ଦୁଇ ବର୍ଷ ପୁରୁଣା ଭିଡିଓକୁ ଶାହୀନ ବାଗରେ ଅଣ ମୁସ୍ଲିମ ପ୍ରଦର୍ଶନକାରୀଙ୍କୁ ଖାଇବାରେ ଛାପକାଇ ଦେଉଥିବା ଦାବିରେ ଭାଇରାଲ କାରାଯାଉଛି।

ଦିଲ୍ଲୀର ଶାହୀନ ବାଗରେ CAA ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଥିବା ବେଳେ ସୋସିଆଲ ମିଡିଆରେ ପ୍ରଦର୍ଶନର ଖବର ମଧ୍ୟ ଜୋରଦାର ଭାଇରାଲ ହେଉଛି। ଏଥି ମଧ୍ୟରେ 24 ଜାନୁଆରିରେ  Puspendu mohanty ନାମକ ଜଣେ ଫେସବୁକ ୟୁଜର Ranit Govindaniର ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ କିଛି ମୁସ୍ଲିମ ଲୋକ ଖାଇବା ପ୍ରସ୍ତୁତ କରୁଥିବାର ଦେଖା ଯାଉଛନ୍ତି। ଏହା ସହିତ ଜଣେ ମୁସ୍ଲିମ ବ୍ୟକ୍ତି ଖାଇବାରେ ପାଟିରୁ କିଛି ପକାଉଥିବାର ଦେଖା ଯାଉଛନ୍ତି। ତେବେ ପୋଷ୍ଟରେ […]

Continue Reading

କ’ଣ ଭାଇରାଲ ଭିଡିଓରେ ପ୍ରଦର୍ଶନକାରି ପ୍ରଦର୍ଶନ ପାଇଁ ଅଧିକ ପଇସାର ଦାବି କରୁଛନ୍ତି? ଜାଣନ୍ତୁ ସତ୍ୟ।

23 ଜାନୁଆରିରେ  ଅର୍ପନ ହିନ୍ଦୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଭିଡିଓ  ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ମୁସ୍ଲିମ ପ୍ରଦର୍ଶନକାରି ମହିଳା ଆରୋପ ଲଗାଉଥିବାର ଦେଖା ଯାଉଛନ୍ତି ଯେ, କେବଳ 500 ଟଙ୍କା ଦେଇ ଆମକୁ ପ୍ରଦର୍ଶନ କରିବା ପାଇଁ ଡାକି ଦିଆ ଯାଉଛି । ଆମେ ନିଜ ଘର ଦ୍ୱାର ଛାଡ଼ି ,ପଠପଢ଼ା ଛାଡ଼ି , ନିଜ ପରିବାର ଛାଡ଼ି ପ୍ରଦର୍ଶନରେ ଆସୁଛୁ ଆମକୁ କିନ୍ତୁ କେବଳ 500 ଟଙ୍କା ଏବଂ […]

Continue Reading

କ’ଣ ଦୁବାଇ ମସଜିଦରେ ମୁସ୍ଲିମ ମହିଳାମାନେ ରାମ ଭଜନ କରୁଛନ୍ତି ? ଜାଣନ୍ତୁ ସତ୍ୟତା।

22  ଜାନୁଆରି ରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ କିଛି ମୁସ୍ଲିମ ବର୍ଗର ଲୋକମାନେ ରାମ ଭଜନ ଗାଉଥିବାର ଦେଖା ଯାଉଛି।। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଦୁବାଇରେ ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କ  ସ୍ୱାମିମାନେ ତାଳିମାରି ତାଙ୍କର ସମର୍ଥନ କରୁଛନ୍ତି। ଏହା ସହିତ ଲେଖା ଯାଇଛି ଯେ, ଭାରତରେ ଏପରି ହୋଇଥିଲେ ଇସ୍ଲାମ ଧର୍ମ […]

Continue Reading

ପୁରୁଣା ଭିଡିଓକୁ ଶାହୀନା ବାଗ CAA ବିରୋଧ ପ୍ରଦର୍ଶନରେ ପାଇସା ନମିଳିବାରୁ ଦୁଇ ମୁସ୍ଲିମ ମହିଳା ଝାଗଡ଼ା କରିବାର ଦାବିରେ ଭାଇରାଲ କରାଯାଇଛି।

23 ଜାନୁଆରିରେ Paltu laha ନାମକ ଜଣେ ଫେୟବୁକ ୟୁଜର ଓଡିଶା ୱିତ୍ଥ ବିଜେପି ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦୁଇ ଜଣ ମୁସ୍ଲିମ ମହିଳା ପରସ୍ପରକୁ ଚପଲରେ ପିଟୁଥିବାର ଦେଖା ଯାଉଛନ୍ତି ଏବଂ ଆଖପାଖରେ ଥିବା ଲୋକମାନେ ଦୁଇଜଣ ମହିଳାକୁ ରୋକିବା ପାଇଁ ପ୍ରୟାଶକରୁଛନ୍ତି। ଭିଡିଓରେ ମହିଳା ଦୁଇଜଣଙ୍କର ଝଗଡ଼ା ଦେଖି ଲୋକ ଜାମା ହୋଇଥନ୍ତି। ତେବେ ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ,” ଦିଲ୍ଲି ଶାହିନ ବାଗ CAA ବିରୋଧ […]

Continue Reading

ଭାଇରାଲ ଫୋଟୋରେ କ’ଣ ନାଥୁରାମ ଗଡସେଙ୍କ ପ୍ରତିମାକୁ ମୁଣ୍ଡିଆ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

20 ଜାନୁଆରି   Manful TV  ନାମକ ଏକ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଥିବା ଦୁଇଟି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ପ୍ରତିମାକୁ  ମୁଣ୍ଡିଆ ମାରୁଥିବାର ଦେଖା ଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଫୋଟୋରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି ଏବଂ ଦ୍ୱିତିୟ ଫୋଟୋରେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରି ନାଥୁରାମ ଗଡ଼ସେକୁ ମୁଣ୍ଡିଆ ମାରୁଛନ୍ତି। ପୋଷ୍ଟର ଶିର୍ଷକରେ […]

Continue Reading

2014ର ଜାମ୍ମୁ-କଶ୍ମିର ବହୁରୂପି ଅପରାଧିର ଫୋଟୋକୁ ଦିଲ୍ଲି ଶାହୀନ ବାଗ ଫୋଟୋ କହି ଭାଇରାଲ କରାଯାଉଛି।

ଦେଶର ଅଲଗା ଅଲଗା ଜାଗାରେ CAAର ବିରୋଧ ପ୍ରଦର୍ଶନ କରାଯାଉଛି। ଏହା ବିରୋଧ ପ୍ରଦର୍ଶନରେ ଦିଲ୍ଲିର ଶାହୀନ ବାଗ ଅଞ୍ଚଳରେ ଗତ 37 ଦିନ ହେଲା 24 ଘଣ୍ଟା  ମୁସ୍ଲିମ ମହିଳାମାନେ CAAବିରୋଧ ପ୍ରଦର୍ଶନର କେନ୍ଦ୍ର ବିନ୍ଦୁ କରି ରଖିଛନ୍ତି। ଏଥି ସହିତ ଶହୀନ ବାଗକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ମଧ୍ୟ ଭାଇରାଲ ହେଉଛି। 22 ଜାନୁଆରି ରେ Anil behera anil ନାମକ ଜଣେ ଫେସବୁକ ୟୁଜର   kailash gupta ନାମକ ଜଣେ […]

Continue Reading

RSS ଭାତର ନୂଆ ସମ୍ବିଧାନ ନିୟମର କୌଣସି 16 ପେଜର ପିଡିଏଫ ପୁସ୍ତକ ପ୍ରକାଶିତ କରିନିହିଁ।

ସୋସିଆଲ ମିଡିଆରେ   16 ପେଜର ପିଡିଏଫ ଭାଇରାଲ ହେଉଛି। ଏହି ପିଡିଏଫରେ ଦାବି କରାଯାଇଛି ଯେ,  ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଘ (RSS) ଦ୍ୱାରା ଭାରତର ନୂଆ ସମ୍ବିଧାନ ପ୍ରକାଶିତ କରିଛି। 16 ଜାନୁଆରିରେ Biswajeet Tandi ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଏହି 16 ପେଜର ପିଡିଏଫକୁ  ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆର.ଏସ.ଏସ ଭାରତର ନୂଆ ସମ୍ବିଧାନ ପ୍ରସ୍ତୁତ କରିଛି। ଏହା ଛଡ଼ା 16 ପେଜର ପିଡିଏଫରେ ଲେଖା ଯାଇଛି […]

Continue Reading

ଭାଇରାଲ ଫୋଟୋରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି?

18 ଜାନୁଆରିରେ  Amitabh Pradhan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ ହୋଇଥିବା ଫୋଟୋରେ କୌଣସି ବ୍ୟକ୍ତି ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବାର ଦେଖା ଯାଉଛି। ଏହା ଛଡ଼ା ଫୋଟୋରେ  ରାହୁଲ ଗାନ୍ଧି ମଧ୍ୟ ଥିବାର ଦେଖା ଯାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅଟନ୍ତି। ଫୋଟୋରେ ସୋନିଆ ଗାନ୍ଧିଙ୍କର ବୟଷ 71 […]

Continue Reading

ଆମ ଆଦମି ପାର୍ଟିର ଭୁଲ ବିଧାନସଭା ନିର୍ବାଚନ ପାର୍ଥୀ ଲିସ୍ଟ ଭାଇରାଲ।

ଦିଲ୍ଲିରେ ବିଧାନ ସଭା ନିର୍ବାଚନ ପାଇଁ କେଜରିୱାଲର ଆମ ଆଦମି ପାର୍ଟି ବାଧାନ ସଭା ପାଇଁ ନିଜର   ପାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କଜରିୱାଲ ପ୍ରକାଶିତ କରଥିବା ଲିସ୍ଟରେ ଅଧିକ ମୁସ୍ଲିମ ପାର୍ଥି ଥିବାର ଦାବି ଭାଇରାଲ ହେଉଛି। 12 ଜାନୁଆରି ରେ Arun Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏହି ଦାବି କରିଛନ୍ତି। ସାରଙ୍ଗିଲ ନିଜ ପୋଷ୍ଟରେ କେଜରିୱାଲ ପ୍ରକାଶ କରିଥିବା ପ୍ରଥମ 21 […]

Continue Reading

କ’ଣ CAA ବିରୋଧରେ ପ୍ରଦର୍ଶନ କରୁଥିବାରୁ ମାଁ ଝଅକୁ ପିଟିଲେ? ଜାଣନ୍ତୁ ସତ।

ଗତ ଦୁଇ ମାସ ହେଲା ଦେଶ ସାରା CAA ଏବଂ  NRC ବିରୋଧ ପ୍ରଦର୍ଶନ ଚାଲୁଛି। କେଉଁଠି ଭଙ୍ଗାରୁଜା କରୁଛନ୍ତି ତ କେଉଁଠି ଦିନ ସାରା ରାସ୍ତା ମଝିରେ ବସି ପ୍ରଦର୍ଶନ କରୁଛନ୍ତି। ଏଥି ମଝିରେ କିଛି ଫେକ ଭିଡିଓ ଏବଂ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ କରି ଲୋକଙ୍କୁ ଭ୍ରମିତ ମଧ୍ୟ କରାଯାଉଛି।  14 ଜାନୁଆରିରେ Deepak Das ନାମକ ଜାଣେ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ ମୋହନ ବିସ୍ୱା ନାମକ ଜଣେ ୟୁଜରଙ୍କର ଏକ […]

Continue Reading

ରାହୁଲ କନ୍ୱାଲ ବନ୍ଦେ ମାତରମ ନାରାକୁ ଦେଶ ବିରୋଧୀ କହିନଥିଲେ

13 ଜାନୁଆରିରେ Chowkidar bablu Mohanty ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଇଣ୍ଡିଆ ଟୁଡେର ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ,  ଇଣ୍ଡିଆ ଟୁଡେର ସାମ୍ବାଦିକ ରାହୁଲ କନ୍ୱାଲ ବନ୍ଦେ ମାତରମ ସ୍ଲୋଗାନକୁ ରାଷ୍ଟ୍ର ବିରୋଧୀ ବୋଲି କହୁଛନ୍ତି। ପୋଷ୍ଟର ଶିର୍ଷରେ ଲେଖା ଯାଇଛି ଯେ, କ’ଣ ବନ୍ଦେ ମାତରମ ନାରା ରାଷ୍ଟ୍ର ବିରୋଧୀ? ଏମାନଙ୍କୁ କ’ଣ ଲାଗୁଟି କି ସେମାନେ ପାକିସ୍ତାନ ରେ ରହୁଛନ୍ତି ଆଜି ଏମାନଙ୍କ ବିଚାରଧାରା […]

Continue Reading

କ’ଣ ମହିଳାମାନେ ନିଜ ସୁରକ୍ଷ୍ୟା ପାଇଁ ଅଟୋ କିମ୍ବା ଗାଡି ନମ୍ବର ଏହି 9969777888 ନମ୍ବରରେ SMS କଲେ ପୋଲିସ GPRS ଦ୍ୱାରା ତାଙ୍କ ଉପରେ ନଜର ରଖିପାରିବ?

14 ଜାନୁଆରି Sisir kumar barik ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ନମ୍ବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ଯାନବାହାନରେ ଏକୁଟିଆ ଯାତ୍ରା କରୁଥିବା ମା,ଭଉଣୀମାନଙ୍କ ହିତରେ ଜାରି।ଆପଣ ଏକାକୀ ଯେବେବି ରାତ୍ରିରେ କୌଣିସ ଅଟୋ କିମ୍ବା ଟାକ୍ସିରେ ବସିସେ ତ ସେ ଅଟୋ ବା ସେ ଟାକ୍ସିର ନମ୍ବର କୁ 9969777888 ନମ୍ବର କୁ ଏସଏମଏସ କରିଦେବେ। ଆଉ ସେପଟୁ ଆପଣଙ୍କୁ ତତ୍କାଳ  Acknowlegment  ପାଇଁ sms ଆସିବ […]

Continue Reading

କ’ଣ JNU ହଷ୍ଟେଲରୁ ମିଳିଛି ସେକ୍ସ ଟଏ ? ଜାଣନ୍ତୁ ସତ୍ୟତା।

6 ଜାନଆରି  ଅର୍ପନ ହିନ୍ଦୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ସେକ୍ସ ଟଏର ଏକ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, JNU ଲେଡିଜ ହଷ୍ଟେଲରୁ ସେକ୍ସ ଟଏ ବାହାରିଲା। ପୋଷ୍ଟରେ ଲେଖା ଯାଇଛିଯେ, ଯାହା ଭଙ୍ଗାଭଙ୍ଗୀ କଲ ଭାଇମାନେ ଏସୁବୁ କିନ୍ତୁ କରିବାର ନିଥିଲା। # ଜେଏନୟୁ ଲେଡିଜ ହଷ୍ଟେଲ # ବାମପନ୍ଥୀଙ୍କ *** ନୂଆଁ ଅସ୍ତ୍ର। ଏହି ପୋଷ୍ଟକୁ 5 ଜଣ ଫେସବୁକ ୟୁଜର ସହ ସେୟାର କରିଛନ୍ତି। ଆମ […]

Continue Reading

କ’ଣ JNU ଛାତ୍ରୀ ଆୟଶି ଘୋଷ ଆଘାତ ହେବାର ନାଟକ କରଛନ୍ତି? ଜାଣନ୍ତୁ ସତ୍ୟ।

Debasish Das ନାମକ ଜଣେ ଫେସବୁକ ୟୁଜର 10 ଜାନୁଆରିରେ ନିଜ ଆକାଉଣ୍ଟରେ ଜେଏନୟୁ ଛାତ୍ରୀର ଦୁଇଟି ଫୋଟୋ ପୋଷ୍ଚ କରିଛନ୍ତି। ପୋଷ୍ଟର ଦୁଇଟି ଫୋଟୋରେ ଛାତ୍ରୀର ମୁଣ୍ଡ ଫାଟିଛି ଏବଂ ହାତ ମଧ୍ୟ ପ୍ଲାଷ୍ଟର ହୋଇଛି। କିନ୍ତୁ ଦୁଇଟି ଫୋଟୋ ମଧ୍ୟରେ କିଛି ପାର୍ଥକ୍ୟ ଅଛି ତାହା ହେଉଛି ଯେ, ପ୍ରଥମ ଫୋଟୋରେ ଛାତ୍ରୀର ଡାହାଣ ହାତକେ ପ୍ଲାଷ୍ଟର ହୋଇଛି କିନ୍ତୁ ଦ୍ୱିତିୟ ଫୋଟୋର ଛାତ୍ରୀର ବାମ ହାତରେ ପ୍ଲାଷ୍ଟର କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

ଜାଣନ୍ତୁ ଅକ୍ଷ୍ୟ କୁମାର ABVPର ପତକା ଧରିଥିବା ଫୋଟୋର ସତ୍ୟତା।

ଦିପିକା ପାଦୁକୋନ CAA ବିରୋଦ୍ଧରେ JNUକୁ ସମର୍ଥନ ଜଣାଇଲା ପର ଠାରୁ ସୋସିଆଲ ମିଡିଆରେ ଅକ୍ଷ୍ୟକୁମାରର ଏକ ଫୋଟୋ ଭାଇରାଲ ହେଇଛି। ଅକ୍ଷ୍ୟ କୁମାରଙ୍କର ଏହି ଭାଇରାଲ ଫୋଟୋରେ ଅକ୍ଷ୍ୟ କୁମାର ABVPର ପତକା ଧରି ମାଇକରେ କିଛି କହୁଥିବାର ଦେଖା ଯାଉଛନ୍ତି। ଭାଇରାଲ ପୋଷ୍ଟରେ ଦିପିକା ପାଦୁକୋନ CAA ବିରୋଦ୍ଧରେ ସମର୍ଥନ ଦେଲା ପରି ଅକ୍ଷ୍ୟ କୁମାର ମଧ୍ୟ ABVPକୁ ସମର୍ଥନ କଲାପରି ସୂଚନା ଦେବାର ଦାବି କରାଯାଇଛି। ଏହି ପୋଷ୍ଟ  8 ଜାନୁଆରିରେ ଓଡ଼ିଶାର […]

Continue Reading

JNU ହିଂସା ଘଟଣାପରେ କ‘ଣ SFI ଲିଡର କ୍ଷତାକ୍ତ ହେବାର ଆକ୍ଟିଙ୍ଗ କରୁଛନ୍ତି? ଜାଣନ୍ତୁ ସତ୍ୟତା।

8 ଜାନୁଆରିରେ Udit Sahu ନାମକ ଜଣେ ଫେସବୁକ ୟୁଜର ଏସଏଫଆଇ ଲିଡର ସୁରିର କ୍ଷତାକ୍ତ ହେବାର କିଛି ଫୋଟୋ ପୋଷ୍ଟ  କରି ଦାବି କରାଯାଇଛି ଯେ, ସୁରି ଆଘାତ ହୋଇନାହାନ୍ତି ବରଂ ମିଛରେ ବ୍ୟାଣ୍ଡେଜ୍ ଭିଡି AVBP ଠାରୁ ମାଡ଼ ଖାଇ ଆଘାତ ହୋବାର ମିଛ ପ୍ରହଶନ କରୁଥିବାର କୁହାଯାଇଛି। ଫେସବୁକ ୟୁଜର ନିଜ ଆକାଣ୍ଟରେ ତିନଟି ଫୋଟୋ ସେୟାର କରିଛନ୍ତି। ପ୍ରଥମ ଫୋଟୋରେ ବ୍ୟକ୍ତି ଜଣକ ଚାଲି ପାରୁନି । ଦ୍ୱିତିୟ ଫୋଟୋରେ ବ୍ୟକ୍ତି […]

Continue Reading

ବର୍ଷାରେ ଅଗ୍ନିସମ ବିଭାଗର କର୍ମଚାରି ଖୁସି ହେଉଥିବାର ପୁରୁଣା ଭିଡିଓକୁ ଏବେ ଅଷ୍ଟ୍ରେଲିଆରେ ହୋଇଥାବା ବର୍ଷାର ଭିଡିଓ କହି ଭାଇରାଲ କରାଯାଉଛି।

ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିଲାପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଜୋରଦାର ପୋଷ୍ଟ ଭାଇରାଲ କରାଯାଉଛି। ଅଷ୍ଟ୍ରଲିଆ ଜଙ୍ଗଲରୁ ପଶୁ ପକ୍ଷୀମାନଙ୍କୁ ବଞ୍ଚାଇବାର କିଛି ଭୁଲ ଫୋଟୋ ମଧ୍ୟ ଭାଇରାଲ କରାଯାଇଛି। ତେବେ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡ ପରେ ଏବେ ବର୍ଷା ହୋଇଛି। ଯାହାପରେ ଜଙ୍ଗଲରୁ ନିଆଁ ଲିଭିବାରେ ଲାଗିଛି। ଏହାକୁ ନେଇ ବିଶ୍ୱବାପି ଲୋକ ଖୁସି ଅଛନ୍ତି। ଏଥି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 6 ଜାନୁଆରିରେ Rashmi Ranjan ନାମକ […]

Continue Reading

ପୁରୁଣା ଫୋଟୋକୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଅଗ୍ନିକାଣ୍ଡରୁ ପଶୁ ପକ୍ଷୀମାନଙ୍କୁ ଉଦ୍ଧାର କରାଯିବା ଦାବିରେ ଭାଇରାଲ କରାଯାଉଛି।

ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ 50 କୋଟିରୁ ଅଧିକା ପଶୁ ପକ୍ଷୀଙ୍କର ଜୀବନ ଚାଲିଗଲା। ତେବେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁର କିଛି ଫୋଟୋ ସେସିଆଳ ମିଡ଼ିଆରେ ଭାଇରାଲ ହେଉଛି। ପଶୁ ପକ୍ଷୀମାନଙ୍କର ଜଳା ପୋଡ଼ା ଶରୀରକୁ ସୋସିଆଳ ମିଡ଼ିଆରେ ପୋଷ୍ଟକରି ତାଙ୍କଲାଗି ପ୍ରାର୍ଥନାକରିବା ପାଇଁ ଲେଖି ପୋଷ୍ଟ କରୁଛନ୍ତି।  6 ଜାନୁଆରି Kendujhar Local news ନାମକ ପେଜରେ  ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡର କିଛି ଫୋଟୋ ସେୟାର କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ 377ଥର […]

Continue Reading

କ’ଣ ଟାଇମ ନରେନ୍ଦ୍ର ମୋଦି ମିଡିଆକୁ ସ୍ତନ୍ୟପାନ କରଉଥିବାର କାର୍ଟୁନ ବାନାଇଥିଲା? ଜାଣନ୍ତୁ ସତ୍ୟତା।

3 ଜାନୁଆରିରେ Satya Sagar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଇମର ଏକ ଫୋଟୋ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦୁନିଆର ପ୍ରଷିଦ୍ଧ ପତ୍ରିକା ଟାଇମର କଭର ପେଜରେ ମୋଦି ଏଭଂ ମିଡିଆର ଏକ କାର୍ଟୁନ୍ ବନାଯାଇ ନରେନ୍ଦ୍ର ମୋଦିଙ୍କର ବିଶ୍ୱରେ କିପରି ଛବି ଅଛି ଗଣମାଧ୍ୟମ ସହ ତହା ଦର୍ଶା ଯାଇଛି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସ୍ତନ୍ୟପାନ କରାଉଥିବାର କାର୍ଟୁନ୍ ବନା ଯାଇଛି।  ଏଠାରେ ଲିଙ୍କ ଦେଖନ୍ତୁ-Facebook […]

Continue Reading

କ’ଣ ପଥର ମାଡ଼ର ପରିଣାମ ସ୍ୱରୁପ ୟୁପି ପୋଲିସ ଯୁବକମାନଙ୍କୁ ଗୋଡେଇ ଗୋଡେଇ ମାରିଥିଲା ? ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

2 ଜାନୁଆରିକୁ sunil kumar barik ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ହିତେସ୍ ପାରମର ନାମକ ଜଣେ ଫସବୁକ ୟୁଜରର ଏକ ପୋଷ୍ଟ ସେୟାର କରିଛନ୍ତି। ପାଷ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ କଟାକ୍ଷ୍ୟ କରି ଦାବି କରାଯାଇଛି ଯେ, ପଥର ମାଡ଼ ପରିଣାମରେ ୟୁପି ପୋଲିସର ପ୍ରସ୍ତୁତ ଏକ ଶୋର୍ଟ ଫିଲ୍ମର । ଭାଇରାଲ ଭିଡିଓରେ କିଛି ପୋଲିସ କିଛି ଗୁଣ୍ଡାକୁ ରାସ୍ତା ଉପରେ ମାଡ଼ ମାରୁଥିବାର ଦୃଶ୍ୟ ଦେଖା ଯାଇଛି। […]

Continue Reading

ପ୍ରକୃତରେ କ’ଣ ଥିଲା 2018 ଏବଂ 2013ରେ ପେଟ୍ରୋଲ ଦର, ଜାଣନ୍ତୁ ସତ୍ୟ।

Kisan kumar padhi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ପେଟ୍ରୋଲ ଦର କୁ ନେଇ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଭାଇରାଲ ପୋଷ୍ଟରେ ମୋଦି ସରକାର ସମୟରେ ପେଟ୍ରୋଲ ଦର କମଥିବା ବେଳେ କଂଗ୍ରେସ ସରକାର ସମୟରେ ପେଟ୍ରେଲ ଦର ଅଧିକଥିବାର ଦାବି କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, 2003 ବିଜେପି ସରକାର ସମୟରେ ପେଟ୍ରୋଲ ଦର ଲିଟର ପ୍ରତି 32.7 ଟଙ୍କା ଥିଲା ବେଳେ 2013 କଂଗ୍ରେସ ସରକାର ସମୟରେ ପେଟ୍ରୋଲ […]

Continue Reading

ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

31 ଡିସେମ୍ବରରେ Mamata Behera ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ ଝିଅ ଆଖିରେ ବ୍ୟାଣ୍ଡେଜ୍ କରାଯାଇଛି ଏବଂ ଝିଅଟି ନିଜ ହାତରେ CAA ବିରୋଧରେ ଏକ କାର୍ଡଲେଖି ଧରିଛି। ଯେଉଁଥିରେ ଲେଖା ଯାଇଛି ଯେ, ହମ ନହିଁ ଡରେଙ୍ଗେ ଅର୍ଥାତ ଆମେ ଡରିବୁ ନାହଁ। ଏହା ଛଡ଼ା ଝିଅଟିର ଆଖିରେ ବନ୍ଧା ଯାଇଥିବା ବ୍ୟାଣ୍ଡେଜରେ ରକ୍ତ ଲାଗିଥିଲା ଭିଳି ଦେଖା ଯାଉଛି। କେବଳ ସେତିକି ନୁହେଁ […]

Continue Reading

କ’ଣ ଧାରା 233ରେ ମହିଳାମାନଙ୍କୁ ବଳାତ୍କାରିକୁ ହତ୍ୟା କରିବାର ଅଧିକାର ଅଛି?

ସୋସିଆଲ ମିଡିଆଠାରୁ ଆରମ୍ଭକରି ହ୍ୱାଟ୍ସଅପ ଯାଏଁ ଏକ ଗୁଜବ ଭାଇରାଲ ହେଉଛି ଯେ, ମୋଦି ସରକାର ଦ୍ୱାରା ନୂଆ ଆଇନ ପାରିତ କରାଯାଇଛି। Indian Penal Code_233 ମୁତାବକ ଯଦି  କୌଣସି ମହିଳା ଅଥବା ଝିଅ ସହିତ ବଳାତ୍କାର ହେବା କିମ୍ବା ଦୁଷ୍କର୍ମର ଆଶଙ୍କା ଲାଗେ ତେବେ ସମ୍ପୃକ୍ତ ମହିଳାକୁ  ନିଜ ଆତ୍ମରକ୍ଷ୍ୟା କରିବା ପାଇଁ ଅପରାଧିକୁ ହତ୍ୟା କରିବାର ଅଧିକାର ଅଛି। ଏହା ସହିତ ମହିଳାକୁ ଏହି ଅପରାଧର ଦୋଷି ମଧ୍ୟ ସାବ୍ୟସ୍ତ କରାଯିବ ନାହଁ […]

Continue Reading

ଭାଇରାଲ ଫୋଟୋରେ ଥିବା ପୋଲିସ RSSର ବ୍ୟକ୍ତି ନୁହନ୍ତି।

25 ଡିସେମ୍ବରରେ Sanjeev Sharma Sanjeev Sharma ନାମକ ଜଣେ ଫେସବୁକ ୟୁଜର ଏକ ପୋଷ୍ଟ ସେୟାର କରିଛନ୍ତି ।  ପୋଷ୍ଟରେ କିଛି ଫୋଟୋ ଏବଂ ଏକ ଭିଡିଓ ସେୟାର କରି ଲେଖା ଯାଇଛି ଯେ. ଏହି ନକଲି ଆରଏସଏସ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ।  ସର୍ବମୋଟରେ ସୋୟାର କରାଯାଇଥିବା ପୋଷ୍ଟରେ ଥିବା ପୋଲିସକୁ RSS ବ୍ୟକ୍ତି ବୋଲି ଦାବି କରାଯାଇଛି। ପୋଷ୍ଟରେଥିବା ବ୍ୟକ୍ତି ଏକ ବୋଲି ଦାବି କରାଯାଉଛି। ପୋଷ୍ଟରେ ଏକ ଭିଡିଓ […]

Continue Reading

କ’ଣ ଭାଇରାଲ ଭିଡିଓରେ ଏକ ମୁସ୍ଲିମ ବ୍ୟକ୍ତି ସିଖ ବନି ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଗିରଫ କରିଥିଲା? ଜାଣନ୍ତୁ ସତ୍ୟ।

28 ଡିସେମ୍ବରରେ Asok rout ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଭଗୱା ନାମକ ବ୍ୟକ୍ତିକର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଏବଂ ଦାବି କରାଯାଇଛି ଯେ, ସିଖ ଧର୍ମକୁ ବଦନାମ କରିବା ପାଇଁ ମୁସ୍ଲିମ ବ୍ୟକ୍ତି ସିଖ ବନିକି ଆସିଥିଲା। ଭଲ ହେଲା ପୋଲିସ ହାତରେ ଧରା ପଡ଼ିଗଲା ନଚେତ୍ ରବିସ କୁମାର(ସାମ୍ବାଦିକ) ଭଳି ଲୋକ ସିଖ ବିରୋଧି କୁହନ୍ତେ। 14 ସେକେଣ୍ଡର ଏହି ଭାଇରାଲ ଭିଡିଓରେ ପୋଲିସ […]

Continue Reading

ପୋଲିସ ଆଘାତ ହେବା ଏହି ଭାଇରାଲ ଫୋଟୋ କ’ଣ CAA ବିରୋଧ ପ୍ରଦର୍ଶନର ଅଟେ?

ଦେଶ ସାରା CAA ବିରୋଧ ପ୍ରଦର୍ଶନରେ କେବେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଚ କରିବାରେ ଲାଗିଛିତ କେବେ ଲୋକମାନେ ପୋଲିସକୁ ପଥର ମାରି ମୁଣ୍ଡ ଫଟାଇବାର ଖବର ସାମ୍ନାକୁ ଆସୁଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରାଯାଇଉଛି ଯେ, ପ୍ରଦର୍ଶନକାରିମାନେ ପୋଲିସକୁ ପଥର ମାରି ଆହତ କରିଛନ୍ତି।  ସେୟାର କରାଯାଉଥିବା ଫୋଟୋ ମଧ୍ୟରେ ଏକ ଫୋଟୋ ଅଧିକରୁ ଅଧିକ ସେୟାର ହେଉଥିବାର ଦେଖା ଯାଉଛି। 20 ଡିସେମ୍ବରରେ […]

Continue Reading

BCC ହିନ୍ଦି ନାମରେ ଏକ ମିଥ୍ୟା ଟ୍ୱିଟ ସୋସିଆଲ ମିଡିଆରେ ହେଉଛି ଭାଇରାଲ।

22 ଡିସେମ୍ବରରେ Subhasis Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ BBC hindi  NEWS ନ୍ୟୁଜର ଏକ ଟ୍ୱିଟ ପୋଷ୍ଟ କରିଛନ୍ତି। ଏହି ଟ୍ୱିଟରେ ଲେଖା ଯାଇଛି ଯେ, ଲଖନଉରେ  CAA  ବିରୋଧରେ ହେଉଥିବା ପ୍ରଦର୍ଶନରେ ଏକ ପ୍ରଦର୍ଶନକାରି NDTV ର ଭ୍ୟାନରେ ନିଆଁ ଲଗାଇ ଜାଳି ଦେବାର ଦାବି କରାଯାଇଛି। ଭାଇରାଲ ଟ୍ୱିଟରେ ଏହା ମଧ୍ୟ ଲେଖା ଯାଇଛି ଯେ, ଭ୍ୟାନର ଡ୍ରାଇଭର   ପ୍ରଦର୍ଶନକାରିଙ୍କୁ ରୋକିବା ସହିତ ଭ୍ୟାନଟି NDTV ନ୍ୟୁଜର […]

Continue Reading

କ’ଣ ପୋଲିସ କର୍ମି ମଧ୍ୟ CAA ଏବଂ NRC ବିରୋଧରେ କଲେ ପ୍ରଦର୍ଶନ?

ଦେଶ ସାରା ଲୋକ CAA ଏବଂ NRC ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରଦର୍ଶନରେ କଲେଜ ଛାତ୍ରଛାତ୍ରା ଠାରୁ ଆରମ୍ବକରି ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଲୋକ ଭିଡିଓ ଏବଂ ଫୋଟୋ ପୋଷ୍ଟ କରି ଗୁଜବ ଭାଇରାଲ କରୁଥିବାର ମଧ୍ୟ ଦେଖା ଯାଇଛି। ତେବେ 21 ଡିସେମ୍ବରରେ ଭୀମ ଆର୍ମି ଓଡ଼ିଶା ନାମକ ଜଣେ ଫେସବୁକ ୟୁଜର ନିଜ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରି ପୋଲିସ ମଧ୍ୟ CAA […]

Continue Reading

ପରିଣିତି ଚୋପ୍ରା ଏବଂ ସୁସାନ୍ତ ସିଂହକୁ ନେଇ ଭାଇଲାର ହେଉଥିବା ଗୁଜବ ମିଥ୍ୟା ଅଟେ।

21 ଡିସେମ୍ବରରେ Debes Das ନାମକ ଜଣେ ଓଡ଼ିଆ ଫେସବୁକ ୟୁଜର ନିଜ ଆକାଣ୍ଟରେ ପରିଣିତି ଚୋପ୍ରା ଏବଂ ସାବଧାନ ଇଣ୍ଡିଆର ହୋଷ୍ଟ ସୁସାନ୍ତ ସିଂହଙ୍କର ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ଏହି ଦୁଇ କଳାକାର CAA ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ୟାଙ୍କୁ ନିଜ ନିଜ କାମକୁ କାଢ଼ି ଦିଆ ଯାଇଛି। ପରିଣିତି ଚୋପ୍ରାକୁ ବେଟି ବଚାଓ ବେଟି ପଢ଼ାଓ କ୍ୟାମ୍ପେନ ଆମ୍ବାସଡରରୁ କାଢ଼ି ଦିଆ ଯାଇଛି। ସେହି ପରି ସୁସାନ୍ତ […]

