କ’ଣ ସରକାରି କର୍ମିଚାରି ଲୋକ ଦେଖାଣିଆ କୋରୋନା ଟିକା ନେବାର ବାହାନା କରୁଛନ୍ତି? ଜାଣନ୍ତୁ ସତ୍ୟତା।

False Social

ସୋସିଆଲ ମିଡିଆ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସରକାରୀ କର୍ମିଚାରି  କୋରୋନା ଟୀକା ନେଉଥିବାର ବାହାନା କରୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଏହି ଭିଡିଓ ସେୟାର କରୁଛନ୍ତି ଯେ ଏହି ଦୁଇ ସରକାରୀ କର୍ମଚାରୀ ଟୀକାକରଣ ନେଇ ନାହାଁନ୍ତି ବରଂ କ୍ୟାମେରା ଆଗରେ ଛଳନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

22 ଜାନୁଆରିରେ Jay Naveen ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କଇଁଛ କାଢ଼ିଛି ବେକ ,ନଦେଖିଲା ଲୋକ ଦେଖ ,ଟୀକା ନିଆ ହେଉଛି ଲୋକ ଦେଖାଣିଆ .. #ସବ୍_ଚଙ୍ଗାସି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 98ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭିଡିଓରେ ସରକାରି କର୍ମିଚାରି ଲୋକ ଦେଖାଣିଆ କୋରୋନା ଟିକା ନେଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଏହାକୁ ନେଇ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଛା। 21 ଜାନୁଆରିରେ Department Of health and family welfare service govt of karnataka ଓଫିସିଆଲ ପେଜରେ ଭାଇରାଲ ଭିଡିଓରେଥିବା ମହିଳାର ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ସେ ତାଙ୍କ ପୋଷ୍ଟ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଭିଡିଓରେ ସେ କହୁଛନ୍ତି ଯେ, କରୋନାଭାଇରସ୍ ଟୀକାକରଣର ପ୍ରଥମ ଦିନରେ ଆମେ ଉଭୟ ଟୀକାକରଣ କରିଥିଲୁ।  ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ କରୋନାଭାଇରସ୍ ଟିକା ନେବାକୁ ଉତ୍ସାହିତ କରିବା ପାଇଁ ଗଣମାଧ୍ୟମ ସାମ୍ବାଦିକନଙ୍କୁ ଏକ ଫଟୋ ଦରକାରଥିଲା, ଯେଉଁଥିପାଇଁ ଆମେ ପରେ ଟିକା ସହ ପୁଣି ଫଟୋ ଉଠାଇଥିଲୁ। ମୋତେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ଏବଂ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜାନୁଆରୀ 16 ରେ ଟିକା ନେଇଥିଲି। ମୋର ନାମ ପୋର୍ଟାଲରେ ପଞ୍ଜିକୃତ ହୋଇଥିଲା। ମୋ କାର୍ଯ୍ୟାଳୟ ଟୀକାକରଣ ଥିଲା। କିଛି ମିଡିଆ ଲୋକ ଟୀକାକରଣ କକ୍ଷ ପରିଦର୍ଶନ କରି ଫଟୋ ମାଗିଥିଲେ। ତେଣୁ ମୁଁ ଟିକା ନେବାର ଫଟୋ ପାଇଁ ପୁଣି ବସିଲି।  ଅଧିକ ସୂଚନା ପାଇଁ ତଳେ ଲିଙେକ ଦେଖନ୍ତୁ। 

ଫ୍ୟାକ୍ଟକ୍ରିସକେଣ୍ଡୋର Hindi ଟିମ  ଭିଡିଓରେ ଦେଖାଯାଉଥିବା ଅନ୍ୟ ବ୍ୟକ୍ତି ତୁମ୍କୁରର ଜିଲ୍ଲା ଚିକିତ୍ସା ଅଧିକାରୀ ଡକ୍ଟର ନାଗେନ୍ଦ୍ରପ୍ପାଙ୍କ ସହ ଯୋଗାଯୋଗ କରିଥିଲେ। ସେ  ଭାଇରାଲ ଭିଡିଓ ମିଥ୍ୟା ଏବଂ ବିଭ୍ରାନ୍ତିକର ବୋଲି କହିଥିଲେ।

ଭାଇରାଲ ହେଉଥିବା ଦାବି ସଂପୂର୍ଣ୍ଣ ଭୁଲ ଅଟେ। ଏହା ହେଉଛି 16 ଜାନୁଆରୀ ଭିଡିଓ, ଯେତେବେଳେ ଆମ ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଜଣେ ସରକାରି ଅଧିକାରୀ ଭାବରେ ଆମେ ପ୍ରଥମେ ଟିକା ନେଲୁ ଯାହା ଦ୍ୱାରା ଲୋକମାନଙ୍କୁ କୋରୋନା ଟିକାକୁ ନେଇ ଭଲ ବାର୍ତ୍ତା ପଠାଗଲା।  ମୁଁ ଏବଂ ଡକ୍ଟର ରଜନୀ ଟୀକାକରଣ କରିସାରିଥିଲୁ ଏବଂ ଏହା ପରେ ଗଣମାଧ୍ୟମ ସଦସ୍ୟମାନେ ଫଟୋ ଏବଂ ଭିଡିଓ ନେବାକୁ ଆସିଥିଲେ ଏବଂ ସମ୍ବାଦ ପ୍ରବନ୍ଧଗୁଡ଼ିକ ପାଇଁ ଫଟୋଗ୍ରାଫ୍ କରିବାକୁ ଅନୁରୋଧ କରିଥିଲେ ଯାହା ଦ୍ୱାରା ଆମକୁ ପୁଣି ଟୀକାକରଣ ସହ ଫଟୋ ଉଠାଇବାକୁ ପଡିଥିଲା ଜଣେ ଡାକ୍ତରୀ ଅଧିକାରୀ ହୋଇ ମୁଁ ଜିଲ୍ଲାର ସବୁଆଡେ ଯାଉଛି ଏବଂ ଲୋକଙ୍କୁ ଟୀକାକରଣ ପାଇଁ ଜାଗ୍ରତ କରୁଛି। ସମଗ୍ର କର୍ଣ୍ଣାଟକର 80% ରୁ ଅଧିକ ଅଞ୍ଚଳରେ ଆମ ଜିଲ୍ଲାର ଟିକାକରଣରେ ସର୍ବାଧିକ ସଂଖ୍ୟା ରହିଛି। “

ଶେଷକଥା-

ଅନୁସନ୍ଧାରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ସରକାରି କର୍ମିଚାରି ମିଥ୍ୟା କୋରୋନା ଟିକା ନେଉଥିବା ଦାବି ମିଥ୍ୟା ଅଟେ। ସରକାରି କର୍ମିଚାରି ପ୍ରଥମେ ଟିକା ସାରିଥିଲେ। କିନ୍ତୁ ସମ୍ବାଦିକମାନଙ୍କୁ ଫଟୋ ଦେବା ପାଇଁ ପୁଣି ଟିକା ନେଉଥିବାର ଦର୍ଶାଇଥିଲେ।

Avatar

Title:କ’ଣ ସରକାରି କର୍ମିଚାରି ଲୋକ ଦେଖାଣିଆ କୋରୋନା ଟିକା ନେବାର ବାହାନା କରୁଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *