
ପଶ୍ଚିମବଙ୍ଗରେ ନିର୍ବାଚନପରେ ସ୍ଥିତି ବିଗିଡ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏହାକୁ ନେଇ ହିଂସାତ୍ମକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଉଛି। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲୋକ ବନ୍ଧୁକ ଓ ଖଣ୍ଡା ସହିତ ନାଚୁଥିବାର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓ ସହ ଦାବି କରାଯାଉଛି ଯେ, ଏହି ଭିଡିଓରେ ଟିଏମସି ସମର୍ଥକମାନେ ସମ୍ପ୍ରତି ନିର୍ବାଚନରେ ବିଜୟ ଉତ୍ସବ ପାଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
3 ମଇରେ ବିଜେପି କର୍ମି Dr Lekhasri Samnatsinghar ତାଙ୍କ ଫେସବୁକ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି, ବିଜୟ ସତ୍ତ୍ୱେ ତୃଣମୂଳ କଂଗ୍ରେସ ର ହିଂସା ଓ ଆତଙ୍କର ତାଣ୍ଡବ ମମତା ଦିଦିଙ୍କର ଅସହିଷ୍ଣୁତାର ପରିଚୟ ଦେଉଛି।ବିଜୟ ସତ୍ତ୍ୱେ ତୃଣମୂଳ କଂଗ୍ରେସ ର ହିଂସା ଓ ଆତଙ୍କର ତାଣ୍ଡବ ମମତା ବାନାର୍ଜୀଙ୍କର ଅସହିଷ୍ଣୁତାର ପରିଚୟ ଦେଉଛି। ବିଜେପିର ବଢୁଥିବା ଲୋକପ୍ରିୟତା ର ଆକ୍ରୋଶ ଦିଦି ସାଧାରଣ ଜନତାଙ୍କ ଉପରେ ବାହାର କରୁଛନ୍ତି।ଦିଦି ଜିତିବା ସତ୍ତ୍ୱେ ହାରିଯାଇଛନ୍ତି। ଇତିହାସ ତାଙ୍କୁ କଳଙ୍କିତ ନାୟିକା ହିସାବରେ ମାନେରଖିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ହଜାରରୁ ଅଧିକଥର ସେୟାର କରାଯିବା ସହ ପୋଷ୍ଟକୁ 1000ରୁ ଅଧିକ କମେଣ୍ଟ ଏବଂ ଲାଇକ ଆସିଛି। ତଳେ ଲିଙ୍କ ଦେଖନ୍ତୁ।
ଏହା ଛଡ଼ା Jayadev Giri, Anushree Mohanty, Abinash kumar barik ନାମକ ଫେସବୁକ ୟୁଜର ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟକୁ ଅଧିକରୁ ଅଧିକ ଥର ସେୟାର କରାଯାଇଛି। ତେବେ କଣ ମମଦା ବାନର୍ଜି ଜିତିବା ପରେ ଟିଏମସି ସମର୍ଥକ ହାତରେ ଖଣ୍ଡା ଏବଂ ବନ୍ଧୁକ ଧରି ନାଚୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଡ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Real Entertainment ନାମକ ୟୁଟ୍ୟୁବ ଚ୍ୟାନଲେରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 7 ଅକ୍ଟୋବର 2020ରେ ପୋଷ୍ଟ କରାଯାଇଛି। କିନ୍ତୁ ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିରେ ଗୀତ ଅଲଗା ଅଛି। ଚ୍ୟାନେଲର କମେଣ୍ଟ ଗୀତର ନାଁ ଜାଣିବା ପାଇଁ କିଛି ଲୋକ ପଚାରିଛନ୍ତି। ଯେଉଁଥିରେ ଗୀତର ନାମ Dila teer bija କହି କମେଣ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓ ନିର୍ବାଚନ ପୂର୍ବର ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ଭାଇରାଲ ଭିଡିଓ Instagram ପେଜରେ ପାଇଲୁ। ଯାହାକି 26 ସେପ୍ଟେମ୍ବର 2020ରେ ପୋଷ୍ଟ କରାଯାଇଥିଲା। ଏଠାରେ ପୋଷ୍ଟ କରାଯାଇଥିବା ଭିଡିଓର ଗୀତ ଭାଇରାଲ ଭିଡିରେଥିବା ଗୀତ ସହ ଭିନ୍ନ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
5 ମେରେ CID West Bengal ଏହା ଟ୍ୱିଟ କରି ସ୍ପଷ୍ଟ କରିଛି ଯେ, ଏହି ଭିଡିଓ ପଶ୍ଚିମବଙ୍ଗ ସହିତ ଜଡିତ ନୁହେଁ ଏବଂ ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିଡିଓର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଯଦିଓ ଆମେ ମୂଳ ଭିଡିଓର ସଠିକ୍ ସ୍ଥାନ ଏବଂ ଉତ୍ସବ ସହ ଜଡିତ ପ୍ରସଙ୍ଗ ଖୋଜି ପାଇଲୁ ନାହିଁ, ଇଣ୍ଟରନେଟରେ ଏହି ଭିଡିଓର ଉପସ୍ଥିତି ନିଶ୍ଚିତ କରେ ଯେ, ନିର୍ବାଚନ ବିଜୟ ପରେ ସମ୍ପ୍ରତି ଉତ୍ସବ ସହିତ ଏହି ଭିଡିଓର କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
5 ମେ ରେ Kolkata Police ମଧ୍ୟ ଭିଡିଓର ସ୍କ୍ରିନସଟ ସେୟାର କରିଛି ଏବଂ ସ୍ପଷ୍ଟ କରିଛନ୍ତି ଯେ, ଭିଡିଓ ସହ କରାଯାଉଥିବା ଦାବି ମିଥ୍ୟା ଅଟେ। ଯେଉଁମାନେ ମିଥ୍ୟା ଖବର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓର ନିର୍ବାଚନ ଜିତିବା ପର ଉତ୍ସବ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନୁ ସ୍ପଷ୍ଟ ହେଲା ଯେ, ମମତା ବାନର୍ଜି ନିର୍ବାଚନ ଜିତିବା ପରେ ସମର୍ଥକମାନେ ହାତରେ ବନ୍ଧୁକ ଏବଂ ଖଣ୍ଡାଧରି ନାଚୁଥିବା ଭିଡିଓ ବର୍ତ୍ତମାନର ନୁହେଁ। ଭିଡିଓର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। 2020 ସେପ୍ଟେମ୍ବରରୁ ଭିଡିଓ ଇଣ୍ଟରନେଟରେ ଅଛି।

Title:ପୁରୁଣା ଭିଡିଓକୁ ଟିଏମସି ସମର୍ଥକ ହାତରେ ବନ୍ଧୁକ ଏବଂ ଖଣ୍ଡା ଧରି ନିର୍ବାଚନ ବିଜୟ ଉତ୍ସବ ପାଳନ କରୁଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
