ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ଭାରତ ୪ ଟି ବ୍ରୋଞ୍ଜ ପଦକ ଜିତ୍ୟ ସାରିଛି। ଜାଭେଲିନ୍ ରେ ନୀରଜ ଚୋପଡ଼ା ସ୍ଵର୍ଣ୍ଣ ପଦକ ଜିତନ୍ତୁ ବୋଲି ସାରା ଦେଶକୁ ଆଶା ଅଛି।

ଏହି ପ୍ରସଙ୍ଗରେ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ନୀରଜ ଚୋପଡ଼ା ଭରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତ୍ୟ ଦେଶର ଗୌରବ ବଢାଇଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ପ୍ୟାରିସ ଅଲମ୍ପିକ୍ସରେ ନୀରଜ ଚୋପଡ଼ା ରୌପ୍ୟ ପଦକ ଜିତିଛନ୍ତି। ପାକିସ୍ତାନର ଅର୍ଶଦ ନାଦିମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ନୀରଜ ଚୋପଡ଼ାଙ୍କ ଜାଭେଲିନ୍ ଫିଙ୍ଗୁଠିବା ଏକ ଫୋଟୋ ସେଯାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲେ ନୀରଜ। ଟୋକିଓ ପରେ ପ୍ୟାରିସରେ ସ୍ବର୍ଣ୍ଣ ଜିତିଲେ ନୀରଜ।"

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୯ ଅଗଷ୍ଟ ୨୦୨୪ ରେ ଏନଡ଼ିଟିଭି ୱେବସାଇଟରେ ପ୍ୟାରିସ ଅଲମ୍ପିକ୍ସ ର ଜାଭେଲିନ୍ ଥ୍ରୋ ର ଫଳାଫଳ ମିଳିଲା। ରିପୋର୍ଟ ଅନୁଯାୟୀ, ପ୍ୟାରିସ ଅଲମ୍ପିକ୍ସ ୨୦୨୪ ରେ ପୁରୁଷ ଜାଭେଲିନ୍ ପ୍ରତିଯୋଗୀତାର ଫାଇନାଲ୍ ରେ ନୀରଜ ଚୋପ୍ରା ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ପାକିସ୍ତାନର ଅର୍ଶଦ ନଦିମ ୯୨.୯୭ ମିତିର ଫିଙ୍ଗି ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

ଖବରକୁ ନିଶ୍ଚିତ କରିବା ପାଇଁ ଆମେ ଅଲମ୍ପିକ୍ସ ୱେବସାଇଟରେ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ନୀରଜ ଚୋପ୍ରା ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟ ଅଅକ୍ଷରେ ପାକିସ୍ତାନର ଅର୍ଶଦ ନଦିମ ଫାଇନାଲରେ ଦୁଇ ଥର ୯୦ ମିଟର ରୁ ଅଧିକ ଦୂର ଜାଭେଲିନ୍ ଫିଙ୍ଗି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

ନିମ୍ନରେ ମଧ୍ୟ ଆପଣ ମାନେ ଜାଭେଲିନ୍ ଫାଇନାଲର ତାଲିକା ଦେଖି ପାରିବେ।

Olympics

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପ୍ୟାରିସ ଅଲମ୍ପିକ୍ସରେ ନୀରଜ ଚୋପଡ଼ା ରୌପ୍ୟ ପଦକ ଜିତିଛନ୍ତି। ପାକିସ୍ତାନର ଅର୍ଶଦ ନାଦିମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Avatar

Title:ପ୍ୟାରିସ ଅଲମ୍ପିକ୍ସରେ ନୀରଜ ଚୋପଡ଼ା ଜାଭେଲିନ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦାବି ମିଥ୍ୟା ଅଟେ।

Fact Check By: Siddharth Sahu

Result: False