
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ହିଂସା ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କ ହାତ, ଗୋଡ଼ ଏବଂ ପାଟି ବନ୍ଧା ଯାଇଛି। ଦାବି କରା ଯାଉଛି ଯେ ବାଂଲାଦେଶରେ ହିଂସା ସମୟରେ ହିନ୍ଦୁ ମହିଳାଙ୍କ ଉପରେ ନିର୍ଯାତନା କରା ଯାଉଛି।
କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏହା ହିଁ ବୋଧେ ସେମାନଙ୍କର ଭାଇଚାରା। ବାଂଲାଦେଶରେ ଜଣେ ହିନ୍ଦୁ ଭଉଣୀର ଏଭଳି ଦୁର୍ଦଶା ହିଁ ତ ପ୍ରମାଣିତ କରି ଦେଉଛି ଯେ ସେମାନେ ମହିଳାଙ୍କୁ କିପରି ସମ୍ମାନ କରନ୍ତି ଆଉ ଭାଇଚାରା କିଭଳି ରକ୍ଷା କରନ୍ତି!“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ବାଂଲାଦେଶର ରାଜଧାନୀ ଢାକା ରେ ସ୍ଥିତ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ଵାରା ପ୍ରଦର୍ଶିତ ଏକ ନାଟକ ଅଟେ।
ଏହା ପରେ ଆମେ ଗୁଗୁଲ ମ୍ଯାପ୍ସରେ ଜଗନ୍ନାଥ ବିଶ୍ଵବିଦ୍ୟାଳୟର ଫୋଟୋ ସର୍ଚ୍ଚ କରିଲୁ। ନିମ୍ନରେ ଆପଣ ମାନେ ଦେଖି ପାରିବେ ଯେ ଜଗନ୍ନାଥ ବିଶ୍ଵବିଦ୍ୟାଳୟ ଏବଂ ଭାଇରାଲ ଭିଡିଓରେ ଥିବା ଦୃଶ୍ୟ ସମାନ ଅଟେ।
ସମଗ୍ର ବିଷୟ କ’ଣ?
ଜଗନ୍ନାଥ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଜଣେ ଛାତ୍ର ଫାରୁଜ ସାଦାଫ ଅବନ୍ତିକାଙ୍କ ଆତ୍ମହତ୍ୟାକୁ ବିରୋଧ କରି କ୍ୟାମ୍ପସରେ ଶୋଭାଯାତ୍ରା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ଛାତ୍ରମାନେ ଅଭିଯୋଗ କରିଥିଲେ, “ବିଶ୍ୱବିଦ୍ୟାଳୟ ପ୍ରଶାସନର ଦାୟିତ୍ୱହୀନତା ଅବନ୍ତିକାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଲା। ଘଟଣାର ଅନୁସନ୍ଧାନ କରାଯିବା ସହ ଅପରାଧୀଙ୍କୁ ଦଣ୍ଡ ଦିଆଯିବା ଉଚିତ୍।”
ନିମ୍ନରେ ଥିବା ଫଟୋରେ ଆମେ ଅବନ୍ତିକାଙ୍କ ଆତ୍ମହତ୍ୟା ଘଟଣାରେ ବିଶ୍ୱବିଦ୍ୟାଳୟର ଡ୍ରାମା ବିଭାଗର ଛାତ୍ରମାନଙ୍କ ଦ୍ୱାରା ଏକ କଳା ପ୍ରଦର୍ଶନରେ ଭାଇରାଲ୍ ଭିଡିଓର ମହିଳାଙ୍କୁ ଦେଖିପାରିବା।
