କ’ଣ ମାସ୍କ ବ୍ୟବହାର କରିଲେ ଶରୀରରେ ଅମ୍ଳଜାନ ସ୍ତର ଘଟି ଯାଇଥାଏ? ଜାଣନ୍ତୁ ସତ୍ୟ।
କରୋନାର ଦ୍ଵିତୀୟ ତରଂଗ ଦେଶରେ ନିଜ କାୟା ବିସ୍ତାର କରୁଛି। ଏହା ନେଇ ଅନେକ ରାଜ୍ୟରେ ଲକ୍ ଡାଉନ ମଧ୍ୟ ଦେଖିବାକୁ ମିଳିଛି। ସରକାର ଲୋକଙ୍କୁ ସାମାଜିକ ଦୂରତା ରଖିବା ସହିତ ମାସ୍କ ବ୍ୟବହାର କରିବାର ନିର୍ଦେଶ ମଧ୍ୟ ଦେଇଛି। ଏହି ନୂଆ କରୋନା ଭାଇରାସ କାରଣରୁ ରୋଗୀଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ହେଉଥିବା ସୁଚା ମିଳିଛି।
ଏହି କାରଣରୁ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଅମ୍ଳଜାନ କମ ହେବାର ମୁଖ୍ୟ କାରଣ ମାସ୍କ ଅଟେ। ମାସ୍କ ପିନ୍ଧିଲେ ଅମ୍ଳଜାନ ଠାରୁ ଅଧିକ ଅଙ୍ଗାରକାମ୍ଳ ଅଧିକ ଗ୍ରହଣ ହେଇଥାଏ। ସେଥିପାଇଁ ଶରୀରରେ ଅମ୍ଳଜାନ ହେବାକୁ ଲାଗିଲାଣି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ କାରିଲୁ ଯେ ମାସ୍କ ଆମ ପାଇଁ କାହିଁକି ଆବଶ୍ୟକ। ଆମେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରୁ ଜାଣିବାକୁ ପାଇଲୁ ଯେ କରୋନା ସଂକ୍ରମଣ ଦମନ କାଇବା ଏବଂ ଜୀବନ ବଞ୍ଚେଇବା ପାଇଁ ପଦକ୍ଷେପ ଗୁଡ଼ିକର ଏକ ବିସ୍ତ୍ରୁତ ରଣନୀତିର ଅଂଶ ଭାବରେ ମାସ୍କ ବ୍ୟବହାର କରିବା ଉଚିତ। କରୋନା ଠାରୁ ପର୍ଯ୍ୟାପ୍ତ ସ୍ତରର ସୁରକ୍ଷା ଯୋଗାଇବା ପାଇଁ କେବଳ ମାସ୍କର ବ୍ୟବହାର ଯଥେଷ୍ଟ ନୁହେଁ। ଯଦି ଆଖ-ପାଖରେ କରୋନା ବ୍ୟାପୁଛି ତେବେ କିଛି ସରଲ ସତର୍କତା ଅବଲମ୍ବ କରି ନିରାପଦରେ ରହିବା ଯେପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ଭିଡ଼ରୁ ଦୂରେଇ ରହିବା ଇତିୟାଦୀ ନିର୍ଦେଶ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦେଇଛି।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ସିଡିସି ୱେବସାଇଟରେ ମାସ୍କ ଏବଂ ଅଙ୍ଗାରକାମ୍ଳ ସମ୍ବନ୍ଧରେ ସୂଚନା ମିଳିଲା। ସିଡିସି କହିବା ଅନୁଯାୟୀ ମାସ୍କ ପିନ୍ଧିବା ଦ୍ଵାରା ନିଶ୍ଵାସ ନେଉଥିବା ବାୟୁରେ ଅଙ୍ଗାରକାମ୍ଳ ସ୍ତରରେ ବୃଦ୍ଧି ହୋଇନଥାଏ। କପଡ଼ା ମାସ୍କ ଚେହେରାରେ ଏୟାର ଟାଇଟ୍ ଫିଟ୍ ପ୍ରଦାନ କରେ ନାହିଁ। ଯେତେବେଳେ ଆମେ ନିଶ୍ଵାସ ଚାଡ଼ୁ କିମ୍ବା କଥାବାର୍ତ୍ତା କରୁ ସେତେବେଳେ ଅଙ୍ଗାରକାମ୍ଳ କପଡ଼ା ମାସ୍କରୁ ବାହାରି ପଳାଇଥାଏ। ଏହାର ବିପରୀତରେ ମୂହରୁ ବାହରିଥିବା ବୁନ୍ଦା ଯାହା କୋଭିଡ-୧୯ ସୃଷ୍ଟି କରୁଥିବା ଭାଇରସ ଅଙ୍ଗାରକାମ୍ଳ ଠାରୁ ବହୁତ ବଡ଼, ତେଣୁ ସେମାନେ ସଟୀକ ଭାବରେ ପିନ୍ଧା ଯାଇଥିବା ମାସ୍କ ମାଧ୍ୟମରେ ସହଜରେ ଯାଇ ପାରନ୍ତି ନାହିଁ।
ଏହା ପରେ ଆମେ ଗୁଲବର୍ଗାରେ ସ୍ଥିତ ହସପିଟାଲର ଡାକ୍ତର ସିଲଭିୟା ଇଜାକ୍ ସହିତ ଯୋଗାଯୋଗ କରିଲୁ। ତାଙ୍କ କହିବା ଅନୁଯାୟୀ “କୋଭିଡ-୧୯ ସୃଷ୍ଟି କରୁଥିବା ଭାଇରସ ଅଙ୍ଗାରକାମ୍ଳ ଠାରୁ ଆକାରରେ ବହୁତ ବଡ଼ ଥାଏ। ଆମେ ନିଶ୍ଵାସ ଛାଡ଼ିଲା ବେଳେ ମୂହରୁ ବାହାରିଥିବା ବୁନ୍ଦା ମାସ୍କରେ ଅଟକି ଯାଇଥିବା ସମୟରେ ଅଙ୍ଗାରକାମ୍ଳ ମାସ୍କ ଦେଇ ବାହାରି ଯାଇଥାଏ। ମାସ୍କ ପିନ୍ଧିବା କାରଣରୁ ଶରୀରରେ ଅମ୍ଳଜାନ ସ୍ତର କମହେଇଥିବା ଦାବି କୌଣସି ଭାବେ ସମ୍ଭବ ନୁହେଁ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ଦେଇଛି।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମାସ୍କ ପିନ୍ଧିବାର ଶରୀରରେ ଅମ୍ଳଜାନ ସ୍ତର କମ ହେବା ସହିତ କୌଣସି ସମ୍ବନ୍ଧ ନାହିଁ। ସିଡିସି ନିଜେ ଏହି ଦାବିକୁ ଖଣ୍ଡନ କରି ଏହାକୁ ମିଥ୍ୟା ବୋଲି କହିଛି।
Title:କ’ଣ ମାସ୍କ ବ୍ୟବହାର କରିଲେ ଶରୀରରେ ଅମ୍ଳଜାନ ସ୍ତର ଘଟି ଯାଇଥାଏ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False