
ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାସ୍ତ୍ରପତି ଏବଂ ଲୋକସଭା ବାଚସ୍ପତିଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ରାଷ୍ଟ୍ରପତି, ଉପରାସ୍ତ୍ରପତି ଏବଂ ବାଚସ୍ପତି ହାତ ଯୋଡି ଛିଡା ହୋଇଥିବା ସମୟରେ ପ୍ରଦାନମନ୍ତ୍ର ମୋଦୀ ତାକୁ ଦେଖୁଛନ୍ତି।
ଦାବି କରା ଯାଉଛି ଯେ ରାଷ୍ଟ୍ରପତି, ଉପରାସ୍ତ୍ରପତି ଏବଂ ବାଚସ୍ପତି, ମୋଦୀଙ୍କୁ ଜୁହାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ କେବଳ ତାଙ୍କୁ ଦେଖୁଛନ୍ତି ଯାହା ଏକ ପ୍ରକାର ଅପମାନ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରକୃତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତ୍ରୀ ଏବଂ ଲୋକ ସଭା ବାଚସ୍ପତି, ନରେନ୍ଦ୍ର ମୋଦୀଙ୍କ ସାମନାରେ ହାତ ଯୋଡି ଛିଡା ହୋଇନଥିଲେ। ଫୋଟୋ ଉଠାଇବା ପରେ ସେ ମାନେ ସାମ୍ବାଦିକ ମାନକୁ ଧଣ୍ୟହାବାଦ ଜଣାଇଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “#ଅଜ୍ଞତା ନା #ଅହଙ୍କାର ???
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି ପରି ସାମ୍ବିଧାନିକ ପଦବୀର ଗାରିମା ଗାତକୁ ଗଲା“

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଏହା ପଛରେ ଥିବା ବ୍ୟାନରରେ ‘ଶ୍ରଦ୍ଧାଞ୍ଜଳି’ ଏବଂ ତାହା ସହିତ ବାବା ଶାହେବ ଆମ୍ବେଦକରଙ୍କ ଫୋଟୋ ଅଛି। ଏହା ଦ୍ଵାରା ଆମେ ଜାଣିଲୁ ଯେ ଏହି ଫୋଟୋଟି ବାବା ଶାହେବ ଆମ୍ବେଦକରଙ୍କର ପୁଣ୍ୟତିଥି ଅବସର ସମୟର ଫୋଟୋ ଅଟେ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୬ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ୟୁଟ୍ୟୁବ ଚ୍ୟାନାଲରେ ବାବା ଶାହେବ ଆମ୍ବେଦକରଙ୍କର ପୁଣ୍ୟତିଥି ଅବସରର ଏକ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ, ଆମ୍ବେଦକରଙ୍କର ପୁଣ୍ୟତିଥିରେ ସଂସଦ ଭବନରେ ଫୁଲର ଶ୍ରଦ୍ଧାଞ୍ଜଳି ଦେଲେ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।
ଏହି ଭିଡିଓ ଆରମ୍ଭରୁ ଆମେ ଦେଖିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀ ମୋଦୀ, ଲୋକ ସଭା ବାଚସ୍ପତିଙ୍କ ସହିତ କଥା ହେଉଥିବା ସମୟରେ ଉପରାସ୍ତ୍ରପତି ସେଠାରେ ପହଞ୍ଚି ଥିଲେ। ମୋଦୀ ତାଙ୍କୁ ପ୍ରଣାମ କରି ସ୍ଵାଗତ କରିଥିଲେ। ଏହାର କିଛି ସମୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସେଠାରେ ପହଞ୍ଚି ଥିଲେ।
କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସମସ୍ତେ ବାବା ଶାହେବ ଆମ୍ବେଦକରଙ୍କୁ ଫୁଲ ମାଳ ଚଢାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ଫୋଟୋ ଉଠାଇବା ପାଇଁ ସେମାନେ ଏକ ଧାଡିରେ ଛିଡା ହୋଇଥିଲେ। ଆମେ ଦେଖିବାକୁ ପାଇଲୁ ଯେ ଲୋକ ସଭା ବାଚସ୍ପତି, ଉପରାଷ୍ଟ୍ରପଟି , ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସେଠାରେ ରାମନାଥ କୋଭିନ୍ଦ ଏବଂ ଅନ୍ୟ କିଛି ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଭିଡିଓର ୯.୧୭ ମିନିଟ ସମୟ ଠାରୁ ଆମେ ସମସ୍ତଙ୍କୁ ଫୋଟୋ ପାଇଁ ଧାଡିରେ ଛିଡା ହେଉଥିବା ଦେଖି ପାରିବା। ୯.୪୦ ମିନିଟ ସମୟରେ ଫୋଟୋ ଉଠାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସମସ୍ତେ ହାତ ଯୋଡି ଥିଲେ। ଏହି ମୂହୁର୍ତ୍ତର ଏକ ଫୋଟୋକୁ ସୋସିଆଲ ମିଡିଆରେ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି।


ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ପ୍ରକୃତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତ୍ରୀ ଏବଂ ଲୋକ ସଭା ବାଚସ୍ପତି, ନରେନ୍ଦ୍ର ମୋଦୀଙ୍କ ସାମନାରେ ହାତ ଯୋଡି ଛିଡା ହୋଇନଥିଲେ। ଫୋଟୋ ଉଠାଇବା ପରେ ସେ ମାନେ ସାମ୍ବାଦିକ ମାନକୁ ଧଣ୍ୟହାବାଦ ଜଣାଇଥିଲେ।

Title:କ’ଣ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମନାରେ ହାତ ଯୋଡି ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddhsrth SahuResult: Misleading
