
ନିକଟରେ ୫ ଟି ରାଜ୍ୟ ତେଲଙ୍ଗାନା, ମଧ୍ୟ ପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ଛତ୍ତିସଗଡ ମଧ୍ୟରୁ କେବଳ ତେଲଙ୍ଗାନା ଛାଡି ନିର୍ବାଚନରେ ବିଜେପି ଅନ୍ୟ ୪ ଟି ରାଜ୍ୟରେ ବିଜୟ ହୋଇ ସରକାର ଗଠନ କରିଛି।
ଏହି ପ୍ରସଙ୍ଗରେ ବିଜେପି ନେତା ସୁବ୍ରମନିୟନ ସ୍ୱାମୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ସେ କହୁଛନ୍ତି ଯେ ସେ ଇଭିଏମ୍ ନିୟନ୍ତ୍ରକ ଉତ୍ପାଦନ କରୁଥିବା ଜାପାନ ଦେଶର କମ୍ପାନୀ ସହିତ ସେ ଯୋଗାଯୋଗ କରିଥିଲେ ଏବଂ ଜାପାନର ଇଭିଏମ୍ ରେ ସେମାନେ ସମାନ ନିୟନ୍ତ୍ରକ ବ୍ୟବହାର କରୁଛନ୍ତି କି ବୋଲି ପଚାରିଥିଲେ। ଜାପାନର କମ୍ପାନୀ ଉତ୍ତର ଦେଇଛି ଯେ ସେମାନେ ମୂର୍ଖ ନୁହଁନ୍ତି ଯେ ଇଭିଏମରେ ଏହି ନିୟନ୍ତ୍ରକ ବ୍ୟବହାର କରିବେ। ସେମାନେ ମତଦାନର ବାଲାଟ ପେପର ପଦ୍ଧତି ବ୍ୟବହାର କରନ୍ତି।
ଦାବି କରା ଯାଉଛି ଯେ ନିକଟରେ ସୁବ୍ରମନିୟନ ସ୍ଵାମୀ ଇଭିଏମ ମେସିନର ଘୋତାଲା ବିଷୟରେ ନିଜ ଭାଷଣରେ କହିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ସୁବ୍ରମନିୟନ ସ୍ଵାମୀଙ୍କ ଏହି ଭାଷଣ ୨୦୧୨ ମସିହାର ଅଟେ ଯେତେବେଳେ କେନ୍ଦ୍ରରେ କଂଗ୍ରେସ ଦଳ ଶାସନ ଥିଲା।
କ’ଣ କୁହା ଯାଇଛି ପୋଷ୍ଟ ରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି, “EVM machine ର ଗୁମର ଖୋଲିଲେ ବିଜେପି ର ସୁବ୍ରମନିଅମ୍ ସ୍ବାମୀ। ମଧ୍ୟପ୍ରଦେଶରେ ବିଜେପି ପାର୍ଟିର କର୍ମକର୍ତ୍ତା ମାନେ ଦୁଇ ଦିନ ଆଗରୁ ଘୋଷଣା କରି ସାରିଥିଲେ କୋଉଠୁ କିଏ କେତେ ଭୋଟରେ ଜିତିବେ।“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ସୁବ୍ରମନିୟନ ସ୍ଵାମୀଙ୍କ ୟୁଟ୍ୟୁବ ଚ୍ୟାନାଲରେ ୧୯ ଏପ୍ରିଲ୍ ୨୦୧୨ ରେ ଅପ୍ଲୋଡ ହେଇଥିବା ମିଳିଲା। ତାଙ୍କ ଅଭିଭାଷଣରେ ସେ କହିଛନ୍ତି ଯେ ଦେଶରେ ନିର୍ବାଚନ ସମୟରେ ଇଭିଏମ୍ ଗୁଡିକର କିପରି ଘୋତାଲା କରାଯାଉଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜାପାନ, ଆମେରିକା ଏବଂ ଜର୍ମାନୀ ଭଳି ଦେଶ ଭୋଟ୍ ପାଇଁ ବାଲାଟ୍ ପେପର ବ୍ୟବହାର କରୁଛନ୍ତି। ଆପଣ 33 ସେକେଣ୍ଡରୁ ଭିଡିଓରେ ତାଙ୍କ କଥା ଶୁଣିପାରିବେ।
ଉପରୋକ୍ତ ତଥ୍ୟରୁ ଏହା ସ୍ପଷ୍ଟ ଯେ ଏହା ବର୍ତ୍ତମାନର ଭିଡିଓ ନୁହେଁ। ଏହା ଏକ ଦଶନ୍ଧି ପୁରୁଣା ଭିଡିଓ, ଯେତେବେଳେ କେନ୍ଦ୍ରରେ UPA ସରକାର ଥିଲା।
ଆମେ ୨୦୧୨ ର ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ମଧ୍ୟ ପାଇଲୁ। ରିପୋର୍ଟ ଅନୁଯାୟୀ, ସୁବ୍ରମନିୟନ ସ୍ଵାମୀ ନିର୍ବାଚନରେ ଇଭିଏମ୍ ବ୍ୟବହାର ନେଇ ନିଜର ମନ୍ତବ୍ୟ ଦେଇଛନ୍ତି କାରଣ ଏହି ମେସିନ୍ ଗୁଡିକୁ ସହଜରେ ହସ୍ତାନ୍ତର କରାଯାଇପାରିବା ସମ୍ଭବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଂଲଣ୍ଡ, ଆମେରିକା, ଜର୍ମାନୀ, ଜାପାନ ଇତ୍ୟାଦି ଦେଶ ଇଭିଏମ୍ ବ୍ୟବହାର କରନ୍ତି ନାହିଁ।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ସୁବ୍ରମନିୟନ ସ୍ଵାମୀ ନିର୍ବାଚନରେ ଇଭିଏମ ବ୍ୟବହାର ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ କାରଣ ଏହି ମେସିନ ଗୁଡିକର ବ୍ୟବହାର ଉପଟରେ ବିଶ୍ଵାସ କରା ଯାଇ ପାରିବ ନାହିଁ। କିନ୍ତୁ, ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖଣ୍ଡନ କରି କହିଛନ୍ତି ଯେ ଏହା ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ଭାରତର ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇପାରିବ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ସୁବ୍ରମନିୟନ ସ୍ଵାମୀଙ୍କର ଏହା ଏକ ଦଶନ୍ଧି ପୁରୁଣା ଭିଡିଓ ଯେତେବେଳେ ସେ ଇଭିଏମ୍ ବ୍ୟବହାର ବିରୁଦ୍ଧରେ କହିଥିଲେ। ଏହି ଭିଡିଓ ୨୦୧୨ ମସିହାର ଅଟେ ଯେତେବେଳେ କେନ୍ଦ୍ରରେ UPA ସରକାର ଥିଲା।

Title:କ’ଣ ଇଭିଏମ ଘୋତାଲା ବିଷୟରେ ସୁବ୍ରମନିୟନ ସ୍ଵାମୀଙ୍କର ଭାଷଣ ସାମ୍ପ୍ରତିକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