ମାର୍ଚ୍ଚ ୧୮ ରେ, ଚ୍ୟାନେଲ ୨୪ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଆତ୍ମହତ୍ୟାକୁ ବିରୋଧ କରୁଥିବା ଏକ ଭିଡିଓ ସେୟାର କରା ଯାଇଥିଲା। ଭିଡିଓର କ୍ୟାପସନରେ ଲେଖା ଯାଇଛି, ଅବନ୍ତିକାଙ୍କ ମୃତ୍ୟୁ ପାଇଁ ନ୍ୟାୟ ଦାବି କରିବାକୁ ଟର୍ଚ୍ଚ ମାର୍ଚ। ଏହି ଭିଡିଓର ୦.୪୫ ମିନିଟରୁ ନେଇ ୧.୨୦ ମିନିଟ ସମୟରେ ଆପଣ ମାନେ ଭାଇରାଲ କ୍ଲିପ୍ ଦେଖିପାରିବେ।
ଏହା ପୂର୍ବରୁ ଏକ ଭାଇରାଲ ଭିଡିଓ ସହିତ ବାଂଲାଦେଶର ଛତ୍ର ଲିଗର ନେତାଙ୍କୁ ନିର୍ଯାତନା ଦିଆଯାଉଥିବା ଏକ ଦାବି ଭାଇରାଲ ହୋଇଥିଲା।
ଭିଡିଓ ଭାଇରାଲ ହେବା ପରେ ନ୍ୟୁଜ୍ ୨୪ ଚ୍ୟାନେଲ ସହିତ କଥାବାର୍ତ୍ତା କରି ମହିଳା କହିଥିଲେ, “ମୋର ନାମ ତ୍ରିଶା ଏବଂ ମୋର ବାଂଲାଦେଶ ଚାତ୍ର ଲିଗ୍ ସହିତ କୌଣସି ସମ୍ପର୍କ ନାହିଁ। ଅବନ୍ତିକା ଆପୁଙ୍କ ମୃତ୍ୟୁ ପରେ କ୍ୟାଣ୍ଡେଲ ମାର୍ଚ୍ଚ ଏକ ସମୟରେ ମଞ୍ଚସ୍ଥ ହୋଇଥିଲା। ସେଥିରେ ମୁଁ ଏକ ଷ୍ଟ୍ରିଟ୍ ନାଟକରେ ଅଭିନୟ କରିଥିଲି। ଭିଡିଓ ଭାଇରାଲ ହେବା ପରେ ମୋର ସମ୍ପର୍କୀୟ ଏବଂ ପରିଚିତମାନେ ମୋତେ ଫୋନ୍ କରି ଘଟଣାର ବିବରଣୀ ପଚାରିଥିଲେ। ଏହା ମଧ୍ୟ ସେମାନେ ଅନୁଭବ କରିଥିଲେ ଯେ ଏହା ଏକ ନିର୍ଯାତନା ମାମଲା।”
ମିଥ୍ୟା ଦାବି ସହିତ ଭିଡିଓ ଭାଇରାଲ ହେବା ପରେ ଜେଏନୟୁ ସର୍ଟ ଷ୍ଟୋରୀ ନାମକ ଏକ ଫେସବୁକ ପେଜ ଜୁଲାଇ ୨୬ ରେ ସମାନ ଭିଡିଓ ସେୟାର କରି ସ୍ପଷ୍ଟ କରିଛି ଯେ ଭିଡିଓରେ ଥିବା ଝିଅ, ଜଗନ୍ନାଥ ବିଶ୍ୱବିଦ୍ୟାଳୟର ଛାତ୍ର ଯେଉଁଠାରେ ଅବନ୍ତିକାଙ୍କ ଆତ୍ମହତ୍ୟାକୁ ବିରୋଧ କରିବା ପାଇଁ ଏକ ଷ୍ଟ୍ରିଟ ପ୍ଲେ କରାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବାଂଲାଦେଶର ରାଜଧାନୀ ଢାକାରେ ସ୍ଥିତ ଜଗନ୍ନାଥ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରଙ୍କର ଆତ୍ମହତ୍ୟାର ବିରୋଧରେ କରା ଯାଇଥିବା ଗୋଟିଏ ନାଟକର ଭିଡିଓକୁ ସମ୍ପ୍ରତ୍ତି ସମୟରେ ହିନ୍ଦୁଙ୍କ ଉପରେ ନିର୍ଯାତନାର ଦାବି ସହିତ ଭାଇରାଲ କରା ଯାଉଛି।

Title:ଗୋଟିଏ ନାଟକ ପ୍ରଦର୍ଶନ ଭିଡିଓକୁ ବାଂଲାଦେଶରେ ହିନ୍ଦୁ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି।
Written By: Siddharth SahuResult: False