Continue Reading

ଭାଇରାଲ ହେଉଥିବା ଏହି “ 8570885704” ହ୍ୱାଟ୍ସଅପ ନମ୍ବର ପଛର ସତ୍ୟତା ଜାଣନ୍ତୁ।

26 ନଭେମ୍ବରରେ ବିଜିପି ଚାନ୍ଦପୁର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରିଙ୍କ ଫୋଟୋ ଏହି ହ୍ୱାଟ୍ସଅପ ନମ୍ବର 8570885704ରେ ପଠାଇଲେ 1000 ଟଙ୍କା ପୁରଷ୍କାର ମିଳିବ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5ଥର ସେୟାର କରାଯାଇଥିଲା। ତେବେ ପୋଷ୍ଟରେ ଦିଆ ଯାଇଥିବା ନମ୍ବରରେ  ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ପୋଲିସର ଫୋଟୋ ପଠାଇଲେ କ’ଣ ସତରେ 1000 ଟଙ୍କା ପୁରଷ୍କାର ମିଲିବ?  ଏଠାରେ […]

Continue Reading

ଜାଣନ୍ତୁ ଭାଇରାଲ ହେଉଥିବା ଏହି ଫୋଟୋର ସତ୍ୟତା କ’ଣ ।

ଦେଶସାରା CAA ଏବଂ  NRC ବିରୋଦ୍ଧରେ  ଆନ୍ଧୋଳନ ତିବ୍ର ହୋଇ ଚାଲିଛି। ଏହ ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଫୋଟୋ , ଭିଡିଓ ଅଲଗା ଅଲଗା ଦାବି ପୋଷ୍ଟ କରାଯାଉଛି। ସେହିପରି 19 ଡିସେମ୍ବରରେ ଟ୍ୱିଟରରେ ଏକ ପୋଷ୍ଟ ପାଇଲୁ। scar ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ହିନ୍ଦୁ ଧର୍ମକୁ ନେଇ HINDU *****  ଭଳି ଅଶ୍ଲିଳ ଶବ୍ଦର ବ୍ୟବହାର କରିଛନ୍ତି। ଫୋଟୋରେ ଏକ ଯୁବକ ଏକ […]

Continue Reading

ଭାଇରାଲ ଫୋଟୋରେ ସାଧାରଣ ପୋଷାକରେ ଥିବା ବ୍ୟକ୍ତି RSS କିମ୍ବା BJPର ଗୁଣ୍ଡା ନୁହଁନ୍ତି ବରଂ ଦିଲ୍ଲି ପୋଲିସ ଅଟନ୍ତି ।

ଦେଶରେ ନାଗରିକତା ଆଇନ ଅର୍ଥାତ CAB  ବିରୁଦ୍ଧରେ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲିରେ ମଧ୍ୟ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଆଇନର ବିରୋଦ୍ଧରେ ଲଗାତାର ପ୍ରଦର୍ଶନ କରୁଛନ୍ତି। ଏହି ବିରୋଦ୍ଧ ପ୍ରଦର୍ଶନରେ ପୁଲିସ ଦ୍ୱାରା ଛାତ୍ରଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ପରେ ପୁରା ଦେଶ ଦିଲ୍ଲି ପୋଲିସକୁ ନେଇ ଚିନ୍ତା ଧାରା ବଦଳିବାରେ ଲାଗିଛି। ଏଥି ମଧ୍ୟରେ 17 ଡିସେମ୍ବରରେ Debendar Acharya ନାମକ ଜଣେ ଓଡ଼ିଆ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ […]

Continue Reading

କ’ଣ ପୋଲିସ ଏହି ବୁର୍ଖା ପିନ୍ଦା ମହିଳାକୁ ଜାମିଆ ପ୍ରଦର୍ଶନ ସମୟରେ ଗିରଫ କରିଛି? ଜାଣନ୍ତୁ ସତ୍ୟ।

17 ଡିସେମ୍ବରରେ ଓଡ଼ିଶାର Rakesh Roshan Pal ନାମକ ଜଣେ ଫେସବୁକ ୟୁଜର Rahul kumar Barnwal ନାମକ ଜଣେ ଫେସବୁକ ୟୁଜରର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ମହିଳାର ଫୋଟୋ ଦେଖାଇ  ଦାବି କରାଯାଇଛି ଯେ, ଜାମିଆ ମିଲିଆର ଏକ ପ୍ରଦର୍ଶନକାରି ମହିଳାକୁ ନିଆଁ ଲଗାଇବା ଏବଂ ପଥରମାରୁଥିବବା ସମୟରେ ପୋଲିସ ଗିରଫ କରିଛି ଏବଂ ଜାଞ୍ଚ କରୁଛି। ପୋଷ୍ଟରେ 4ଟି ଫୋଟୋ ଦିଆ ଯାଇଛି ଏବଂ ଦାବି କରାଯାଇଛି ଯେ, ସବୁ ଫୋଟୋରେ […]

Continue Reading

କ’ଣ ପାକିସ୍ତାନରେ ହିନ୍ଦୁ ମହିଳାକୁ ଓକିଲ ଏବଂ ପୋଲିସ ପିଟି ଥିଲେ ?

Chitta Ranjan ransingh ନାମକ ଜଣେ ଫେସବୁକ ୟୁଜର 15 ଡିସେମ୍ବରେ ନିଜ ଆକାଉଣ୍ଟରେ Pushpendrra kulshretha ନାମକ ୟୁଜରର ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଏକ ଭିଡିଓରେ କିଛି ପୋଲିସ ଏବଂ ଓକିଲ ଏକ ଝିଅକୁ ପିଟୁଥିବାର ଦେଖା ଯାଉଛି। ସେୟାର ପୋଷ୍ଟରେ ଦାବି କରାଯାଇଛି ଯେ,ଭିଡିଓରେ ମାଡ଼ ଖାଉଥିବା ଝିଅ ହିନ୍ଦୁ ଅଟେ ଏବଂ ପାକିସ୍ତାନରେ  ହିନ୍ଦୁ ଝିଅମାନଙ୍କ ସହିତ ଏପରି ବ୍ୟବହାର କରାଯାଏ।  ପାକିସ୍ତାନରେ ହିନ୍ଦୁ ସାମ୍ପ୍ରଦାୟର ଝିଅମାନଙ୍କ ସହ ଦୁର୍ବ୍ୟବହାର […]

Continue Reading

CAA ପ୍ରଦର୍ଶନ ସମୟରେ ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ସାକିରର ମୃତ୍ୟୁ ହୋଇ ନାହିଁ।

ସୋସିଆଲ ମଡ଼ିଆରେ  ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର (Shakir) ସାକିର ନାମକ  ଜଣେ ଛାତ୍ରର ସିଟିଜନସିପ ଆମେଣ୍ଡମେଣ୍ଟ ଆକ୍ଟ(CAA) ବିରୁଦ୍ଧରେ ପ୍ରଦର୍ଶନ କରିବା ସମୟରେ ମୃତ୍ୟୁ ହେବାର ଦାବି କରାଯାଉଛି। ଏହି ଫୋଟୋକୁ 17 ଡିସେମ୍ବରରେ ଆମେ ଓଡ଼ିଶା ୱାଟ୍ସଅପ ଗୃପ ଏବଂ ସ୍ଟାଟସ୍ ରେ ପାଇଲୁ। ୱାଟ୍ସଅପ ସ୍ଟାଟସ୍ ରେ ଇଂରାଜୀରେ ଲେଖା ଯାଇଥିଲା ଯେ, Shakir(kota,rajasthan) student of jamia is on more due to dheli police violent attack on […]

Continue Reading

ସତରେ କ’ଣ ବନ୍ଦ ହୋଇଯିବ 2 ହଜାର ଟଙ୍କିଆ ନୋଟ୍?

8 ଡିସେମ୍ବରରେ odisha shakti tv ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟକରି 2000 ଟଙ୍କା ବନ୍ଦ ହୋଇଯିବାର ଦାବି କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, “ଏବେ ଏବେ ଆସିଲା ବଡ଼ ଖବର 2 ହଜାର ଟଙ୍କା ବନ୍ଦ ହବ, ସରକାର କଲେ ଘୋଷଣା”। ଏହା ସହିତ ଭିଡିଓରେ କୁହାଯାଇଛି ଯେ, ସରକାର ଅଜାଣତରେ କୌଣସି ଦିନ 2000 ଟଙ୍କା ବନ୍ଦ କରିଦେବେ। ଯେପରି ପୁରୁଣା 1000 ଏବଂ 500 ଟଙ୍କାକୁ ରାତା ରାତି ବନ୍ଦ […]

Continue Reading

କ’ଣ ଓକିଲମାନେ ଆଉ ଦେବେନି ଟୋଲ ଗେଟ ଫିସ୍? ଜାଣନ୍ତୁ ସତ୍ୟ।

12 ଡିସେମ୍ବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଓକିଲମାନଙ୍କୁ ଆଉ ଟୋଲ ଗେଟ ପାଉଣା ଦେବାକୁ ପଡ଼ିବ ନାହିଁ ବୋଲି ଦାବି କରିଛନ୍ତି।  ମନୋଜ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,କୌଣସି ଓକିଲଙ୍କୁ ଦେବାକୁ ପଡ଼ିବନି ଟୋଲ ଦେୟ। ଦେଶର ସବୁ ରାଜ୍ୟରେ ଥିବା ଓକିଲଙ୍କୁ ଦେବାକୁ ପଡ଼ିବନି ଫି। ଓକିଲ ପରିଚୟପତ୍ର ଦେଖାଇଲେ ଛାଡ଼ ହେବ ଟୋଲ ଫି। ଏହା ସହିତ ପୋଷ୍ଟରେ National Lawyers Guildର ଏକ ଲୋଗୋ […]

