ବର୍ଷାରେ ଅଗ୍ନିସମ ବିଭାଗର କର୍ମଚାରି ଖୁସି ହେଉଥିବାର ପୁରୁଣା ଭିଡିଓକୁ ଏବେ ଅଷ୍ଟ୍ରେଲିଆରେ ହୋଇଥାବା ବର୍ଷାର ଭିଡିଓ କହି ଭାଇରାଲ କରାଯାଉଛି।

Partly False Social

ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିଲାପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଜୋରଦାର ପୋଷ୍ଟ ଭାଇରାଲ କରାଯାଉଛି। ଅଷ୍ଟ୍ରଲିଆ ଜଙ୍ଗଲରୁ ପଶୁ ପକ୍ଷୀମାନଙ୍କୁ ବଞ୍ଚାଇବାର କିଛି ଭୁଲ ଫୋଟୋ ମଧ୍ୟ ଭାଇରାଲ କରାଯାଇଛି। ତେବେ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡ ପରେ ଏବେ ବର୍ଷା ହୋଇଛି। ଯାହାପରେ ଜଙ୍ଗଲରୁ ନିଆଁ ଲିଭିବାରେ ଲାଗିଛି। ଏହାକୁ ନେଇ ବିଶ୍ୱବାପି ଲୋକ ଖୁସି ଅଛନ୍ତି। ଏଥି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 6 ଜାନୁଆରିରେ Rashmi Ranjan ନାମକ ଜଣେ ଫେଜବୁକ ୟୁଜର ନିଜ ଆକାଉଣ୍ଚରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ, ଏହି ବର୍ଷା କିଛି ଦିନ ପୂର୍ବରୁ ହୋଇଥିଲେ ଭଲ ହୋଇଥାନ୍ତା। ଏହା ସହିତ ବର୍ଷା କରାଇବାରୁ ଭଗବାନଙ୍କର ଧନ୍ୟବାଦ ବୋଲି ଲେଖିଛନ୍ତି। ପୋଷ୍ଟ ହୋଇଥିବା ଭିଡିଓ 2020ର ବୋଲି ଦାବି କରାଯାଇଛି। 

ପୋଷ୍ଟର ଲିଙ୍କ୍ ତଳେ ଦେଖନ୍ତୁ- 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଭାଙ୍ଗିଲୁ। ଏହାପରେ ଆମେ ଭଙ୍ଗା ଯାଇଥିବା ଏକ ଫୋଟୋକୁ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Yandexରେ ଭିଡିଓର କିଛି ଲିଙ୍କ୍ ପାଇଲୁ। ଲିଙ୍କ୍ ରେ ଥିବା ଭିଡିଓ ମଧ୍ୟରୁ ଗୋଟେ ଭିଡିଓକୁ କ୍ଲିକ କଲାପରେ Newstube  ରେ ଭିଡିଓକୁ ପାଇଲୁ। Newstube ରେ ଥିବ ଭିଡିଓ ଭାଇରାଲ ଭିଡିଓ ସହ ସମାନ । ଏହି ଭିଡିଓ 26 ନଭେମ୍ବର 2019ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲାଖା ଯାଇଛି ଯେ, ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସ (New aouth Wales)ର ମଧ୍ୟ ଭାଗ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ବର୍ଷା ହେବାପରେ ଜଙ୍ଗଲରୁ ନିଆଁ ଲିଭିଥିଲା। ବର୍ଷା ହେବାରଦେଖି ସେଠି ଉପସ୍ଥିତ ଥିବା ଲିଓଗାଥା ଅଗ୍ନିବିଭାଗର କର୍ମଚାରିମାନେ ଖୁସି ହୋଇଥିଲେ ଏବଂ ଖୁସିରେ ନାଚୁଥିଲେ। ଏହି ଭିଡିଓକୁ କର୍ମଚାରିମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। 

ଏଠାରେ ଲିଙ୍କ୍ ଦେଖନ୍ତୁ-News tubeArchive

ଏହା ପରେ ଆମେ ଗୁଗୁଲରେ australia fire fighters are jumping in the rain ଲେଖି ସର୍ଚ କରିଲୁ। ସର୍ଚରେ ଆମକୁ Awesome jelly ପେଜରେ ଏହି ଭିଡିଓର ଲିଙ୍କ ମିଳିଲା। ଭିଡିଓର କିଛି ଫୋଟୋ ଏହି ପେଜରେ ପ୍ରକାଶିତ କରାଯାଇଥିଲା। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ନ୍ୟୁ ସାଉଥ ୱେଲ୍ସର ମଧ୍ୟ-ଉତ୍ତର ଭାଗ ଜଙ୍ଗଲରେ ରେ ଲାଗିଥିବା ନିଆଁ ମୁସଳାଧାରା ବର୍ଷା ହେବାରୁ ଲିଭିଗଲା ଏହାକୁ ଦେଖି  ଲିଓଗାଥା ଅଗ୍ନିସମ ବିଭିଗର କର୍ମଚାରିମାନେ ପୋର୍ଟ ମୈକ୍ୱେରୀ ଠାରୁ 40 କିମି ଦୂରରେ ସ୍ଥିତ ରୋଲୈଣ୍ଡ ଅଞ୍ଚଳର ସ୍ଥାନିୟ ଲୋକମାନଙ୍କ ସହ ମିସି ନାଚି ଏକ ଭିଡିଓ କରିଥିଲେ। ଏହି ଭିଡିଓ 26 ନଭେମ୍ବର 2019ରେ ପୋଷ୍ଟ କରାଯାଇଥିଲା। ଅଧିକ ଜାଣିବା ପାଇଁ ଲିଙ୍କ୍ ଦେଖନ୍ତୁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Awesome jelly ।  Archive

ଏହା ଛଡ଼ା ଏହି ଭିଡିଓର  ନ୍ୟୁଜର ଲିଙ୍କ୍ Newshub ଏବଂ youtubeରେ ପାଇଲୁ। ଲିଙ୍କକୁ ଯାଇ ପୋଷ୍ଟ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ , ଅଷ୍ଟ୍ରେଲିଆରେ ବର୍ଷା ହେବା ସୂଚନା ସତ୍ୟ ଅଟେ। କିନ୍ତୁ ବର୍ଷାରେ ନାଚୁଥିବା ଅଗ୍ନିସମ ବିଭାଗର କ୍ରର୍ମଚାରିମାନଙ୍କର ଭାଇରାଲ ଭିଡିଓ 2020 ନୁହଁ ବରଂ 2019 ମସିହାର ଅଟେ। ଭାଇରାଲ ପୋଷ୍ଟ ସମ୍ପୁର୍ଣ୍ଣ ସତ୍ୟ ନୁହଁ।

Avatar

Title:ବର୍ଷାରେ ଅଗ୍ନିସମ ବିଭାଗର କର୍ମଚାରି ଖୁସି ହେଉଥିବାର ପୁରୁଣା ଭିଡିଓକୁ ଏବେ ଅଷ୍ଟ୍ରେଲିଆରେ ହୋଇଥାବା ବର୍ଷାର ଭିଡିଓ କହି ଭାଇରାଲ କରାଯାଉଛି।

Fact Check By: Sarita Samal 

Result: Partly False

Leave a Reply

Your email address will not be published. Required fields are marked *