ସ୍ୱିଡେନରେ ସ୍ପୋର୍ଟସ୍ ଫେଡେରେସନ୍ ‘ସେକ୍ସକୁ ଏକ ସ୍ପୋର୍ଟସ୍’ ଘୋଷଣା କରିବାର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି!

International Misleading

ବିଶ୍ୱର କେତେକ ଅଞ୍ଚଳରେ ବିଶେଷକରି ଏସିଆର ଦେଶରେ ସେକ୍ସ ବିଷୟରେ ପବ୍ଲିକ୍ ସ୍ଥାନରେ ଚର୍ଚ୍ଚା କିମ୍ବା ଯୌନ ସମ୍ବନ୍ଧ ରଖିବା ଏବେବି ନିଷେଧ। ଏଭଳି ପରିସ୍ଥିତିରେ ଭାରତର କେତେକ ଅଗ୍ରଣୀ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ ସ୍ୱିଡେନ ପ୍ରଥମ ୟୁରୋପୀୟ ଦେଶ ଯିଏ ସେକ୍ସକୁ ଏକ କ୍ରୀଡ଼ା ରୂପେ ସ୍ମାନ୍ୟତା ଦେଇ, ପ୍ରଥମ ୟୁରୋପୀୟ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯୋଜନା କରିଛି। 

ଭାଇରାଲ ଭିଡିଓରେ ଦାବି କରା ଯାଇଛି ଯେ, ସ୍ଵିଡେନ ସେକ୍ସକୁ କ୍ରିଡାର ମାନ୍ୟତା ଦେଇଛି। ସେଠାରେ ସେକ୍ସ ଚାମ୍ପିୟନଶିପ ପ୍ରତିଯୋଗୀତା ଆୟୋଜିତ କରା ଯାଇଛି। କ୍ରିକେଟ ଏବଂ ଫୁଟବଲ ଭଳି ଖୁଲମ୍ଖୁଲା ଆୟୋଜିତ ହେବ ଏହି ଚାମ୍ପିୟନଶିପ। ଏଥିରେ ୟୁରୋପର ଅନେକ ଲୋକେ ଭାଗ ନେବେ। ଏହି ଚାମ୍ପିୟନଶିପରେ ଖେଳାଳି ମାନେ ୪୫ ରୁ ୬୦ ମିନିଟ ପର୍ଯ୍ୟନ୍ତ ସେକ୍ସ ସମ୍ବନ୍ଧୀୟ କୌଶଳ ପ୍ରଦର୍ଶନ କରିବେ। ଏଥିରେ ଓରାଲ ସେକ୍ସ ସହିତ ଅନ୍ୟାନ୍ୟ ଶାରୀରିକ ସମ୍ବନ୍ଧ ପ୍ରଦର୍ଶିତ ହେବ। କାମାସୁତ୍ର ଷ୍ଟାଇଲ୍ ସେକ୍ସ ପାଇଁ ବୋନସ୍ ଦିଆ ଜୀବ ବୋଲି କୁହା ଯାଇଛି। 

Facebook | Archive

ଟାଇମ୍ସ ଅଫ୍ ଇଣ୍ଡିଆ, ହିନ୍ଦୁସ୍ତାନ ଟାଇମ୍ସ, ନ୍ୟୁଜ୍ 18, ଏବଂ ଇଣ୍ଡିଆ ଟୁଡେ ସମେତ ଅନେକ ସମ୍ବାଦ ୱେବସାଇଟ ମଧ୍ୟ ରିପୋର୍ଟ କରିଛି ଯେ ସ୍ଵିଡେନ ବର୍ତ୍ତମାନ ସେକ୍ସକୁ ଖେଳର ମାନ୍ୟତା ଦେଇଛି ଏବଂସ୍ଵିଡେନ ସେକ୍ସ ଫେଡେରେସନ୍ ଦେଖ-ରେଖରେ ୮ ଜୁନ୍ ରୁ ସେକ୍ସ ପ୍ରତିଯୋଗୀତା ଆୟୋଜିତ କରିଛି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ୍ଚ କରିଲୁ ଯେ କ’ଣ ସ୍ଵିଡେନରେ ସେକ୍ସ ପ୍ରତିଯୋଗୀତାର ଆୟୋଜନ କରା ଯାଇଛି? ଯଦିଓ ଆମକୁ ଭାରତୀୟ ଗଣମାଧ୍ୟମରେ ଏହି ପ୍ରତିଯୋଗୀତା ନେଇ ଅନେକ ଖବର ମିଳିଛି କିନ୍ତୁ ଅଗ୍ରଣୀ ବିଶ୍ଵ ଗଣମାଧ୍ୟମ ଏବଂ ଯୋରୋପୀୟ ନ୍ୟୁଜ୍ ଏଜେନ୍ସି ମାନେ ଏପରି କୌଣସି ପ୍ରତିଯୋଗୀତା ବିଷୟରେ ଖବର ପ୍ରକାଶ କରି ନାହାଁନ୍ତି କିମ୍ବା ଏହା ମଧ୍ୟ ରିପୋର୍ଟ କରି ନାହାଁନ୍ତି ଯେ ସ୍ଵିଡେନ ସେକ୍ସକୁ ଏକ କ୍ରିଡାର ମାନ୍ୟତା ଦେଇଛି। 