Continue Reading

ନିଖୋଜ ଦାବିରେ ଭାଇରାଲ ହେଉଥିବା ଏହି କୁନି ଝିଅର 2016 ମସିହାର ଅଟେ।

ସୋସିଆଲ ମିଡିଆରେ ଉପରୋକ୍ତ ଫୋଟୋ ଅଧିକରୁ ଅଧିକ ସେୟାର ହେଉଛି। 7 ଅଗଷ୍ଟରେ Hemanta kumar das  ନାମକ ଜଣେ ଫେସବୁକ ୟୁଜର Bivaah.com ଏକ ପୋଷ୍ଟକୁ ସେୟାର କରିଛନ୍ତି। ସୋୟାର କରାଯାଇଥିବା ପୋଷ୍ଟରେ ଏକ ମହିଳା ପୁଲିସ କୁନି ଝିଅକୁ ଧରି ଠିଆ ହୋଇଛନ୍ତି ଏବଂ କୁନି ଝିଅଟି କାନ୍ଦୁଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପିଲାଟି ତା ବାପା ମା ପାଖେ ନ ପହିଁଚିବା ଯାଏଁ ପୋଷ୍ଟକୁ ସେୟାର କରିବାକୁ କୁହାଯାଉଛି। ଆମ […]

Continue Reading

କ’ଣ ସତରେ କାର ଭିତରୁ ରାତା ରାତି ବାହାରି ଆସିଲା ଗଛ? ଜାଣନ୍ତୁ ସତ।

9 ଡିସେମ୍ବରରେ ଓଡ଼ିଶା K NEWSର ଏକ ନ୍ୟୁଜ ପୋଷ୍ଟରେ କାର୍ ଭିତରୁ ରାତାରାତି ଗଛ ବାହାରିବାର ଦାବି କରାଯାଇଛି। ପୋଷ୍ଟରେ ଏକ ଫୋଟୋ ଦିୟା ଯାଇଛି ଯାହାକୁ ଦେଖିଲେ ଲାଗୁଛି ଯେ, ସତରେ କାରକୁ ଫଟାଇ କାର ମଝିରୁ ଏହି ବିଶାଳକାୟ ଗଛ ବାହାରିଛି। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଧଳା ରଙ୍ଗର ଏହି କାର ଭିତରୁ ଏକ ଗଛ ବାହାରି ଆସିଛି,ଯାହାକୁ ଦେଖି ଲୋକେ ଆଶ୍ଚଯ୍ୟ ହୋଇଯାଉଛନ୍ତି। କାର ଆଖପାଖରେ ବହୁଲୋକ ଜମା […]

Continue Reading

ଭାଇରାଲ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଅଟେ?

1 ଡିସେମ୍ବରରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଅର୍ଘସ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ପୋଷ୍ଟ କରିଛନ୍ତି।  ପୋଷ୍ଟ କରାଯାଇଥିବା ଭିଡିଓରେ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଜୁଲୁ ନବିନକୁ ପୋଲିସ ମାଡ଼ ମାରୁଥିବାର ଦାବି କରାଯାଇଛି। ପୋଷ୍ଟ କରାଯାଇଥିବା ଭିଡିଓରେ କିଛି ପୋଲିସ କର୍ମ ଏକ ବ୍ୟକ୍ତିକୁ ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖା ଯାଉଛି। ଭିଡିଓରେ ପୁଲିସ କର୍ମିମାନଙ୍କର ମୁହଁ ଦେଖା ଯାଉନଥିବା ବେଳେ ଭିଡିଓରେ ମାଡ଼ ଖାଉଥିବା […]

Continue Reading

2015 ପୁରୁଣା ଫୋଟୋକୁ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧିଙ୍କ ଏନକାଉଣ୍ଟର ଫୋଟୋ ଭାବେ ଭାଇରାଲ ହେଉଛି।

ହାଇଦ୍ରାବାଦ ଗଣଦୁଷ୍କର୍ମର ଘଟଣାର ଅପରାଧୀ ମାନଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟ କଲାପରେ 4 ଅପରାଧିର ମୃତ୍ୟୁ ହୋଇଛି। ଏହାପରେ ଦେଶର ସବୁ ନ୍ୟୁଜ ଚ୍ୟାନେଲ୍ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏନକାଣ୍ଟରର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଅପରାଧିଙ୍କର ଶବ ତଳେ ପଡ଼ିଛି ଏବଂ କିଛି ପୋଲିସ ଆଖ ପାଖରେ ଛିଡ଼ା ହୋଇଛନ୍ତି।  ଏହି ଫୋଟୋକୁ ଓଡ଼ିଶାର OTV, ଓଡ଼ିଶା ରିପୋର୍ଟର, ommcom ଭଳି ନ୍ୟୁଜ ଚ୍ୟାନେଲ ହାଇଦ୍ରାବାଦ ଏନକାଣ୍ଟର ନ୍ୟୁଜରେ ବ୍ୟବହାର କରିଛନ୍ତି। […]

Continue Reading

ସୋଶାଲ୍ ମିଡିଆ ହେଲ୍ପଲାଇନ ନମ୍ବରକୁ ବିଶ୍ୱାସ କରନ୍ତୁ ନାହଁ। ବିପଦ ସମୟରେ ପୋଲିସ ହେଲ୍ପ ଲାଇନ ନମ୍ବର 100ରେ କଲ କରନ୍ତୁ-କମିଶନରେଟ ପୋଲିସ

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ପ୍ରଭାବରେ  ସବୁଆଡ଼େ ମହିଳାମାନଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକରୁ ଅଧିକ ଧ୍ୟାନ ଦିୟା ଯାଉଛି। ଏଥି ମଧ୍ୟରେ ଓଡ଼ିଶାର ଏକ ଯୁବକ  6 ଡିସେମ୍ବରରେ Nayan Anil Talele ନିଜ ନିଜ ଫେସବୁକ ଆକାଉଣ୍ଟରେ ନିଜ ଫୋନ ନମ୍ବର ଏବଂ ନିଜ ନାଁ ଲେଖି ପୋଷ୍ଟ କରିଛନ୍ତି ଯେ, କୌଣସି ସମୟରେ କୌଣସି ଝିଅ ଅଥବା ମହିଳା କୌଣସି ସମସ୍ୟାର ସମ୍ମୁକ୍ଷୀନ ହେଲେ ମୋତେ ଏହି ନମ୍ବରରେ ଫୋନ କରିବେ। ଏହା ଦ୍ୱାରା […]

Continue Reading

ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ମୃତ୍ୟୁ ଦଣ୍ଡ ଦେବାର ଭିଡିଓ ଦୁବାଇର ନୁହଁ। ଜାଣନ୍ତୁ ସତ।

30 ନଭେମ୍ବରରେ Surajit Dhali ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟକରି ଦାବି କରିଛନ୍ତି ଯେ, ଦୁବାଇରେ ଦୁଷ୍କର୍ମର 15 ମିନିଟ ମଧ୍ୟରେ ଅପରାଧିକୁ ବିଚ ରାସ୍ତାରେ ଲୋକଙ୍କ ସାମନାରେ ମୃତ୍ୟୁ ଦଣ୍ଡ ଦିଆ ଯାଉଛି। ସୁରଜିତ ପୋଷ୍ଟ କରିଥିବା ଭିଡିଓକୁ ଦେଖିଲେ ଆପଣ ହୁଏତ ଡରିଯିବେ। ଭିଡିଓରେ ରାସ୍ତା ଉପରେ କିଛି ଗାଡ଼ି ଗୋଟେ ପଛରେ ଗୋଟେ ଆସିବାର ଦେଖା ଯାଉଛନ୍ତି। ଏହି ଭିତରେ ସେହି ଜାଗାରେ ଲୋକଙ୍କର ଭିଡ଼ […]

Continue Reading

ହାଇଦ୍ରାବାଦ ଗଣଦୁଷ୍କର୍ମ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଫେକ୍ ଭିଡିଓ ଭଆଇରାଲ। ଜାଣନ୍ତୁ ସତ୍ୟତା।

ହାଇଦ୍ରାବାଦ ଗଣଦୁଷ୍କର୍ମର ପିଡ଼ିତାଙ୍କର ଅନ୍ତିମ ସଂସ୍କାରର ଏକ ଭିଡିଓ ଜୋର ସୋରରେ  ସୋସିଆଲ ମିଡିଆରେ ଭାଇରାଲ ହେଉଛି। 2 ଡିସେମ୍ବର ରେ Pyari ka Dairy Babu ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି ଯେ,Last ritual of Priyanka reddy …Plz Forgive us sister। ପୋଷ୍ଟ କରାଯାଇଥିବା ଭିଡିଓକୁ ହାଇଦ୍ରାବାଦ ପିଡ଼ିତାଙ୍କର ଅନ୍ତିମ ସଂସ୍କାର ଭିଡିଓ ବୋଲି ଦାବି କରାଯାଇଛି। ଆମ ଅନୁସନ୍ଧାନ […]

Continue Reading

କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ଭାଇରାଲ ହେଉଥିବା ଭିଡିଓରେ ରାଷ୍ଟ୍ରପତି ଅପରିଧିଙ୍କୁ ଫାଶି ଦଣ୍ଡ ଦେବାର ନିଷ୍ପତି ନେଉଛନ୍ତି ?

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ପେର ସୋସିଆଲ ମିଡିଆରେ ଲଗାତାର କିଛିନା କିଛି ପୋଷ୍ଟ ଦେଖିବାକୁ ମିଳୁଛି। ନିର୍ଭୟା ହେଲ୍ପ ଲାଇନ ନମ୍ବର ହେଉ ଅଥବା ଅନ୍ୟ କୌଣସି ଗୁଜବ ପୋଷ୍ଟ କରାଯାଇଛି।  ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ଅପରାଧିମାନଙ୍କୁ ଫାଶି ଦଣ୍ଡ ଦେବା ପାଇଁ ପୁରା ଦେଶ ଦାବି କରୁଛି। ଏହି ମଧ୍ୟରେ ଫେସବୁକରେ ଏବିପି ହିନ୍ଦୀ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓକୁ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସହିତ ଯୋଡ଼ା ଯାଉଛି। […]

Continue Reading

ପ୍ରିୟଙ୍କା ରେଡ୍ଡିଙ୍କ ମୃତ୍ୟୁ ପରେ ଭାଇରାଲ ହେଉଥିବା 9833312222 ପ୍ରକୃତରେ 2018ରେ ବନ୍ଦ ହୋଇସାରିଛି

ହାଇଦ୍ରାବାଦର ଭେଟନାରି ଡକ୍ଟର ପ୍ରିୟଙ୍କା ରେଡ୍ଡି ଦୁଷ୍କର୍ମ ଘଟଣା ପରେ ସୋସିଆମ ମିଡ଼ିଆରେ ଏକ ହେଲ୍ପ ଲାଇନ ନମ୍ବର 9833312222 ଭାଇରାଲ ହେଉଛି। ଏହି ନମ୍ବରକୁ ନିର୍ଭୟା ହେଲ୍ପଲାଇନ ନମ୍ବର ବୋଲି ଦାବି କରାଯାଉଛି। ଏହି ନମ୍ବର ୱାଟ୍ସ ଅପ ଠାରୁ ଆରମ୍ବ କରି ଫେସବୁକ ପଯ୍ୟନ୍ତ ଭାଇରାଲ ହେଉଛି। ଭାଇରାଲ ହେଉଥିବା ମେସେଜରେ କୁହାଯାଇଛି ଯେ, ଏହି ନମ୍ବରକୁ ନିଜ ସ୍ତ୍ରୀ,ଭଉଣି ,ମାଁ ଏବଂ ଝିଅ ସାଙ୍ଗମାନଙ୍କ ପାଖକୁ ପାଠାଇ ଅଧିକରୁ ଅଧିକ ସେୟାର କରନ୍ତୁ। […]

Continue Reading

କ’ଣ RBI ବଜାରକୁ ଛାଡ଼ିଲେ 1000 ଟଙ୍କିଆ ନୋଟ? ଜାଣନ୍ତୁ ସତ।

16 ଅକ୍ଟୋବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟ୍ୟୁଜର ନିଜ ଫେସବୁକ ଆକାଉଣ୍ଟରେ RBI ନୂଆ 1000 ଟଙ୍କିଆ ନୋଟ ବାହାର କରିଥିବା ଦାବି କରିଛନ୍ତି।  ପୋଷ୍ଟ କରାଯାଇଥିବା ନୋଟରେ ମହତ୍ମା ଗାନ୍ଧିଙ୍କର ଫୋଟୋ ଅଛି ଏବଂ ସେଥିରେ 1000 ଟଙ୍କା ମଧ୍ୟ  ଲେଖାଯାଇଛି। 1000 ଟଙ୍କିଆ ନୋଟଟି ପୁରା ବାସ୍ତବ ଭଳି ଦେଖା ଯାଉଛି। 2016 ରେ ପୁରୁଣା 1000 ଏବଂ 500 ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଧ କରିଦେଇଥିଲେ । […]

Continue Reading

ଧାରା 370 ହଟିଲାପେରେ ଏକ ଭୁଲ ଭାରତ ମାନଚିତ୍ର ଭାଇରାଲ ହେଉଛି

ଏହି ବର୍ଷ ୫ ଅଗସ୍ଟରେ ଭାରତର ରାଷ୍ଟ୍ରପତି ଜମ୍ମୁ-କଶ୍ମୀରରୁ ଧାରା 370 ହଟାଇ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଭାଗ କରିବା ପାଇଁ ମଞ୍ଜୁରୀ ଦେଇଥିଲେ। ଏହି ଆଦେଶ ପେରେ ଜମ୍ମୁ-କଶ୍ମୀରକୁ ଲଦାଖ ଏବଂ ଜମ୍ମୁ-କଶ୍ମୀର ନାମରେ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ପରିବରର୍ତ୍ତନ କରାଯାଇଥିଲା। ଏହା ପରେ ସର୍ଭେ ଜେନେରାଲ ଅଫ ଇଣ୍ଡିଆ ଦ୍ଵାରା ୩୧ ଅକ୍ଟୋବର କୁ ଭାରତର ଏକ ନୂଆ ମାନଚିତ୍ର ତିଆରି କରା ଗଲା। ସେବେଠାରୁ ସୋସିଆଲ ମିଡିଆରେ ଜମ୍ମୁ-କଶ୍ମୀର ରାଜ୍ୟର ଦୁଇଟି ଅଂସକୁ ଭାଗକରି […]

Continue Reading

କ’ଣ 62 ବର୍ଷରେ ପ୍ରଥମଥର ଭରାତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନାହିଁ ?

ସୋସିଆଲ ମିଡିଆରେ 62 ବର୍ଷରେ ପ୍ରଥମଥର ପାଇଁ  ୱାର୍ଲଡ ବ୍ୟାଙ୍କର ଭାରତ ଉପରେ କୌଣସି ଋଣ ନ ଥିବାର  ଗୁଜବ ଭାଇରାଲ କରାଯାଉଛି। 5 ନଭେମ୍ବରରେ Balabhadra rout ନମକ ଜଣେ ଫେସବୁକ ୟ୍ୟୁଜର ନିଜ ଆକାଉଣ୍ଟରେ ଏହି ଦାବି କରିଛନ୍ତି। ବଲଭଦ୍ର ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ସେ ଫୋଟୋ ରେ ବିଗତ 62 ବର୍ଷରେ ପ୍ରଥମଥର ଭାରତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନଥିବା କଥା […]

Continue Reading

ଅମରେଶ ନାୟକର ହତ୍ୟା କାଣ୍ଡକୁ ମୋବ ଲିଞ୍ଚଂର ରୂପ ଦିୟାଯାଉଛି

ଫେସବୁକରେ  Indian right wing community ନାମକ ଏକ ପେଜରେ ୨୮ ଅକ୍ଟୋବରରେ ହିନ୍ଦୁ ମୁସ୍ଲିମ ବିବାଦରେ ଏକ ଯୁବକକୁ ହତ୍ୟା କରିବାର ଦାବି କରାଯାଇଛି। ପୋଷ୍ଟରେ ଏହା ମୋବଲିଞ୍ଚଂ ହୋଇଥିବାର କୁହା ଯାଇଛି। ପୋଷ୍ଟରେ  ଓଡ଼ିଶାରେମୋବଲିଞ୍ଚଂ ରେ ଏକ ଯୁବକର ହତ୍ୟା କରା ଯିବାର ଦାବି କରାଯାଇଛି। ଯୁବକର ନାମ ଅମରେଶ ନାୟକ ବୋଲି କୁହାଯାଇଛି ଏବଂ ପୋଷ୍ଟରେ ଯୁବକର ଫୋଟୋ ମଧ୍ୟ ଦିୟାଯୋଇଛି।   ପୋଷ୍ଟରେ ଲେଖା ଯାଇଛି ଯେ, ଓଡ଼ିଶାରେଦୀପାବଳି ରାତିରେ ଅର୍ଥାତ ୨୭ […]

Continue Reading

କ’ଣ ବିଜେପି ନେତା ଜଣେ ସମ୍ବାଦିକଙ୍କୁ ଖୁଲମ ଖୁଲା ଦେଲେ ଧମକି?

ସୋସିଆଲ ମିଡ଼ିଆରୁ ଆରମ୍ଭ ହୋରି ହ୍ୱାଟସ ଆପ ପର୍ଯ୍ୟନ୍ତ ଜଣେ ବିଜେପି ନେତାଙ୍କର ଦାଦାଗିରି ଭିଡିଓ ଭାଇରାଲ ହେଉଛି।  18 ନଭେମ୍ବରରେ ଅରବାଜ ଖାନ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏହି ବିଜେପି ନେତାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି (BJP ke neta ne media walon ko Di dhamki) ବିଜେପିର ନେତା ସାମ୍ବାଦିକଙ୍କୁ ଧମକି ଦେଲେ। ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବିଜେପି ନେତା ଖୁଲମ […]

Continue Reading

କ’ଣ କିସ ଡେରେ ଜେ.ଏନ.ୟୁ ଛାତ୍ରମାନେ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ?

16 ନଭେମ୍ବରରେ ଜେ.ଏନ.ୟୁର ଛାତ୍ରଛାତ୍ରୀ ପରସ୍ପରକୁ ଚୁମ୍ବନ କରୁଥିବାର  ଦାବିରେ ଦୁଇଟି ଫୋଟୋ ଫେସବୁକରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ସ୍ଥିତ ଜେ.ଏନ.ୟୁ ଛାତ୍ରଛାତ୍ରୀମାନେ  କିସ ଡେ ପାଳନ କରାଯାଇଥିଲେ ଏବଂ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ। ଏହି ପୋଷ୍ଟଟି डॉ रामगोपाल वार्णोय ନାମକ ଜଣେ ଫେସବୁକ ୟୁଜର ସେୟାର କରିଛନ୍ତି। ପୋଷ୍ଟରେ ଦୁଇଟି ଫୋଟୋ ଅଛି। ଯେଉଁଥିରେ  ପୁଅ ଝିଅ ପରସ୍ପରକୁ କିସ କରୁଥିବାର ଦେଖା ଯାଉଛି। କେବଳ […]

Continue Reading

କ‘ଣ ରାଜ୍ୟ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେଲେ?

19 ନଭେମ୍ବର ରୁ ଫେସବୁକ ସମେତ ସୋସିଆଲ ମିଡିଆରେ ଓଡ଼ିଶା ସରକାର ଗଞ୍ଜେଇ ଚାଷକୁ ଖୁଲମ ଖୁଲା ପ୍ରୋତ୍ସାହନ ଦେବା କଥା ଦାବି କରାଯାଉଛି। କୁମାର ଦେବୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Be ready to take best award from sh.Naveen Pattnaik for best business man of Ganjei of Odisha ଲେଖି ପୋଷ୍ଟ କରିଛନ୍ତି। ଏହା ଛାଡ଼ା ଫେସବୁକ ଏବଂ ଟୁଇଟରରେ ଓଡ଼ିଶାରେ ଗଞ୍ଜେଇ ଚାଷ ହେବାର […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସବୁ ଧନୀ ଓ ଗରିବ ବର୍ଗର ଲୋଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର ?

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଏବେ ସମସ୍ତ ବର୍ଗର ଲୋକୋଙ୍କୁ ମିଲିବ ମାଗଣାରେ ଗ୍ୟାସ ସିଲିଣ୍ଡର। ଏପରି ଏକ ଗୁଜବ ଓଡ଼ିଆ ଘର ପରିବାର ୟୁଟ୍ୟୁବର ନିଜ ପୋଷ୍ଟରେ ଦାବି କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନରେଦ୍ର ମୋଦିଙ୍କର ଉଜ୍ୱଳା ଯୋଜନା ରେ ଏବେ ଧନୀ ,ଗରିବ , ମଧ୍ୟମ ବର୍ଗ ସମେତ ସରକାରି ଚାକିରିୟା ଲୋକଙ୍କୁ ମଧ୍ୟ ସାମିଲ କରା ଯାଇଛି।  ସବୁ ବର୍ଗର ଲୋକୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ। ଏହି ଭିଡିଓଟି […]

Continue Reading

କ,ଣ ମୋଦି ସରକାର ଓଡିଶାରେ ଲଞ୍ଚ୍ କଲେ ସ୍କୁଟି ଯୋଜନା ?

ୟୁଟ୍ୟୁବରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବାର ଗୁଜବ ଭାଇରାଲ ହେଉଛି । ଓଡିଶା ଘର ପରିବାର ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରେ ଓଡ଼ିଶାରେ ମୋଦି ସରକାରଙ୍କ ସ୍କୁଟି ଯୋଜନା ଲାଗୁ ହେବା କଥା ଦାବି କରିଛନ୍ତି। ପୋଷ୍ଟଟି 15 ଜୁନ 2019 ରେ ସେୟାର କରାଜାଇଥିଲା।  ପୋଷ୍ଟରେ ମାଦି ସରକାର ଯୋଜନାରେ ସ୍କୁଟି ପାଇଁ କିପରି ଆପ୍ଲାଏ କରିପାରିବେ ସେ ବିଷୟରେ ମଧ୍ୟ କୁହା ଯାଇଛି। ଏହା ଛାଡ଼ା ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

କ’ଣ ବଲିଉଡ ଆକ୍ଟର ପ୍ରଥମଥର ଓଡ଼ିଶା ଆସି ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ? ଜାଣନ୍ତୁ ସତ।

ARCHIVE ୟୁଟ୍ୟୁବରେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଦାବି କରା ଯାଇଅଛି ଯେ,ବଲିଉଡ ଆକ୍ଟର ସଲମାନ ଖାନ ଓଡିଶାର ଏକ ଗାଁର ସମସ୍ତ ଘର ରଙ୍ଗ କରିଥିଲେ। ପୋଷ୍ଟଟି କୁ 20 ଜାନୁଆରି 2018 ରେ kshirod panda ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ସଲମାନ ଖାନଙ୍କ ସହିତ କରିନା କପୁର ଏବଂ ଟିମ ଏକ ଗାଁର ଘର ରଙ୍ଗ କରୁଥିବାର ଦେଖା ଯାଉଛନ୍ତି। ଭିଡିଓରେ ସଲମାନ ଖାନ ବିଙ୍ଗ […]

Continue Reading

ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ଧରାପଡ଼ିଥିଲେ ପିଲା ଚୋର?

Archive link  23 ଅଗଷ୍ଟରେ ବିଶ୍ୱଜିତ ତାଣ୍ଡି   ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ ରେ ପିଲା ଚୋରି ହେବାର ଏକ ପୋଷ୍ଟ ସେୟାର କରିଥିଲେ। ଆମେ ପୋଷ୍ଟ  ଦେଖିବଯାଏଁ 1000ରୁ ଅଧିକ ଥର ସେୟାର ହୋଇ ସାରିଛି। ବିଶ୍ୱଜିତ  ପୋଷ୍ଟରେ କିଛି ପିଲା କାର ଡିକିରେ ବସିଥିବାର ଦେଖିବା ଯାଉଛି ।ଏହା ସହିତ ଏନ୍ୟ ଏକ ଫୋଟୋରେ ପୁଲିସ ଜଣେ ମହିଳାକୁ ନେଇ ଯାଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି […]

Continue Reading

କ’ଣ ତିନି ବର୍ଷ ପୂର୍ବେ ପାରାଦୀପରୁ ମିଳିଥିଲା ଜଳପରୀ?

Archive Archive ତିନି ବର୍ଷ ପୂର୍ବରୁ ଏବେଜାଏଁ ପାରାଦୀପରୁ ଜଳପରୀ ମିଳିବାର ଏକ ଭିଡିଓ ୟୁଟ୍ୟୁବ, ଫେସବୁକରେ ଭାଇରଲ ହେଉଛି। ୟୁଟ୍ୟୁବରେ sk 8bp ନମର ଜଣେ ୟୁଜର ଆକାଉଣ୍ଟରୁ ଏହା ଭାଇରାଲ ହେଉଛି। ଭିଡିଓରେ ଏକ ମାଛର ହାତ ବାନ୍ଧି ଦିଆଯାଇଛି ଏବଂ ମାଛଟିକୁ ଏକ କାଠ ବାକ୍ସ ଉପରେ ରଖା ଯାଇଛି। ଏତିକି ନାହଁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଭିଡିଓରେ ମାଛଟି ନିଶ୍ୱାସ ନେଉଥିବାର ଦେଖା ଯାଉଛି। ଏହି ପ୍ରାଣୀର ଦେହ ମଣିଷ […]

Continue Reading

ବିହାରରେ ଆକାଶରୁ ବର୍ଷିଲା ରୁପା?

ଆକାଶରୁ ମାଛ ବର୍ଷା କଥା ଶୁଣିଥିବେ, ହେଲେ ରୁପା ବର୍ଷା କଥା କେବେ ଶୁଣିଛନ୍ତି କି ? ଆଜ୍ଞା ହଁ ଦୁଇ ଦିନ ହେଲା ସୋସିଆଲ ମିଡିଆ, ଫେସ୍‌ବୁକ ଏବଂ ବିଭିନ୍ନ ନ୍ୟୁଜ ପୋଟାଲରେ ରୁପା ବର୍ଷା ହେବାର ଏକ ଗୁଜବ ପ୍ରଚାରିତ ହେଉଛି। ଏହି ଗୁଜବକୁ ଓଡ଼ିଶା ଏକ୍ସକ୍ଲୁସିଭ ଏବଂ ନ୍ୟୁଜ 7 ପେଜରେ ପ୍ରକାଶ କରାଯାଇଛି। ତା’ ସହିତ ଫେସବୁକ୍‌ ପେଜରେ ମଲାଦି ରାମବାବୁ ନାମକ ଜଣେ ୟୁଜର ଏହା ନିଜ ଫେସବୁକ ଆକାଉଣ୍ଟରେ […]

Continue Reading