ପୁରୁଣା ଭିଡିଓକୁ ବର୍ତ୍ତମାନ ଅମିତ ଶାହ ପଶ୍ଚିମବଙ୍ଗ ଗ୍ରସ୍ତ ସହ ଯୋଡ଼ି ଭାଇରାଲ କରାଯାଉଛି।

Missing Context Social

ଅମିତ ଶାହ ପଶ୍ଚିମବଙ୍ଗ ଗ୍ରସ୍ତକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ଏଥିମଧ୍ୟରୁ କିଛି ଖବର ସତ୍ୟ ହୋଇଥିବା ବେଳେ କିଛି ଖବର ମିଥ୍ୟା ମଧ୍ୟ ଅଟେ। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମମତା ବାନାର୍ଜି ଛି ଛି ଚିଲଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅମିତ ଶାହ ପଶ୍ଚିମ ବଙ୍ଗ ଗ୍ରସ୍ତ ପରେ ମମତା ବାନର୍ଜି ଏପରି ଭାଷଣ ଦେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ବର୍ଷ ପୁରୁଣାର ବୋଲି ସ୍ପଷ୍ଟ ହେଲା। ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। 

21 ଡେସେମ୍ବରରେ Prasanta Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ମମତା ବାନର୍ଜି କା .. କା ଚିଲଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗ୍ରସ୍ତ ପରେ ମମଦା  ଦିଦି ରଡ଼ି ଛାଡୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗ୍ରସ୍ତ ପରେ ହୁଡ଼ିବାବା ମମତା ଦିଦି ଦେଖନ୍ତୁ କେମିତି କା..କା ରଡ଼ି ଦେଉଛି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ପୋଷ୍ଟକୁ 38ଥର ସେୟାର ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ମମତା ବାନାର୍ଜିଙ୍କ ଏହି ଭିଡିଓ ଅମିତ ଶାହ ପଶ୍ଚିମବଙ୍ଗ ଗ୍ରସ୍ତ ପରର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିକୁ ବିଭିନ୍ନ କି ଶବ୍ଦ ମାଧ୍ୟମରେ ଖୋଜିଲୁ।  ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। TV5 News ୟୁଟ୍ୟୁବ ଚ୍ୟାନେଲରେ ଭାଇରଲା ଭଡିଓ ପାଇଲୁ। ଯାହାକି 21 ଡିସେମ୍ବର 2019ର ଅଟେ। ପୋଷ୍ଟରେ ଲେଖାଯାଇଛି ଯେ, (Mamata Banerjee Chi Chi Song on PM Modi BJP | CAA | NRC Bill | CAB | Citizenship Amendment ) ପ୍ରଧାନମନ୍ତ୍ରୀ ମୋଦୀ ବିଜେପିରେ ମମତା ବାନାର୍ଜୀ ଚି ଚି ଗୀତ | CAA | NRC ବିଲ୍ | CAB | ନାଗରିକତା ସଂଶୋଧନ। ତେବେ ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଭିଡିଓଟି ଏନଆରସି , ସିଏ ସମୟର ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏହା ପରେ ଭିଡିଓ ସମ୍ପର୍କରେ ଅଧିକ ଜାଣିବା ପାଇଁ ସର୍ଚ୍ଚ କରିଲୁ। 24 ଡିସେମ୍ବର 2019ରେ New Indian express ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ  ଚି ଚି ହେଉଛି ଏକ ବଙ୍ଗାଳୀ ଅଭିବ୍ୟକ୍ତି ଯାହାକି କିଛି ଭୁଲ୍ ଏବଂ ପ୍ରଶଂସନୀୟ କାର୍ଯ୍ୟ କରି କାହାକୁ ଲଜ୍ଜିତ କରେ। ତେବେ ସିଏଏ ଏବଂ ଏନଆରସି ସମୟରେ ମମତା ବାନର୍ଜି ଏହାର ବିରୋଧ କରି ପ୍ରଥାନମନ୍ତ୍ରୀଙ୍କୁ ଲଜ୍ଜିତ କରିବା ପାଇଁ ଏପରି ଶ୍ଲୋଗାନ ଦେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- New Indian expressArchive

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଚ ହେଲୁ ଯେ, ଭାଇରାଲ ଭିଡିଓ ବର୍ଷେ ପୁରୁଣା ଅଟେ। ଭିଡିଓର ଅମିତ ଶାହ ବର୍ତ୍ତମାନ ପଶ୍ଚିମବଙ୍ଗ ଗ୍ରସ୍ତରେ ଯିବା ନେଇ କୌଣସି ସମ୍ବନ୍ଧ ନାହିଁ। 

Avatar

Title:ପୁରୁଣା ଭିଡିଓକୁ ବର୍ତ୍ତମାନ ଅମିତ ଶାହ ପଶ୍ଚିମବଙ୍ଗ ଗ୍ରସ୍ତ ସହ ଯୋଡ଼ି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: Missing Context

Leave a Reply

Your email address will not be published. Required fields are marked *