ଆମର ଧ୍ୟାନ ସ୍ଵିଡେନର ଏକ ନ୍ୟୁଜ୍ ଏଜେନ୍ସି ଗୋଟେରବର୍ଗ-ପୋଷ୍ଟେନ୍ ଦ୍ଵାରା ୨୬ ଏପ୍ରିଲ ୨୦୨୩ ରେ ଏକ ଆର୍ଟିକିଲ ପ୍ରତି ଆକର୍ଷିତ ହେଲା ଯେଉଁଥିରେ କୁହାଯାଇଛି ଯେ ‘ସେକ୍ସକୁ ଏକ ଖେଳ ଭାବରେ ମାନ୍ୟତା ଦେବା ପାଇଁ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ରିପୋର୍ଟ ଅନୁଯାୟୀ ସ୍ଵିଡେନର ଜଣେ ସ୍ଟ୍ରିପ କ୍ଳବ୍ ମାଲିକ ସ୍ଵିଡେନ ସେକ୍ସ ଫେଡେରେସନ୍ ସଂସ୍ଥା ସ୍ଥାପନା kariଛି ଏବଂ ସେ ଚାହୁଁଛନ୍ତି ଯେ ସ୍ଵିଡେନରେ ସେକ୍ସକୁ ଏକ କ୍ରିଡାର ମାନ୍ୟତା ଦିଆ ଯାଉ। ଏହା ନେଇ ସେ ଜାନୁଆରୀ ମାସରେ ଏକ ଆବେଦନ ମଧ୍ୟ ଦାଖଲ କରିଥିଲେ କିନ୍ତୁ ତାଙ୍କ ଆବେଦନକୁ ପ୍ରତ୍ୟାଖାନ କରା ଯାଇଥିଲା। 

ଅନ୍ୟ ଏକ ସ୍ୱିଡେନ ଗଣମାଧ୍ୟମ, ଟିଭି ୪, ୧୯ ଜାନୁଆରୀ ୨୦୨୩ ରେ ଉଲ୍ଲେଖ କରିଛି ଯେ, ଜାତୀୟ କ୍ରୀଡ଼ା ଫେଡେରେସନ୍ ର ଅଧ୍ୟକ୍ଷ ବର୍ଜନ ଏରିକ୍ସନ୍ ସ୍ପଷ୍ଟ କରିଛନ୍ତି ଯେ ସେକ୍ସକୁ ଏକ ଖେଳ ଭାବରେ ଶ୍ରେଣୀଭୁକ୍ତ କରାଯିବ ନାହିଁ। 

ସ୍ଵିଡେନ ସ୍ପୋର୍ଟ୍ସ ଫେଡେରେସନ୍ ଅଧ୍ୟକ୍ଷ ଏନ୍ନା ସେଟ୍ଜମାନ ସ୍ପଷ୍ଟ କରିଛନ୍ତି ଯେ ସ୍ଵିଡେନ ସେକ୍ସ ଫେଡେରେସନ୍, ସ୍ଵିଡେନ ସ୍ପୋର୍ଟ୍ସ ଫେଡେରେସନର ସଦସ୍ୟ ହେଇଥିବା ଦାବି ମିଥ୍ୟା ଅଟେ। ଏହି ମିଥ୍ୟା ଖବର ସ୍ଵିଡେନ ଏବଂ ସ୍ଵିଡେନ ସ୍ପୋର୍ଟ୍ସକୁ ଅପମାନିତ କରିବା ପାଇଁ ବିସ୍ତାର କରା ଯାଉଛି। 

ସ୍ଵିଡେନ ସ୍ପୋର୍ଟ୍ସ ଫେଡେରେସନ୍ କହିଛି ଯେ “ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହା ରିପୋର୍ଟ କରା ଯାଉଛି ଯେ ଗୋଟିଏ ସେକ୍ସ ଫେଡେରେସନ୍ ସ୍ଵିଡେନ ସ୍ପୋର୍ଟ୍ସର ଏକ ସଦସ୍ୟ ଭାବରେ ଯୋଡି ହେଇଛି। ଏହା ଏକ ମିଥ୍ୟା ଖବର ଯାହା ସ୍ଵିଡେନ ଏବଂ ସ୍ଵିଡେନ ସ୍ପୋର୍ଟ୍ସ ଫେଡେରେସନକୁ ଅପମାନିତ କରିବା ଉଦ୍ଦେଶ୍ୟରେ ବିସ୍ତାର କରା ଯାଉଛି। ସେକ୍ସ ଫେଡେରେସନ୍ ନାମର କୌଣସି ସଂସ୍ଥା ସ୍ଵିଡେନ ସ୍ପୋର୍ଟ୍ସ ଫେଡେରେସନର ସଦସ୍ୟ ନାହିଁ।

ସ୍ଵିଡେନ ସେକ୍ସ ଫେଡେରେସନ୍ (SSF)

ସ୍ଵିଡେନ ସେକ୍ସ ଫେଡେରେସନ୍ ନାମକ ଏକ ସଂସ୍ଥା ଦ୍ୱାରା ପ୍ରସ୍ତୁତ ବିଜ୍ଞପ୍ତିକୁ ଆଧାର କରି ଏହି ଭାଇରାଲ୍ ନ୍ୟୁଜ୍ ରିପୋର୍ଟଗୁଡିକ ୮  ଜୁନ୍ ରେ ସ୍ୱିଡେନରେ ୟୁରୋପୀୟ ସେକ୍ସ ଚାମ୍ପିଅନସିପ୍ ଆରମ୍ଭ ହେବ ବୋଲି ରିପୋର୍ଟ କରିଥିଲା।

ଏକ ଫ୍ୟାକ୍ଟ-ଚେକିଂ ସଂସ୍ଥାର ଗୋଟିଏ ପ୍ରଶ୍ନର ଉତ୍ତରରେ ସ୍ଵିଡେନ ସେକ୍ସ ଫେଡେରେସନ କହିଛି ଯେ ସ୍ଵିଡେନ ସ୍ପୋର୍ଟସ କନଫେଡେରେସନ ସେକ୍ସକୁ ଅନେକ କାରଣ ହେତୁ ଏପର୍ଯ୍ୟନ୍ତ ଏକ କ୍ରୀଡା ଶ୍ରେଣୀଭୁକ୍ତ କରି ନାହିଁ ଯେପରି କି ଫେଡେରେଶନକୁ ତାଲିମ ସୁବିଧା, ରେଫରି ପାଇଁ ଦେୟ ଦେବା ଏବଂ ରେଫରି ତାଲିମ ଏବଂ ପାଠ୍ୟକ୍ରମ ଇତ୍ୟାଦି।

SSF ଆହୁରି କହିଛନ୍ତି ଯେ ସ୍ୱିଡେନ ସ୍ପୋର୍ଟସ୍ ଫେଡେରେସନ୍ ‘ସେକ୍ସକୁ ଏକ ଖେଳ ଭାବରେ ଗ୍ରହଣ ନକରିଲେ ମଧ୍ୟ, ୟୁରୋପୀୟ ସେକ୍ସ ଚାମ୍ପିୟନଶିପ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ। 

SSF ର ସୋସିଆଲ ମିଡିଆ ହେଣ୍ଡେଲ ସର୍ଚ୍ଚ କରିବା ପରେ ଆମକୁ ସେକ୍ସ ପ୍ରତିଯୋଗୀତା ସମ୍ବନ୍ଧରେ ଏକ ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ପ୍ରତିଯୋଗୀତାରେ ଭାଗ ନେବା ପ୍ରଥମ ପ୍ରତିଯୋଗୀ ଆସି ପହଞ୍ଚିଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ୮ ଜୁନ୍ ରୁ ସ୍ଵିଡେନରେ ସେକ୍ସ ପ୍ରତିଯୋଗୀତା ଆରମ୍ଭ ହେଇଛି କିନ୍ତୁ ସ୍ଵିଡେନ ସ୍ପୋର୍ଟ୍ସ ଫେଡେରେସନ୍ ଦ୍ଵାରା ସେକ୍ସକୁ ଏକ କ୍ରିଡାର ମାନ୍ୟତା ଦିଆ ଯାଇ ନାହିଁ। ଏହି ପ୍ରତିଯୋଗୀତା ସ୍ଵିଡେନ ସେକ୍ସ ଫେଡେରେସନ୍ ଦ୍ଵାରା ଆୟୋଜିତ କରା ଯାଇଛି ଯାହାର ସ୍ଵିଡେନ ସ୍ପୋର୍ଟ୍ସ ଫେଡେରେସନର ସଦସ୍ୟ ହେବା ଆବେଦନକୁ ପ୍ରତ୍ୟାଖାନ କରା ଯାଇଛି। ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ।

Avatar

Title:ସ୍ୱିଡେନରେ ସ୍ପୋର୍ଟସ୍ ଫେଡେରେସନ୍ ‘ସେକ୍ସକୁ ଏକ ସ୍ପୋର୍ଟସ୍’ ଘୋଷଣା କରିବାର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି!

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *