କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ବିରୋଧରେ ଅମିତ ଶାହା କହୁଛନ୍ତି? ଜାଣନ୍ତୁ ସତ୍ୟତା

Missing Context Political

କେନ୍ଦ୍ର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅମିତ ଶାହ କହୁଛନ୍ତି, “ସେଥି ପାଇଁ ମୁଁ କହେ ଯେ ଏହି ଗ୍ୟାରେଣ୍ଟିର କୌଣସି ମୂଲ୍ୟ କିମ୍ବା ଅର୍ଥ ନାହିଁ। ସେମାନେ ଏହି ବିଷୟରେ କେବଳ ନିର୍ବାଚନ ପର୍ଯ୍ୟନ୍ତ ଚର୍ଚ୍ଚା କରିବେ ଆଉ ଭୁଲି ଯିବେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ମୂଳ ଭିଡିଓରେ ଅମିତ ଶାହ ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି, ମୋଦୀଙ୍କ ଉପରେ ନୁହେଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ନିର୍ବାଚନ ସରିବା ପରେ ₹15 ଲକ୍ଷ ଏକ ଜୁମଲା ବୋଲି ୟେ କହିଥିଲେ ଏବେ ପୁଣି ଗ୍ୟାରେଣ୍ଟି କୁ ଏକ ଜୁମଲା ବୋଲି କହିଲେ

Facebook | Archive

ଆମ ଅନୁସନ୍ଧାନ: 

ବିଜେପି ଏବଂ ୨୦୨୪ ସାଧାରଣ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅମିତ ଶାହଙ୍କ ପରି ଜଣେ ମନ୍ତ୍ରୀ ମୋଦୀ ତଥା ଦଳ ବିରୋଧରେ କହିବେ ଏହା ଏକ ସନ୍ଦେହଜନକ ବିଷୟ। 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାରକରି ସର୍ଚ୍ଚ କରିବା ପରେ ଆମକୁ ୧୫ ମଇ ୨୦୨୪ ରେ ଜି ନ୍ୟୁଜରେ ଅମିତ ଶାହାଙ୍କ ଏକ ସାକ୍ଷାତକାର ଦେଖିବାକୁ ମିଳିଲା। ଏହି ସାକ୍ଷାତକାରରେ ସେ ପାକିସ୍ତାନ, କାଶ୍ମୀରର ସମସ୍ଯା ସହିତ ଧାରା ୩୭୦ ନେଇ କଂଗ୍ରେସ ସରକାଟରର ବିଫଳତା ଉପରେ ଜୋର ଦେଇଛନ୍ତି। ଅଜୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ INDI ଗଠବନ୍ଧନ ଯୋଗ ଦେଇନଥିବାରୁ ଅମିତ ଶାହ କହିଛନ୍ତି ଯେ କଂଗ୍ରେସ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ୍ ହରାଇବାର ଭୟରେ ଏପରି କରିଛି। 

ଭିଡିଓ୨ ୨୪.୪୦ ମିନିଟ ସମୟରୁ ଆପଣ ମାନେ ଭାଇରାଲ କ୍ଲିପ୍ ଦେଖି ପାରିବେ। ଭିଡିଓରେ ଅମିତ ଶାହଙ୍କୁ ପ୍ରଶ୍ନ କରା ଯାଇଛି ଯେ ସେ କଂଗ୍ରେସର ପ୍ରତିଶୃତି ବା ଗ୍ୟାରେଣ୍ଟିକୁ ଛାଇନିଜ୍ ଗ୍ୟାରେଣ୍ଟି ବୋଲି କାହିଁକି କହିଛନ୍ତି। ଅମିତ ଶାହ ଉତ୍ତରରେ କହିଛନ୍ତି, “ମୁଁ ନିକଟରେ ତେଲେଙ୍ଗାନା ଯାଇଥିଲି। ସେଠାରେ ମହିଳାମାନେ ୧୨୦୦୦ ଟଙ୍କା ପାଇବେ ବୋଲି ଅପେକ୍ଷା କରିଛନ୍ତି, କୃଷକମାନେ ଏବେ ମଧ୍ୟ ୨ ଲକ୍ଷ ଟଙ୍କା ରୁଣ ଛାଡକୁ ଅପେକ୍ଷା କରିଛନ୍ତି, ମହିଳା ଛାତ୍ରମାନେ ରାହୁଲ ଗାନ୍ଧୀଙ୍କ ସ୍କୁଟି ଦିଆଯିବା ପ୍ରତିଶୃତି ପୂର୍ଣ ହେବାର ଅପେକ୍ଷା କରିଛନ୍ତି। ଏଗୁଡ଼ିକ ତାଙ୍କର ଗ୍ୟାରେଣ୍ଟି ଥିଲା। ବର୍ତ୍ତମାନ ସେମାନେ ରାହୁଲ ଗାନ୍ଧୀଙ୍କୁ ଖୋଜୁଛନ୍ତି। ଯେତେବେଳେ ରାହୁଲ ଗାନ୍ଧୀ ଦକ୍ଷିଣରେ ଥିଲେ ସେତେବେଳେ ସେ ଏହି ଲୋକଙ୍କ ସହିତ ସାକ୍ଷାତ କରିଥିଲେ। ସେଥିପାଇଁ ମୁଁ କହିଥିଲି ଯେ ଏହି ଗ୍ୟାରେଣ୍ଟି ଗୁଡିକର କୌଣସି ମୂଲ୍ୟ କିମ୍ବା ଅର୍ଥ ନାହିଁ।

ଏହା ଦ୍ଵାରା ଜାଣିବାକୁ ମିଳିଲା ଯେ ରାହୁଲ ଗାନ୍ଧୀ ମୋଦୀଙ୍କ ବିରୁଦ୍ଧରେ ନୁହେଁ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଉପରେ ଅଭିଯୋଗ ଆଣିଥିଲେ। 

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ମୂଳ ଭିଡିଓରେ ଅମିତ ଶାହ ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି, ମୋଦୀଙ୍କ ଉପରେ ନୁହେଁ। 

Avatar

Title:କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ବିରୋଧରେ ଅମିତ ଶାହା କହୁଛନ୍ତି? ଜାଣନ୍ତୁ ସତ୍ୟତା

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *