
ଯେହେତୁ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ସମାପ୍ତ ହେଉଛି, ଅନେକ ସୋସିଆଲ ମିଡିଆ ପୋଷ୍ଟ କଂଗ୍ରେସ ଦଳକୁ ଟାର୍ଗେଟ କରି ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ ଭାବରେ, ଏକ ଖବରକାଗଜ ପ୍ରବନ୍ଧର ସ୍କ୍ରିନସଟ ଥିବା ଦର୍ଶାଯାଇଛି ଯେ କଂଗ୍ରେସ ଘୋଷଣାପତ୍ରରେ ମୁସଲମାନ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ପ୍ରତିଶୃତି ରହିଛି।
ଘୋଷଣାପତ୍ର ରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଭାରତର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ଠାରୁ ଆରମ୍ଭ କରି ମୁସଲମାନମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଦେବା ବିଷୟରେ କୁହା ଯାଇଛି।
ଏହା ପଢି ଲୋକେ ପ୍ରତିକ୍ରିୟା ଦେଇଛନ୍ତି ଯେ ଏହା କଂଗ୍ରେସର ଘୋଷଣାପତ୍ର ନୁହେଁ ବରଂ ପିଏଫଆଇ ଏବଂ ମୁସ୍ଲିମ ଳିଗ୍ ଘୋଷଣାପତ୍ର ବୋଲି ଜଣା ପଡ଼ୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କଂଗ୍ରେସ ଦଳ ଜଣେ ମୁସ୍ଲିମକୁ ଭାରତର ପ୍ରଧାନ ବିଚାରପତି ପଦବୀ ଦେବା ବୋଲି କହି ନାହିଁ।

Facebook | Archive
ଆମକୁ ଟୁଇଟରରେ ମଧ୍ୟ ସମାନ ଫୋଟୋ ପୋଷ୍ଟ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ଘୋଷଣାପତ୍ର ଇଂରାଜୀ ଏବଂ ହିନ୍ଦୀ ଭାଷାରେ ତାଙ୍କର ୱେବସାଇଟରେ ପ୍ରକାଶିତ ହୋଇଛି। ଏହାର ବ୍ୟବହାର କରି ଆମେ ପୋଷ୍ଟରେ କରା ଯାଇଥିବା ଦାବିର ତଥ୍ୟ ଯାଞ୍ଚ କରିଲୁ।
ଦାବି: କଂଗ୍ରେସ ମୁସଲମାନମାନଙ୍କୁ କୋର୍ଟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ବିଚାରପତି ଭାବେ ନିଯୁକ୍ତ କରିବ
ଅଫିସିଆଲ୍ ଡକ୍ୟୁମେଣ୍ଟ୍ ରେ ସର୍ଚ୍ଚ କରିବା ପରେ ଆମକୁ କୋର୍ଟରେ ମୁସଲମାନମାନଙ୍କୁ ବିଚାରପତି ଭାବରେ ନିଯୁକ୍ତ କରିବାର ତଥାକଥିତ ପ୍ରତିଶୃତି ମିଳିଲା ନାହିଁ।
ଏହା ବଦଳରେ ଘୋଷଣାପତ୍ରରେ ‘ନ୍ୟାୟପାଳିକା’ ବିଭାଗରେ ଅଧିକ ମହିଳା ଏବଂ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ଉଭୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ କରିବାକୁ ପ୍ରତିଶୃତି ଦିଆ ଯାଇଛି।
ଏହାର ପଞ୍ଚମ ପଏଣ୍ଟରେ କୁହାଯାଇଛି, “ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକ ମହିଳା ଏବଂ ବ୍ୟକ୍ତିମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହେବେ।”
କଂଗ୍ରେସ ଘୋଷଣାପତ୍ରରେ କୌଣସି ସ୍ଥାନରେ ମୁସଲମାନମାନଙ୍କୁ ବିଶେଷ ଭାବରେ ଉଲ୍ଲେଖ କରାଯାଇ ନାହାଁ। ତେଣୁ, ବିଚାରପତିଙ୍କ ନିଯୁକ୍ତି କେବଳ ମୁସଲମାନମାନଙ୍କ ମଧ୍ୟରେ ସୀମିତ ରହିବ ନାହିଁ ବରଂ ଏକ ବ୍ୟାପକ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବ।

ଦାବି: କଂଗ୍ରେସ ବିଦ୍ୟାଳୟରେ ମୁସଲିମ ବ୍ୟକ୍ତିଗତ ଆଇନ କିମ୍ବା ବୁର୍ଖା / ହିଜାବକୁ ପୁନଃସ୍ଥାପନ କରିବ
ଘୋଷଣାପତ୍ରରେ ‘ଧାର୍ମିକ ଏବଂ ଭାଷା ସଂଖ୍ୟାଲଘୁ’ ବିଭାଗରେ କଂଗ୍ରେସ ଦଳ ପ୍ରତିଶୃତି ଦେଇଛି ଯେ ଦେଶର ଅନ୍ୟ ନାଗରିକଙ୍କ ପରି ସଂଖ୍ୟାଲଘୁ ଗୋଷ୍ଠୀ ମଧ୍ୟ ସେମାନଙ୍କର ବିଶ୍ୱାସକୁ ମୁକ୍ତ ଭାବରେ ଅନୁସରଣ କରିପାରିବେ ଏବଂ ସମ୍ବିଧାନରେ ସୁନିଶ୍ଚିତ ଅଧିକାର ଅନୁଯାୟୀ ସେମାନଙ୍କର ଧର୍ମ ପାଳନ କରିପାରିବେ।
ବିଭାଗର ସପ୍ତମ ପଏଣ୍ଟରେ କୁହାଯାଇଛି, “କଂଗ୍ରେସ ନିଶ୍ଚିତ କରିବ ଯେ ପ୍ରତ୍ୟେକ ନାଗରିକଙ୍କ ପରି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କର ପୋଷାକ, ଖାଦ୍ୟ, ଭାଷା ଏବଂ ବ୍ୟକ୍ତିଗତ ଆଇନ ପାଇଁ ସ୍ଵାଧୀନତା ରହିଛି।
ଘୋଷଣାପତ୍ରର କୌଣସି ସ୍ଥାନରେ କଂଗ୍ରେସ କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ସଂଖ୍ୟାଲଘୁ କିମ୍ବା ସମ୍ପ୍ରଦାୟ କିମ୍ବା ମୁସଲମାନ ବ୍ୟକ୍ତିଗତ ଆଇନ କିମ୍ବା ବୁର୍ଖା / ହିଜାବକୁ ସୂଚିତ କରା ଯାଇନାହିଁ।
ସଂଖ୍ୟାଲଘୁମାନଙ୍କ ପାଇଁ ଜାତୀୟ ଆୟୋଗ ଆଇନ 1992 ବିଭାଗ 2(C) ଅନ୍ତର୍ଗତ ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଏବଂ ଜୋରୋଷ୍ଟ୍ରିଆନ୍ (ପାର୍ସୀ) ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବରେ ପରିଗଣିତ ହୁଅନ୍ତି।

ଦାବି: ମୁସଲମାନମାନଙ୍କୁ କଂଗ୍ରେସ ବିଶେଷ ସଂରକ୍ଷଣ ଦେବ
ଘୋଷଣାପତ୍ରର ‘ସାମାଜିକ ନ୍ୟାୟ’ ବିଭାଗରେ କଂଗ୍ରେସ ଦଳ ନିଶ୍ଚିତ କରିଛି ଯେ ଏସସି, ଏସଟି ଏବଂ ଓବିସି ପାଇଁ ସଂରକ୍ଷଣ ଉପରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ଏହା ସାମ୍ବିଧାନିକ ସଂଶୋଧନ କରିବ। ଏହା ମଧ୍ୟ ଏସସି, ଏସଟି ଏବଂ ଓବିସି ପାଇଁ ଘରୋଇ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଯୋଗାଇଦେବା ପାଇଁ ସମ୍ବିଧାନର ଧାରା 15 (5) କୁ ଦର୍ଶାଇ ଏକ ଆଇନ ପ୍ରଣୟନ କରିବ।
କହିବାକୁ ଗଲେ, ଘୋଷଣାପତ୍ରରେ ମୁସଲମାନମାନଙ୍କ ପାଇଁ କୌଣସି ବିଶେଷ ସଂରକ୍ଷଣ ପ୍ରତିଜ୍ଞା କରାଯାଇ ନାହିଁ। ଦଳ ଆହୁରି ମଧ୍ୟ କହିଛି ଯେ ଏହା ଏକ ବିବିଧତା ଆୟୋଗ ଗଠନ କରିବ ଯାହା ସରକାରୀ ତଥା ବେସରକାରୀ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ବିବିଧତାକୁ ମାପ, ତଦାରଖ ଏବଂ ପ୍ରୋତ୍ସାହନ ଦେବ। ଏଠାରେ ମଧ୍ୟ ସରକାରୀ କିମ୍ବା ବେସରକାରୀ ଚାକିରିରେ ମୁସଲମାନମାନଙ୍କ ପାଇଁ କୌଣସି ନିଯୁକ୍ତି ଗ୍ୟାରେଣ୍ଟି କିମ୍ବା ସଂରକ୍ଷଣର ପ୍ରତିଶୃତି ଦିଆଯାଇ ନାହିଁ।
ଦାବି: କଂଗ୍ରେସ ଗୋମାଂଶ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେବା
କଂଗ୍ରେସ ଘୋଷଣାପତ୍ରରେ ଆମକୁ ଗୋମାଂଶ ନେଇ କୌଣସି ପ୍ରତିଶୃତି ମିଳିଲା ନା’ହିଁ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ କଂଗ୍ରେସ ଘୋଷଣାପତ୍ରରେ ମୁସଲମାନଙ୍କୁ ଭାରତର ପ୍ରଧାନ ବିଚାରପତି ଏବଂ ଅନ୍ୟାନ୍ୟ ବିଶେଷ ସୁବିଧା କିମ୍ବା ସଂରକ୍ଷଣ ଦେଇ ନାହିଁ। ଭାଇରାଲ ଦାବି ମିଥ୍ୟା ଅଟେ।

Title:କ’ଣ କଂଗ୍ରେସ୍ ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶୃତି ଦେଇଛି ଯେ ସେ ଜଣେ ମୁସ୍ଲିମଙ୍କୁ ଭାରତର ପ୍ରଧାନ ବିଚାରପତି ପଦବୀ ଦେବ? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False
