
11 ଫେବୃଆରିରେ Er jitu Krushna padhy ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କିଛି ପୋଲିସ କର୍ମି କିଛି ମହିଳାକୁ ପିଟୁ ଥିବାର ଦେଖା ଯାଉଛନ୍ତି। ଭିଡିଓରେ ଲୋକଙ୍କ ଭିଡ଼ ମଧ୍ୟ ଦେଖା ଯାଉଛି। ଭିଡିଓର କିଛି ସମୟ ମଧ୍ୟରେ ଜଣେ ପୋଲିସ କର୍ମି ଏକ ମହିଳାକୁ ମଟିରେ କଚାଡ଼ି ଦେବାର ମଧ୍ୟ ଦେଖା ଯାଉଛି। ପୋଲିସ କର୍ମିର ଏପରି ଭୟାବହ ରୂପ ଦେଖି ସ୍ଥାନିୟ ଲୋକ ଆଚମ୍ବିତ ହୋଇ ଠିଆ ହୋଇଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନରେ ହିନ୍ଦୁ ଲୋକ କମ ଥିବାକୁ ପାକିସ୍ତାନ ପୁଲିସ ହିନ୍ଦୁ ମହିଳାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 527,798 ୟୁଜର ଦେଖି ସାରିଥିଲେ। ତଳେ ପୋଷ୍ଚର ଭିଡିଓ ଦେଖନ୍ତୁ।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନୃ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ଫୋଟୋ ମଧ୍ୟରୁ କିଛି ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ଏହା ସହିତ ଆମେ Yandex ପଜରୁ ଭିଡିଓର ଲିଙ୍କ ଖୋଜିବା ପାଇଁ ଚେଷ୍ଟା କରିଲୁ। ଏହି ପେଜରୁ ଆମକୁ ଭିଡିଓର ଏକ ଫୋଟୋ AGHS ନ୍ୟୁଜ ପେଜ ମିଳିଲା। ଏହା ଛଡ଼ା TRIBUNE ନାମକ ଏକ ନ୍ୟୁଜ ପେଜରେ ମଧ୍ୟ ଭିଡିଓର ଫୋଟୋ ପାଇଲୁ। ପେଜରେ ଭାଇରାଲ ଭିଡିଓର ନ୍ୟୁଜ 5 ଜାନୁଆରି 2019ରେ ପ୍ରକାଶିତ କରାଯାଇଥିଲା। ପେଜର ଅନୁଚ୍ଛେଦ ଅନୁସାରେ ଭାଇରାଲ ଭିଡିଓ ପାକାସ୍ତାନ ସ୍ଥିତ ପଞ୍ଜାବର ଚିନୋତ୍ (Chiniot) ଅଞ୍ଚଳର ଅଟେ। ଏହା ସହିତ ଲେଖା ଯାଇଛି ଯେ, ଭାଇରାଲ ଭିଡିଓରେ ମହିଳାଙ୍କୁ ମାରୁଥିବା ତିନି ପୋଲିସ କର୍ମିଙ୍କୁ ନିଲମ୍ବିତ କରି ଦିଆ ଯାଇଛି। ନିଲମ୍ବିତ ହୋଇଥିବା ପୋଲିସ କର୍ମିଙ୍କ ନାମ ସବ ଇନିସ୍ପେକ୍ଟର ଗୁଲାମ ଏହମଦ, କନିଷ୍ଟବଳ ଇଫତିଖର ଏବଂ ରିହାଜ ହୁସେନ ଅଟେ। ଏହି ଘଟଣା ଛେମାବ ନଗରରେ ଘଟି ଥିଲା।

