ପିଆଜ ଏବଂ ଫ୍ରିଜରେ ଦେଖାଯାଉଥିବା କଳା ରଙ୍ଗର କବକ ମ୍ୟୁକୋରାଇକୋସିସ୍ ଅର୍ଥାତ୍ ବ୍ଲାକ ଫଙ୍ଗସ ସଂକ୍ରମଣ କରେ? ଜାଣନ୍ତୁ ସତ୍ୟତା ।

False Social

ସୋସିଆଲ ମିଡିଆରେ ପିଆଜ , ରୋଷେଇ ଘର ଏବଂ ଫ୍ରିଜରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବାର ଏକ ଖବର ଭାଇାରଲେ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ପିଆଜ ଏବଂ ରୋଷେଇଘରୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ ହୋଇପାରେ ଏବଂ ଲୋକଙ୍କୁ ସାବଧାନ ସହିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି।

7 ଜୁନରେ Knews Odisha ନାମକ ଏକ ଖବର ପେଜରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଲେଖିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରୋଷେଇ ଘରେ ଥିବା ପିଆଜରେ ଦେଖିବାକୁ ମିଳିଥାଏ ଏହି ବ୍ଲାକ୍‌ ଫଙ୍ଗସ । ପିଆଜ ଉପରେ ଏକ କଳା ଆସ୍ତରଣ ଦେଖିବାକୁ ମିଳିଥାଏ । ତାହା ହିଁ ବ୍ଲାକ୍‌ ଫଙ୍ଗସ ବୋଲି ଧାନବାଦର ଜଣେ ବରିଷ୍ଠ ଡାକ୍ତର ଅରୁଣ କୁମାର ଚୌଧୁରୀ କହିଛନ୍ତି କହିଛନ୍ତି । ତେଣୁ ରୋଷେଇ ଘରୁ ମଧ୍ୟ ବ୍ଲାକ ଫଙ୍ଗସ ସଂକ୍ରମଣକୁ ଅସ୍ୱୀକାର କରିହେବନି ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ଫ୍ରିଜ୍‌ରେ ଥିବା ଖାଦ୍ୟ ପଦାର୍ଥ ମଧ୍ୟ ବହୁ ଦିନ ରହିଯିବା ପରେ ସେଥିରେ ପଡ଼ିଥିବା ଏକ ପ୍ରକାର କଳା ପଦାର୍ଥ ମଧ୍ୟ ବ୍ଲାକ୍‌ ଫଙ୍ଗସ ।

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 128ଥର ସେୟାର କରାଯିବା ସହ ପୋଷ୍ଟକୁ 289ଥର ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- KnewsOdishaArchive

ତେବେ କଣ ପିଆଡ, ରୋଷେଇ ଘର ଏବଂ ଫ୍ରିଜରୁ ହୋଇପାରେ ବ୍ଲାକ ଫଙ୍ଗସ୍ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ପିଆଜ ଉପରେ କଳା ଫଙ୍ଗସ କ’ଣ? ତାହା ଜଣିବା ପାଇଁ ଆମେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ United States Department of Agriculture ପେଜରେ ଏହାର ଉତ୍ତର ପାଇଲୁ।

ପିଆଜ ଉପରେ କଳା କବକ କ’ଣ?

United States Department of Agriculture ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପିଆଜ ଉପରେ କଳା ଛାଞ୍ଚ ମାଟିରେ ଏକ ସାଧାରଣ ଫଙ୍ଗସ୍ ଆସ୍ପର୍ଗିଲସ୍ ନିଗର୍ ଦ୍ୱାରା ହୋଇଥାଏ। ଛାଞ୍ଚ ବୃଦ୍ଧିକୁ ନିରୁତ୍ସାହିତ କରିବାକୁ, ପିଆଜକୁ ଦୁଇମାସ ପର୍ଯ୍ୟନ୍ତ ରେଫ୍ରିଜରେଟରରେ ରଖନ୍ତୁ। ଥଣ୍ଡା, ଚାଲୁଥିବା ଟ୍ୟାପ୍ ପାଣି ତଳେ ପିଆଜର ବାହ୍ୟ ମାପରେ ଅଳ୍ପ ପରିମାଣର କଳା ଛାଞ୍ଚକୁ ଧୋଇ ଦିଅନ୍ତୁ କିମ୍ବା ପ୍ରଭାବିତ ସ୍ତରଗୁଡିକ କାଟି ଦିଅନ୍ତୁ। ସୁରକ୍ଷିତ ଅଂଶ ବ୍ୟବହାର କରାଯାଇପାରିବ।  ଆସ୍ପର୍ଗିଲସ୍ ନିଗର୍(Aspergillus niger) ଆଲର୍ଜି ଥିବା ବ୍ୟକ୍ତିମାନେ କଳା ଛାଞ୍ଚ ସହିତ ପିଆଜ ବ୍ୟବହାର କରିବା ଉଚିତ୍ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- United States Department of AgricultureArchive

ଏହାକୁ ନେଇ ଆମକୁ NDTV ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ମିଳିଲା। ଯେଉଁଥିରେ ଆଭ୍ୟନ୍ତରୀଣ ମେଡିସିନ୍, ମ୍ୟାକ୍ସ ହେଲଥ କେୟାର ଡାଇରେକ୍କର ଡକ୍ଟର ରୋମେଲ ଟିକୋଙ୍କ ଅନୁଯାୟୀ, ପିଆଜ ଉପରେ ଥିବା କବକ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ପ୍ରଭାବିତ କରେ ନାହିଁ। କଳା ଫଙ୍ଗସ୍ ସଂକ୍ରମଣ ଧରିବା ପାଇଁ କମ୍ ପ୍ରତିରୋଧକ ଶକ୍ତି ଦରକାର। ଏବଂ ଏହା ସେଇମାନଙ୍କୁ ହୋଇଥାଏ ଯିଏ ଅଧିକ ପରିମାଣର ସ୍ଟେରଏଡ ନେଇଥିବେ ଏବଂ ଡାଇବେଟିସ୍ ପେସେଣ୍ଟ ଲୋକଙ୍କୁ ଏହି ରୋଗ ହୋଇଥାଏ। ଏବଂ ଏହା ଡିଆଁ ରୋଗ ମଧ୍ୟ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଣ ଫ୍ରିଜରେଥିବା କଳା କବକ ବ୍ଲାକ ଫଙ୍ଗସ ସଂକ୍ରମଣ କରାଇପାରେ ?

ଏହାର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ mold-advisor ପେଜରେ ଏକ ଅନୁସନ୍ଧାନ ମିଳିଲା। ସୂଚନା ଅନୁସାରେ ଫ୍ରିଜରେ ମିଳୁଥିବା କଳା କବକ (stachybotrys chartarum) ଷ୍ଟାଚିବୋଟ୍ରିସ୍ ଚାର୍ଟାରମ୍ ଅଟେ। ଏହାକୁ ସହଜରେ ଫ୍ରିଜରୁ ସଫା ମଧ୍ୟ କରାଯାଇପାରିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- mold-advisorArchive

ଏହା ପରେ stachybotrys chartarum) ଷ୍ଟାଚିବୋଟ୍ରିସ୍ ଚାର୍ଟାରମ୍ ଶରୀର ପାଇଁ କେତେ କ୍ଷତିକାରକ ତାହା ଜାଣିବା ପାଇଁ ଗୁଗୁଲ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ CDC (Centers for Disease Control and Prevention) ପେଜରେ ପ୍ରକାଶିତ ହୋଇଥିବା ସୂଚନା ଅନୁସାରେ ଷ୍ଟାଚିବୋଟ୍ରିସ୍ ଚାର୍ଟାରମ୍ ଏକ ସବୁଜ-କଳା କବକ ଅର୍ଥାତ୍ ଫିମ୍ପି ଅଟେ। ଏହା  ଅଧିକ ସନ୍ତସନ୍ତିଆ ଜାଗା କିମ୍ବା ପଦାର୍ଥରେ ବଢ଼ିଥାଏ। ଷ୍ଟାଚିବୋଟ୍ରିସ୍ ଚାର୍ଟାରମ୍ ଏବଂ ଅନ୍ୟାନ୍ୟ କବକ ଗୁଡିକ ଅଜ୍ଞାତ ସ୍ୱାସ୍ଥ୍ୟ ଲକ୍ଷଣ ସୃଷ୍ଟି କରିପାରେ। ଯଦିଓ ଷ୍ଟାଚିବୋଟ୍ରିସ୍ ଚାର୍ଟାରମ୍ କିମ୍ବା ଅନ୍ୟାନ୍ୟ ଫିମ୍ପି କୌଣସି ସ୍ଥାନରେ ମିଳିଲେ ତେବେ ସେଗୁଡିକୁ ସଫା କରାଯାଇପାରିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- CDC (Centers for Disease Control and Prevention)  

ତେବେ (Mucormycosis) ମ୍ୟୁକର୍ମାଇକୋସିସ୍ କିମ୍ବା ବ୍ଲାକ ଫଙ୍ଗସ (Black fungus)?

CDC (Centers for Disease Control and Prevention) ଅନୁସାରେ ମ୍ୟୁକର୍ମାଇକୋସିସ୍  ଫୁଙ୍ଗସର ଗୋଷ୍ଠୀ ଯାହା ମ୍ୟୁକୋରାଇକୋସିସ୍ ସୃଷ୍ଟି କରେ, ପରିବେଶରେ ବିଶେଷତଃ ମାଟିରେ ଏବଂ କ୍ଷୟ ହେଉଥିବା ଜୈବ ପଦାର୍ଥ ଯଥା ପତ୍ର, କମ୍ପୋଷ୍ଟ ଗଦା ଏବଂ ପଶୁ ଗୋବରେ ଉପସ୍ଥିତଥାଏ। ଏହା ବାୟୁ ଅପେକ୍ଷା ମାଟିରେ ଅଧିକ, ଏବଂ ଶୀତ ଏବଂ ବସନ୍ତ ଅପେକ୍ଷା ଗ୍ରୀଷ୍ମ ଏବଂ ପତନରେ ଅଧିକ ଦେଖାଯାଏ।  ଅଧିକାଂଶ ଲୋକ ପ୍ରତିଦିନ ମାଇକ୍ରୋସ୍କୋପିକ୍ ଫଙ୍ଗଲ୍ ସ୍ପୋରସ୍ ସଂସ୍ପର୍ଶରେ ଆସନ୍ତି, ତେଣୁ ମକୋର୍ମାଇସେଟ୍ ସଂସ୍ପର୍ଶରେ ଆସିବା ସଂପୂର୍ଣ୍ଣ ସମ୍ଭବ ନୁହେଁ। ଏହା କବକ ଅଧିକାଂଶ ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ।  ଅବଶ୍ୟ, ଯେଉଁମାନଙ୍କର ପ୍ରତିରୋଧକ ଶକ୍ତି ଦୁର୍ବଳ ସେମାନଙ୍କ ପାଇଁ ମ୍ୟୁକର୍ମାଇସେଟ୍ ସ୍ପୋରରେ ଶ୍ୱାସକ୍ରିୟା ଫୁସଫୁସରେ କିମ୍ବା ସାଇନୁସରେ ସଂକ୍ରମଣ ହୋଇପାରେ ଯାହା ଶରୀରର ଅନ୍ୟ ଅଂଶକୁ ବ୍ୟାପିପାରେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- CDC (Centers for Disease Control and Prevention)

20 ମଇ 2021ରେ news18ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, AIIMS ନିର୍ଦ୍ଦେଶକ (Dr Randeep Guleria) ଡଃ ରଣଦୀପ ଗୁଲେରିଆ କହିଛନ୍ତି, “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମ୍ୟୁକୋରାଇକୋସିସ୍ ଏକ କଳା ଫଙ୍ଗସ୍ ନୁହେଁ।  ଏହା ଏକ ଭୁଲ ତଥ୍ୟ… କାରଣ ରକ୍ତ ଯୋଗାଣ ହ୍ରାସ ହେତୁ ଚର୍ମର କିଛି ରଙ୍ଗ ବଦଳି ଯାଏ, ଏହା ଏକ ଅନୁଭବ ଦେଇପାରେ ଯେ ଏହି ଅଞ୍ଚଳ କଳା ହୋଇଯାଇଛି, ସେଥିପାଇଁ ଏହାର ନାମ ବ୍ଲାକ ଫଙ୍ଗସ ରଖାଯାଇଛି।

 ନୂଆଦିଲ୍ଲୀର AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ 23 ମେଇରେ ଏହା ସ୍ପଷ୍ଟ କରିଥିଲେ ଯେ, ମ୍ୟୁକୋରାଇକୋସିସ୍ କିମ୍ବା ବ୍ଲାକ ଫଙ୍ଗସ କେଉଁମାନଙ୍କୁ ହୋଇପାରେ ଏବଂ କାହିଁକି। ମ୍ୟୁକର୍ମାଇକୋସିସ୍ ପଛର କାରଣ ଏବଂ ଏହାକୁ ରୋକିବା ପାଇଁ କଣ କରାଯାଇପାରିବ ସେ ବିଷୟରେ ବର୍ଣ୍ଣନା କରି ଗୁଲେରିଆ କହିଛନ୍ତି, “ଯଦି ଜଣେ ଦୀର୍ଘ ସମୟ ଧରି ଷ୍ଟେରଏଡ୍ ନେଇଥିବ, ମଧୁମେହଥିବ, ତେବେ ଆପଣ ଅନେକ ଫଙ୍ଗଲ୍ ସଂକ୍ରମଣରେ ଆକ୍ରାନ୍ତ ହେବାର ସମ୍ଭାବନା ରହିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ଏହା ସ୍ପଷ୍ଟ ଯେ, ରେଫ୍ରିଜରେଟରରେ ସୃଷ୍ଟି ହୋଇଥିବା  କଳାଙ୍ଗର କବକ ଏବଂ ପିଆଜ ଉପରେ କଳା ଆବରଣ କବକ ମ୍ୟୁକୋରାଇକୋସିସ୍ ଅର୍ଥାତ୍ ବ୍ଲାକ ଫଙ୍ଗସ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହା ବ୍ଲାକ ଫଙ୍ଗସର କାରଣ ନୁହେଁ।

Avatar

Title:ପିଆଜ ଏବଂ ଫ୍ରିଜରେ ଦେଖାଯାଉଥିବା କଳା ରଙ୍ଗର କବକ ମ୍ୟୁକୋରାଇକୋସିସ୍ ଅର୍ଥାତ୍ ବ୍ଲାକ ଫଙ୍ଗସ ସଂକ୍ରମଣ କରେ? ଜାଣନ୍ତୁ ସତ୍ୟତା ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *