
ଆଜିକାଲୀ ଟେକ୍ନୋଲୋଜି ବହୁତ ଆଧୁନିକରଣ ହୋଇଯାଇଛି। ଯେହେତୁ ଆମ ଦେଶ ସ୍ବଚ୍ଛ ଊର୍ଜା ଉତ୍ପାଦନ ଦିଗରେ ଅଗ୍ରଗତି କରୁଛି, ଆମେ ଆମ ଦେଶର ବିଭିନ୍ନ ସ୍ଥାନରେ ସୋଲାର ପାୱାର ପ୍ଳାଣ୍ଟ ସ୍ଥାପିତ କରା ଯାଇଅଛି। ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଏସିଆର ତୃତୀୟ ଏବଂ ବିଶ୍ଵରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୦ ମସିହାରେ ଭାରତରେ ‘ଜାତୀୟ ସୌର ମିଶନ୍’ ଆରମ୍ଭ କରା ଯାଇଥିଲା।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଶ୍ଵର ସର୍ବବୃହତ ହାଇବ୍ରୀଡ୍ ସୋଲାର ବିଦ୍ୟୁତ ଉତ୍ପାଦନ ପାର୍କ ଗୁଜୁରାଟର କଚ୍ ଠାରେ ସମ୍ପୂର୍ଣ ହୋଇଛି। ଏହି ସୋଲାର ପ୍ଳାଣ୍ଟର କ୍ଷମତା ୨୮୦୦୦ ମେଗାୱାଟଯାହାକି ବିଶ୍ଵର ସର୍ବବୃହତ ସୋଲାର ପାର୍କ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବାହାରେ କରି ସର୍ଚ କରିଲା ପରେ ଫଳାଫଳରେ ଆମକୁ ୭ ଏପ୍ରିଲ ମାସରେ ଦି ପ୍ରିଣ୍ଟ ପତ୍ରିକା ୱେବସାଇଟରେ ଏହ ଅନୁଛେଦ ପ୍ରକାଶିତ ହୋଇଥିବା ମିଳିଲା। ଏହି ଅନୁଛେଦ ଅନୁଯାୟୀ ଗୁଜୁରାଟର ରନ୍ନ ଅଫ କଚ୍ ଅଞ୍ଚଳରେ ୭୨୬ ବର୍ଗ କିଲୋମିଟର କ୍ଷେତ୍ରରେ ବିଶ୍ଵର ସର୍ବବୃହତ ସୋଲାର ହାଇବ୍ରୀଡ୍ ପାୱାର ପ୍ଳାଣ୍ଟ ନିର୍ମାଣ କରିବା ପାଇଁ ଚୟନ କରା ଯାଇଅଛି। ୨୦୨୦ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଯାହାକି ୩୦ ଜିଗାୱାଟ ଶକ୍ତି ଉତ୍ପାଦନ କରିବ ବୋଲି ଆଶା କରା ଯାଉଅଛି। ଏହି ପାୱାର ପ୍ଳାଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଚଳିତ ବର୍ଷ ଡିସେମ୍ବର ମାସ ସୁଧା ସେଶ ହେବ ବୋଲି ଆଶା କରା ଯାଉଅଛି। ଯଦି ସମସ୍ତ ଯୋଜନା ଅନୁଯାୟୀ ଚାଲିବ ତେବେ ୨୦୨୪ ମସିହାରେ ଏହି ପ୍ଳାଣ୍ଟରୁ ୧୫ ଜିଗାୱାଟ ଶକ୍ତି ଉତ୍ପାଦନ ସକ୍ଷମ ହେବ।

ଏହା ପରେ ଆମେ ପୋଷ୍ଟରେ ଥିବା ଦୁଇଟି ଫୋଟୋର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ।
ଫୋଟୋ ୧: ପ୍ରଥମ ଫୋଟୋର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିବା ପରେ ଫଳାଫଳରେ ଆମକୁ ଏହି ଫୋଟୋ ମିଗା ନାମକ ସଂସ୍ଥାର ୱେବସାଇଟରେ ପ୍ରକାଶିତ ହୋଇଥିବା ମିଳିଲା ଯିଏ ଏହାର ନିର୍ମାଣ କରିଛି। ଏହି ପ୍ରକଳ୍ପଟି ଜର୍ଡାନ ଦେଶ ରାଜଧାନୀ ଅମ୍ମାନରୁ ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ମା’ନ ବିକାଶ କ୍ଷେତ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଏକ ୨୧ ମେଗାୱାଟର ସୌର ପାର୍କ ଅଟେ। ଏହି ପ୍ରକଳ୍ପ ପାଇଁ ସାଉଡି ଏବଂ ଆମେରିକା ଅର୍ଥ ନିବେଶ କରିଛନ୍ତି।