ଏଠାରେ ଲିଙ୍କ ଦେଖନ୍ତୁ-TRIBUNE । Archive
ତେବେ ଭିଡିଓରେ ମଡ଼ ଖାଉଥିବା ମହିଳା ହିନ୍ଦୁ ନା ମୁସ୍ଲିମ ତାହା ଜାଣିବା ପାଇଁ ଅଧିକ ସର୍ଚ କରିଲୁ। ସେହି ନ୍ୟୁଜ ପେଜରେ ଲେଖା ଯାଇଥିଲା ଯେ, 2018 ଡିସେମ୍ବରରେ ଦୁଇଜଣ ଦୋକାନି ଦୁଇ ମହିଳାଙ୍କ ସହ ଦୁର୍ବ୍ୟବହାର କରିବା ପୂର୍ବରୁ ଜଣେ ମହିଳାର ଛୋଟ ପୁଅକୁ ପିଟିଥିଲେ। ଦୋକାନିଠାରୁ ମାଡ଼ ଖାଇଥିବା ପିଲାର ମାଁ ଅଜମାତ ବିୱିଙ୍କ ଅନୁସାରେ ତାଙ୍କ ପୁଅ ଘର ବାହରେ ଖେଳୁଥିବା ସମୟରେ ଦୁଇ ଦୋକାନି ତା ସହ ଦୁର୍ବ୍ୟବହାର କରିବା ସହ ତା ଡ୍ରେସ ଖୋଲି ଦେଇଥିଲେ। ଏହା ସହିତ ଅଜମାତ ବିୱି ଏବଂ ତାଙ୍କ ଅନ୍ୟ ଜଣେ ସମ୍ପର୍କିୟ ସହ ଦୋକାନି ହୁଇ ଦଣ ଦୁର୍ବ୍ୟବହାର ମଧ୍ୟ କରିଥିଲେ।

ସର୍ଚରେ ଆମକୁ Tribune ନ୍ୟୁଜ ପେଜରେ ଆମକୁ ଭାଇରାଲ ଭିଡିର କାହାଣି ବିଷୟରେ ସୂଚନା ମିଳଲା। ନ୍ୟୁଜ ପେଜର ଅନୁଚ୍ଛେଦ ଅନୁସାରେ ମହିଳା ଏହି ଘଟଣାକୁ ନେଇ ପୋଲିସ ଥାନାରେ ମାମଲା ରୁଜୁ ମଧ୍ୟ କରିଥିଲେ। କିନ୍ତୁ ପୋଲିସ ଅପରାଧିକୁ ଧରିବା ବଦଳରେ କୌଣସି ଜାଞ୍ଚ ମଧ୍ୟ କରିନଥିଲା।

ଏଠାରେ ଲିଙ୍କ ଦେଖନ୍ତୁ-TIME OF ISLAMABAD । ARCHIVE
TIME OF ISLAMABAD ଅନୁସାରେ ଅଜମାତ ବିୱି ନାମକ ମହିଳାର ପୁଅ ଦୋକାନରୁ ଚୋରି କରିଥିବାରୁ ଦୁଇ ଦୋକାନି ତାଙ୍କୁ ପିଟିଥିଲେ। ପୋଲିସ ମହିଳାର ପୁଅକୁ ଗିରଫ କରିବା ପାଇଁ ଆସିଥିବା ବେଳେ ମୋହିଳା ପୁଅକୁ ଛାଡୁନଥିଲା। ପୋଲିସ ଅଜମାତ ବିୱି ଠାରୁ ତାଙ୍କ ପୁଅକୁ ଛଡଉଥିଲେ ସୁଧା ମହିଳା ତାଙ୍କ ପୁଅକୁ ଛାଡ଼ୁ ନଥିଲେ। ଏହା ପରେ ପୋଲିସ ରାଗି ଯାଇ ମହିଳାକୁ ତଳେ କଚାଡ଼ି ଦେଇଥିଲେ। ପୋଲିସର ମହିଳା ପ୍ରତି ଏପରି ବ୍ୟବହାରକୁ ଦେଖି ପୋଲିସ କର୍ମିକୁ ନିଲମ୍ବିତ ମଧ୍ୟ କରାଯାଇଥିଲା।
ଶେଷକଥା–
ଆମ ଅନୁସନ୍ଧାରୁ ପାଇଲୁ ଯେ, ଭାଇରାଲ ଭିଡିଓରେ ପୋଲିସ କର୍ମି ପିଟୁଥିବା ମହିଳା ହିନ୍ଦୁ ନୁହଁ ବରଂ ମୁସ୍ଲିମ ଅଟେ। ଭିଡିଓରେ ପୋଲିସ ଯେଉଁ ମହିଳାଙ୍କୁ ତଳେ କଚାଡ଼ି ଥିଲା ସେ ମହିଳାଙ୍କ ନାମ ଅଜମାତ ବିୱି ଅଟେ। ସେ ଜଣେ ମୁସ୍ଲିମ ଅଟନ୍ତି। ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।

Title:ଭାଇରାଲ ଭିଡିଓରେ ପୋଲିସ କର୍ମିଠାରୁ ମାଡ଼ ଖାଉଥିବା ମହିଳା ମୁସ୍ଲିମ ଅଟେ।
Fact Check By: Saritadevi SamalResult: False