କେବଳ ଇଞ୍ଜେକ୍ସନ ଫୋଡି ଲୋକଙ୍କୁ ଠକେଇବା ଏବଂ ପ୍ରକୃତରେ କୋଭିଡ-୧୯ ଟୀକା ପରିଚାଳନା ନକରିବା ଅଭିଯୋଗରେ ନୀହା ଖାନଙ୍କୁ ‘ଟୀକା ଜିହାଦୀ’ ନାମ ଦିଆ ଯାଇଅଛି। ଏହି ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ଜମାଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିତ ଯେଉଁଠାରେ ଜଣେ ବ୍ୟକ୍ତି ଡଷ୍ଟବିନ୍ ରେ କୋଭିଡ ଟୀକା ଫୋପଡା ହୋଇଥିବା ପାଇଥିଲେ। ଏହି ଘଟଣା ନେଇ ଦେଶର ଅନେକ ଗଣମାଧ୍ୟମ ଗୋଟିଏ ଭିଡିଓ ପ୍ରସାରିତ କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ସ୍ୱାସ୍ଥ୍ୟ କର୍ମୀ ଲୋକଙ୍କୁ କେବଳ ଇଞ୍ଜେକ୍ସନ ଫୋଡୁଛନ୍ତି କିନ୍ତୁ କୋଭିଡ ଟୀକା ଦେଉ ନାହାନ୍ତି। ଦାବି ଅନୁଯାୟୀ ଭିଡିଓରେ ଥିବା ସ୍ୱାସ୍ଥ୍ୟ କର୍ମୀ ନୀହା ଖାନ ଅଟନ୍ତି।

ଫ୍ୟାକ୍ତ କୃସେଣ୍ଡୋ ଭିଡିଓରେ ଥିବା ଡାବକୁ ମିଥ୍ୟା ବୋଲି ପାଇଲା।

Facebook | Archive

ଆମ ଅନୁସନ୍ଧାନ:

ଆସନ୍ତୁ ଜାଣିବା କ’ଣ ଏହି ନୀହା ଖାନଙ୍କ ଟୀକାକରଣ କାଣ୍ଡ ମାମଲା:

୨୯ ମଇରେ ‘ଜି ନ୍ୟୁଜ’ ଦ୍ଵାରା ପ୍ରକାଶିତ ଏକ ସମ୍ବାଦ ଅନୁଯାୟୀ ନୀହା ଖାନଙ୍କ ଉପରେ ଅଭିଯୋଗ କରା ଯାଇଅଛି ଯେ ସେ ଟୀକା ଗୁଡିକକୁ ଡଷ୍ଟବିନରେ ଫୋପାଡି ଥିଲେ ଏବଂ ଖାଲି ଇଞ୍ଜେକ୍ସନ୍ ଲୋକଙ୍କୁ ଫୋଡୁଥିଲେ। ବାସ୍ତବରେ ସେ ଚାହୁଁଥିଲେ ଯେ ଲୋକମାନେ ଟୀକା ନପାଇବା ଉଚିତ ଯାହା ଦ୍ଵାରା ଦେଶରେ କରୋନା ବିସତାର ହେଉ ଏବଂ ଯୋଗୀ ସରକାର ବଦନାମ ହେଉ।

NK.jpg

Zee Hindustan

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓ ବିଷୟରେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏକ ୱେବସାଇଟ ମିଳିଲା। ଏହି ୱେବସାଇଟ ଅନୁଯାୟୀ ଆଇଏମଏସଏସ ଏବଂ ସିଡ଼ିଏମଏକ୍ସ ସରକାର ଟୀକାକାରଣର ମିଥ୍ୟା ପ୍ରୟୋଗକୁ ସ୍ଵୀକାର କରିଛନ୍ତି। ଆଇଏମଏସଏସ ଏବଂ ସିଡ଼ିଏମଏକ୍ସ ସରକାରନିଶ୍ଚିତ କରିଛନ୍ତି ଯେ ଭିଡିଓରେ ଥିବା ସ୍ୱାସ୍ଥ୍ୟ କର୍ମୀ କୋଭିଡ-୧୯ ଟୀକାକୁ ବୟସ୍କ ବ୍ୟକ୍ତିଙ୍କ ଠାରେ ଇଞ୍ଜେକ୍ସନ ଦେଇ ନାହାଁନ୍ତି।

WS.jpg

Website | Archive

IMSS ଶବ୍ଦ ବ୍ୟବହାର କରି ଟୁଇଟରରେ ସର୍ଚ କରିଲା ପରେ ଆମକୁ ୪ ଏପ୍ରିଲ ରେ IMSSର ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟ ଅନୁଯାୟୀ ନେସନାଲ ପାଳିଟେକ୍ନିକ୍ ଇନଷ୍ଟିଚ୍ୟୁଟର ନ୍ୟାସନାଲ ସ୍କୁଲ ଅଫ ବାୟୋଲୋଜିକାଲ୍ ସାଇନ୍ସରେ ଗତକାଲୀ ଟୀକାକରଣ ଅଧିବେଶନରେ ଘଟିଥିବା ଘଟଣା ଗୁଡିକ ବିଷୟରେ IMSS ଦୁଖିତ।

Archive

ଏହା ପରେ ଆମେ ଭାଇରାଲ ଭିଡିଓରେ ଥିବା ଦ୍ଵିତୀୟ ଟୀକାକରଣ କ୍ଲିପ୍ ବିଷୟରେ ତଥ୍ୟ ସର୍ଚ କରିଲୁ। ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଈକୁଏଡର ଦେଶର ଗୋଟିଏ ପତ୍ରିକା ଈକୁଅଭିସାର ଟୁଇଟର ହେଣ୍ଡେଲରେ ଏହି ଭିଡିଓ କ୍ଲିପ୍ ଦେଖିବାକୁ ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ଯଥେଷ୍ଟ ଟୀକାକରଣ କରିନଥିବା ନର୍ସଙ୍କ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ କାମିଲୋ ସାଲିନାସ ଘୋଷଣା କରିଛନ୍ତି ଯେ କାର୍ଜ୍ଯନୁଷ୍ଠାନ ଗ୍ରହଣ କରିବାକୁ ନର୍ସଙ୍କ ଚିହ୍ନଟ କରା ଯାଇଅଛି।

Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମେକ୍ସିକୋ ଏବଂ ଈକୁଏଡର ଦେଶର ଭିଡିଓ କ୍ଲିପ୍ କୁ ନୀହା ଖାନଙ୍କ ଟୀକାକରଣ ଘଟଣା ସହିତ ଜୁଡି ମିଥ୍ୟା ଦାବି ସହିତ ଭିଡିଓ ଭାଇରାଲ କରା ଯାଉଛି। ଭିଡିଓରେ ଥିବା ସ୍ୱାସ୍ଥ୍ୟକର୍ମୀ ନଇହା ଖାନ ନୁହନ୍ତି।

Avatar

Title:କ’ଣ ଭିଡିଓରେ ନୀହା ଖାନ ଲୋକଙ୍କୁ ଟୀକା ଦେବାର ବାହାନା କରି କେବଳ ଇଞ୍ଜେକ୍ସନ ଫୋଡ଼ି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu

Result: False