ଫୋଟୋ ୨: ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଫଳାଫଳରେ ଆମକୁ ୨ ସେପ୍ଟେମ୍ବରରେ ସ୍ଵରାଜ୍ୟ ମ୍ୟାଗାଜିନୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହୋଇଥିବା ମିଳିଲା। ଅଦାନି ଗ୍ରୀନ୍ କମ୍ପାନୀ ଦ୍ଵାରା ନିର୍ମିତ ଏହି ସୋଲାର ପାର୍କ କାମୁଠି ସୋଲାର ପାର୍କର ବୋଲି ଉଲ୍ଲେଖ କରା ଯାଇଅଛି।
ଅଦାନି ଗ୍ରୀନ୍ ଦ୍ଵାରା ନିର୍ମାଣ ହୋଇଥିବା ସୋଲାର ପାର୍କର ଅର୍ଥ ହେଉଛି ଏହା ଭାରତରେ ସ୍ଥାପିତ ଅଟେ। ଆମେ ସର୍ଚ କରିଲୁ ଯେ କାମୁଠି ସହର କେଉଁ ରାଜ୍ୟରେ ଅଛି। ଆମେ ଜାଣିବାକୁ ପାଇଲୁ ଯେ କାମୁଠି, ତାନିଳ ନାଡୁର ରାମନାଥପୁରମ ସହରର ଏକ ଗ୍ରାମ ଅଟେ।

ଅଦାନି ଗ୍ରୀନ୍ ଏନର୍ଜି ୱେବସାଇଟରେ ଯାଇ ସର୍ଚ କରିଲା ପରେ ଆମକୁ କାମୁଠିରେ ସ୍ଥାପିତ ସୋଲାର ପାୱାର ପ୍ଳାଣ୍ଟ ବିଷୟରେ ଅଧିକ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ ତାମିଲନାଡୁର କାମୁଠି ଠାରେ ଅଦାନି ଗ୍ରୁପ୍ ଦ୍ଵାରା ସର୍ବବୃହତ ଏକକ ଅବସ୍ଥାନ ସୌର ବିଦ୍ୟୁତ ପ୍ରକଳ୍ପ ପ୍ରାୟ ୪୫.୫ ବିଲିଅନ ବିନିଯୋଗରେ ନିର୍ମିତ ହୋଇଛି। ଏହା ୨୫୦୦ ଏକରର ଏକ ବିସ୍ତ୍ରୁତ କ୍ଷେତ୍ରରେ ବିସ୍ତାର କରେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଗୁଜୁରାଟର କଚ୍ ରେ ସର୍ବବୃହତ ସୋଲାର ପାୱାର ପ୍ଳାଣ୍ଟ ନିର୍ମିତ ହୋଇ ସାରିଥିବା ଦାବି ମିଥ୍ୟା ଅଟେ। ଏହି ପାୱାର ପ୍ଳାଣ୍ଟ ଚଳିତ ବର୍ଷ ଡିସେମ୍ବର ମାସ ସୁଧା ପ୍ରସ୍ତୁତ ହେବାର ଆଶା ଅଛି ଏବଂ ଏହାର ୨୦୧୪ ମସିହା ସୁଧା ବିଦ୍ୟୁତ ଦେବା ଆରମ୍ଭ କରିବାର ମଧ୍ୟ ଆଶା ଅଛି।

Title:କ’ଣ ଗୁଜୁରାଟର କଚ୍ ରେ ବିଶ୍ଵର ସର୍ବବୃହତ ହାଇବ୍ରୀଡ୍ ସୋଲାର ପ୍ଳାଣ୍ଟ ନିର୍ମାଣ ହୋଇସାରିଛି?
Fact Check By: Siddharth SahuResult: Missing Context
