ରାଜନାଥ ସିଂ କୃଷିକଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ନିଜ ସରକାର ବିରୋଧି ହେଉଛନ୍ତି କି ? ଜାଣନ୍ତୁ ସତ୍ୟ।

False Political

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କିଛି ମିଥ୍ୟା ଖବର ଏବଂ ପୁରୁଣା ଫଟୋକୁ କୃଷକ ଆନ୍ଦୋଳନ ସହିତ ଯୋଡି ଭାଇରାଲ କରାଯାଉଛି।  ଏଥିମଧ୍ୟରେ ରାଜନାଥ ସିଂଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦିଲ୍ଲୀର କୃଷକମାନଙ୍କୁ ସମ୍ବୋଧିତ କରି ନୂଆ  କୃଷି ବିଲକୁ  ବିରୋଧ କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ରାଜନାଥ ସିଂ କହୁଛନ୍ତି ଯେ,  ସେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ରାଜନୈତିକ ସମ୍ପର୍କ ଥାଇ ମଧ୍ୟ ଠିଆ ହେବେ ଏବଂ କୃଷକଙ୍କ ଅସୁବିଧାକୁ ବୁଝିନଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

4 ମାର୍ଚ୍ଚରେ Amitabh Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଏବେ ପ୍ରଧାନମନ୍ତ୍ରୀ କଣ କହିବେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲୋକ ଦେଖି ସାରିଛନ୍ତି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ରାଜନାଥ ସିଂ କୃଷକମାନଙ୍କୁ ସମର୍ଥନ ମୋଦି ସରକାରକୁ ବିରୋଧ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ, ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଭିଡିଓକୁ  ଭିଡିନ୍ନ କୀୱାର୍ଡ ମାଧ୍ୟମରେ ଅନୁସନ୍ଧାନ କରି ଆମକୁ ଭାଇରାଲ ଭିଡିଓ ମିଳିଲା। ବିଜେପିର ଅଫିସିଆଲ୍ Youtube ଚ୍ୟାନେଲରେ ଭାଇରାଲ୍ କିଲ୍ପର ପୁରା ଭିଡିଓ ମିଳିଲା। ଏହି ଭିଡିଓର ଆଖ୍ୟାରେ ଲେଖା ଅଛି, “ଶ୍ରୀ ରାଜନାଥ ସିଂ, ନୂଆଦିଲ୍ଲୀର ଜନ୍ତର ମନ୍ତରରେ କୃଷକମାନଙ୍କ ମଞ୍ଚସ୍ଥ ଧର୍ମକୁ ସମ୍ବୋଧିତ କରୁଛନ୍ତି। ଭାଇରାଲ ଭିଡିଓ 20 ମାର୍ଚ୍ଚ 2013ର ଅଟେ।  6 ମିନିଟ୍ 40 ସେକେଣ୍ଡ୍ ଏହି ଭିଡିଓର କିଲ୍ପକୁ କାଟି ବର୍ତ୍ତମାନର କହି ଭାଇରାଲ କରାଯାଉଛି। ତଳେ ୟୁଟ୍ୱବ ଭିଡିଓ ଦେଖନ୍ତୁ। 

ଏହା ପରେ ଆମେ ଗୁଗୁଲରେ କୀ ଶବ୍ଦ ମାଧ୍ୟମରେ 2013 ରେ ରାଜନାଥ ସିଂ ଦେଇଥିବା ଭାଷଣ ସମ୍ବନ୍ଧୀୟ ଖବର ଖୋଜିଥିଲୁ। 13 ମାର୍ଚ୍ଚ 2013ରେThe Hindu ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ, ଭାରତର ବିଭିନ୍ନ ସ୍ଥାନରୁ ହଜାର ହଜାର କୃଷକ ରାଜଧାନୀରେ ପହଞ୍ଚି ଚାଷୀଙ୍କ ସର୍ବନିମ୍ନ ଆୟ ନିଶ୍ଚିତ କରିବାକୁ ଆୟୋଗ ସମେତ ଅନେକ ଦାବି କରିଥିଲେ। ସେହି ସମୟରେ ଭାରତେ ବିଜେପି ସରକାର ନୁହେଁ ବରଂ କଂଗ୍ରେସ ସରକାରଥିଲା। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। ଏଠାରେ ଖବରର Archive ଲିଙ୍କ ଦେଖନ୍ତୁ। 

କୃଷି ଆନ୍ଦୋଳନକୁ ନେଇ ଏହି ପରେ ଅନେକ ଫେକ ଖବର ଆପଣ ଲିଙ୍କରେ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ 2013ର ଅଟେ। ଯେତେବେଳେ ବିଜେପି ସରକାର ନଥିଲା ଏବଂ ରାଜନାଥ ସିଂ ସେହି ସମୟରେ ଦିଲ୍ଲୀର ଜନ୍ତର ମନ୍ତ୍ରରେ କୃଷକଙ୍କ ସହ  ବିରୋଧ ପ୍ରଦର୍ଶନ କରିଥିଲେ। ଚାଲୁଥିବା କୃଷକ ଆନ୍ଦୋଳନ ଏବଂ ଭାରତ ବାନ୍ଧ ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ ।

Avatar

Title:ରାଜନାଥ ସିଂ କୃଷିକଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ନିଜ ସରକାର ବିରୋଧି ହେଉଛନ୍ତି କି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *