବାର ପରିଣାମ ପାଇଛନ୍ତି। ପୁଣି ଏପରି କରୁଛନ୍ତି। ବିଜେପିର ଅସଲ ଚେହେରା ଜଣା ପଡିସାରିଲାଣି। ଏହାର ଜବାବ ଲୋକେ ନିଶ୍ଚୟ ଦେବେ। #ShameOnBJP

https://www.facebook.com/JustAnubhav/posts/pfbid0UgE59fUxh6WPgBgF5PVjuT1taLQErMBoc5eeeExxkTSvG2xwXi8EeXj5PAk56RYml?locale=es_LA

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରି ନବୀନ ପଟ୍ଟନାୟକଙ୍କ ହାତରେ ସିଗାରେଟ ଯୋଡା ଯାଇଛି। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ପିଉନଥିଲେ। ନିର୍ବାଚନ ରେଲି ହେତୁ ଅତ୍ଯାଧିକ ଥକି ଯାଇଥିବାରୁ ସେ ହାଇ ମାରିବା ପାଇଁ ମୂହ ନିକଟକୁ ହାତ ନେଇଥିଲେ। 

Avatar

Title:କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *